Excuse Me Odisha

ଯାହା କହିବୁ ସତ କହିବୁ

ଯେଉଁ ଘରେ ଥାଏ ଏହି ଏହି ଚମତ୍କାରି ଗଛ,ସେଇ ଘରେ ଗାଡି ବଙ୍ଗଳା ବ୍ୟାଙ୍କ ବାଲାନ୍ସ ସବୁକିଛି ଭରି ରହିଥାଏ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଯେଉଁ ଘରେ ଥାଏ ଏହି ଏହି ଚମତ୍କାରି ଗଛ ଗାଡି ବଙ୍ଗଳା ବ୍ୟାଙ୍କବାଲାନ୍ସ ଏବଂ ଥାଏ ସବୁକିଛି।

ଆଜିର ଏହି ପୋଷ୍ଟ8 ଜାଣିବା କେଉଁ ଗଛ ଘରେ ନିଶ୍ଚୟ ଲଗାଇବା ଉଚିତ ଯାହା ଦ୍ୱାରା ମିଳିଥାଏ ଭଗବାନ ଶିବଙ୍କର କୃପା। ଏହା ସହିତ ଜାଣିବା କେଉଁ ଗଛ ଘରେ ରହିଲେ ଦେଇଥାଏ ନକରାତ୍ମକତା। ଭୁଲରେ ଏହି ଗଛକୁ ଘରେ ରହିବାକୁ ଦିଅନ୍ତୁ ନାହିଁ।

ବନ୍ଧୁଗଣ ଗଛ ଲତା ଲଗାଇବାର ଧାର୍ମିକ ଏବଂ ବୈଜ୍ଞାନିକ ମହତ୍ୱ ରହିଛି । ଢବୈଜ୍ଞାନିକ ଦୃଷ୍ଟିକୋଣରୁ ଦେଖାଯାଏ ତ ଗଛ ଏବଂ ବନସ୍ପତି ଦ୍ୱାରା ଆମକୁ ଉପଯୋଗୀ ଜୀବନର ପ୍ରତ୍ୟକ ବସ୍ତୁ ମିଳିଥାଏ। ଆମର ଜୀବନ ବୃକ୍ଷଲତା ଉପରେ ନିର୍ଭର କରିଥାଏ। କାରଣ ବୃକ୍ଷ ଲତା ଠାରୁ ଆମକୁ ପ୍ରାଣ ବାୟୁ ଅମ୍ଳଜାନ ମିଳିଥାଏ। ଯାହା ଦ୍ୱାରା ଆମର ବାତାବରଣ ଶୁଦ୍ଧ ରହିଥାଏ। ମସ୍ତିଷ୍କକୁ ବି ଶାନ୍ତ ରଖିଥାଏ।

ଧାର୍ମିକ ଡ଼ତିଷ୍ଟିକୋଣରୁ ଦେଖାଯାଏ ତ କୁହାଯାଏ ଗଛ ଲତା ଘରର ନକରାତ୍ମକ ଉର୍ଜାକୁ ଦୂର କରି ଘରେ ସୁଖ ସମୃଦ୍ଧି ନେଇ ଆସିଥାଏ। ଏଥିପାଇଁ ଆପଣ ନିଜ ଘରେ ଏହି ଗଛକୁ ନିଶ୍ଚୟ ଲଗାନ୍ତୁ। ଏହାକୁ ଗାଇଲେ ଆପଣଙ୍କର କୌଣସି ଧନ ସମ୍ବଦ୍ଧିତ ସମସ୍ୟା କେବେବି ଆସିବ ନାହିଁ। ଘରେ ସକାରାତ୍ମକ ଉର୍ଜାର ସଞ୍ଚାର ପାଇଁ ବାସ୍ତୁର କୁହାଯାଇଥିବା ଏହି ଗଛ ଶୁଭ ପ୍ରଭାବ ପକାଇଥାନ୍ତି। ଘରେ ସକରାତ୍ମକ ଉର୍ଜାର ସଞ୍ଚାର ପାଇଁ ଏହି ଗଛକୁ ଘରେ ନିଶ୍ଚୟ ଲଗାନ୍ତୁ। ଘରର ଆଖପାଖରେ ନକାରାତ୍ମକ ଉର୍ଜା ବି ସମାପ୍ତ ହୋଇଯାଏ।

ବାସ୍ତୁଶାସ୍ତ୍ରର ମଧ୍ୟ ବୃକ୍ଷଲତାର ବହୁତ ମହତ୍ତ୍ୱ କୁହାଯାଇଛି। ବାସ୍ତୁଶାସ୍ତ୍ର ଅନୁସାରେ କିଛି ଗଛଲତା ଅଛି ଯାହା ଆମ ପାଇଁ ବହୁତ ଶୁଭ ହୋଇଥାଏ। ତା ସହିତ ଏପରି କିଛି ଗଛ ପତ୍ର ଥାନ୍ତି ଯାହା ଆମର ଜୀବନ ଉପରେ ନକରାତ୍ମକ ପ୍ରଭାବ ଢାଳି ଥାନ୍ତି। ଏଥିପାଇଁ ଏହି ଗଛପତ୍ରକୁ ଆପଣଙ୍କ ଘରେ କଦାପି ଘରେ ଲଗାଇବା ଉଚିତ ନୁହେଁ। ଆଜିର ପୋଷ୍ଟରେ ଆମେ ଆପଣଙ୍କୁ ଏପରି କିଛି ଗଛ ବିଷୟରେ ଜଣେଇବୁ ଯାହା ବିଷୟରେ ବାସ୍ତୁଶାସ୍ତ୍ରରେ କୁହାଯାଇଛି।

ସର୍ବପ୍ରଥମେ ଏପରି କିଛି ଗଛପତ୍ର ବିଷୟରେ ଜାଣିବା ଯାହା ଆମ ଜୀବନ ଉପରେ ଶୁଭ ପ୍ରଭାବ ପକାଇଥାନ୍ତି। ଏହାପରେ ଏପରି ଗଛ ବିଷୟରେ ଜାଣିବା ଯାହାକୁ ଆମର ଘରେ ଲଗାଇବା ଉଚିତ ନୁହେଁ।

ମିଠା ନିମ। ଏହାକୁ ଲଗାଇବା ଦ୍ୱାରା ଘରେ ସକାରାତ୍ମକ ଉର୍ଜାର ସଞ୍ଚାର ହୋଇଥାଏ। ଏହାକୁ ଲଗାଇଲେ ଶନି ରାହୁ କେତୁ ପ୍ରସନ୍ନ ରହିଥାନ୍ତି

ପୁଦିନା। ଏହି ଗଛ ଜଡି ବୁଟି ଖରାପ ଉର୍ଜାକୁ ଦୂରରେ ରଖିଥାଏ। ଧନ ଏବଂ ସମୃଦ୍ଧିକୁ ଆକର୍ଷିତ କରିଥାନ୍ତି। ଏହି ଗଛର ପତ୍ରର ସୁଗନ୍ଧ ଶରୀରର ମନକୁ ଶାନ୍ତ ରଖିବାରେ ସାହାର୍ଯ୍ୟ କରିଥାଏ। ଏହି ଗଛ ଘରେ ରହୁଥିବା ସଦସ୍ୟଙ୍କର ଇଚ୍ଛାକୁ ପୁନର୍ଜିବିତ କରିଥାଏ। ଏଥିପାଇଁ ଏହାକୁ ଘରେ ଲଗାଇବା ବହୁତ ଶୁଭ ମାନାଯାଏ।

ଅଁଳା ଗଛ। ଏହି ଗଛ ଭୌତିକ ତତ୍ୱର ଭରପୁର ରହିଥାଏ। ଏହି ଗଛକୁ ଘରେ ଲଗେଇଲେ ମା ଲକ୍ଷ୍ମୀ ସ୍ୱୟଂ ଆସି ଆପଣଙ୍କ ଘରେ ବାସ କରିବେ। ଏହି ଗଛର ଆଖପାଖରେ ସକାରାତ୍ମକ ଉର୍ଜା ଖେଳି ରହିଥାଏ। ଏଥିରେ ମା ଲକ୍ଷ୍ମୀ ଏବଂ ଭଗବାନ ବିଷ୍ଣୁଙ୍କର ବାସ ଥାଏ। ଏଥିପାଇଁ ଘରର ଅଗଣାରେ ଅଁଳା ଗଛ ଲଗାଇଲେ ଘରର ସଦସ୍ୟଙ୍କର ସ୍ୱାସ୍ଥ୍ୟ ସବୁବେଳେ ଭଲ ରହିଥାଏ। ଏବଂ ଘରେ ସକାରାତ୍ମକ ଉର୍ଜାର ବାତାବରଣ ବନି ରହିଥାଏ ଏବଂ ଏହି ଗଛକୁ ପାପ ହରଣକାରୀ ଗଛ ମଧ୍ୟ କୁହାଯାଏ।

ଗଙ୍ଗଶିଉଳି ଫୁଲ ଗଛ। ଏହି ଗଛର ଉତ୍ପତ୍ତି ସମୁଦ୍ର ମନ୍ଥନ ସମୟରେ ହୋଇଥିଲା। ଏହି ଗଛକୁ ଛୁଇଁ ଦେଲେ ସବୁ ଥକାପଣ ଦୂର ହୋଇଥାଏ। ଏହି ଗଛ ଦେବତା ମାନଙ୍କର ସବୁଠାରୁ ଅଧିକ ପ୍ରିୟ ଅଟେ। ଏହି ଗଛ ଯାହା ଘରେ ଥାଏ ତାଙ୍କ ଘରେ ସର୍ବଦା ଦେବତା ମାନଙ୍କର ବାସ ହୋଇଥାଏ। ଏହି ଗଛକୁ ଘର ପାଖରେ ଲଗାବା ଦ୍ୱାରା ଘରେ କେବେବି ଦାରିଦ୍ର୍ୟତା ଆସିନଥାଏ। ଏହି ଗଙ୍ଗଶିଉଳି ଫୁଲ ଗଛ ଘରକୁ ସୁଗନ୍ଧିତ କରିବା ସହିତ ଘରେ ଧନ ଲାଭର କାରଣ ମଧ୍ୟ ହୋଇଥାଏ। ତେଣୁ ଏଥିପାଇଁ ପ୍ରତ୍ୟକ ଲୋକ ନିଜର ବାଡ଼ିରେ ବା ଗାଡେନରେ ଏହି ଗଛ ନିହାତି ଲଗାଇବା ଦରକାର।

ଗୋଲାପ ଫୁଲ। ଏହି ଗଛ ଘରେ ରହିବା ବହୁତ ଶୁଭ ମାନାଯାଏ। ଏହା ଦ୍ବାରା ମା ଲକ୍ଷ୍ମୀ ଆକର୍ଷିତ ହୋଇଥାନ୍ତି। ଏହା ସହିତ ଘରେ ଗେଣ୍ଡୁ ଫୁଲର ଗଛ ମଧ୍ୟ ନିଶ୍ଚୟ ଘରେ ଲଗାନ୍ତୁ। ଏହି ଗଛ ଯେଉଁଠି ଥାଏ ସେଠାରେ କେବଳ ମଙ୍ଗଳ ହିଁ ମଙ୍ଗଳ ହୋଇଥାଏ।

ଅରଖ ଗଛ। ଏହି ଗଛକୁ ଭଗବାନ ଗଣେଶଙ୍କର ପ୍ରତୀକ ବି ମାନାଯାଏ। ଏହି ଗଛକୁ ମଧ୍ୟ ଘରେ ଲଗାଇବାକୁ ବହୁତ ଶୁଭ ମାନାଯାଏ। ଏହି ଗଛର ଫୁଲକୁ ଭଗବାନ ଶିବଙ୍କୁ ଅର୍ପିତ କରାଯାଏ। ଏହି ଗଛ ଆମର ଜୀବନର ଥିବା ବାଧାକୁ ଦୂର କରିଥାଏ। ଏହି ଗଛ ଘରର ମୁଖ୍ୟ ଦ୍ଵାରରେ ଲଗାଇବା ଉଚିତ। ଏହି ଗଛ ରହିଲେ ସେହି ଘରେ କେବେବି କିଛି କମି ରହିବନି। ଯଦି କୌଣସି ବ୍ୟକ୍ତିର ଜନ୍ମ କୁଣ୍ଡଳୀରେ କୌଣସି ଦୋଷ ରହିଥାଏ କିମ୍ବା କୌଣସି ବ୍ୟକ୍ତିକୁ ବାରମ୍ବାର ନଜର ଲାଗୁଥାଏ ତ ଏହି ଗଛ ପତ୍ରର ହାର ବନେଇ ଗଳାରେ ପିନ୍ଧିଲେ ଲାଭ ମିଳିଥାଏ।

ଡାଲିମ୍ବ ଗଛ। ଏହାକୁ ବହୁତ ଶୁଭ ମାନାଯାଏ। ଧ୍ୟାନ ରଖିବେ ଏହାକୁ ଘରର ଦକ୍ଷିଣ- ପଶ୍ଚିମ କୋଣରେ ଲଗାଇବା ଉଚିତ ନୁହେଁ।

ଅଶ୍ଵଗନ୍ଧା। ଏଥିରେ ବହୁତ ଔଷଧୀୟ ଗୁଣ ବି ଅଛି। ଯାହାର ବହୁତ ଲାଭ ଅଛି। ଏହି ଗଛ ଘରେ ରହିଲେ ଶୁଭ ହୋଇଥାଏ ଏବଂ ବାସ୍ତୁ ଦୋଷ ଦୂର ହୋଇଥାଏ। ଏହାକୁ ଘରେ ଲଗାଇଲେ ସୁଖ ସମୃଦ୍ଧି ଆସିଥାଏ।

ଅଶୋକ ଗଛ। ବାସ୍ତୁ ଅନୁସାରେ ଏହାକୁ ଘରେ ଲଗାଇବା ବହୁତ ଲାଭକାରୀ ହୋଇଥାଏ। ଏହି ଗଛ ରହିଲେ ଅନ୍ୟ ଅଶୁଭ ଗଛର ପ୍ରଭାବକୁ ଦୂର କରିଦେଇଥାଏ।

କଦଳୀ ଗଛ। ଏହି ଗଛ ମଧ୍ୟ ଶୁଭ ହୋଇଥାଏ। ଏହା ଘରକୁ ସୁଖ ସମୃଦ୍ଧି ଏବଂ ଖୁସି ଆଣିଥାଏ। କଦଳୀ ଗଛରେ ଭଗବାନ ବିଷ୍ଣୁ ବାସ କରନ୍ତି। ଗୁରୁବାର ଦିନ କଦଳୀ ଗଛକୁ ପୂଜା କଲେ ମା ଲକ୍ଷ୍ମୀଙ୍କ ବାସ ହୋଇଥାଏ। ଏଥିପାଇଁ ଘରର ଐଶ୍ଵଣ୍ୟ କୋଣରେ କଦଳୀ ଗଛ ରହିଲେ ଘରେ ମା ଲକ୍ଷ୍ମୀଙ୍କର ବାସ ହୋଇଥାଏ। ମାନ୍ୟତା ଅଛି ବିଦ୍ୟାର୍ଥୀ ଏହି ଗଛ ମୂଳରେ ବସି ପାଠ ପଢିଲେ ତାଙ୍କର ସବୁ ପାଠ ଶୀଘ୍ର ଶୀଘ୍ର ମନେ ରହିଯାଏ।

ତୁଳସୀ ଗଛ। ଏହି ଗଛକୁ ଧାର୍ମିକ ଆଧ୍ୟାତ୍ମିକ ସାଂସ୍କୃତିକ ଏବଂ ଔଷଧ ଦୃଷ୍ଟିକୋଣରୁ ଅତ୍ୟନ୍ତ ଶୁଭ ଓ ପବିତ୍ର ଗଛ ମାନାଯାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସବୁ ହିନ୍ଦୁ ଘରେ ତୁଳସୀ ଗଛ ଲାଗିବା ଉଚିତ। ଏହି ଗଛ ମା ଲକ୍ଷ୍ମୀଙ୍କର ପ୍ରତୀକ ହୋଇଥାଏ। ଏବଂ ତୁଳସୀର ପତ୍ର ଭଗବାନ ବିଷ୍ଣୁଙ୍କୁ ଅତ୍ୟନ୍ତ ପ୍ରିୟ ଏଥିପାଇଁ ଏହି ଗଛ ଘରେ ରହିଲେ ଆମର ଘର ଧନ ଧାନ୍ୟ ଏବଂ ଆରୋଗ୍ୟରେ କମି ହୁଏ ନାହିଁ। ତୁଳସୀ ଗଛରୁ ନିରନ୍ତର ବାହାରୁଥିବା ଶୁଦ୍ଧ ଏବଂ ସକାରାତ୍ମକ ଉର୍ଜାରେ ଆମର ଜୀବନ ମଧ୍ୟ ସକାରାତ୍ମକ ହଇଯାଏ। ଘରର ଅଗଣାରେ ରଖାଯାଇଥିବା ତୁଳସୀ ଗଛ ଅଶୁଭ ଶକ୍ତିକୁ ଘର ଭିତରକୁ ପ୍ରବେଶ କରିବାକୁ ଦିଏ ନାହିଁ।

ସମୀ ଗଛ। ଏହି ଗଛକୁ ଏମିତି ଜାଗାରେ ଲଗାଇବା ଉଚିତ ଯେମିତିକି ଘରୁ ବାହାରିବା ସମୟରେ ଡାହାଣ ପଟକୁ ରହିବ। ଏହି ଗଛକୁ ପୂଜା କଲେ ଶନିଙ୍କ ପ୍ରକୋପ ପଡିନଥାଏ। ଆପଣଙ୍କ କାମରେ ଆସୁଥିବା ସବୁ ଅସୁବିଧା ଦୂର ହୋଇଥାଏ। ଏହି ଗଛକୁ ଭଗବାନ ଗଣେଶଙ୍କର ପ୍ରିୟ ଗଛ ମାନାଯାଏ। ଏହି ଗଛ ଘରର ସୌନ୍ଦର୍ଯ୍ୟକୁ ବଢ଼ାଇବା ସହିତ ଏହି ଗଛର ଫୁଲ କେବେବି ଘରେ ଧନ ହାନି ହେବାକୁ ଦେଇନଥାଏ। ଆପଣ ଏହି ଗଛକୁ ନିଜ ଘରର ବାଲକୁନିରେ ମଧ୍ୟ ଲଗେଇ ପାରିବେ।

ଆସନ୍ତୁ ଜାଣିବା କେଉଁ ଗଛ ଘରେ ଲଗେଇବା ଉଚିତ ନୁହେଁ।

ଯେଉଁ ଗଛରୁ କ୍ଷୀର ବାହାରୁଥିବ। ବାସ୍ତୁଶାସ୍ତ୍ର ଅନୁସାରେ ଏମିତି ଗଛ ଲତାକୁ ଲଗେଇବେ ନାହିଁ ଯେଉଁଥିରେ କ୍ଷୀର ବହରୁଥିବ। ଏହି ଗଛକୁ ଘରେ ଲଗାଇଲେ ନକରାତ୍ମକତା ଆସିଥାଏ। ଘରେ ଅଶାନ୍ତିର ବାତାବରଣ ଲାଗିରହିଥାଏ। ଏହା ସହିତ ସନ୍ତାନ ବାଧା ବି ହୋଇଥାଏ।

ଖଜୁର ଗଛ। ଏହି ଗଛ କିଛି ଲୋକଙ୍କ ପାଇଁ ଲାଭଦାୟକ ହୋଇଥାଏ କିନ୍ତୁ ଅଧିକତର ଲୋକଙ୍କ ପାଇଁ ଏହି ଗଛ ଦ୍ୱାରା ବହୁତ ଅଧିକ କ୍ଷତି ହୋଇଥାଏ। ଆଉ ତାଙ୍କୁ ଜୀବନରେ ଆର୍ଥିକ ଅବସ୍ଥାର ସାମ୍ନା କରିବାକୁ ପଡିଥାଏ।

ବରକୁଳି ଗଛ। ଘରେ କେବେବି ଏହି ଗଛ ଲଗାନ୍ତୁ ନାହିଁ। ଯଦି ଥାଏ ତ ଜଲଦି କାଟି ପକେଇ ଦିଅନ୍ତୁ। ଏହି ଗଛ ଦ୍ୱାରା ଆର୍ଥିକ ସମସ୍ୟା ଆସିଥାଏ। ଘରର ବିକାଶ ଅଟକି ଯାଏ । ଘରର ଆଖପାଖରେ କେବେବି ଏହି ଗଛ ରହିବା ଉଚିତ ନୁହେଁ।

କଣ୍ଟା ଜାତୀୟ ଗଛ। ବାସ୍ତଶାସ୍ତ୍ର ଅନୁସାରେ କୌଣସି ପ୍ରକାରର କଣ୍ଟା ଜାତୀୟ ଗଛ ଘରେ ଲଗାନ୍ତୁ ନାହିଁ। ଏହି ଗଛ ଘରେ ରହିବା ଶୁଭ ମାନାଯାଏ ନାହିଁ। କଣ୍ଟା ଯୁକ୍ତ ଗଛ ରହିଲେ ଘରେ ଅଶାନ୍ତି ସହିତ ଦରିଦ୍ର୍ୟତା ଆସିଥାଏ।

ତେନ୍ତୁଳି ଗଛ। ବାସ୍ତୁଶାସ୍ତ୍ର ଅନୁସାରେ ଏହି ଗଛକୁ କେବେବି ଘରେ ଲଗାଇବା ଉଚିତ ନୁହେଁ। ଏହି ଗଛ ଅଶୁଭ ହୋଇଥାଏ। ଏହି ଗଛ ଘରେ ରହିଲେ ଘରର ସଦସ୍ୟଙ୍କର ଅନେକ ପ୍ରକାରର ସମସ୍ୟା ଆସିଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *