Excuse Me Odisha

ଯାହା କହିବୁ ସତ କହିବୁ

ଜୀବନର ସମସ୍ତ ଦୁଃଖକୁ ହରଣ କରି ନେବେ ଗୋମାତା, ଯଦି କରିବେ ଏହି ୬ ଗୋଟି ଉପାୟ,ଜାଣନ୍ତୁ କ’ଣ କ’ଣ ?

ସେୟାର୍ କରନ୍ତୁ

ହିନ୍ଦୁଧର୍ମରେ ଗାଈକୁ ଭଗବାନଙ୍କ ସ୍ୱରୂପ ବୋଲି ମାନା ଯାଇଛି। ମାନ୍ୟତା ରହିଛି କି ଗାଈ ମଧ୍ୟରେ ୩୩ କୋଟି ଦେବୀ ଓ ଦେବତା ମାନେ ବାସ କରିଥାନ୍ତି। ଆହୁରି ମଧ୍ୟ କୁହାଯାଏ କି ଗାଈର ସେବା କରିବା ଭଗବାନଙ୍କର ସେବା କରିବା ସହିତ ସମାନ ହୋଇଥାଏ। ଏହାଦ୍ବାରା ମନୁଷ୍ୟର ସମସ୍ତ ଦୁଃଖକଷ୍ଟ ଦୂର ହୋଇଥାଏ। ଗାଈର ସେବା କରିବା ଦ୍ୱାରା କୁଣ୍ଡଳୀର ପିତୃଦୋଷ ଦୂର ହୋଇଥାଏ। ଗାଈ ସହିତ କିଛି ବିଶେଷ ଉପାୟ କଲେ ଆପଣ ନିଶ୍ଚିତ ଭାବେ ଲାଭବାନ ହେବେ, ଆସନ୍ତୁ ସେହି ବିଷୟରେ ଜାଣିବା।

ସୁଖ ଓ ସଂପତ୍ତି ପାଇଁ :-

ଗାଈର ସେବା ପରିବା ଈଶ୍ବରଙ୍କ ସେବା ବୋଲି କୁହାଯାଇଛି। ଶାସ୍ତ୍ରରେ କୁହାଯାଇଛି, ଯଦି ଘରେ ରୁଟି ପ୍ରସ୍ତୁତ ହେଉଛି ତାହେଲେ ଗାଈ ପାଇଁ ମଧ୍ୟ ରୁଟି ପ୍ରସ୍ତୁତ କରି ତାକୁ ଖୁଆଇବା ଉଚିତ। ଏଭଳି କରିବା ଦ୍ଵାରା ଜୀବନର ସବୁ ସମସ୍ୟା ଦୂର ହୋଇଯାଇଥାଏ ଏବଂ ଧନସମ୍ପତ୍ତି ବୃଦ୍ଧି ହୋଇଥାଏ।

ବୁଧ ଗ୍ରହ ଦୋଷ ଦୂର କରିବା ପାଇଁ :-

ଯଦି ଆପଣଙ୍କ କୁଣ୍ଡଳୀରେ ବୁଧ ଗ୍ରହ ଦୁର୍ବଳ ସ୍ଥିତିରେ ରହିଛନ୍ତି, ତାହେଲେ ପ୍ରତ୍ୟେକ ବୁଧବାର ଦିନ ଗାଈକୁ ସବୁଜ ଘାସ ଓ ପନିପରିବା ଖାଇବାକୁ ଦିଅନ୍ତୁ।ଏଭଳି କରିବା ଦ୍ୱାରା ସବୁ ଗ୍ରହ ଦୋଷରୁ ଆପଣ ମୁକ୍ତି ପାଇବେ ଏବଂ ଘରେ ସୁଖଶାନ୍ତି ବିଦ୍ୟମାନ ହେବ।

ଶନି ଗ୍ରହ ଦୋଷରୁ ମୁକ୍ତି ପାଇବା ପାଇଁ :-

ଯଦି ଆପଣଙ୍କ କୁଣ୍ଡଳୀରେ ଶନିଙ୍କ କୋପ ରହିଛି, ତାହେଲେ କଳା ରଙ୍ଗର ଗାଈର ସେବା କରନ୍ତୁ। ଯଦି ସମ୍ଭବ ତାହେଲେ କୌଣସି ବ୍ରାହ୍ମଣଙ୍କୁ କଳା ରଙ୍ଗର ଗାଈ ଦାନ କରନ୍ତୁ। ଦେଖିବେ ଏଭଳି କରିବା ଦ୍ୱାରା ଆପଣଙ୍କ ଜୀବନର ସମସ୍ତ ସମସ୍ୟା ଦୂର ହୋଇଯିବ।

ମଙ୍ଗଳ ଗ୍ରହ ଦୋଷ ଦୂର କରିବା ପାଇଁ :-

ଯଦି ଆପଣଙ୍କ କୁଣ୍ଡଳୀରେ ମଙ୍ଗଳ ଦୋଷ ରହିଛି ଏବଂ ଆପଣଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି, ତାହେଲେ ଲାଲ ରଙ୍ଗର ଗାଈର ସେବା କରନ୍ତୁ।ଏହାସହିତ ମଙ୍ଗଳବାର ଦିନ ଗାଈକୁ ପୂଜାର୍ଚ୍ଚନା କରି ଗୁଡ଼ ଓ ଚଣା ଖାଇବାକୁ ଦିଅନ୍ତୁ। ଦେଖିବେ ଏଭଳି କରିବା ଦ୍ୱାରା ଆପଣଙ୍କୁ ନିଶ୍ଚିତ ଭାବରେ ସୁଫଳ ମିଳିବ।

ଗୁରୁ ଦୋଷ ଦୂର କରିବା ପାଇଁ :-

ଯଦି ଆପଣଙ୍କ କୁଣ୍ଡଳୀରେ ବୃହସ୍ପତି ଦୋଷ ରହିଛି ବା ଶିକ୍ଷା କ୍ଷେତ୍ରରେ ଆପଣଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି, ତାହେଲେ ଗୁରୁବାର ଦିନ ଗାଈ ମଥାରେ ହଳଦୀର ଟିକା ଲଗାନ୍ତୁ ଏବଂ ଗୁଡ଼, ଚଣା, ଅଟାର ଗୋଲି କରି ଖାଇବାକୁ ଦିଅନ୍ତୁ।ଦେଖିବେ ଆପଣଙ୍କର କୁଣ୍ଡଳୀରେ ଗୁରୁ ଦୋଷ ଦୂର ହୋଇଯିବ।

ପିତୃ ଦୋଷ ଦୂର କରିବା ପାଇଁ:-

ଯଦି ଆପଣଙ୍କ କୁଣ୍ଡଳୀରେ ପିତୃ ଦୋଷ ରହୁଛି, ଏହାସହିତ ଆପଣଙ୍କ କାର୍ଯ୍ୟରେ ଅନେକ ବାଧା ସୃଷ୍ଟି ହେଉଛି, ତାହେଲେ ଅମାବାସ୍ୟା ଦିନ ଗାଈକୁ ରୁଟି, ଗୁଡ଼, ଚଣା, ସବୁଜ ଘାସ ଆଦି ଖାଇବାକୁ ଦିଅନ୍ତୁ। ଏଭଳି କରିବା ଦ୍ବାରା ଆପଣଙ୍କର ପିତୃ ଦୋଷ ଦୂର ହୋଇଯିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *