Excuse Me Odisha

ଯାହା କହିବୁ ସତ କହିବୁ

ଆଜି ମହା ଶିବରାତ୍ରିରେ ଘରକୁ ନେଇ ଆସନ୍ତୁ ଏହି ଗୋଟିଏ ଜିନିଷ,ଛପର ଫାଡ଼ି ଆସିବ ଟଙ୍କା !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ମହା ଶିବରାତ୍ରି ଦିନ ଘରକୁ ନେଇ ଆସନ୍ତୁ ଏହି ଗୋଟିଏ ଜିନିଷ ଛପର ଫାଡ଼ି ଆସିବ ଟଙ୍କା।

ବନ୍ଧୁଗଣ ଆମ ହିନ୍ଦୁ ପରମ୍ପରାରେ ମହା ଶିବରାତ୍ରିର ବହୁତ ମହତ୍ୱ ରହିଛି। ଏହି ପର୍ବ ଫାଲ୍ଗୁନ ମାସର କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥିରେ ପାଳନ କରାଯାଏ। ମାନାଯାଏ କି ଏହି ଦିନ ପ୍ରକାଶ ରୂପରେ ଭଗବାନ ଶିବ ପ୍ରକଟ ହୋଇଥିଲେ ଆଉ ଭଗବାନ ଶିବଙ୍କ ବିବାହ ମା ପାର୍ବତୀଙ୍କ ସହିତ ଏହି ଦିନ ହୋଇଥିଲା। ଏହି ଦିନ ଆପଣ କେବଳ ପୂଜାପାଠ କରନ୍ତି ତ ଜୀବନରେ ସୁଖର ପ୍ରାପ୍ତି ହୋଇଥାଏ। ଏହିଦିନ ଭଗବାନ ଶିବଙ୍କ ସାଧନା କରିଲେ ଧନ ଧାନ୍ୟ ସୁଖ ସୌଭାଗ୍ୟ ଏବଂ ସମୃଦ୍ଧିରେ ବୃଦ୍ଧି ହୋଇଥାଏ। ଏହି ଦିନଟି ଭଗବାନ ଶିବଙ୍କୁ ପ୍ରସନ୍ନ କରିବାର ବହୁତ ଖାସ ଦିନ ମାନାଯାଏ।

ଭଗବାନ ଶିବ ଭୋଳା ଭଣ୍ଡାରୀ ଅଟନ୍ତି ସେ ଗୋଟେ ଘଟି ଜଳରେ ବି ପ୍ରସନ୍ନ ହୋଇଯାନ୍ତି। କିନ୍ତୁ ଭଗବାନ ଶିବ ବହୁତ ଶୀଘ୍ର କ୍ରୋଧିତ ବି ହୋଇଯାନ୍ତି। ଭଗବାନ ଶିବଙ୍କୁ କିଛି ଜିନିଷ ପ୍ରିୟ ହୋଇଥାଏ ତ କିଛି ଜିନିଷ ଅପ୍ରିୟ ବି ହୋଇଥାଏ। କିଛି ଜିନିଷ ଅଛି ଯଦି ଭଗବାନ ଶିବଙ୍କ ପୂଜାରେ ବ୍ୟବହାର ନକରନ୍ତି ତ ଭଗବାନ ଶିବଙ୍କ ପୂଜା ଅଧୁରା ରହିଯାଏ। ସେମିତି କିଛି ଜିନିଷ ଅଛି ଯଦି ଭଗବାନ ଶିବଙ୍କୁ ଅଜାଣତରେ ଅର୍ପଣ କରିଦିଅନ୍ତି ତ ଏହା ଦ୍ବାରା ଭଗବାନ ଶିବ ଆପଣଙ୍କ ଉପରେ କ୍ରୋଧିତ ହୋଇଯାନ୍ତି। ଏଥିପାଇଁ ଭଗବାନ ଶିବଙ୍କ ପୂଜା କରିବା ସମୟରେ କିଛି ବିଶେଷ କଥାର ଧ୍ୟାନ ରଖିବା ଉଚିତ। ଆଜିର ଏହି ପୋଷ୍ଟରେ ଆମେ ଆପଣଙ୍କୁ ଜଣେଇବୁ କଣ କରିବେ କଣ କରିବେ ନାହିଁ।

ଆସନ୍ତୁ ଜାଣିବା ମହା ଶିବରାତ୍ରି ଦିନ କଣ କରିବା ଉଚିତ।

ଭଗବାନ ଶିବଙ୍କ ପୂଜା ଧଳା କିମ୍ବା ଲାଲ ରଙ୍ଗର ବସ୍ତ୍ର ପିନ୍ଧି କରିବା ଉଚିତ। ଧଳା ଏବଂ ଲାଲ ରଙ୍ଗର ବସ୍ତ୍ର ପିନ୍ଧି ଭଗବାନ ଶିବଙ୍କ ପୂଜା କରିବା ବହୁତ ଶୁଭ ମାନାଯାଏ।

ମହା ଶିବରାତ୍ରି ଦିନ ଭଗବାନ ଶିବ ଲିଙ୍ଗରେ ଅବଶ୍ୟ ପୂଜା କରନ୍ତୁ। ଶାସ୍ତ୍ର ଅନୁସାରେ ମହା ଶିବରାତ୍ରି ଦିନ ହିଁ ଭଗବାନ ଶିବ ଶିବ ଲିଙ୍ଗ ରୂପରେ ହିଁ ପ୍ରକଟ ହୋଇଥିଲେ। ସେଥିପାଇଁ ଏହି ଦିନ ଶିବ ଲିଙ୍ଗର ପୂଜା କରିବା ବହୁତ ଶୁଭ ମାନାଯାଏ। ଶିବ ଲିଙ୍ଗ ପୂଜା କରିବା ଦ୍ୱାରା ଭଗବାନ ଶିବ ଏବଂ ମା ପାର୍ବତୀଙ୍କ ଅସୀମ କୃପା ପ୍ରାପ୍ତ ହୋଇଥାଏ।

ଭଗବାନ ଶିବଙ୍କ ପୂଜା ରାତିର ଚାରି ପ୍ରହରରେ କରାଯାଏ କିନ୍ତୁ ଭଗବାନ ଶିବଙ୍କ ପୂଜା ପ୍ରଦୂସ କାଳରେ ବି ଅବଶ୍ୟ କରିବା ଉଚିତ। ପ୍ରଦୂସ କାଳ ସ୍ୱୟଂ ଭଗବାନ ଶିବଙ୍କ ସମୟ ହୋଇଥାଏ। ମାନ୍ୟତା ଅନୁସାରେ ଏହି ସମୟରେ ଭଗବାନ ଶିବ ଶିବଲିଙ୍ଗରେ ବିରାଜମାନ କରିଥାନ୍ତି। ଏଥିପାଇଁ ଏହି ସମୟରେ ନିଶ୍ଚୟ ଭଗବାନ ଶିବ ଲିଙ୍ଗକୁ ପୂଜା କରନ୍ତୁ। ପ୍ରଦୂସ କାଳ ଅର୍ଥାତ ସନ୍ଧ୍ୟା ସମୟରୁ ରାତି ପର୍ଯ୍ୟନ୍ତ ୯୦ ମିନିଟ ପର୍ଯ୍ୟନ୍ତ ସମୟ।

ମହା ଶିବରାତ୍ରିର ଅର୍ଥାତ ଭଗବାନ ଶିବଙ୍କୁ ରାତ୍ରି ସମୟରେ ପୂଜା କରିବା। ଏଥିପାଇଁ ମହା ଶିବରାତ୍ରି ଦିନ ଅର୍ଦ୍ଧ ରାତ୍ରି ଅର୍ଥାତ ନିସିଧ ରାତି ସମୟରେ ଭଗବାନ ଶିବଙ୍କ ପୂଜା ଅବଶ୍ୟ ହିଁ କରାଯାଏ। ନିସିଧ ସମୟ ରାତି ୧୨ ଟାରୁ ୧୨:୩୦ ପର୍ଯ୍ୟନ୍ତ ହୋଇଥାଏ। ଏହି ସମୟରେ ଭଗବାନ ଶିବଙ୍କର ପୂଜା ଅବଶ୍ୟ ହିଁ କରନ୍ତୁ। ଏହା ଦ୍ବାରା ଭଗବାନ ଶିବ ବହୁତ ଶୀଘ୍ର ପ୍ରସନ୍ନ ହୋଇ ଆପଣ ଚାହୁଁଥିବା ବର ଦେବେ।

ମହା ଶିବରାତ୍ରି ଦିନ ଭଗବାନ ଶିବଙ୍କ ସହିତ ମା ପାର୍ବତୀଙ୍କର ବି ପୂଜା ଅବଶ୍ୟ କରନ୍ତୁ। ଏମିତି କଲେ ଭଗବାନ ଶିବଙ୍କ ସହିତ ମା ପାର୍ବତୀଙ୍କର ବି ଆଶୀର୍ବାଦ ପ୍ରାପ୍ତ ହେବ।

ମହା ଶିବରାତ୍ରି ଦିନ ଭଗବାନ ଶିବ ଲିଙ୍ଗରେ ବେଲ ପତ୍ର ଅବଶ୍ୟ ଅର୍ପଣ କରନ୍ତୁ। ବେଲ ପତ୍ର ଭଗବାନ ଶିବଙ୍କୁ ଅତ୍ୟନ୍ତ ପ୍ରିୟ ଅଟେ। ବେଲ ପତ୍ର ବିନା ଭଗବାନ ଶିବଙ୍କ ପୂଜା ଅଧୁରା ମାନାଯାଏ। ସେହି ବେଲ ପତ୍ର ଉପରେ ଚନ୍ଦନରେ ଓଁ ନମଃ ଶିବାୟ ଲେଖି ଭଗବାନ ଶିବ ଲିଙ୍ଗରେ ଅର୍ପଣ କରନ୍ତୁ। ଏମିତି କଲେ ଭଗବାନ ଶିବଙ୍କ କୃପା ପ୍ରାପ୍ତ ହୋଇଥାଏ।

ଭଗବାନ ଶିବଙ୍କ ପୂଜାରେ ଅକ୍ଷତ ଅବଶ୍ୟ ଅର୍ପଣ କରନ୍ତୁ। ଏମିତି କଲେ ଆପଣଙ୍କୁ। ଭଗବାନ ଶିବଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ। ଏହି ଦିନ ଭଗବାନ ଶିବଙ୍କ ଜାଗରଣ ଅବଶ୍ୟ କରନ୍ତୁ। ଆପଣଙ୍କୁ ମହା ଶିବରାତ୍ରିର ଫଳ ପ୍ରାପ୍ତ ହୋଇଥାଏ।

ମହା ଶିବରାତ୍ରି ଦିନ ଭଗବାନ ଶିବଙ୍କ ପୂଜା କରିବା ପୂର୍ବରୁ ଭଗବାନ ଗଣେଶ ଭଗବାନ କାର୍ତ୍ତିକକେୟ ନନ୍ଦି ଏବଂ ମା ପାର୍ବତୀଙ୍କ ପୂଜା ଅବଶ୍ୟ ହିଁ କରିବା ଉଚିତ ନଚେତ ଆପଣଙ୍କୁ ଭଗବାନ ଶିବଙ୍କ ପୂଜାର ଫଳ ପ୍ରାପ୍ତ ହେବନାହିଁ।

ଏହିଦିନ ଷଣ୍ଢକୁ ସବୁଜ ଘାସ ଅବଶ୍ୟ ଖୁଆଇବା ଉଚିତ। ଷଣ୍ଢକୁ ନନ୍ଦୀଙ୍କ ରୂପ ମାନାଯାଏ। ଯାହା ଭଗବାନ ଶିବଙ୍କୁ ଅତ୍ୟନ୍ତ ପ୍ରିୟ ଅଟେ

ଆସନ୍ତୁ ଜାଣିବା ମହା ଶିବରାତ୍ରି ଦିନ କଣ କରିବା ଉଚିତ ନୁହେଁ।

ମହା ଶିବରାତ୍ରି ଦିନ ଡେରି ପର୍ଯ୍ୟନ୍ତ ଶୁଅନ୍ତୁ ନାହିଁ। ସକାଳ ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ଉଠି ସ୍ନାନ କରିନିଅନ୍ତୁ ଏମିତି କରିଲେ ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ରହିବ।

ଏହିଦିନ ଭୁଲରେବି କଳା ରଙ୍ଗର ବସ୍ତ୍ର ଧାରଣ କରନ୍ତୁ ନାହିଁ। କାରଣ ଏହିଦିନ କଳା ବସ୍ତ୍ର ପିନ୍ଧିବାକୁ ଅଶୁଭ ମାନାଯାଏ।

ମହା ଶିବରାତ୍ରି ଦିନ ଶିବ ଲିଙ୍ଗରେ ଅର୍ପଣ କରାଯାଇଥିବା ଭୋଗକୁ କେବେବି ସେବନ କରନ୍ତୁ ନାହିଁ। ଏହା ଅଶୁଭ ହୋଇଥାଏ।

ଭଗବାନ ଶିବଙ୍କର କେବେବି ପୁରା ପରିକ୍ରମା କରିବା ଉଚିତ ନୁହେଁ। କାରଣ ଜଳାଧାରୀଙ୍କୁ ଏମିତି କରିବା ଉଚିତ ନୁହେଁ। ଏମିତି କରିବା ଧର୍ମ ଗ୍ରନ୍ଥରେ ବି ନିଷେଧ ଅଟେ।

ଭଗବାନ ଶିବ ଲିଙ୍ଗରେ ଜଳାଧାରୀଙ୍କୁ ଭଗବାନ ଶିବଙ୍କ ସାମ୍ନାରେ ପୂଜା କରିପାରିବେ ନାହିଁ। ଜଳାଧାରୀ ଯେମିତିକି ତାଙ୍କର ମୁଖ ଦକ୍ଷିଣ ଦିଗକୁ ନହେବ ସେମିତି ପୂଜା କରିବା ଉଚିତ ଯେମିତି ଜଳାଧାରୀଙ୍କ ମୁଖ ଉତ୍ତର ଦିଗକୁ ରହିବ। ଭଗବାନ ଶିବଙ୍କର ପୂଜାରେ ଭୁଲରେ ବି ଶଙ୍ଖରେ ଜଳ ଅର୍ପଣ କରିବେ ନାହିଁ। କାରଣ ଭଗବାନ ଶିବ ଶଙ୍ଖ ଚୁଡ଼ ନାମକ ଅସୁରର ବଧ କରିଥିଲେ ଆଉ ଶଙ୍ଖ ଚୁଡ଼ ଭଗବାନ ବିଷ୍ଣୁଙ୍କର ଭକ୍ତ ଥିଲା। ସେଥିପାଇଁ ଭଗବାନ ବିଷ୍ଣୁଙ୍କ ପୂଜାରେ ଶଙ୍ଖରେ କରାଯାଏ କିନ୍ତୁ ଭଗବାନ ଶିବଙ୍କର ନୁହେଁ।

ଶିବ ଲିଙ୍ଗ ଉପରେ କେବେବି ତମ୍ବା ଘଟିରେ କ୍ଷୀର ରଖି ଅର୍ପଣ କରିବେ ନାହିଁ। କାରଣ ତମ୍ବାର ରଖାଯାଇଥିବା କ୍ଷୀର ବିଷ ସହିତ ସମାନ ହୋଇଥାଏ। ଭଗବାନ ଶିବ ଲିଙ୍ଗକୁ ମହିଳାମାନେ ସ୍ପର୍ଶ କରିବେ ନାହିଁ। ନଚେତ ଆପଣଙ୍କ ପୂଜାର ଫଳ ଅସଫଳ ହୋଇଥାଏ।

ଭଗବାନ ଶିବଙ୍କର ପୂଜାରେ ଭାଙ୍ଗ ଧୁତୁରା କ୍ଷୀର ଚନ୍ଦନ ଭସ୍ମ ଅର୍ପଣ କରିବାର ବିଧି ଅଛି। ଭଗବାନ ଶିବ ବୈରାଗୀ ଅଟନ୍ତି।ତ ସେଥିପାଇଁ ତାଙ୍କୁ ହଳଦୀ ସିନ୍ଦୁର କୁମକୁମ ଅର୍ପଣ କରିବା ଉଚିତ ନୁହେଁ। ମା ପାର୍ବତୀଙ୍କୁ ଅର୍ପଣ କରିପାରିବେ।

ଭଗବାନ ଶିବଙ୍କ ପୂଜାରେ ତୁଳସୀ ପତ୍ର ଭୁଲରେ ବି ଅର୍ପଣ କରିବା ଉଚିତ ନୁହେଁ ଏବଂ ଭଗବାନ ବିଷ୍ଣୁଙ୍କ ମଳିରୁ ଯେଉଁ ତିଳ ଉତ୍ପନ ହୋଇଥିଲା ସେଥିପାଇଁ ମଧ୍ୟ ଭଗବାନ ଶିବଙ୍କୁ ତିଳ ଅର୍ପଣ କରିବା ଉଚିତ ନୁହେଁ।

ଭଗବାନ ଶିବଙ୍କୁ ଭଙ୍ଗା ଚାଉଳ ଅର୍ପଣ କରିବା ଉଚିତ ନୁହେଁ।

ନଡ଼ିଆ ପାଣି ଭଗବାନ ଶିବଙ୍କୁ ଅର୍ପଣ କରନ୍ତୁ ନାହିଁ। ନଡିଆ ଅର୍ପଣ କରିପାରିବେ କିନ୍ତୁ ନଡ଼ିଆ ପାଣି ନୁହେଁ।

ଭଗବାନ ବହୁତ ଭୋଳା ଅଟନ୍ତି ଥରେ ଓଁ ନମଃ ଶିବାୟର ଜପ କରିବେ ତ ଭଗବାନ ଶିବ ପ୍ରସନ୍ନ ହୋଇଯିବେ।

ଏହି ଦିନ ଘରେ ଝଗଡା କରିବା ଉଚିତ ନୁହେଁ।

ଏହି ଦିନ କାହା ବିଷୟରେ ଖରାପ ଭାବିବା ପାପ ହୋଇଥାଏ।

କାହାରି ବିଷୟରେ ଖରାପ ଚିନ୍ତା କରନ୍ତୁ ନାହିଁ କି କୁହନ୍ତୁ ନାହିଁ। ମନରେ ପବିତ୍ରତା ରହିବା ଆବଶ୍ୟକ।

ମହା ଶିବରାତ୍ରି ଦିନ ପିଆଜ ରସୁଣ ମାଛ ମାଂସ ମଦର ସେବନ କରନ୍ତୁ ନାହିଁ।

ଏହି ଦିନ କୌଣସି ପଶୁପକ୍ଷୀଙ୍କୁ ହଇରାଣ କରିବା ଉଚିତ ନୁହେଁ କି ପିଟିବା ଉଚିତ ନୁହେଁ।

ମହିଳା ଝିଅ ମାନେ ଆପଣ କ୍ଷୀର ଦହି ଜଳରେ ଭଗବାନ ଶିବଙ୍କ ଅଭିଷେକ କରିପାରିବେ। ଆପଣ ବେଲ ପତ୍ରବି ଅର୍ପଣ କରି ପାରିବେ ପୂଜା ବି କରି ପାରିବେ କିନ୍ତୁ ଶିବ ଲିଙ୍ଗକୁ ସ୍ପର୍ଶ କରିବେ ନାହିଁ।

ଭଗବାନ ଶିବଙ୍କର କେବେବି ପୁରା ପରିକ୍ରମା କରିବା ଉଚିତ ନୁହେଁ। କାରଣ ଜଳାଧାରୀଙ୍କୁ ଏମିତି କରିବା ଉଚିତ ନୁହେଁ। ଏମିତି କରିବା ଧର୍ମ ଗ୍ରନ୍ଥରେ ବି ନିଷେଧ ଅଟେ।

ମହା ଶିବରାତ୍ରିର ବ୍ରତ ରଖୁଛନ୍ତି ତ ଧ୍ୟାନ ରଖିବେ ଶରୀରରେ ପାଣିର କମି ନହେଉ। ଏଥିପାଇଁ ଆପଣ ଫଳର ଯୁସ ପିଇ ପାରିବେ।

ଏହି ଦିନ ଫଳର ସେବନ କରିପାରିବେ।

ଏହି ଦିନ ଲୁଣ ଖାଇବା ଉଚିତ ନୁହେଁ। ଏହି ଦିନ ସିନ୍ଧା ଲୁଣ ଖାଇ ପାରିବେ।

ଆଳୁ ଖାଇପାରିବେ।

ଭୁଲରେ ବି ଚାଉଳ ରୁଟିର ସେବନ କରିବେ ନାହିଁ। ଦହି ଖାଇ ପାରିବେ।

ମିଠା ଜିନିଷର ସେବନ ଆପଣ ନିଶ୍ଚୟ କରନ୍ତୁ।

ଗାଜର ଖିରି ସାବୁ ଦାନାର ଖେଚିଡି ଖାଇ ପାରିବେ।

ଆପଣ ଭଗବାନ ଶିବଙ୍କୁ ପଞ୍ଚାମୃତ ଅବଶ୍ୟ ଅର୍ପଣ କରିବେ ଏବଂ ପରେ ଏହାକୁ ପ୍ରସାଦ ରୂପରେ ନିଶ୍ଚୟ ଖାଇବେ।

ଏହି ଦିନ ଭଗବାନ ଶିବ ଲିଙ୍ଗ ଉପରେ ବେଲ ଅବଶ୍ୟ ଅର୍ପଣ କରନ୍ତୁ। ଏହାପରେ ଫଳ ଆହାର କରିବା ସମୟରେ ଏହି ବେଲକୁ ଅବଶ୍ୟ ଖାଆନ୍ତୁ। ଏହା ଦ୍ବାରା ଶତ୍ରୁ ଏବଂ ବିରୋଧୀ କେବେବି ମୁଣ୍ଡ ଉଚ୍ଚ କରିବେ ନାହିଁ। ଆପଣ ବିଜୟ ହାସଲ କରିବେ।

ବେଲ ଅର୍ପଣ କଲେ ଶତ୍ରୁଙ୍କ ସର୍ବନାଶ ହୋଇଥାଏ। ଶତ୍ରୁ ଆପଣଙ୍କର ବିରୋଧରେ କିଛି କରି ପାରିବେ ନାହିଁ।

ଭଗବାନ ଶିବ ଲିଙ୍ଗ ଉପରେ କଦଳୀ ଅବଶ୍ୟ ଅର୍ପଣ କରିବେ।

ଆପଣ ଏହି ଦିନ କ୍ଷୀରର ସେବନ କରି ପାରିବେ କିନ୍ତୁ ସେଥିରେ ଚିନି ପକେଇ ସେବନ କରନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *