Excuse Me Odisha

ଯାହା କହିବୁ ସତ କହିବୁ

ମୁଣ୍ଡଠୁ ନେଇ ଗୋଡ଼ ପର୍ଯ୍ୟନ୍ତ ସମସ୍ତ ଆଣ୍ଠୁଗଣ୍ଠି ବ୍ୟଥା ଏହି ତେଲ ଦୂର କରିବ। ଏହାକୁ ଲଗେଇ ମାଲିସ କରନ୍ତୁ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ମୁଣ୍ଡଠୁ ନେଇ ଗୋଡ଼ ପର୍ଯ୍ୟନ୍ତ ସମସ୍ତ ଆଣ୍ଠୁଗଣ୍ଠି ବ୍ୟଥା ଏହି ତେଲ ଦୂର କରିବ। ଏହାକୁ ଲଗେଇ ମାଲିସ କରନ୍ତୁ।

ବନ୍ଧୁଗଣ ଯେଉଁ ମାନେ ଆଣ୍ଠୁଗଣ୍ଠି ବିନ୍ଧା ଏବଂ ଗଣ୍ଠିଆ ଭଳି ସମସ୍ୟାରେ ଚିନ୍ତିତ ସେମାନଙ୍କର ଏହି ସମସ୍ୟାକୁ ମୂଳରୁ ଶେଷ କରିବା ପାଇଁ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ଘରୋଇ ଉପଚାର ନେଇ ଆସିଛୁ। ଏହାର ପ୍ରୟୋଗ କରି ଆପଣ ଜଏଣ୍ଟପେନ ଭଳି ସମସ୍ୟାକୁ ଦୂର କରିପାରିବେ। ଏଥିପାଇଁ ଆପଣଙ୍କୁ କୌଣସି ଖାଇବା ପିଇବାର ଆବଶ୍ୟକତା ନାହିଁ। ଆଜି ଆମେ ଆପଣଙ୍କୁ ୩ ଟି ଘରୋଇ ଉପଚାର ଜଣେଇବୁ। ଯାହା ଆପଣଙ୍କ ମୁଣ୍ଡଠୁ ନେଇ ଗୋଡ଼ ପର୍ଯ୍ୟନ୍ତ ଯେକୌଣସି ବି ଗଣ୍ଠି ବିନ୍ଧୁ ଅଛି ତାହାକୁ ଠିକ କରିବ। ତେବେ ଆସନ୍ତୁ ଜାଣିବା ସେହି ଘରୋଇ ଉପଚାର ବିଷୟରେ।

ଏଥିପାଇଁ ଆପଣଙ୍କୁ ୨୦ ରୁ ୨୫ଟି ଲବଙ୍ଗର ଆବଶ୍ୟକତା ପଡିବ। ଏହାକୁ ଥରେ ବନେଇ ୧ ମାସ ପ୍ରୟୋଗ କରିପାରିବେ। ଯେଉଁମାନଙ୍କର ହାତ ଗୋଡ଼ ହାଡ଼ ବହୁତ ଅଧିକ ଯନ୍ତ୍ରଣା ହୋଇଥାଏ ସେମାନଙ୍କ ପାଇଁ ଏହା ବହୁତ ଅଧିକ ଲାଭଦାୟକ ହୋଇଥାଏ। ପ୍ରଥମେ ଆପଣ ୨୦ ରୁ ୨୫ଟି ଲବଙ୍ଗ ଏକ ପାତ୍ରକୁ ନିଅନ୍ତୁ। ଏହାପରେ ଆପଣଙ୍କୁ ସୋରିଷ ତେଲ କିମ୍ବା ତିଳ ତେଲର ବି ବ୍ୟବହାର କରିପାରିବେ। ଏଥିପାଇଁ ୧୦୦ ଗ୍ରାମର ସୋରିଷ ତେଲ ହେଉ କିମ୍ବା ତିଳ ତେଲ ହେଉ ୧୦୦ ଗ୍ରାମ ବ୍ୟବହାର କରିବେ। ଏହି ତେଲରେ ଲବଙ୍ଗକୁ କୁଟି ବା ଗୋଟା ଲବଙ୍ଗବି ପକେଇ ପାରିବେ।

ଏବେ ଏହାକୁ ୧୦ ମିନିଟ ପର୍ଯ୍ୟନ୍ତ ଏହାକୁ ସ୍ଲିମ ଆଞ୍ଚରେ ଫୁଟାନ୍ତୁ। ଲବଙ୍ଗ ସମ୍ପୂର୍ଣ୍ଣ କଳା ହେବା ପର୍ଯ୍ୟନ୍ତ ଆପଣ ଏହାକୁ ଫୁଟାନ୍ତୁ। ଏହାପରେ ଏହାକୁ ଥଣ୍ଡା ହେବା ପାଇଁ ଛାଡିଦିଅନ୍ତୁ। ଥଣ୍ଡା ହେବା ପରେ ଡ଼ବାରେ ଭରି ଷ୍ଟୋର କରି ରଖିଦିଅନ୍ତୁ। ଏହା ୧ ମାସ ପର୍ଯ୍ୟନ୍ତ ବ୍ୟବହାର କରିବେ। ଏହାକୁ ଆଉ ଗରମ କରିବାର ଆବଶ୍ୟକତା ନାହିଁ। ଯେଉଁ ଜାଗାରେ କଷ୍ଟ ହେଉଥିବ ସେହି ଜାଗାରେ ମାଲିସ କରନ୍ତୁ। ଧୀରେ ଧୀରେ ଏହି ତେଲକୁ ଲଗେଇ ମସାଜ କରନ୍ତୁ। ଏହି ପ୍ରୟୋଗ ଆପଣ ରାତି ସମୟରେ କରନ୍ତୁ। ଏହାକୁ ରାତିରେ ମସାଜ କରି ଶୋଇ ଯାଆନ୍ତୁ। ଦେଖିବେ ସକାଳେ ଆପଣଙ୍କୁ ବହୁତ ଅଧିକ ଆରମ ମିଳିବ।

ଯେଉଁ ମାନଙ୍କୁ ଗଣ୍ଠିଆ ବା ଜଏଣ୍ଟପେନ ଭଳି ସମସ୍ୟା ଅଛି ସେମାନେ ଏହାକୁ ନିହାତି ଟ୍ରାୟ କରନ୍ତୁ। ଏଥିପାଇଁ ଆପଣଙ୍କୁ ଶୁଦ୍ଧ ଗାଈ ଘିଅର ଆବଶ୍ୟକତା ପଡିବ। ଯେଉଁ ମାନେ ଗଣ୍ଠିଆ ବା ଜଏଣ୍ଟପେନ ଭଳି ସମସ୍ୟାରେ ପୀଡିତ ତ ସେମାନେ ପ୍ରତିଦିନ ଏକ ଚାମଚ ଗାଈ ଘିଅର ସେବନ କରନ୍ତୁ। ଯେଉଁମାନେ ହେଲଦୀ ଅଟନ୍ତି ସେମାନେ ବି ମଧ୍ୟ ଏକ ଚାମଚ ଘିଅର ସେବନ କରନ୍ତୁ। ଯେମିତି ଭବିଷ୍ୟତରେ ସେମାନଙ୍କୁ ଏହି ସମସ୍ୟାର ସାମ୍ନା କରିବାକୁ ପଡିବନାହିଁ। ଘିଅକୁ ଫ୍ରାଇ କରି ଖାଆନ୍ତୁ ନାହିଁ ଆପଣ ଚାହିଁଲେ ଏକ ଚାମଚ ଘିଅକୁ ଡାଲିରେ କିମ୍ବା ତରକାରୀରେ କିମ୍ବା ରୁଟିରେ ଲଗେଇ ଖାଇ ପାରିବେ। ଏହା ଦ୍ୱାରା ବିଭିନ୍ନ ରୋଗରୁ ମୁକ୍ତି ମିଳିଥାଏ।

ଯେଉଁ ମାନଙ୍କୁ ଗଣ୍ଠିଆ ବା ଜଏଣ୍ଟପେନ ଭଳି ସମସ୍ୟା ଅଛି ସେମାନଙ୍କ ପାଇଁ ଏହା ରାମବାଣ ଔଷଧ ଅଟେ। ଆପଣ ଦିନରେ ୩ ରୁ ୪ ଲିଟର ପାଣି ନିଶ୍ଚୟ ସେବନ କରନ୍ତୁ। ଏବେ ଗ୍ରୀଷ୍ମ ଋତୁ ଚାଲୁଅଛି ତ ସହଜରେ ଅଧିକ ପାଣି ସେବନ କରିପାରିବେ। ଯେଉଁ ମାନଙ୍କୁ ଗଣ୍ଠିଆ ବା ଜଏଣ୍ଟପେନ ଭଳି ସମସ୍ୟା ଅଛି ସେମାନେ ଖଟା ଏବଂ ତେଲ ମସଲା ଯୁକ୍ତ ଖାଦ୍ୟର ସେବନ କମ କରନ୍ତୁ।

ଗଣ୍ଠିଆ ବା ଜଏଣ୍ଟପେନ ଭଳି ସମସ୍ୟାକୁ ଦୂର କରିବା ପାଇଁ ଅନ୍ୟ ଏକ ଉପାୟ ହେଉଛି। ଯେଉଁମାନଙ୍କୁ ଗଣ୍ଠିଆ ସମସ୍ୟା ନାହିଁ କିନ୍ତୁ ଆଣ୍ଠୁଗଣ୍ଠି ଅଧିକ ବିନ୍ଧା ହେଉଛି ତ ଏକ ପାତ୍ରରେ ଥଣ୍ଡା ପାଣି ନିଅନ୍ତୁ ଏବଂ ଗୋଟେ ରୁମାଲ ଏବଂ କପଡ଼ାରେ ପାଣିରେ ଭିଜେଇ ଦିଅନ୍ତୁ ତାପରେ ଏହାକୁ ଚିପୁଡି ଦିଅନ୍ତୁ।

ଯେଉଁ ଜାଗାରେ ଅଧିକ କଷ୍ଟ ହେଉଛି ସେହି ଜାଗାରେ ଏହାକୁ ଲଗେଇ ରଖନ୍ତୁ। କମରୁ କମ ୫ ରୁ ୭ ମିନିଟ ପର୍ଯ୍ୟନ୍ତ ସେକ ଦିଅନ୍ତୁ। ଏହି କପଡା ଯେତେବେଳେ ଗରମ ହୋଇଯିବ ତ ପୁଣି ଏହାକୁ ପାଣିରେ ଭିଯାଇ ଚିପୁଡି ଏହିପରି ସେକ ଦିଅନ୍ତୁ। ଅଣ୍ଟା ବିନ୍ଧା ହେଉଥିଲେ ମଧ୍ୟ ଏହିପରି ସେକ ଦିଅନ୍ତୁ। ଦେଖିବେ ଆପଣଙ୍କୁ ବହୁତ ଆରମ ମିଳିବ। ଏହାକୁ ଦିନରେ ଟ୍ରାୟ କରନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *