Excuse Me Odisha

ଯାହା କହିବୁ ସତ କହିବୁ

ସକାଳୁ ଉଠି କରନ୍ତୁ ଏହି ୬ ଟି କାମ,ଭାଗ୍ୟ ଖେଳି ଉଠିବ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ସକାଳୁ ଉଠି କରନ୍ତୁ ଏହି ୬ ଟି କାମ ଭାଗ୍ୟ ଖେଳି ଉଠିବ।

ବାସ୍ତୁ ଶାସ୍ତ୍ର ଅନୁସାରେ ଯଦି ଆପଣ ନିଜ ଭାଗ୍ୟ କୁ ଖୋଲିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ସକାଳୁ ଉଠିବା ମାତ୍ରେ ଏହି ୬ ଟି କାମ ନିଶ୍ଚିତ କରିବା ଦରକାର।ଘରର ଗୁରୁଜନ ଲୋକମାନେ ବହୁତ କିଛି ଶିକ୍ଷା ଦେଇଥାନ୍ତି ଯାହାଦ୍ଵାରା ଜୀବନରେ କିଛି ସମସ୍ୟା ନ ଆସିବ। ଆମ ଦେଶ ଓ ସମାଜରେ ସଂସ୍କାରକୁ ଅଧିକ ମହତ୍ତ୍ଵ ଦିଆଯାଇଛି।

ଏହିସବୁ କାମ କେବଳ ଭଲ ପାଇଁ ହୋଇନଥାଏ ବରଂ ଆପଣଙ୍କ ଉନ୍ନତିକୁ ବି ପ୍ରଭାବିତ କରିଥାଏ। ଶାସ୍ତ୍ରରେ ବି କିଛି କଥା କୁହାଯାଇଛି ଯାହାକୁ ପୁରା କରିଲେ ଆପଣଙ୍କ ଦିନ ଭଲ ହୋଇଯିବ। ଆଜି ଆମେ ଆପଣଙ୍କୁ ଏମିତି କିଛି ଉପାୟ କହିବାକୁ ଯାଉଛୁ ଯାହାକୁ କରିବା ଦ୍ଵାରା ଆପଣଙ୍କର ଧନ ଲାଭ ହେବା ସହିତ ମାନ ସମ୍ମାନରେ ମଧ୍ୟ ଉନ୍ନତି ଆସିବ। ତେବେ ଆସନ୍ତୁ ଜାଣିବା ବିଛଣା ଛାଡ଼ିବା ପରେ କଣ ଭଲ କାମ ଅଛି ସବୁଠାରୁ ପ୍ରଥମେ କରିବା ଉଚିତ।

ଶାସ୍ତ୍ର ଅନୁସାରେ ସକାଳୁ ଉଠିବା ମାତ୍ରେ ସର୍ବପ୍ରଥମେ ଦୁଇ ହାତର ଦର୍ଶନ କରିବା ଉଚିତ। ଗୋଡ ତଳେ ପକାଇବା ଆଗରୁ ପୃଥି ମାଙ୍କୁ କ୍ଷମା ମାଗିବା ଉଚିତ କାରଣ ପୃଥିବୀ କୁ ଆମର ମା ବୋଲି କୁହାଯାଇଛି। ଏମିତି କରିବା ଦ୍ୱାରା ଆପଣଙ୍କ ସବୁ ଦୋଷ ଦୂର ହେବା ସହ ଶରୀରରେ ସକରାତ୍ମକ ଉର୍ଯା ଆସିଥାଏ।

ପ୍ରତିଦିନ ସକାଳୁ ଉଠି ଗାଧେଇବା ନିହାତି ଆବଶ୍ୟକ ଏବଂ ସ୍ନାନ କରିବା ସମୟରେ ସବୁ ତୀର୍ଥ ସ୍ଥଳ ଓ ପବିତ୍ର ନଦୀ ମାନଙ୍କର ନାମ ଜପ କରିବା ଉଚିତ। ଏମିତି କରିବା ଦ୍ୱାରା ଆପଣଙ୍କୁ ସବୁ ତୀର୍ଥ ର ପୁଣ୍ୟ ମିଳିଥାଏ। ଯଦି ସମ୍ଭବ ହୋଇପାରେ ତେବେ ପ୍ରତିଦିନ ଗାଧେଇବା ସମୟରେ ପାଣିରେ ଗଙ୍ଗା ଜଳ ମିଶାଇ ଗାଧେଇବା ବହୁତ ଶୁଭ ହୋଇଥାଏ। ସ୍ନାନ କରି ସାରିବା ପରେ ତମ୍ବା ପାତ୍ର ରେ ଜଳ ପୂର୍ଣ୍ଣ କରି ସୂର୍ଯ୍ୟ ଦେବତା ଙ୍କୁ ଜଳ ଅର୍ପଣ କରିବା ଉଚିତ।

ଏମିତି କରିବା ଦ୍ୱାରା ଦିନ ବହୁତ ଭଲରେ କଟିଥାଏ ଓ ଆତ୍ମା ଓ ମନକୁ ଉର୍ଯା ମିଳିଥାଏ ଏବଂ ସୂର୍ଯ୍ୟଙ୍କ ପ୍ରଭାବ ଆପଣଙ୍କ ବୁଦ୍ଧି ଉପରେ ପଡ଼ିଥାଏ। ମାନ ସମ୍ମାନ ବୃଦ୍ଧି ହେବା ସହ ଆର୍ଥିକ ବୃଦ୍ଧି ମଧ୍ୟ ହୋଇଥାଏ। ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରି ସାରିବା ପରେ ତୁଳସୀ ମା ଙ୍କୁ ଜଳ ଅର୍ପଣ କରିବା ଦରକାର ଓ ଘରର ମନ୍ଦିରରେ ପୂଜା ପାଠ କରିବା ଆବଶ୍ୟକ। ଯଦି ସମ୍ଭବ ହୋଇପାରେ ଗାଈ କୁ ରୋଟି ଖାଇବାକୁ ଦେବେ

ଏମିତି କରିବା ଦ୍ୱାରା ଘରେ ସବୁବେଳେ ସୁଖ ଲାଗି ରହିଥାଏ ଏବଂ ଧନର ଅଭାବ ହୋଇନଥାଏ । ଶେଷରେ ଯଦି ଆପଣ ଅଫିସ କିମ୍ବା ବ୍ୟବସାୟ କୁ ବାହାରୁଛନ୍ତି ତେବେ ସେହି ସମୟରେ ମା ବାପା ଙ୍କ ଆଶୀର୍ବାଦ ନେଇ ବାହାରିବା ଉଚିତ । ବାସ୍ତୁଶାସ୍ତ୍ରରେ ଏହି ୬ ଟି କାମ ସକାଳୁ ଉଠି କରିବା ପାଇଁ କୁହାଯାଇଛି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *