Excuse Me Odisha

ଯାହା କହିବୁ ସତ କହିବୁ

ଅଧିକ ଧନଲାଭ କରିବା ପାଇଁ ମାର୍ଚ୍ଚ ୧୪ ତାରିଖ ଦିନ କରନ୍ତୁ ଏହି ଉପାୟ , ଖୋଲିଯିବ ଆପଣଙ୍କର ଭାଗ୍ୟ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ଵାଗତ ଜଣାଉଛୁ।ହିନ୍ଦୁ ଦେଶ ମଧ୍ୟରେ ଅନେକ ପର୍ବପର୍ବାଣୀ ପାଳନ କରାଯାଇଥାଏ। ଏହାସହିତ ହିନ୍ଦୁଧର୍ମରେ ଏକାଦଶୀ ବ୍ରତକୁ ବିଶେଷ ମହତ୍ୱ ଦିଆଯାଇଥାଏ।ବର୍ଷର ପ୍ରତ୍ୟେକ ମାସରେ ଦୁଇଟି ଏକାଦଶୀ ତିଥି ପଡ଼ିଥାଏ। ପ୍ରତ୍ୟେକ ଏକାଦଶୀର ଅଲଗା ଅଲଗା ମହତ୍ୱ ରହିଛି।କହିବାକୁ ଗଲେ ଏକାଦଶୀକୁ ଭଗବାନ ବିଷ୍ଣୁଙ୍କୁ ସମର୍ପିତ ଅଟେ।

ଏହିଦିନ ବ୍ରତ କରିବା ଦ୍ୱାରା ଅନେକ ଶୁଭ ଫଳ ମିଳିବା ସହିତ ସମସ୍ତ ପାପରୁ ମୁକ୍ତି ମିଳିଥାଏ। ଫାଲ୍ଗୁନ ମାସ ଶୁକ୍ଳ ପକ୍ଷ ଏକାଦଶୀକୁ ଅଁଳା ଏକାଦଶୀ ବା ଅମାଳିକ ଏକାଦଶୀ କୁହାଯାଏ। ଏହିଦିନ ଭଗବାନ ବିଷ୍ଣୁଙ୍କୁ ବିଧି ବିଧାନ ଅନୁସାରେ ପୂଜାର୍ଚ୍ଚନା କରାଯାଏ ଏବଂ ଅଁଳା ଗଛର ପୂଜା ମଧ୍ୟ କରାଯାଏ। ଏହିବର୍ଷ ମାର୍ଚ୍ଚ ୧୪ ତାରିଖ ସୋମବାର ଦିନ ଅମାଳିକ ଏକାଦଶୀ ପଡୁଛି। ଏହିଦିନ ଭଗବାନ ବିଷ୍ଣୁଙ୍କୁ ବିଧି ବିଧାନ ଅନୁସାରେ ପୂଜାର୍ଚ୍ଚନା କଲେ, କୃପା ଲାଭ ହୋଇଥାଏ। ଏହାସହିତ ଘରେ ଧନସଂପତ୍ତି ବୃଦ୍ଧି ହୋଇଥାଏ।

ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି ଏହି ଅଁଳା ବା ଅମାଳିକ ଏକାଦଶୀ ଦିନ କେଉଁ ବିଶେଷ ଉପାୟ କଲେ ଆପଣ ଲଭବାନ ହୋଇ ପାରିବେ। ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା। ଉପାୟ ଗୁଡ଼ିକ ହେଉଛି –

୧/ ଅମାଳିକ ଏକାଦଶୀ ଦିନ ଘରେ ଅଁଳା ଗଛ ଲଗାଇବା ଉଚିତ। ଏଭଳି କରିବା ଦ୍ଵାରା ଆପଣ ସବୁ କାର୍ଯ୍ୟରେ ସଫଳତା ଅର୍ଜନ କରିବେ। ଏହାସହିତ ଧନ ସଂପତ୍ତି ଅଧିକାରୀ ହେବେ।

୨/ ଏହି ଏକାଦଶୀ ଦିନ ୨୧ଟି ସତେଜ ହଳଦିଆ ଫୁଲରେ ମାଳା ପ୍ରସ୍ତୁତ କରି ଭଗବାନ ବିଷ୍ଣୁଙ୍କୁ ଅର୍ପଣ କରନ୍ତୁ। ଏଭଳି କରିବା ଦ୍ୱାରା ଭଗବାନ ବିଷ୍ଣୁ ସନ୍ତୁଷ୍ଟ ହୋଇ ଆଶୀର୍ବାଦ ପ୍ରଦାନ କରିଥାନ୍ତି ଏବଂ ଜୀବନରେ ଆପଣଙ୍କୁ ସବୁ କାର୍ଯ୍ୟରେ ସଫଳତା ମିଳିବ।

୩/ ଏହି ଏକାଦଶୀ ଦିନ ଭଗବାନ ବିଷ୍ଣୁଙ୍କୁ ଅଁଳା ଅର୍ପଣ କରିବା ସହିତ ନିଜେ ଖାଇଲେ ଆପଣଙ୍କର ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ

୪/ ଯଦି ଆପଣ ଦେବୀ ଲକ୍ଷ୍ମୀଙ୍କ କୃପା ଓ ଅଧିକ ଧନଲାଭ କରିବା ପାଇଁ ଚାହୁଁଛନ୍ତି, ତାହେଲେ ଏହି ଅଁଳା ଏକାଦଶୀ ଦିନ ଗୋଟେ ଆଖି ଥିବା ନଡ଼ିଆ ଦେବୀଙ୍କୁ ଅର୍ପଣ କରନ୍ତୁ। ପୂଜାର୍ଚ୍ଚନା କରିବା ପରେ ହଳଦିଆ ରଙ୍ଗର କପଡ଼ାରେ ଏହାକୁ ବାନ୍ଧି ନିଜ ପାଖରେ ରଖନ୍ତୁ। ଦେଖିବେ ଆପଣଙ୍କୁ ନିଶ୍ଚିତ ଭାବରେ ସୁଫଳ ମିଳିବ।

୫/ ଏହି ଅଁଳା ଏକାଦଶୀ ଦିନ ଅଁଳା ଗଛରେ ଜଳ ଅର୍ପଣ କଲେ, ଆପଣଙ୍କର କାର୍ଯ୍ୟକ୍ଷେତ୍ରରେ ସୃଷ୍ଟି ହେଉଥିବା ସମସ୍ତ ସମସ୍ୟା ଦୂର ହୋଇ ଯାଇଥାଏ।

୬/ ପତି-ପତ୍ନୀଙ୍କ ମଧ୍ୟରେ ସର୍ବଦା କଳହ ଲାଗି ରହୁଥିଲେ, ଅଁଳା ଗଛରେ ସାତ ଥର ଲାଲ ସୂତା ଗୁଡାନ୍ତୁ ଓ ଘିଅର ଦୀପ ଜଳାନ୍ତୁ।

ବନ୍ଧୁଗଣ, ଏହି ପୋଷ୍ଟଟିକୁ ନିଶ୍ଚିତ ଭାବରେ ସମସ୍ତଙ୍କୁ ସେୟାର କରନ୍ତୁ। ଆଗକୁ ଆମ ସହିତ ରହିବା ପାଇଁ ଆମ ଫେସବୁକ ପେଜକୁ ଲାଇକ କରନ୍ତୁ। ଧନ୍ୟବାଦ୍!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *