Excuse Me Odisha

ଯାହା କହିବୁ ସତ କହିବୁ

ହାତର ଏହି ରେଖା ଦ୍ଵାରା ଜାଣନ୍ତୁ ଆପଣ କୋଟିପତି ହେବେ କି ନାହିଁ ? ବର୍ଷିଥାଏ ମା’ ଲକ୍ଷ୍ମୀଙ୍କ କୃପା

ସେୟାର୍ କରନ୍ତୁ

ବନ୍ଧୁଗଣ, ଆପଣ ମାନଙ୍କୁ ଆମର ପୋର୍ଟାଲକୁ ବହୁତ ସ୍ଵାଗତ ଜଣାଉଛୁ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ହସ୍ତରେଖା ମାଧ୍ୟମରେ ବ୍ୟକ୍ତିର, ଭାଗ୍ୟ ଓ ଭବିଷ୍ୟତ ବିଷୟରେ ଜଣା ପଡ଼ିଥାଏ। ହସ୍ତରେଖା ବିଜ୍ଞାନ ଅନୁସାରେ ଯଦି ମଣିଷର ହାତରେ କିଛି ଏଭଳି ରେଖା ଗୁଡ଼ିକ ରହିଥାଏ ଯେପରି ଭାଗ୍ୟ ରେଖା, ତାହେଲେ ସେହି ବ୍ୟକ୍ତିକୁ କୋଟିପତି ହେବାରୁ କେହି ମଧ୍ୟ ରୋକି ପାରିବେ ନାହିଁ। ଦେବୀ ଲକ୍ଷ୍ମୀ ଏହି ଭାଗ୍ୟ ରେଖା ଥିବା ଲୋକଙ୍କ ଉପରେ ନିଜ କୃପା ଦୃଷ୍ଟି ରଖିଥାନ୍ତି।ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

– ଭାଗ୍ୟ ରେଖା :- ଏହି ରେଖା ଅଧିକାଂଶ ଲୋକଙ୍କ ହାତରେ ଦେଖିବାକୁ ମିଳେ ନାହିଁ। ହାତରେ ଏହି ରେଖା ଚନ୍ଦ୍ର ପର୍ବତରୁ ଆରମ୍ଭ ହୋଇ ବୃହସ୍ପତି ପର୍ବତରେ ସମାପ୍ତ ହୋଇଥାଏ। ଯେଉଁ ବ୍ୟକ୍ତିର ହାତରେ ଏହି ରେଖା ରହିଥାଏ, ସେ ନିଶ୍ଚିତ ଭାବରେ କୋଟିପତି ହୋଇଥାନ୍ତି।ହାତରେ ଏହି ଭାଗ୍ୟ ରେଖା ମସ୍ତିସ୍କ ଓ ହୃଦୟ ରେଖା ଦେଇ ଅତିକ୍ରମ କରିଥାଏ।

– ସିଧା ଓ ଦୋଷ ରହିତ ଭାଗ୍ୟ ରେଖା :- ଯେଉଁ ଲୋକଙ୍କର ହାତରେ ଭାଗ୍ୟ ରେଖା ଯେତିକି ଲମ୍ବା ଓ ଦୋଷ ରହିତ ହୋଇଥାଏ, ସେହି ଲୋକଙ୍କ ଭାଗ୍ୟରେ ସେତିକି ଧନସଂପତ୍ତି ରହିଥାଏ।ଏହାସହିତ ଏମାନେ ନିଜ ଜୀବନରେ ଅନେକ ସୁଖ ସୁବିଧା ଭୋଗ କରିଥାନ୍ତି।

– ଦୋଷଯୁକ୍ତ ଭାଗ୍ୟରେଖା:- ଯେଉଁ ଲୋକମାନଙ୍କର ହାତର ଭାଗ୍ୟ ରେଖା ଛୋଟ ଓ ଭଙ୍ଗା ହୋଇଥାଏ, ସେମାନଙ୍କୁ ଜୀବନରେ ଅନେକ ସଙ୍କଟର ସମ୍ମୁଖୀନ ହେବାକୁ ପଡ଼ିଥାଏ।

– ସିଧା ଭାଗ୍ୟ ରେଖା:- ହାତର ସିଧା ଭାଗ୍ୟ ରେଖାକୁ ସବୁଠାରୁ ଶୁଭ ବୋଲି କୁହାଯାଇଥାଏ। ଯେଉଁ ଭାଗ୍ୟ ରେଖା ଚନ୍ଦ୍ର ପର୍ବତରୁ ଆରମ୍ଭ ହୋଇ ବୃହସ୍ପତି ପର୍ବତ ପାଖରେ ସମାପ୍ତ ହୋଇଥାଏ, ସେହି ଭାଗ୍ୟ ରେଖା ସବୁଠୁ ଉତ୍ତମ ଭାଗ୍ୟ ରେଖା ବୋଲି ମାନା ଯାଇଛି। ହାତରେ ରାହୁ ସ୍ଥାନରୁ ଭାଗ୍ୟ ରେଖା ଆରମ୍ଭ ହୋଇଥିଲେ, ତାହେଲେ ଜୀବନରେ ଅଚାନକ ଧନଲାଭ ହେବାର ସଂକେତ ମିଳିଥାଏ।

– ସୁଦୃଢ ରହିଥିବା ଭାଗ୍ୟରେଖା:- ଯଦି କୌଣସି ବ୍ୟକ୍ତିର ହାତରେ ସୁଦୃଢ଼ ଭାଗ୍ୟ ରେଖା ରହିଥାଏ, ତାହେଲେ ସେ ସବୁ କ୍ଷେତ୍ରରେ ଲାଭବାନ ଓ ଭାଗ୍ୟବାନ ହୋଇଥାନ୍ତି। ବେଳେ ବେଳେ ସୁଦୃଢ ଭାଗ୍ୟ ରେଖା ଥିଲେ ମଧ୍ୟ ବ୍ୟକ୍ତିଙ୍କୁ କୌଣସି ଲାଭ ମିଳିନଥାଏ। ତେଣୁ ଭଗବାନ ଶିବଙ୍କୁ ଆରାଧନା କରିବା ଉଚିତ। ଏହାସହିତ ଘରର ମୁଖ୍ୟ ଦୁଆରରେ ଘିଅର ଦୀପ ଜଳାନ୍ତୁ।ଏଭଳି କରିବା ଦ୍ୱାରା ଦେବୀ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ଏବଂ ଆଶୀର୍ବାଦ ପ୍ରଦାନ କରିଥାନ୍ତି।

ତେବେ ବନ୍ଧୁଗଣ, ଯଦି ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଛି, ତାହେଲେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଶ୍ଚିତ ଭାବରେ ସମସ୍ତଙ୍କୁ ସେୟାର କରନ୍ତୁ। ଆଗକୁ ଆମ ସହିତ ରହିବା ପାଇଁ ଆମ ଫେସବୁକ ପେଜକୁ ଲାଇକ କରନ୍ତୁ। ଧନ୍ୟବାଦ୍!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *