Excuse Me Odisha

ଯାହା କହିବୁ ସତ କହିବୁ

ଏହି ଚାରୋଟି ରାଶିର ଲୋକେ ବହୁତ ଶାନ୍ତ ସ୍ୱଭାବର ହୋଇଥାନ୍ତି। ଜାଣନ୍ତୁ ସେମାନେ କେଉଁ ରାଶିର ଲୋକେ?

ସେୟାର୍ କରନ୍ତୁ

ଜ୍ୟୋତିଷ ଶାସ୍ତ୍ରରେ ୧୨ ଗୋଟି ରାଶିର ଅଲଗା ଅଲଗା ଗୁଣ, ସ୍ଵଭାବ, ଚରିତ୍ର ଆଦି ବିଷୟରେ ବର୍ଣ୍ଣନା କରାଯାଇଛି। କିଛି ରାଶିର ଲୋକେ ବହୁତ କଠିନ ପରିଶ୍ରମ କରି ଧନବାନ ହୋଇଥାନ୍ତି , ତ ଆଉକିଛି ରାଶିର ଲୋକେ ଅଳ୍ପ ପରିଶ୍ରମରେ ଖୁବ୍ ଶୀଘ୍ର ଧନବାନ ହୋଇ ଯାଇଥାନ୍ତି।

– ଏମାନେ ବହୁତ ବୁଦ୍ଧିମାନ ହୋଇଥାନ୍ତି।

– ଏମାନେ ସାହିତ୍ୟ ଓ କଳା କ୍ଷେତ୍ରରେ ରୁଚି ରଖିଥାନ୍ତି।

– ଏମାନଙ୍କ ସ୍ଵଭାବ ବହୁତ ଶାନ୍ତ ଓ ସରଳ ଅଟେ।

ଜ୍ୟୋତିଷ ଶାସ୍ତ୍ରରେ ରାଶିଚକ୍ରରେ ଥିବା ୧୨ ଗୋଟି ରାଶିର ସ୍ଵଭାବ, ଚାଲିଚଳନ, ଭବିଷ୍ୟତ ବିଷୟରେ ଜାଣି ହୋଇଥାଏ। ଗ୍ରହ ଓ ନକ୍ଷତ୍ର ଚଳନରେ ପରିବର୍ତ୍ତନ ହେଲେ ଏହାର ପ୍ରଭାବ ପ୍ରତ୍ୟେକ ରାଶି ଉପରେ ପଡ଼ିଥାଏ। ଆଜି ଆମେ ବିଶେଷ ଚାରୋଟି ରାଶିର ଲୋକଙ୍କ ସ୍ଵଭାବ ଓ ଗୁଣ ବିଷୟରେ କହିବାକୁ ଯାଉଛୁ।

ମେଷ ରାଶି :-

ଏହି ରାଶିର ଲୋକେ ବହୁତ ଶାନ୍ତ ଓ ବୁଦ୍ଧିମାନ ହୋଇଥାନ୍ତି। ଏମାନେ ସବୁ କାର୍ଯ୍ୟ ଧର୍ଯ୍ୟ ସହକାରେ କରନ୍ତି। ଏହାସହିତ ଏମାନେ କୌଣସି ସମସ୍ୟାକୁ ଶାନ୍ତି ରୂପରେ ସମାଧାନ କରିବାକୁ ପସନ୍ଦ କରିଥାନ୍ତି।

ସିଂହ ରାଶି :-

ଏହି ରାଶିର ଲୋକେ ବହୁତ ବୁଦ୍ଧିମାନ ହୋଇ ଥାଆନ୍ତି। ଏମାନେ ସର୍ବଦା ନିଜ କ୍ରୋଧକୁ ନିୟନ୍ତ୍ରଣରେ ରଖିଥାନ୍ତି।କୌଣସି ବିପରୀତ ପରିସ୍ଥିତିରେ ଏମାନେ ବୁଝି ବିଚାର କରି କଠିନ ନିଷ୍ପତ୍ତି ନେଇ ଥାଆନ୍ତି। ଏମାନେ ଧର୍ଯ୍ୟ ରଖି ସବୁ କାର୍ଯ୍ୟ କରିଥାନ୍ତି।

ତୁଳା ରାଶି :-

ଏହି ରାଶିର ଲୋକେ ବହୁତ ଶାନ୍ତ ଓ ସରଳ ସ୍ୱଭାବର ହୋଇଥାନ୍ତି। ଏମାନେ ଖୁବ୍ ଶୀଘ୍ର କ୍ରୋଧ ପ୍ରକାଶ କରନ୍ତି ନାହିଁ। କୌଣସି କଠିନ ନିଷ୍ପତ୍ତି ନେବା ପୂର୍ବରୁ ଏମାନେ ବହୁତ ବିଚାର କରି ଥାଆନ୍ତି।

ଧନୁ ରାଶି :-

ଏହି ରାଶିର ଲୋକେ ବହୁତ ଶାନ୍ତ ସ୍ୱଭାବର ହୋଇଥାନ୍ତି।ଏମାନେ ଖୁବ୍ ଶୀଘ୍ର ନିଜ ଭାବନାକୁ କାହା ଆଗରେ ପ୍ରକାଶ କରି ପାରନ୍ତି ନାହିଁ। ପରିବାରରେ ସୁଖଶାନ୍ତି ବଜାୟ ରଖିବା ପାଇଁ ଏମାନେ ସବୁକିଛି କରନ୍ତି। ଏହି ରାଶିର ଲୋକେ କେବେବି ଅନ୍ୟମାନଙ୍କୁ ଦୁଃଖ ଦେବାକୁ ଚିନ୍ତା ମଧ୍ୟ କରନ୍ତି ନାହିଁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *