Excuse Me Odisha

ଯାହା କହିବୁ ସତ କହିବୁ

ଏହି ମାସରେ ବଦଳିବାକୁ ଯାଉଛି ୪ ଗୋଟି ରାଶିର ଭାଗ୍ୟ। ରାହୁ ଗ୍ରହଙ୍କ କୃପା ଦୃଷ୍ଟି ପଡ଼ିବାକୁ ଯାଉଛି

ସେୟାର୍ କରନ୍ତୁ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ରାହୁ ଏକ ପାପୀ ଓ କ୍ରୂର ଗ୍ରହ ଅଟେ। ଏହା ଯେଉଁ ବ୍ୟକ୍ତିର କୁଣ୍ଡଳୀରେ ଖରାପ ସ୍ଥିତିରେ ଚାଲିଥାଏ, ସେହି ବ୍ୟକ୍ତି ଉପରେ ଅନେକ ବିପଦ, ଶାରୀରିକ ଓ ମାନସିକ ଦୁଶ୍ଚିନ୍ତା, ଗମ୍ଭୀର ରୋଗ ଆଦି ଗ୍ରାସ କରିଥାଏ। କିନ୍ତୁ କଣ ଆପଣ ମାନେ ଜାଣିଛନ୍ତି କି ରାହୁ ଗ୍ରହକୁ ଧାର୍ମିକ ଯାତ୍ରା ଓ ରାଜନୀତିର କାରକ ଗ୍ରହ ବୋଲି ମାନା ଯାଇଥାଏ।

ରାହୁ ଗ୍ରହକୁ ନେଇ ଅଧିକାଂଶ ଲୋକଙ୍କ ମନରେ ଶନିଦେବଙ୍କ ଭଳି ଭୟ ରହିଥାଏ। କିନ୍ତୁ ରାହୁ ଗ୍ରହ ସବୁବେଳେ ଅଶୁଭ ଫଳ ଦେଇ ନଥାଏ। ୧୮ ମାସ ପରେ ରାହୁ ୨୦୨୨ର ଜୁଲାଇ ମାସ ୧୨ ତାରିଖରେ ଧୀର ଚଳନ କରି ନିଜ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି।ଏହାର ପ୍ରଭାବ ୪ ଗୋଟି ବିଶେଷ ରାଶି ଉପରେ ପଡ଼ିବାକୁ ଯାଉଛି। ତେବେ ଆସନ୍ତୁ ସେହି ବିଷୟରେ ଜାଣିବା।

ମିଥୁନ ରାଶି :-

ଏହି ରାଶିର ଲୋକଙ୍କ ପାଇଁ ରାହୁ ଗ୍ରହର ରାଶି ପରିବର୍ତ୍ତନ ଶୁଭ ସାବ୍ୟସ୍ତ ହେବ। କଠିନ ପରିଶ୍ରମ ପରେ ଆପଣଙ୍କୁ ଉଚିତ ଫଳ ମିଳିବ।ସାମାଜିକ କାର୍ଯ୍ୟକ୍ରମରେ ଯୋଗଦାନ କରି ପାରନ୍ତି। ଯଦି ଆପଣ କୌଣସି ନୂଆ ବ୍ୟବସାୟ ଆରମ୍ଭ କରିବା ପାଇଁ ଚାହୁଁଛନ୍ତି, ତାହେଲେ ଏହି ସମୟ ଆପଣଙ୍କ ପାଇଁ ଅନୁକୂଳ ଅଟେ। ଚାକିରି କରୁଥିବା ଲୋକଙ୍କୁ ପଦୋନ୍ନତୀ ମିଳିବାର ସମ୍ଭାବନା ରହିଛି। ଅଚାନକ ଆପଣଙ୍କୁ ଧନ ପ୍ରାପ୍ତି ହେବାର ସଂକେତ ମିଳୁଛି।

କର୍କଟ ରାଶି :-

ରାହୁ ଗ୍ରହର ରାଶି ପରିବର୍ତ୍ତନ ଏହି ରାଶିର ଲୋକଙ୍କ ପାଇଁ ଅନୁକୂଳ ସାବ୍ୟସ୍ତ ହେବ।ଆପଣଙ୍କର ଆର୍ଥିକ ସ୍ଥିତି ସୁଦୃଢ଼ ହେବ।ଅଧିକ ଉପାର୍ଜନ କରିବା ପାଇଁ ଆପଣଙ୍କୁ ନୂତନ ଅବସର ପ୍ରାପ୍ତ ହେବ।ବ୍ୟବସାୟରେ ଲାଭବାନ ହେବେ। ବରିଷ୍ଠ ଅଧିକାରୀ ଆପଣଙ୍କ କାର୍ଯ୍ୟ ଶୈଳୀରେ ପ୍ରସନ୍ନ ହେବେ।ଆପଣଙ୍କର ଅନେକ ଦିନରୁ ଅଟକି ରହିଥିବା କାର୍ଯ୍ୟ ସମ୍ପନ୍ନ ହେବ। ସନ୍ତାନ ସୁଖ ଭୋଗ କରି ପାରନ୍ତି।କୌଣସି ସ୍ଥାନରୁ ସୁଖଦ ସମାଚାର ମିଳିପାରେ। ଋଣ ଦେଇଥିବା ଟଙ୍କା ଆପଣ ସଠିକ ସମୟରେ ଫେରସ୍ତ ପାଇବେ।

ବିଛା ରାଶି :-

ରାହୁ ଗ୍ରହର ରାଶି ପରିବର୍ତ୍ତନ ଏହି ରାଶିର ଲୋକଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ। ଚାକିରି ଖୋଜୁଥିବା ଲୋକଙ୍କୁ ଆଶାନୁରୂପ ଚାକିରି ମିଳିବ।ନୂଆ ବ୍ୟବସାୟ ଆରମ୍ଭ କରିବା ପାଇଁ ଏହି ସମୟ ଅତ୍ୟନ୍ତ ଅନୁକୂଳ ଅଟେ। ସଠିକ ସ୍ଥାନରେ ନିବେଶ କରନ୍ତୁ, ଲାଭବାନ ହେବେ।ପ୍ରେମ ମାମଲାରେ ସଫଳତା ମିଳିବ।ପରିବାରରେ ସୁଖଶାନ୍ତିର ମାହୋଲ ରହିବ।କୌଣସି ପୁରୁଣା ବନ୍ଧୁଙ୍କ ସହିତ ଦେଖାସାକ୍ଷାତ ହୋଇପାରେ। ଚାକିରୀରେ ପଦୋନ୍ନତୀ ଲାଭ କରିବେ।

କୁମ୍ଭ ରାଶି :-

ରାହୁ ଗ୍ରହର ରାଶି ପରିବର୍ତ୍ତନ ଏହି ରାଶିର ଲୋକଙ୍କ ପାଇଁ ଅନୁକୂଳ ରହିବ। ଆମଦାନୀରେ ବୃଦ୍ଧି ହେବ। ଭାଗ୍ୟ ସର୍ବଦା ଆପଣଙ୍କ ସପକ୍ଷରେ ରହିବ।ଆପଣ ଯେଉଁ କାର୍ଯ୍ୟ କରିବେ, ସବୁଥିରେ ସଫଳତା ହାସଲ କରିବେ।ବ୍ୟବସାୟରେ ଅଗ୍ରଗତି କରିବେ।ସେୟାର ମାର୍କେଟରୁ ଫାଇଦା ମିଳିବ।ପ୍ରେମୀ ଯୁଗଳଙ୍କର ବିବାହ ହେବାର ଯୋଗ ରହିଛି।ଅଚାନକ ଧନଲାଭ ହେବାର ସମ୍ଭାବନା ରହିଛି।ପିତାମାତାଙ୍କର ଆଶୀର୍ବାଦ ସର୍ବଦା ଆପଣଙ୍କ ଉପରେ ରହିବ।ଭୌତିକ ସୁଖ ସୁବିଧାରେ ବୃଦ୍ଧି ହେବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *