Excuse Me Odisha

ଯାହା କହିବୁ ସତ କହିବୁ

ଶନି ଗ୍ରହର ଏହି ରାଶିରେ ହେବାକୁ ଯାଉଛି ଶୁକ୍ର ଗ୍ରହର ଗୋଚର, ବଦଳିବାକୁ ଯାଉଛି ଏହି ୩ ଗୋଟି ରାଶିର ଭାଗ୍ୟ !

ସେୟାର୍ କରନ୍ତୁ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶୁକ୍ର ଗ୍ରହର ରାଶି ପରିବର୍ତ୍ତନ ବହୁତ ଖାସ୍ ହୋଇଥାଏ। ଶୁକ୍ର ଗ୍ରହକୁ ଧନ-ବୈଭବ, ଐଶ୍ୱର୍ଯ୍ୟ, ସୌନ୍ଦର୍ଯ୍ୟର କାରକ ମାନା ଯାଇଥାଏ। ମାର୍ଚ୍ଚ ୩୧ ତାରିଖ ଦିନ ଶୁକ୍ର ଗ୍ରହ ଶୁକ୍ର କୁମ୍ଭ ରାଶିରେ ପ୍ରବେଶ କରିବାକୁ ଯାଉଛନ୍ତି। ଯାହାଦ୍ଵାରା କିଛି ରାଶିର ଲୋକଙ୍କର ଭାଗ୍ୟ ବଦଳିବାକୁ ଯାଉଛି।

– ଧନର କାରକ ଗ୍ରହ ହେଉଛି ଶୁକ୍ର।

– ଶନିଙ୍କ ରାଶିରେ ହେବାକୁ ଯାଉଛି ଶୁକ୍ର ଗ୍ରହର ଗୋଚର।

– ଗୋଚରର ପ୍ରଭାବ ପ୍ରତ୍ୟେକ ରାଶି ଉପରେ ପଡ଼ିଥାଏ।

ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟେକ ଗ୍ରହର ଗୋଚର ପ୍ରଭାବ ରାଶିଚକ୍ରରେ ଥିବା ୧୨ ଗୋଟି ରାଶିର ଲୋକଙ୍କ ଉପରେ ପଡ଼ିଥାଏ। ଗ୍ରହର ରାଶି ପରିବର୍ତ୍ତନ କିଛି ରାଶିର ଲୋକଙ୍କ ପାଇଁ ଲାଭକାରୀ ସାବ୍ୟସ୍ତ ହେବ। କିନ୍ତୁ ଆଉକିଛି ରାଶିର ଲୋକଙ୍କୁ ସତର୍କ ରହିବାର ଆବଶ୍ୟକତା ରହିଛି। ଶୁକ୍ର ଗ୍ରହକୁ ଧନ-ବୈଭବ, ଐଶ୍ୱର୍ଯ୍ୟ, ସୌନ୍ଦର୍ଯ୍ୟର କାରକ ମାନା ଯାଇଥାଏ। ମାର୍ଚ୍ଚ ୩୧ ତାରିଖ ଦିନ ଶୁକ୍ର ଗ୍ରହ ଶୁକ୍ର କୁମ୍ଭ ରାଶିରେ ପ୍ରବେଶ କରିବାକୁ ଯାଉଛନ୍ତି।କହିବାକୁ ଗଲେ ସେହି ଦିନ ଶୁକ୍ର ଗ୍ରହ ସକାଳ ୮ ଘଟିକା ୫୪ ମିନିଟରେ କୁମ୍ଭ ରାଶିରେ ପ୍ରବେଶ କରିବେ। ଭଗବାନ ଶନିଦେବ କୁମ୍ଭ ରାଶିର ସ୍ବାମୀ ଅଟନ୍ତି। ଆସନ୍ତୁ ଜାଣିବା ଶୁକ୍ର ଗ୍ରହର ଗୋଚର ଏହି ରାଶିର ଲୋକଙ୍କ ପାଇଁ ଲାଭକାରୀ ସାବ୍ୟସ୍ତ ହେବ।

ମେଷ ରାଶି :-

ଶୁକ୍ର ଗ୍ରହର ଗୋଚର ଏହି ରାଶିର ଲୋକଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ।ଏହି ରାଶିରେ ଶୁକ୍ର ଗ୍ରହ ୧୧ତମ ଭାବରେ ରହିବ। ୧୧ତମ ଭାବ ଯୋଗୁଁ ଆୟ ବୃଦ୍ଧି ହୋଇଥାଏ।ଏହି ଗୋଚର ସମୟରେ ଆମଦାନୀ ବୃଦ୍ଧି ହେବା ସହିତ ବ୍ୟବସାୟରେ ଲାଭବାନ ହେବେ। ଏହାସହିତ ଜୀବନସାଥୀ ଆପଣଙ୍କୁ ସବୁ କ୍ଷେତ୍ରରେ ସହଯୋଗ କରିବେ।

କୁମ୍ଭ ରାଶି :-

ଏହି ରାଶିର ଲୋକଙ୍କ ପାଇଁ ଶୁକ୍ର ଗ୍ରହର ରାଶି ପରିବର୍ତ୍ତନ ଅତ୍ୟନ୍ତ ସୁଖମୟ ସାବ୍ୟସ୍ତ ହେବ। ଶୁକ୍ର ଗ୍ରହ ଏହି ରାଶିରେ ଗୋଚର କରିବାକୁ ଯାଉଛନ୍ତି। ଏହି ରାଶିର ସ୍ବାମୀ ହେଉଛନ୍ତି ସ୍ଵୟଂ ଶନି। ତେଣୁ ଶନି ଓ ଶୁକ୍ର ଗ୍ରହର ମିତ୍ରତା ଭାବ ରହିଥାଏ। ଏହି ସମୟରେ ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ। କାର୍ଯ୍ୟସ୍ଥଳରେ ବରିଷ୍ଠ ଅଧିକାରୀ ଆପଣଙ୍କ ଉପରେ ପ୍ରସନ୍ନ ରହିବେ ଏବଂ ଆପଣଙ୍କୁ ପ୍ରଶଂସା କରିବେ। ବ୍ୟାପାରରେ ଆର୍ଥିକ ପ୍ରଗତି ହେବାର ସମ୍ଭାବନା ରହିଛି।

ମକର ରାଶି :-

ଶୁକ୍ର ଗ୍ରହ ଏହି ରାଶିରେ ଦ୍ଵିତୀୟ ଭାବରେ ରହିବେ। ଜ୍ୟୋତିଷ ଶାସ୍ତ୍ରରେ ଦ୍ୱିତୀୟ ଭାବକୁ ଧନ ଓ ବାଣୀ ବୋଲି କୁହାଯାଇଛି। ଚାକିରୀରେ ପଦୋନ୍ନତୀ ମିଳିବା ସହିତ ଧନଲାଭ ହେବ। ଶନି ଗ୍ରହ ହେଉଛନ୍ତି ମକର ରାଶିର ସ୍ବାମୀ। ତେଣୁ ଶୁକ୍ର ଓ ଶନି ଗ୍ରହ ମଧ୍ୟରେ ମିତ୍ରତା ଭାବ ରହିଥାଏ। ଏଥିପାଇଁ ଏହି ଗୋଚର ସମୟରେ ପ୍ରବଳ ଲାଭ ମିଳିବାର ଯୋଗ ରହିଛି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *