Excuse Me Odisha

ଯାହା କହିବୁ ସତ କହିବୁ

ମୀନ ରାଶିରେ ପ୍ରବେଶ କରିବାକୁ ଯାଉଛନ୍ତି ବୁଧ ଗ୍ରହ ! ଏହି ରାଶି ଗୁଡ଼ିକର ଭାଗ୍ୟ ପରିବର୍ତ୍ତନ ହେବାକୁ ଯାଉଛି।

ସେୟାର୍ କରନ୍ତୁ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବାଣୀ, ବ୍ୟାପାର ଓ ବୁଦ୍ଧିର କାରକ ବୁଧ ଗ୍ରହକୁ କୁହାଯାଇଥାଏ। ବୁଧ ଗ୍ରହ ମାର୍ଚ୍ଚ ୧୮ ତାରିଖ ଅସ୍ତ ହୋଇ ସାରିଛନ୍ତି ଏବଂ ମାର୍ଚ୍ଚ ୨୪ ତାରିଖ ଦିନ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି। ବୁଧ ଗ୍ରହର ଏହି ରାଶି ପରିବର୍ତ୍ତନ କିଛି ରାଶିର ଲୋକଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ।

– ସ୍ବାସ୍ଥ୍ୟ ଉପରେ ବିଶେଷ ଧ୍ୟାନ ରଖିବା ଉଚିତ।

– ଚାକିରୀରେ ପରିବର୍ତ୍ତନ ହେବାର ସମ୍ଭାବନା ରହିଛ।

– ଆର୍ଥିକ ଅବସ୍ଥା ଶୋଚନୀୟ ହୋଇପାରେ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବାଣୀ, ବ୍ୟାପାର ଓ ବୁଦ୍ଧିର କାରକ ବୁଧ ଗ୍ରହକୁ କୁହାଯାଇଥାଏ। ବୁଧ ଗ୍ରହ ମାର୍ଚ୍ଚ ୧୮ ତାରିଖ ଅସ୍ତ ହୋଇ ସାରିଛନ୍ତି ଏବଂ ମାର୍ଚ୍ଚ ୨୪ ତାରିଖ ଦିନ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି। ମାର୍ଚ୍ଚ ୨୪ ତାରିଖ ଦିନ ବୁଧ ଗ୍ରହ ମୀନ ରାଶିରେ ପ୍ରବେଶ କରିବେ।ମୀନ ରାଶିରେ ସୂର୍ଯ୍ୟ ଗ୍ରହ ଅବସ୍ଥାନ କରିଛନ୍ତି। ସୂର୍ଯ୍ୟ ଓ ବୁଧ ଗ୍ରହର ସଂଯୋଗ ଫଳରେ ବୁଦ୍ଧାଦିତ୍ୟର ଯୋଗ ନିର୍ମାଣ ହେଉଛି।ବୁଦ୍ଧ ଗ୍ରହର ଏହି ରାଶି ପରିବର୍ତ୍ତନ ଯୋଗୁଁ କିଛି ରାଶିର ଲୋକଙ୍କ ଭାଗ୍ୟ ବଦଳିବାକୁ ଯାଉଛି।

ବୃଷ ରାଶି :-

ବୁଧ ଗ୍ରହର ଏହି ରାଶି ପରିବର୍ତ୍ତନ ହେବା ଦ୍ବାରା ଆପଣଙ୍କର ମାନସିକ ଶାନ୍ତି ଭଙ୍ଗ ହୋଇ ଯାଇପାରେ। ଚାକିରୀରେ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି। ଘରର ଆର୍ଥିକ ପରିସ୍ଥିତି ଶୋଚନୀୟ ହୋଇପାରେ। ଆପଣଙ୍କୁ ଜୀବନସାଥୀଙ୍କ ସହିତ ଉତ୍ତମ ତାଳମେଳ ରଖି ଚାଲିବା ଉଚିତ। ଆପଣଙ୍କ ଭାଗ୍ୟ ପରିବର୍ତ୍ତନ ହୋଇପାରେ।

କର୍କଟ ରାଶି :-

ବୁଧ ଗ୍ରହର ରାଶି ପରିବର୍ତ୍ତନ ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ। ଆପଣଙ୍କୁ ନିଜ କ୍ରୋଧକୁ ନିୟନ୍ତ୍ରଣରେ ରଖିବା ଆବଶ୍ୟକ। କାର୍ଯ୍ୟକ୍ଷେତ୍ରରେ ଆପଣ ଅନ୍ୟ କାହାକୁ ବିଶ୍ୱାସ କରନ୍ତୁ ନାହିଁ।ଆର୍ଥିକ ନିବେଶରେ କ୍ଷତି ସହି ପାରନ୍ତି। ଏହାସହିତ ଆପଣଙ୍କୁ ନିଜ ସ୍ବାସ୍ଥ୍ୟ ଉପରେ ମଧ୍ୟ ଧ୍ୟାନ ଦେବା ଉଚିତ। ଜୀବନସାଥୀଙ୍କ ସହିତ ମତଭେଦ ହୋଇପାରେ।

ମିଥୁନ ରାଶି :-

ବୁଧ ଗ୍ରହର ରାଶି ପରିବର୍ତ୍ତନ ଏହି ରାଶିର ଲୋକଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ। ବ୍ୟବସାୟରେ ଆପଣଙ୍କୁ ଧନଲାଭ ହେବାର ସମ୍ଭାବନା ରହିଛି। ଘରର ଆର୍ଥିକ ପରିସ୍ଥିତି ସୁଦୃଢ ରହିବ। କ୍ୟାରିୟରରେ ଉତ୍ତମ ପରିବର୍ତ୍ତନ ହେବାର ଯୋଗ ରହିଛି। ବରିଷ୍ଠ ଅଧିକାରୀ ଆପଣଙ୍କ କାର୍ଯ୍ୟ ପ୍ରଣାଳୀକୁ ଦେଖି ପ୍ରସନ୍ନ ହେବେ।

ତୁଳା ରାଶି :-

ବୁଧ ଗ୍ରହର ରାଶି ପରିବର୍ତ୍ତନ ଏହି ରାଶିର ଲୋକଙ୍କ ପାଇଁ ଲାଭକାରୀ ସାବ୍ୟସ୍ତ ହେବ। ପାରିବାରିକ ଦାୟିତ୍ୱ ବଢିବା ସହିତ ଆପଣ ସବୁ ଦାୟିତ୍ୱକୁ ସଠିକ ଭାବରେ ତୁଲାଇବେ। ଆପଣଙ୍କୁ ନିଜର ଶାରୀରିକ ଓ ମାନସିକ ସୁସ୍ଥତା ଉପରେ ଧ୍ୟାନ କେନ୍ଦ୍ରିତ କରିବା ଉଚିତ। କୌଣସି ସ୍ଥାନରେ ନିବେଶ କରିବା ପୂର୍ବରୁ ଭଲ ଭାବରେ ବିଚାର କରନ୍ତୁ। ଧନହାନୀ ହେବାର ସମ୍ଭାବନା ରହିଛି।

ବିଛା ରାଶି :-

ବୁଧ ଗ୍ରହର ରାଶି ପରିବର୍ତ୍ତନ ଆପଣଙ୍କ ପାଇଁ ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ। ଚାକିରି କ୍ଷେତ୍ରରେ ଅଧିକ କାର୍ଯ୍ୟର ଚାପ ରହିପାରେ। ପରିବାର ଲୋକଙ୍କ ମଧ୍ୟରେ ମତଭେଦ ସୃଷ୍ଟି ହୋଇପାରେ।ଆପଣ ନିଜ ଚାକିରି ପରିବର୍ତ୍ତନ କରି ପାରନ୍ତି।ଘରର ଆର୍ଥିକ ପରିସ୍ଥିତି ଦୁର୍ବଳ ହୋଇପାରେ।ଆପଣ ଧର୍ଯ୍ୟ ସହକାରେ ସବୁ କାର୍ଯ୍ୟ କରନ୍ତୁ,ଦେଖିବେ ପରିସ୍ଥିତି ଖୁବ୍ ଶୀଘ୍ର ବଦଳି ଯିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *