Excuse Me Odisha

ଯାହା କହିବୁ ସତ କହିବୁ

ଗୁରୁବାର ଦିନ ବାସ ଏକ ଚୁଟକି ହଳଦୀ ଏତେ ଟଙ୍କା ଆସିବ ଯେ ସମ୍ଭାଳି ପାରିବେ ନାହିଁ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଗୁତୁବାର ଦିନ ବାସ ଏକ ଚୁଟକି ହଳଦୀରେ ଏହି ଉପାୟ କରନ୍ତୁ ଏତେ ଟଙ୍କା ଆସିବ ଯେ ସମ୍ଭାଳି ପାରିବେ ନାହିଁ।

ଗୁରୁବାର ଦିନ ଛୋଟ ଛୋଟ ଉପାୟ କରାଯାଏ। ଏହି ଦିନଟି ଭଗବାନ ବିଷ୍ଣୁଙ୍କୁ ସମର୍ପିତ ଅଟେ ଏବଂ ଭଗବାନ ବିଷ୍ଣୁଙ୍କ ସହିତ ମା ଲକ୍ଷ୍ମୀଙ୍କର ବି ପୂଜା କରାଯାଏ। ଭଗବାନ ବିଷ୍ଣୁଙ୍କର ସବୁଠାରୁ ପ୍ରିୟ ବସ୍ତୁ ଅଟେ ହଳଦୀ। ଯଦି ଗୁରୁବାର ଦିନ କିଛି ଖାସ ଉପାୟ କରିବେ ତ ଆପଣଙ୍କ ଜୀବନରେ ସମସ୍ୟା ଶେଷ ହୋଇଯିବ। ଆପଣ ଯେକୌଣସି ଶୁଭ କାର୍ଯ୍ୟ କରିବାକୁ ଯାଉଛନ୍ତି ତ ଆପଣ ସ୍ନାନ କରିବା ପରେ ପ୍ରଥମେ ଭଗବାନ ଗଣେଶଙ୍କୁ ହଳଦୀର ଟୀକା ଲଗାଇଲେ ଆଉ ସେହି ହଳଦୀରେ ନିଜ ମଥାରେ ତିଳକ କରିନିଅନ୍ତୁ। ଆପଣ ଯେଉଁ କାର୍ଯ୍ୟ ପାଇଁ ଯିବେ ସେହି କାର୍ଯ୍ୟର ବାଧା ଶେଷ ହେବ ଏବଂ ଆପଣଙ୍କ କାର୍ଯ୍ୟ ସହଜରେ ଶେଷ ହୋଇଯିବ।

ଯଦି ଆପଣଙ୍କ ଘରେ ଝିଅ କିମ୍ବା ପୁଅ ଅଛନ୍ତି ତାଙ୍କର ବିବାହ ହୋଇପାରୁନାହିଁ। ବୈବାହିତ ଜୀବନରେ ସମସ୍ୟା ଆସୁଛି ତ ସ୍ନାନ ପାଣିରେ ଏକ ଚୁଟକି ହଳଦୀ ପକେଇ ସ୍ନାନ କରନ୍ତୁ ଏହା ସହିତ ଯଦି ସମ୍ଭବ ହେବ ତ ଭଗବାନ ସୂର୍ଯ୍ୟଦେବଙ୍କୁ ଏକ ଚୁଟକି ହଳଦୀ ପକେଇ ଜଳ ଅର୍ପଣ କରନ୍ତୁ। ଏହା ଦ୍ବାରା ବିବାହ ସମ୍ବଦ୍ଧିତ ସମସ୍ୟା ଦୂର ହୋଇଯିବ।

ହଳଦୀ ପାଣି ତୁଳସୀ ଗଛ ମୂଳରେ ଅର୍ପଣ କରନ୍ତୁ ଏହା ଦ୍ବାରା ବି ଆପଣଙ୍କ ଗୁରୁ ମଜବୁତ ହୋଇଥାଏ ଏବଂ ସମସ୍ତ ସମସ୍ୟା ସମାପ୍ତ ହୋଇଥାଏ।

କେବେ କେବେ ଆର୍ଥିକ ସମସ୍ୟା ବହୁତ ଅଧିକ ହୋଇଥାଏ। ସଙ୍କଟ ହଠାତ ଆସିଯାଇଥାଏ। ଧନର ସମସ୍ୟା ଅଧିକ ଚିନ୍ତିତ କରିଥାଏ ତ ଭଗବାନ ବିଷ୍ଣୁଙ୍କୁ ପ୍ରସନ୍ନ କରିବା ପାଇଁ ଗୁରୁବାର ଦିନ ହଳଦୀ ଏବଂ ଚାଉଳ ନିଜ ହାତରେ ଅଳ୍ପ ନିଅନ୍ତୁ ଏହାପରେ ବିଷ୍ଣୁ ସହସ୍ର ନାମର ପାଠ କରନ୍ତୁ କିମ୍ବା ଓଁ ବ୍ରିଙ୍ଗ ବୃହସ୍ପତେୟ ନମଃ ଏହି ମନ୍ତ୍ରର ଜପ ୧୦୮ ଥର କରିନିଅନ୍ତୁ ଏବଂ ଏହାକୁ ସମ୍ଭାଳି କରି ରଖିଦିଅନ୍ତୁ। ଆପଣଙ୍କର ସବୁ ଅସୁବିଧା ବିନା ବାଧାରେ ଶେଷ ହୋଇଯିବ।

ଯଦି ଆପଣ ଚାହୁଁଛନ୍ତି ଯେ ବୈବାହିକ ଜୀବନରେ ଖୁସି ବନି ରହୁ ତ ଗୁରୁବାର ଦିନ ହଳଦୀ ଲଗାଇ ସ୍ନାନ କରନ୍ତୁ ଏହା ଦ୍ବାରା ଆପଣଙ୍କ ଜୀବନରେ ଖୁସି ଆସିଥାଏ ମଧୁରତା ବଢିଥାଏ ସମସ୍ୟା ଦୂର ହୋଇଥାଏ।

ଯଦି ଧନର ସମସ୍ୟା ଅଧିକ ହଇରାଣ କରିବ ଧନ ଆସୁନାହିଁ ତ ତେବେ ୫ ଟି ହଳଦୀ ଖଣ୍ଡ ପୁକା କଣା ହୋଇନଥିବ ଭଙ୍ଗା ହୋଇନଥିବ ସେମିତି ୫ ଟି ହଳଦୀ ଖଣ୍ଡ ନେଇ ଲାଲ କପଡ଼ାରେ ବାନ୍ଧି ଧନ ରଖୁଥିବା ସ୍ଥାନରେ ରଖିଦିଅନ୍ତୁ। ମା ଲକ୍ଷ୍ମୀଙ୍କ କୃପାରୁ ଆପଣଙ୍କ ଜୀବନରେ ଆସୁଥିବ ଧନ ଜନିତ ସମସ୍ୟା ଦୂର ହୋଇଯିବ। ପ୍ରତ୍ୟକ ମାସରେ ଏହି ହଳଦୀକୁ ଆପଣ କାଢି କୌଣସି ପବିତ୍ର ସ୍ଥାନରେ ପୋତି ଦିଅନ୍ତୁ ଏବଂ ନୂତନ ହଳଦୀ ରଖିଦିଅନ୍ତୁ। ଜୀବନରର କୌଣସି ସମସ୍ୟା ଆସିବ ନାହିଁ।

ଆପଣଙ୍କ ଘରେ ଛୋଟ ପିଲା ଥିଲେ ନିୟମିତ ହଳଦୀର ଟୀକା ଲଗାନ୍ତୁ ତାଙ୍କୁ ନଜର ଲାଗିବ ନାହିଁ।

ବାରମ୍ବାର ଯଦି ଘରର ସଦସ୍ୟ ନଜର ଦୋଷର ଶିକାର ହୋଇଯାଉଛନ୍ତି ତ ନିଜ ଘରର ମୁଖ୍ୟ ଦ୍ୱାରରେ ଚତୁର୍ଦିଗରେ ହଳଦୀର ରେଖା ଟାଣି ଦିଅନ୍ତୁ।

ଯଦି ବିଶେଷ ମନସ୍କାମନା ଅଛି ଦୀର୍ଘ ସମୟରୁ ପୂରଣ ହୋଇପାରୁନାହିଁ ତ କାଗଜରେ ଅଳ୍ପ ହଳଦୀ ନେଇ ନିଅନ୍ତୁ ଆଉ ତାର ପୁଡ଼ିଆ ବନେଇ ଭଗବାନ ବିଷ୍ଣୁ ଏବଂ ମା ଲକ୍ଷ୍ମୀଙ୍କ ଫୋଟ ପଛ ପଟେ ଲୁଚାଇ ରଖିଦିଅନ୍ତୁ। ଯେତେବେଳେ ମନସ୍କାମନା ପୂରଣ ହୋଇଯିବ ତ ସେତେବେଳେ କାଢି ତୁଳସୀ ଗଛ ମୂଳରେ ପୋତି ଦେବେ।

ଯଦି ଆପଣଙ୍କୁ ଲାଗୁଛି ବାରମ୍ବାର ଆପଣଙ୍କ ଘରର ଲୋକ ସମସ୍ୟାରେ ଅଛନ୍ତି ଭଲ ଲାଗୁନାହିଁ ଘରେ ଭାରି ଭାରି ଲାଗୁଛି ତ ଏହିସବୁ ସମସ୍ୟାରୁ କେମିତି ବାହାରକୁ ବାହାରିବେ ତ ସେତେବେଳେ ହଳଦୀ ଏବଂ ଚାଉଳର ପେଷ୍ଟ ବନେଇ ନିଅନ୍ତୁ। ଏହାର ସାହାର୍ଯ୍ୟରେ ଘରର ମୁଖ୍ୟ ଦ୍ଵାରର ଠିକ ଉପରେ ଏକ ସ୍ୱସ୍ତିକ ବନେଇ ଦିଅନ୍ତୁ। ସ୍ୱସ୍ତିକର ଦୁଇ ପାର୍ଶ୍ଵରେ ଦୁଇଟି ଲେଖାଏଁ ରେଖା ଟାଣି ଦିଅନ୍ତୁ। ସମସ୍ତ ସମସ୍ୟାରୁ ଦୂରେଇ ରହିବେ।

ଗୁରୁବାର ଦିନ ଏକ ପାତ୍ରରେ ପାଣି ନେଇ ସେଥିରେ ଏକ ଚୁଟକି ହଳଦୀ ପକେଇ ପୁରା ଘର ସାରା ଛିଞ୍ଚନ କରିବେ ଆଉ ଅବଶିଷ୍ଟ ପାଣି ଗଛ ମୂଳରେ ଢାଳି ଦେବେ। ଏମିତି କରିଲେ ଆପଣଙ୍କ ଜୀବନରେ ନକରାତ୍ମକ ଶକ୍ତି ଦୂର ହୋଇଯାଇଥାଏ ଏବଂ ସକରାତ୍ମକ ଉର୍ଜା ଆସିଥାଏ ଏବଂ ଆପଣଙ୍କ ଘରକୁ ଖୁସି ଆସିବାକୁ ଲାଗିଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *