Excuse Me Odisha

ଯାହା କହିବୁ ସତ କହିବୁ

ଏହିସବୁ ସ୍ଥାନରେ ହାତ ଖୋଲା କରି ଖର୍ଚ୍ଚ କଲେ ଧନସମ୍ପତ୍ତି ବୃଦ୍ଧି ହୋଇଥାଏ !

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋର୍ଟାଲକୁ ବହୁତ ସ୍ଵାଗତ ଜଣାଉଛୁ। ଅଧିକାଂଶ ଲୋକେ ନିଜର ବା ପିଲାମାନଙ୍କର ଭବିଷ୍ୟତ ପାଇଁ ଟଙ୍କା ସଞ୍ଚୟ କରିଥାନ୍ତି। ଏହି ଟଙ୍କା ସଞ୍ଚୟ କରିବାକୁ ବଡ ଲୋକମାନେ ସର୍ବଦା ଉପଦେଶ ଦେଇଥାନ୍ତି। କାରଣ ସଞ୍ଚୟ କରିଥିବା ଏହି ଟଙ୍କା ଅସୁବିଧା ସମୟରେ କାମରେ ଲାଗିଥାଏ। ତେଣୁ ଟଙ୍କା ସଞ୍ଚୟ କରିବା ପାଇଁ ଲୋକେ ବୁଝି ବିଚାରି ଖର୍ଚ୍ଚ କରିଥାନ୍ତି। କିନ୍ତୁ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ କି ଆପଣ ନିଜର ଆବଶ୍ୟକତା ଠାରୁ ଅନ୍ୟ ସମୟରେ ମଧ୍ୟ ହାତ ଖୋଲା କରି ଖର୍ଚ୍ଚ କରି ପାରିବେ। ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

କେଉଁ ସବୁ ସ୍ଥାନରେ ଅଧିକ ଟଙ୍କା ଖର୍ଚ୍ଚ କଲେ ଟଙ୍କା କମିବା ବଦଳରେ ଦ୍ରୁତ ଗତିରେ ବ୍ୟାଙ୍କ ବାଲାନ୍ସ ବଢିଥାଏ, ଆସନ୍ତୁ ଜାଣିବା। କହିବାକୁ ଗଲେ, ଆଚାର୍ଯ୍ୟ ଚାଣକ୍ୟ ରଚନା କରିଥିବା ନୀତିଗ୍ରନ୍ଥରେ ଅର୍ଥ ରୋଜଗାର କରିବା, ଖର୍ଚ୍ଚ କରିବା ଓ ସଞ୍ଚୟ କରିବା ଉପରେ କିଛି ବିଶେଷ ଉପଦେଶ ଦେଇଛନ୍ତି। ଆସନ୍ତୁ ସେହି ବିଷୟରେ ଜାଣିବା।

ଏହିସବୁ ସ୍ଥାନରେ ହାତ ଖୋଲା କରି କରନ୍ତୁ ଖର୍ଚ୍ଚ :-

– ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତି ଶାସ୍ତ୍ରରେ କିଛି ଏଭଳି ସ୍ଥାନ ଓ ସ୍ଥିତି ସମ୍ପର୍କରେ ବର୍ଣ୍ଣନା କରିଛନ୍ତି, ଯେଉଁଠାରେ ଟଙ୍କା ଖର୍ଚ୍ଚ କରିବାରେ କୃପଣ ହେବା ଉଚିତ ନୁହେଁ। ଏଠାରେ ହାତ ଖୋଲା କରି ଖର୍ଚ୍ଚ କଲେ ସୁଖ ସମୃଦ୍ଧି ବଢିବା ସହିତ ମାନସମ୍ମାନ ବୃଦ୍ଧି ହୋଇଥାଏ।

– ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ଗରିବ, ଅସହାୟ ଓ ଆବଶ୍ୟକତା ଥିବା ଲୋକଙ୍କ ପାଇଁ ଟଙ୍କା ଖର୍ଚ୍ଚ କରିବାରେ କୃପଣ ହେବା ଉଚିତ ନୁହେଁ। ଏହି ଅସହାୟ ଲୋକଙ୍କୁ ଭୋଜନ ଦେବା, ସେମାନଙ୍କୁ ଶିକ୍ଷା ଓ ସ୍ୱାସ୍ଥ୍ୟ ସୁବିଧା ପ୍ରଦାନ କରିବା ପାଇଁ ଯେତେ ଖର୍ଚ୍ଚ ହେଲେ ମଧ୍ୟ ଉତ୍ତମ ଅଟେ।ଆବଶ୍ୟକତା ପଡିଲେ ଆପଣ ନିଜ ଆୟର କିଛି ପ୍ରତିଶତ ସର୍ବଦା ଖର୍ଚ୍ଚ କରନ୍ତୁ।

– ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ ଏହି ଜନ୍ମରେ କରିଥିବା କର୍ମର ଫଳ ପରଜନ୍ମରେ ମଧ୍ୟ ଭୋଗ କରିବାକୁ ପଡ଼ିଥାଏ। ତେଣୁ ଏହି ଜନ୍ମରେ ଅଧିକ ପୁଣ୍ୟ କାର୍ଯ୍ୟ କରିବା ଉଚିତ। ମିଥ୍ୟା ପଥକୁ ତ୍ୟାଗ କରି ସର୍ବଦା ସତ୍ ମାର୍ଗରେ ଅଗ୍ରଗତି କରିବା ଉଚିତ। ଆୟକୁ ନେଇ ନିଜ ମନରେ କେବେବି କୌଣସି ପ୍ରକାରର ଅହଙ୍କାର ରଖିବା ଉଚିତ ନୁହେଁ। ଆବଶ୍ୟକତା ଠାରୁ ଅଧିକ ଖର୍ଚ୍ଚ କରି ଅନ୍ୟମାନଙ୍କୁ ମଧ୍ୟ ଜରୁରୀ ସମୟରେ ସାହାଯ୍ୟ କରିବା ଉଚିତ।

– ସମାଜ କଲ୍ୟାଣ କାର୍ଯ୍ୟରେ ଅଧିକ ଖର୍ଚ୍ଚ କଲେ ମାନ-ସମ୍ମାନ ଓ ଉନ୍ନତି ଦେଇଥାଏ ପ୍ରାପ୍ତ ହୋଇଥାଏ। କିନ୍ତୁ ଅଧିକାଂଶ ଲୋକେ ନିଜ ପରିବାର ପ୍ରତି କୃପଣ ହୋଇ ଅନ୍ୟ ଲୋକମାନଙ୍କୁ ଅର୍ଥ ଦାନ କରିଥାନ୍ତି। ଏଭଳି କାର୍ଯ୍ୟ ଭୁଲ ଅଟେ। ବ୍ୟକ୍ତି ସମାଜରେ ରହିଥାଏ, ତେଣୁ ସମାଜ ପ୍ରତି ତାର କର୍ତ୍ତବ୍ୟ କରିବା ନିହାତି ଜରୁରୀ ଅଟେ। କିନ୍ତୁ ପରିବାରର ମୁରବି ପରିବାର ପ୍ରତି କୃପଣ ହୋଇ ଅନ୍ୟ ମାନଙ୍କୁ ଦାନ କରିବା ମଧ୍ୟ ପାପ କାର୍ଯ୍ୟ ସହିତ ସମାନ ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *