Excuse Me Odisha

ଯାହା କହିବୁ ସତ କହିବୁ

ଯେତେ ପୂଜା କଲେ ବି ମା ଲକ୍ଷ୍ମୀ ପ୍ରସନ୍ନ ହେଉ ନାହାନ୍ତି କି ? ତା ହେଲେ ଧ୍ୟାନ ଦିଅନ୍ତୁ ଏହି ୧୨ଟି ଦୋଷ ପାଇଁ ମା ଲକ୍ଷ୍ମୀ ଆପଣଙ୍କ ଘରକୁ ଆସୁ ନାହାନ୍ତି !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଘରେ ଉନ୍ନତି ନାହିଁ ତ ଧ୍ୟାନ ଦିଅନ୍ତୁ ଏହି ୧୨ ଟି ଦୋଷ କାରଣରୁ। ଖୁସି ଚାଲି ଯାଇଥାଏ।

ଦାରିଦ୍ର୍ୟତା ନେଇ ଆସିଥାଏ ଆପଣଙ୍କର ଏହି ଅଭ୍ୟାସ। ଆପଣଙ୍କର କେଉଁ ଭୁଲ ଯୋଗୁ ଘରକୁ ଆସିଥାଏ ଦାରିଦ୍ର୍ୟତା। ଖାସ କରି ମହିଳା ମାନେ କରନ୍ତୁ ନାହିଁ ଏହି ଭୁଲ। ନଚେତ ଘର ହୋଇଯିବ ବର୍ବାଦ।

ଆମର ଅଭ୍ୟାସ ହିଁ ଆମର ବ୍ୟକ୍ତିତ୍ୱ ଏବଂ ବିଚାରର ଆଇନା ହୋଇଥାଏ। କୌଣସି ଘରର ଖୁସି ପାଇଁ ସେହି ଘରର ସଦସ୍ୟଙ୍କ ଅଭ୍ୟାସ ବହୁତ ମହତ୍ବପୂର୍ଣ ହୋଇଥାଏ। ଭଗବାନଙ୍କ ପୂଜାର୍ଚ୍ଚନା କରିବାର ଅଭ୍ୟାସ ଆମର ସବୁଠାରୁ ଭଲ ଅଭ୍ୟାସ ମଧ୍ୟରୁ ଏକ ଅଟେ। ପୂଜା ପାଠ ଆମ ଜୀବନରେ ମହତ୍ବପୂର୍ଣ ଅଂଶ ଅଟେ। ସମସ୍ତଙ୍କ ଘରେ ନିୟମିତ ଭାବେ ପୂଜାପାଠ ହେବା ଦରକାର। ଦିନରେ ଥରୁଟିଏ ହେଲେ ବି ଭଗବାନଙ୍କ ଆରୋଧନା କରିବା ଉଚିତ। ଭଗବାନଙ୍କର ଆରୋଧନା କଲେ ଆମକୁ ମାନସିକ ଶାନ୍ତି ମିଳିଥାଏ। ଏହା ସହିତ ଆମ ପରିବାରରେ ଖୁସିବି ବଢିଥାଏ।

ଜୀବନରେ ଟଙ୍କା ବହୁତ ମହତ୍ବପୂର୍ଣ ହୋଇଥାଏ। ମା ଲକ୍ଷ୍ମୀ ଯାହା ଉପରେ କୃପା ବର୍ଷା କରିଥାନ୍ତି ସେହି ଘରକୁ କେବେବି ଦାରିଦ୍ର୍ୟତା ଆସିନଥାଏ କିନ୍ତୁ ଅନେକ ଥର ଏମିତି ହୋଇଥାଏ ଲୋକ ବହୁତ ପରିଶ୍ରମ କରିଥାନ୍ତି ଆଉ ଏହା ପରେ ବି ସଫଳତା ମିଳିନଥାଏ ଲୋକଙ୍କୁ ଏହାର କାରଣ ଜଣା ନଥାଏ କିନ୍ତୁ ସତ କଥା ଏହା ଅଟେ ଯେ ଆମର କିଛି ଭୁଲ ଅଭ୍ୟାସ ଯୋଗୁ ଏମିତି ହୋଇଥାଏ। ଆଉ ମା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହୋଇନଥାଏ। ଟଙ୍କା ବି ଆସିନଥାଏ।

ଆଉ ଟଙ୍କା ଆସିଥାଏ ତ ଅନାଵଶ୍ୟକରେ ଟଙ୍କା ପାଣି ଭଳି ବହି ଯାଇଥାଏ। ଯେଉଁଠି ମା ଲକ୍ଷ୍ମୀଙ୍କର ସମ୍ମାନ ହୋଇଥାଏ ସେହି ଘରେ ସେ ରହିବାକୁ ପସନ୍ଦ କରିଥାନ୍ତି କିନ୍ତୁ ଯେଉଁ ଘରର ଲୋକଙ୍କ ଭୁଲ ଅଭ୍ୟାସ ଯୋଗୁ ମାଙ୍କ ଅପମାନ ହୋଇଥାଏ ସେହି ଘରେ ମା ଲକ୍ଷ୍ମୀ କେବେବି ପ୍ରବେଶ କରିନଥାନ୍ତି। ସେହି ଘରକୁ ଦୁଃଖ ଦାରିଦ୍ର୍ୟତା ଆସିଥାଏ। ଆସନ୍ତୁ ଜାଣିବା ମନୁଷ୍ୟଙ୍କର କେଉଁ ଭୁଲ ଅଭ୍ୟାସ ଯୋଗୁ ମା ଲକ୍ଷ୍ମୀଙ୍କର ସମ୍ମାନ ହୋଇଥାଏ ଆଉ କେଉଁ ଭୁଲ ଅଭ୍ୟାସ ଯୋଗୁ ମା ଲକ୍ଷ୍ମୀ କ୍ରୋଧିତ ହୋଇ ଘରୁ ଚାଲି ଯାଇଥାନ୍ତି।

ଆସନ୍ତୁ ଜାଣିବା ମା ଲକ୍ଷ୍ମୀ କେମିତି ପ୍ରସନ୍ନ ହେବେ।

ସକାଳେ ସନ୍ଧ୍ୟାରେ ଭଗବାନଙ୍କର ସାମ୍ନାରେ ଦୀପ ଜାଳିବା ଉଚିତ। ଭଗବାନଙ୍କ ନାମ ସ୍ମରଣ କରିବା ଉଚିତ। ଏହା ଦ୍ବାରା ଭଗବାନଙ୍କ କୃପା ସର୍ବଦା ରହିଥାଏ। ଏହା ସହିତ ମା ଲକ୍ଷ୍ମୀଙ୍କ ସହିତ ମା ତୁଳସୀଙ୍କର ବି ପ୍ରତିଦିନ ପୂଜା କରିବା ଉଚିତ ଆଉ ସନ୍ଧ୍ୟା ସମୟରେ ତୁଳସୀ ଗଛ ମୂଳରେ ଦୀପ ଜାଳିବା ଉଚିତ।

ଶୁକ୍ରବାର ଦିନ ବିଶେଷ ରୂପରେ ମା ଲକ୍ଷ୍ମୀଙ୍କର ଉପବାସର ଦିନ ମାନାଯାଏ। କାରଣ ଶୁକ୍ରବାର ମା ଲକ୍ଷ୍ମୀଙ୍କର ପ୍ରିୟ ବାର ହୋଇଥାଏ। ଏଥିପାଇଁ ଶୁକ୍ରବାର ଦିନ ମା ଲକ୍ଷ୍ମୀଙ୍କୁ ଭକ୍ତିରେ ବିଧି ବିଧାନ ପୂର୍ବକ ପୂଜା କରନ୍ତୁ। ଏଥିପାଇଁ ଏହା ଦ୍ବାରା ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି। ଆମର ସମସ୍ତ ମନସ୍କାମନା ପୂରଣ କରିଥାନ୍ତି।

ଘରର ମୁଖ୍ୟ ଦ୍ୱାର ସାମ୍ନାରେ ସର୍ବଦା ରଙ୍ଗଲିରେ ସଜେଇ ଦିଅନ୍ତୁ। ମୁଖ୍ୟ ଦ୍ୱାର ଏବଂ ଆଖ ପାଖ ସର୍ବଦା ସଫା ରଖନ୍ତୁ। ଘରର ମୁଖ୍ୟ ଦ୍ୱାର ସାମ୍ନାରେ ଚପଲ ଜୂତା ରଖନ୍ତୁ ନାହିଁ କି ଅପରିଷ୍କାର ଜିନିଷ ପକେଇ ରଖନ୍ତୁ ନାହିଁ। ମୁଖ୍ୟ ଦ୍ଵାରର ସୁନ୍ଦରତା ଯୋଗୁ ହିଁ ସେହି ଘରର ପରିସ୍ଥିତି କେମିତି ଜଣା ପଡିଥାଏ। ମା ଲକ୍ଷ୍ମୀ ସେହି ଘରକୁ ପ୍ରବେଶ କରିଥାନ୍ତି ଯେଉଁଠି ସୁନ୍ଦର ପରିଷ୍କାର ସ୍ୱଚ୍ଛ ଥାଏ। ଏଥିପାଇଁ ଘରର ମୁଖ୍ୟ ଦ୍ଵାରକୁ ସର୍ବଦା ସଫା ଏବଂ ସ୍ୱଚ୍ଛ ରଖନ୍ତୁ।

ଘରକୁ ଆସିଥିବା ଅତିଥିଙ୍କର ଭଲ ଭାବରେ ଆଦର ସତ୍କାର ସହିତ ସ୍ୱାଗତ କରନ୍ତୁ। ଘରକୁ ଆସିଥିବା ଅତିଥୀଙ୍କର ସମ୍ମାନ କରନ୍ତୁ ତାଙ୍କ ଉପରେ ବିନା କାରଣରେ କ୍ରୋଧ କରିବା ଉଚିତ ନୁହେଁ। ଧ୍ୟାନ ରଖିବେ ଭଗବାନ ବେଳେବେଳେ ଏମିତି ରୂପରେ ଘରକୁ ଆସିଥାନ୍ତି। ଏଥିପାଇଁ ଘରକୁ ଆସିଥିବା ଅତିଥିଙ୍କର ଆଦର ସମ୍ମାନ କରନ୍ତୁ।

ଘରର ବଡ଼ ଲୋକ ମହିଳା ଏବଂ କନ୍ୟା ମାନଙ୍କର କେବେବି ଅପମାନ କରନ୍ତୁ ନାହିଁ। ଏବଂ ସର୍ବଦା ତାଙ୍କର ସମ୍ମାନ କରନ୍ତୁ। ବିନା କାରଣରେ ଘରର କୌଣସି ସଦସ୍ୟଙ୍କ ଉପରେ ଛୋଟ ହୁଅନ୍ତୁ କିମ୍ବା ବଡ଼ କେବେବି ଅପମାନ କରନ୍ତୁ ନାହିଁ। ତାଙ୍କର ଧ୍ୟାନ ରଖିବା ଉଚିତ।

କାହାରି ସହିତ ପ୍ରତାରଣା ବେଇମାନି ଏବଂ ଦୁର୍ବ୍ୟବହାର କରନ୍ତୁ ନାହିଁ କି କାହାରି କମଜୋରିର ଫାଇଦା ଉଠାନ୍ତୁ ନାହିଁ। ଏହି କଥା ସବୁ ମା ଲକ୍ଷ୍ମୀଙ୍କୁ ଅପ୍ରିୟ ହୋଇଥାଏ। ଅପମାନିତ ଏବଂ ଦୁର୍ବ୍ୟବହାର ହୋଇଥିବା ଲୋକଙ୍କର ଅଭିଶାପ ସିଧା ଭଗବାନଙ୍କ ପର୍ଯ୍ୟନ୍ତ ପହଁଚି ଥାଏ। ଆଉ ଏହାର କୁପ୍ରଭାଵ ଆପଣଙ୍କ ସହିତ ଆପଣଙ୍କ ଘରର ସଦସ୍ୟଙ୍କୁ ଭୋଗିବାକୁ ପଡିଥାଏ।

ଘରର ବାତାବରଣକୁ ଆନନ୍ଦରେ ରଖିବାକୁ ଚେଷ୍ଟା କରନ୍ତୁ। ଘରେ ବିନା କାରଣରେ ଝଗଡା ନହେଉ। ଏହି କଥାର ଧ୍ୟାନ ରଖନ୍ତୁ। ଯେଉଁ ଘରେ ସବୁବେଳେ କଳହ ହୋଇଥାଏ ସେହି ଘରେ ମା ଲକ୍ଷ୍ମୀ କେବେବି ବାସ କରନ୍ତି ନାହିଁ।

ଟଙ୍କା ଧନ ସମ୍ପତ୍ତିର ସବୁବେଳେ ସମ୍ମାନ କରନ୍ତୁ। ଗର୍ବ କରନ୍ତୁ ନାହିଁ କି ଅନାବଶ୍ୟକ କାର୍ଯ୍ୟରେ ଖର୍ଚ୍ଚ କରନ୍ତୁ ନାହିଁ। ଟଙ୍କାର ଅପବ୍ୟବହାର କେବେବି କରନ୍ତୁ ନାହିଁ। ଟଙ୍କାକୁ ମା ଲକ୍ଷ୍ମୀଙ୍କର ସ୍ୱରୂପ ଭାବି ଭଲ ଭାବରେ ରଖନ୍ତୁ ଆଉ ଶୁଭ କାର୍ଯ୍ୟରେ ଟଙ୍କା ଖର୍ଚ୍ଚ କରନ୍ତୁ।

ନିଜ ଘରର ମୁଖ୍ୟ ଦ୍ୱାରରେ ପାଣି ଭର୍ତ୍ତି କରି ରଖନ୍ତି ତ ଏହାକୁ ଅଶୁଭ ମାନାଯାଏ। କେବେବି ଘରର ମେନ ଗେଟ ପାଖରେ ପାଣି ଭର୍ତ୍ତି ପାତ୍ର ରଖିବା ଉଚିତ ନୁହେଁ। ପାଣି ଉତ୍ତର-ପୂର୍ବ କିମ୍ବା ଦକ୍ଷିଣ-ପୂର୍ବ ଦିଗରେ ରଖିବା ଶୁଭ ହୋଇଥାଏ।

ଘରର ଆଖପାଖରେ ପ୍ରକୃତି ରହିବା ଉଚିତ କିନ୍ତୁ ଘର ପାଖରେ ମୋଟା ଏବଂ ବଡ଼ ଗଛ ରଖନ୍ତୁ ନାହିଁ। ବାସ୍ତୁ ଅନୁସାରେ ଘର ପାଖରେ ମୋଟା ଏବଂ ବଡ଼ ଗଛ ପଜିଟିଭ ପବନକୁ ଆସିବାକୁ ଅଟକାଇ ଥାଏ।

କେବେବି ଘରେ ଗୋଟେ ସିଧାରେ ୩ ଟି କବାଟ ରଖିବା ଉଚିତ ନୁହେଁ। ଏହା ଦ୍ବାରା ଘରକୁ ନେଗେଟିଭ ଏନର୍ଜୀ ତ ଆସିଥାଏ ଏହା ସହିତ ଏହା ଦ୍ବାରା ଘରର ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିଥାଏ।

କେବେବି ଗେଟ ପଛରେ କ୍ୟାଲେଣ୍ଡର ଲଗେଇବା ଉଚିତ ନୁହେଁ।

ପୂଜା ଘରକୁ ଏମିତି ଜାଗାରେ ନିର୍ମାଣ କରନ୍ତୁ ଯେଉଁଠି ଶୌଚାଳୟ କିମ୍ବା ବାଥରୁମର କବାଟ କିମ୍ବା କାନ୍ଥ ଥିବ।

ପୂଜା ଘରକୁ ସିଡି ତଳେ ନିର୍ମାଣ କରିବା ଦ୍ୱାରା ବାସ୍ତୁଦୋଷ ଲାଗିଥାଏ।

ବେଡ଼ରୁମରେ ଅଇଁଠା ବାସନ ରଖନ୍ତୁ ନାହିଁ। ଯଦି ବେଡ଼ ରୁମରେ ଖାଦ୍ୟ ଖାଆନ୍ତି ତ ଖାଇବା ପରେ ତୁରନ୍ତ ବାସନକୁ ରୁମରୁ ବାହାର କରିଦେବା ଉଚିତ। ଏମିତି ନକଲେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ବାଦ ବିବାଦ ହୋଇଥାଏ।

ଘରର ବିଛଣାରେ ଅଧିକ ଚମକୁ ଥିବା ଚାଦର ପକେଇବେ ନାହିଁ ହାଲକା ରଙ୍ଗର ଚାଦର ପକେଇବେ। ନଚେତ ମା ଲକ୍ଷ୍ମୀ କ୍ରୋଧିତ ହୋଇଥାନ୍ତି।

ବେଡ଼ ପାଖରେ କୌଣସି ପ୍ରକାରର ବିଦ୍ୟୁତ ଜିନିଷ ରଖନ୍ତୁ ନାହଁ। ଏହା ବାସ୍ତୁ ହିସାବରେ ଠିକ ନୁହେଁ। ଏହା ଦ୍ବାରା ମା ଲକ୍ଷ୍ମୀ ଘରକୁ ଆସନ୍ତି ନାହିଁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *