Excuse Me Odisha

ଯାହା କହିବୁ ସତ କହିବୁ

ଏହି ୫ଟି ରାଶିର ଲୋକଙ୍କ ଠାରୁ ଦୂରେଇ ରୁହନ୍ତୁ, ନଚେତ ଜୀବନ ବନିଯିବ ନର୍କ !

ସେୟାର୍ କରନ୍ତୁ

୧୮ ଗୋଟି ମହାପୁରାଣ ମଧ୍ୟରୁ ଗରୁଡ଼ ପୁରାଣ ଅନ୍ୟତମ ଅଟେ।ଏଥିରେ କିଛି ଏଭଳି କଥା ରହିଛି, ଯାହା କୌଣସି ବ୍ୟକ୍ତିର ଜୀବନକୁ ବଦଳାଇ ଦେଇଥାଏ। ଆସନ୍ତୁ ଜାଣିବା।

ଅଳସୁଆ ଲୋକେ :-

ଗରୁଡ଼ ପୁରାଣ ଅନୁସାରେ ଅଳସୁଆ ଲୋକଙ୍କ ଠାରୁ ସର୍ବଦା ଦୂରେଇ ରହିବା ଉଚିତ। କାରଣ ଏଭଳି ଲୋକେ ନିଜ ଅସଫଳତା ପାଇଁ ନିଜେ ହିଁ ଦାୟୀ ରହିଥାନ୍ତି। ଅନେକ ସମୟରେ ଏମାନେ ନିଜ ଜୀବନର ଅସଫଳତା ପାଇଁ ଅନ୍ୟ ମାନଙ୍କୁ ମଧ୍ୟ ଦାୟୀ କରି ଥାଆନ୍ତି।

ଭାଗ୍ୟର ଭରସାରେ ବସିଥିବା ଲୋକେ :-

ଗରୁଡ଼ ପୁରାଣ ଅନୁସାରେ ଭାଗ୍ୟକୁ ଭରସା କରି ବସୁଥିବା ଲୋକଙ୍କ ଠାରୁ ଦୂରେଇ ରହିବା ଉଚିତ। କାରଣ ଏଭଳି ଲୋକେ କର୍ମ କରି ନଥାନ୍ତି ଏବଂ ନିଜର ଆଖପାଖ ଲୋକଙ୍କୁ କର୍ମ ନକରିବା ପାଇଁ ମଧ୍ୟ ପ୍ରେରିତ କରିଥାନ୍ତି। କିନ୍ତୁ ମାନ୍ୟତା ରହିଛି କର୍ମ ନକଲେ ଭାଗ୍ୟ ମଧ୍ୟ ସପକ୍ଷରେ ରହି ନଥାଏ।

ସମୟ ନଷ୍ଟ କରୁଥିବା ଲୋକେ :-

ଗରୁଡ଼ ପୁରାଣ ଅନୁସାରେ ସମୟ ନଷ୍ଟ କରୁଥିବା ଲୋକ ଅନ୍ୟମାନଙ୍କ ସହିତ ରହିବା ପାଇଁ ପସନ୍ଦ କରି ନଥାନ୍ତି।ଏଭଳି ଲୋକେ ବେକାର କଥାରେ ସମୟ ନଷ୍ଟ କରିଥାନ୍ତି ଏବଂ କୌଣସି କାର୍ଯ୍ୟ ସଠିକ ଢଙ୍ଗରେ କରନ୍ତି ନାହିଁ। ତେଣୁ ଏଭଳି ଲୋକଙ୍କ ଠାରୁ ସର୍ବଦା ଦୂରେଇ ରହିବା ଉଚିତ।

ନକାରାତ୍ମକ ଚିନ୍ତାଧାରା ଥିବା ଲୋକେ :-

ଗରୁଡ଼ ପୁରାଣ ଅନୁସାରେ ନକାରାତ୍ମକ ଚିନ୍ତାଧାରା ଥିବା ଲୋକଙ୍କ ଠାରୁ ସର୍ବଦା ଦୂରେଇ ରହିବା ଉଚିତ। ଏଭଳି ଲୋକେ ଅନ୍ୟ କାହାର ସଫଳତା ଦେଖିଲେ ସହ୍ୟ କରି ପାରନ୍ତି ନାହିଁ।ଯଦି ଆପଣଙ୍କର ଆଖପାଖରେ ଏଭଳି ନକାରାତ୍ମକ ବିଚାର ଥିବା ଲୋକ ଅଛନ୍ତି, ତାହେଲେ ତାଙ୍କ ଠାରୁ ଦୂରେଇ ରୁହନ୍ତୁ।

ପ୍ରଦର୍ଶନ କରୁଥିବା ବ୍ୟକ୍ତି :-

କିଛି ଲୋକେ ଅଯଥା ଜିନିଷରେ ପ୍ରଦର୍ଶନ କରିଥାନ୍ତି। ଏଭଳି ଲୋକେ ନିଜକୁ ସନ୍ତୁଷ୍ଟ କରିବା ପାଇଁ ଅଯଥା ପ୍ରଦର୍ଶନ କରିଥାନ୍ତି। ଏଭଳି ପ୍ରଦର୍ଶନ କରିବା ଯୋଗୁଁ କିଛି ଲୋକେ ଦୁଃଖିତ ହୋଇଥାନ୍ତି, ତେଣୁ ଏଭଳି ଲୋକଙ୍କ ଠାରୁ ସର୍ବଦା ଦୂରେଇ ରହିବା ଉଚିତ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *