Excuse Me Odisha

ଯାହା କହିବୁ ସତ କହିବୁ

ବିବାହିତ ଲୋକମାନେ ଭୁଲରେ ମଧ୍ୟ ଏହି ଦିଗରେ ଶୁଅନ୍ତୁ ନାହିଁ, ନଚେତ ହୋଇପାରେ ବଡ଼ ଅସୁବିଧା !

ସେୟାର୍ କରନ୍ତୁ

ବାସ୍ତୁ ଶାସ୍ତ୍ର ଅନୁସାରେ ଉତ୍ତର ପଶ୍ଚିମ ଦିଗ ଅର୍ଥାତ୍ ବାୟବ୍ୟ କୋଣର ଖାସ୍ ମହତ୍ୱ ରହିଛି। ଏହି ଦିଗ ଅଧିକ ଆୟୁଷ, ଉତ୍ତମ ସ୍ୱାସ୍ଥ୍ୟ ଓ ଶକ୍ତି ପ୍ରଦାନ କରିଥାଏ। ଉତ୍ତର ପଶ୍ଚିମ ଦିଗ ସହିତ ଜଡ଼ିତ କିଛି ବାସ୍ତୁ ଟିପ୍ସ ଜୀବନକୁ ସୁଖମୟ କରିଥାଏ।

– ଜୀବନ ସୁଖମୟ ହୋଇଯାଏ

– ଆୟୁଷ ବଢ଼ିଥାଏ।

– ବାୟବ୍ୟ କୋଣର ବାସ୍ତୁ ଦୋଷ ହୋଇଥାଏ କ୍ଷତିକାରକ।

ବାସ୍ତୁ ଶାସ୍ତ୍ର ଅନୁସାରେ ଘରର ପ୍ରତ୍ୟେକ କୋଣକୁ ବହୁତ ଖାସ୍ ମାନା ଯାଇଛି। ପଶ୍ଚିମ ଓ ଉତ୍ତର ଦିଗର ମଧ୍ୟଭାଗକୁ ବାୟବ୍ୟ କୋଣ କୁହାଯାଏ। ବାସ୍ତୁ ଅନୁସାରେ ଉତ୍ତର ଓ ପଶ୍ଚିମ ଦିଗ ଅଧିକ ଆୟୁଷ, ଉତ୍ତମ ସ୍ୱାସ୍ଥ୍ୟ ଓ ଶକ୍ତି ପ୍ରଦାନ କରିଥାଏ। ଘରର ଉତ୍ତର ପଶ୍ଚିମ ଦିଗରେ ଯଦି କୌଣସି ଦୋଷ ରହିଥାଏ, ତାହେଲେ ସମ୍ପର୍କୀୟ ମାନେ ଶତ୍ରୁ ହୋଇ ଯାଇଥାନ୍ତି। ଏହାସହିତ ପରିବାର ଲୋକଙ୍କର ଆୟୁଷ କମି ଯାଇଥାଏ।ଆସନ୍ତୁ ଉତ୍ତର – ପଶ୍ଚିମ ଦିଗ ବିଷୟରେ ଗୁରୁତ୍ବପୂର୍ଣ୍ଣ କଥା ଜାଣିବା।

ବାୟବ୍ୟ କୋଣର କିଛି ବାସ୍ତୁ ନିୟମ :-

– ବାସ୍ତୁ ଶାସ୍ତ୍ର ଅନୁସାରେ ଉତ୍ତର – ପଶ୍ଚିମ ଦିଗ ଅର୍ଥାତ ବାୟବ୍ୟ କୋଣରେ ବିବାହିତ ମହିଳା ମାନେ ଶୋଇବା ଉଚିତ ନୁହେଁ। କାରଣ ଏହି ଦିଗରେ ଶୋଇବା ଦ୍ଵାରା ବୈବାହିକ ଜୀବନରେ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ। ଏହି କୋଣରେ ଅବିବାହିତ ମହିଳା ମାନେ ଶୋଇବା ଉଚିତ।ଏହାଦ୍ଵାରା ବିବାହର ଯୋଗ ଉତ୍ପନ୍ନ ହୋଇଥାଏ ଏବଂ ବିବାହ ପରେ ବୈବାହିକ ସଂପର୍କ ସୁଦୃଢ଼ ହୋଇଥାଏ।

– ବାସ୍ତୁ ଶାସ୍ତ୍ର ଅନୁସାରେ ଘରର ଶୌଚାଳୟ ପାଇଁ ଦକ୍ଷିଣ ଦିଗ କିମ୍ବା ବାୟବ୍ୟ କୋଣ ଉପଯୁକ୍ତ ଅଟେ। ଶୌଚାଳୟରେ ସିଟ ଏଭଳି ସ୍ଥାନରେ ରଖିବା ଉଚିତ, ଯେପରି ଆପଣଙ୍କ ମୁହଁ ଦକ୍ଷିଣ ଦିଗ ଆଡକୁ ରହିବ।

– ବାସ୍ତୁ ଶାସ୍ତ୍ର ଅନୁସାରେ ଘରର ଯେଉଁ କୋଠରୀରେ ପିଲାମାନେ ପାଠ ପଢୁଥିବେ, ସେହି କଠୋରୀରେ ଷ୍ଟଡି ଟେବୁଲ ପୂର୍ବ – ଉତ୍ତର ଦିଗ କୋଣରେ ରଖିବା ଉଚିତ। ଏହାସହିତ ଆଲମାରୀକୁ ପଶ୍ଚିମ ବା ଦକ୍ଷିଣ ଦିଗରେ ରଖିବା ଶୁଭ ମାନା ଯାଇଥାଏ। ଟେବୁଲ ଲ୍ୟାମ୍ପ ସର୍ବଦା ଦକ୍ଷିଣ ପୂର୍ବ ଦିଗରେ ରଖିବା ଉଚିତ।

– ବାସ୍ତୁ ଶାସ୍ତ୍ର ଅନୁସାରେ ଉତ୍ତର – ପୂର୍ବ ଦିଗରେ ଦୋଷକୁ ଦୂର କରିବା ପାଇଁ ଆକ୍ୱାରୀୟମ ରଖିବା ଉଚିତ। ଯେଉଁଠାରେ ୮ଟି ସୁନେଲି ରଙ୍ଗର ମାଛ ଓ ଗୋଟେ କଳା ମାଛ ରଖିବା ଶୁଭ ମାନାଯାଇଛି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *