Excuse Me Odisha

ଯାହା କହିବୁ ସତ କହିବୁ

ରାହୁ ଓ କେତୁ ଉଭୟ ଏକାବେଳେ ଓଲଟା ଚଳନ କରିବାକୁ ଯାଉଛନ୍ତି। ଏହି ୫ ଗୋଟି ରାଶିର ଲୋକଙ୍କ ଭାଗ୍ୟ ବଦଳିବାକୁ ଯାଉଛି।

ସେୟାର୍ କରନ୍ତୁ

ଜ୍ୟୋତିଷ ଶାସ୍ତ୍ରରେ ରାହୁ ଓ କେତୁକୁ ଛାୟା ଗ୍ରହ କୁହାଯାଇଥାଏ। ଛାୟା ଗ୍ରହ ରୂପରେ ରାହୁ ଓ କେତୁ ଉଭୟ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହାର ପରିଣାମ ସ୍ବରୂପ କିଛି ରାଶିର ଲୋକମାନଙ୍କ ଉପରେ ନକାରାତ୍ମକ ପ୍ରଭାବ ପଡିପାରେ।

– ହୋଇପାରେ ଆର୍ଥିକ କ୍ଷତି।

– ରୁହନ୍ତୁ ସାବଧାନ।

– ଅଯଥା ଚାପ ଗ୍ରସ୍ତ ହୋଇ ପାରନ୍ତି।

ଜ୍ୟୋତିଷ ଶାସ୍ତ୍ରରେ ଛାୟା ଗ୍ରହ ରୂପରେ ରାହୁ ଓ କେତୁ ଉଭୟ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହି ଛାୟା ଗ୍ରହ ଏପ୍ରିଲ ୧୨ ତାରିଖରେ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହି ଗୋଚର ସମୟରେ ରାହୁ ଓ କେତୁ ମେଷ ରାଶି ରାଶିରେ ପ୍ରବେଶ କରିବେ। ମେଷ ରାଶିର ସ୍ବାମୀ ମଙ୍ଗଳ ଅଟନ୍ତି।କେତୁ ମଧ୍ୟ ଏହିଦିନ ତୁଳା ରାଶିରେ ଗୋଚର କରିବାର ଯୋଗ ରହିଛି। ତୁଳା ରାଶିରେ ଶୁକ୍ର ଗ୍ରହର ସ୍ୱାମିତ୍ଵ ରହିଥାଏ। ମେଷ ରାଶିରେ ରାହୁ ଓ କେତୁ ୧୮ ମାସ ପର୍ଯ୍ୟନ୍ତ ରହିବେ। ରାହୁ ଓ କେତୁ ଗ୍ରହର ରାଶି ପରିବର୍ତ୍ତନ ଯୋଗୁଁ ୫ ଗୋଟି ରାଶିର ଲୋକଙ୍କ ଜୀବନ ପ୍ରଭାବିତ ହୋଇପାରେ।

ମେଷ ରାଶି :-

ଏହି ରାଶିର ଲୋକଙ୍କୁ ପ୍ରତ୍ୟେକ ସମ୍ପର୍କକୁ ସୁଦୃଢ଼ ରଖିବା ଉଚିତ। ଏହି ସମୟରେ ପତି ଓ ପତ୍ନୀଙ୍କ ମଧ୍ୟ ବିବାଦ ହେବାର ସମ୍ଭାବନା ରହିଛି। ପ୍ରେମୀ ଯୁଗଳଙ୍କୁ ଅନେକ କଠିନ ପରିସ୍ଥିତିର ସାମ୍ନା କରିବାକୁ ପଡିପାରେ। ଏହାସହିତ ଜୀବନରେ ଆର୍ଥିକ ସଙ୍କଟ ଦେଖା ଦେଇପାରେ।

ତୁଳା ରାଶି :-

ଏହି ରାଶିର ଲୋକଙ୍କ ପାଇଁ ରାହୁ ଅଶୁଭ ସାବ୍ୟସ୍ତ ହୋଇପାରେ। ଏହି ରାଶିରେ ରାହୁ ସପ୍ତମ ଭାବ ଓ କେତୁ ପ୍ରଥମ ଭାବରେ ଗୋଚର କରିବେ। ଏହିସମୟରେ ଆର୍ଥିକ ପରିସ୍ଥିତି ଉପରେ ଧ୍ୟାନ ଦେବା ଆବଶ୍ୟକ। ଯଦି ଆପଣଙ୍କ କୁଣ୍ଡଳୀରେ ରାହୁ ଓ କେତୁ ଶୁଭ ସ୍ଥିତିରେ ରହିଲେ ଉତ୍ତମ ପରିଣାମ ମିଳିବ।

ଧନୁ ରାଶି :-

ରାହୁ ଓ କେତୁର ରାଶି ପରିବର୍ତ୍ତନ ଏହି ରାଶିର ଲୋକଙ୍କ ପାଇଁ ଅଶୁଭ ସାବ୍ୟସ୍ତ ହୋଇପାରେ। ଭବିଷ୍ୟତକୁ ନେଇ ଆପଣ ଚିନ୍ତିତ ରହି ପାରନ୍ତି। ଆପଣଙ୍କର କୌଣସି ନିଷ୍ପତ୍ତି ଭୁଲ ସାବ୍ୟସ୍ତ ହୋଇପାରେ। ଆର୍ଥିକ ରୂପରେ ଆପଣଙ୍କୁ ସୁଦୃଢ ରହିବା ଆବଶ୍ୟକ।

ମକର ରାଶି :-

ଏହି ରାଶିରେ ରାହୁ ଚତୁର୍ଥ ଓ କେତୁ ଦଶମ ଭାବରେ ଗୋଚର କରିବେ। କେତୁର ଗୋଚର ଲାଭକାରୀ ସାବ୍ୟସ୍ତ ହୋଇପାରେ।ପରିବାରରେ ଅଶାନ୍ତିର ବାତାବରଣ ସୃଷ୍ଟି ହୋଇପାରେ। ଶାରୀରିକ ଓ ମାନସିକ ରୂପରେ ଆପଣ ଅସୁସ୍ଥ ଅନୁଭବ କରି ପାରନ୍ତି।

ମୀନ ରାଶି :-

ଏହି ରାଶିର ଲୋକଙ୍କ ପାଇଁ ରାହୁ ଓ କେତୁଏ ଗୋଚର ପ୍ରତିକୂଳ ସାବ୍ୟସ୍ତ ହୋଇପାରେ। ଆପଣ ନିଜର ଆର୍ଥିକ ସ୍ଥିତି ସୁଦୃଢ କରିବା ପାଇଁ ପ୍ରୟାସ କରିବେ। ସ୍ବାସ୍ଥ୍ୟ ସମସ୍ୟା ସବୁ ଦୂର ହୋଇଯିବ। ମାନସିକ ରୂପରେ ଆପଣଙ୍କୁ ସୁଦୃଢ ରହିବା ଆବଶ୍ୟକ। ସଚ୍ଚୋଟ ହୋଇ ସବୁ କାର୍ଯ୍ୟ କରନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *