Excuse Me Odisha

ଯାହା କହିବୁ ସତ କହିବୁ

ମହା ଶିବରାତ୍ରିରେ ଭଗବାନ ଶିବଙ୍କୁ ଭୁଲରେ ବି ଅର୍ପଣ କରନ୍ତୁ ନାହିଁ ଏହି ୪ ଟି ଜିନିଷ। ଘରକୁ ଆସିଯାଏ ଦାରିଦ୍ର୍ୟତା। ଭଗବାନ ଶିବ ଛାଡିଦିଅନ୍ତି ସାଥ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ମହା ଶିବରାତ୍ରିରେ ଭଗବାନ ଶିବଙ୍କୁ ଭୁଲରେ ବି ଅର୍ପଣ କରନ୍ତୁ ନାହିଁ ଏହି ୪ ଟି ଜିନିଷ। ଘରକୁ ଆସିଯାଏ ଦାରିଦ୍ର୍ୟତା। ଭଗବାନ ଶିବ ଛାଡିଦିଅନ୍ତି ସାଥ।

ଭଗବାନ ଶିବଙ୍କର ପ୍ରମୁଖ ପର୍ବ ମହା ଶିବରାତ୍ରି ଫାଲ୍ଗୁନ ମାସର କୃଷ୍ଣପକ୍ଷ ଚତୁର୍ଦଶି ତିଥିକୁ ପାଳନ କରାଯାଏ। ମାନ୍ୟତା ଅଛି ଯେ ସୃଷ୍ଟିର ଆରମ୍ଭ ବି ଏହିଦିନ ହୋଇଥିଲା। ପୌରାଣିକ ମାନ୍ୟତା ଅନୁସାରେ ଏହି ଦିନ ଭଗବାନ ଶିବଙ୍କର ବିଶାଳକାୟ ମୂର୍ତି ଉତ୍ପନ ହୋଇଥିଲା ଆଉ ଏହିଦିନ ଭଗବାନ ଶିବ ଏବଂ ମା ପାର୍ବତୀଙ୍କର ବିବାହ ହୋଇଥିଲା। ମହା ଶିବରାତ୍ରି ଲୋକେ ବହୁତ ପ୍ରକାରର ପାଳନ କରିବେ କିନ୍ତୁ ଏମିତି କିଛି ବସ୍ତୁ ଅଛି ଯାହା ଭୁଲରେ ବି ମଧ୍ୟ ଅର୍ପଣ କରିବେ ନାହିଁ ନଚେତ ଭଗବାନ ଶିବ କ୍ରୋଧିତ ହୋଇଯିବେ। ଆସନ୍ତୁ ଜାଣିବା ସେହି ବସ୍ତୁ ଗୁଡିକ କଣ କଣ।

ଭଗବାନ ଶିବଙ୍କର ପୂଜା ୪ ପ୍ରହରର କରିବାର ବିଧାନ ଅଛି। ଆଉ ୧ ମାର୍ଚ୍ଚ ମଙ୍ଗଳବାର ଦିନ ୩:୧୬ ମିନିଟରୁ ଆରମ୍ଭ ହେବ ଏବଂ ପରବର୍ତୀ ଦିନ ଅର୍ଥାତ ଚତୁର୍ଦଶି ତିଥି ଯେଉଁ ସକାଳ ୧୦ ଟା ପର୍ଯ୍ୟନ୍ତ ରହିବ ତ ପ୍ରଥମ ପ୍ରହରର ଯେଉଁ ପୂଜା ଅଟେ ତାହା ସନ୍ଧ୍ୟା ୬:୨୧ ମିନିଟ ଠାରୁ ଆରମ୍ଭ କରି ରାତି୯:୨୭ ମିନିଟ ପର୍ଯ୍ୟନ୍ତ ରହିବ। ଦ୍ୱିତୀୟ ପ୍ରହରର ଯେଉଁ ପୂଜା ତାହା ରାତି ୯:୨୭ ମିନିଟ ଠାରୁ ଆରମ୍ଭ ହୋଇ ରାତି ୧୨:୩୩ ମିନିଟ ପର୍ଯ୍ୟନ୍ତ ହେବ ଏବଂ ତୃତୀୟ ପ୍ରହରର ଯେଉଁ ପୂଜା ତାହା ୧୨:୩୩ ଆରମ୍ଭ ହୋଇ ସକାଳ ୩:୩୯ ମିନିଟ ପର୍ଯ୍ୟନ୍ତ ହେବ ଏବଂ ଚତୁର୍ଥ ପ୍ରହରର ପୂଜା ସକାଳ ୩:୩୯ ମିନିଟ ଠାରୁ ଆରମ୍ଭ ହୋଇ ସକାଳ ୬:୪୫ ମିନିଟ ପର୍ଯ୍ୟନ୍ତ ହେବ। ଆଉ ପାଳନ ସକାଳ ୬:୪୫ ମିନିଟ ପରେ ଆପଣ କରିପାରିବେ।

ମହା ଶିବରାତ୍ରି ଦିନ କେମିତି କରିବେ ପୂଜା।

ସକାଳୁ ଜଲଦି ଉଠି ସ୍ନାନ ସାରି ପୂଜାର ସଂକଳ୍ପ ନିଅନ୍ତୁ। ପାଖରେ ଥିବା ଭଗବାନ ଶିବଙ୍କ ମନ୍ଦିର ଯାଇ ମନରୁ ଭଗବାନ ଶିବ ଏବଂ ମା ପାର୍ବତୀଙ୍କ ସ୍ମରଣ କରି ଜଳ ଅଭିଷେକ କରନ୍ତୁ। ପୂଜା ସମୟରେ ଓଁ ନମଃ ଶିବାୟର ଜପ ଯେତେ ଅଧିକ ପାରିବେ ଜପ କରିବେ ସେତିକି ଅଧିକ ଭଲ ହେବ।

ଯଦି ଆପଣ ମାଟି ଏବଂ ତମ୍ବା ଲୋଟାରେ ଜଳ ଭରି କରି ନେଇଯିବେ ତ ସେଥିରେ ବେଲ ପତ୍ର ଧୁତୁରା ଫୁଲ ଅଳ୍ପ ଭାଙ୍ଗିନଥିବା ଚାଉଳ ଭଗବାନ ଶିବ ଲିଙ୍ଗ ଉପରେ ଅର୍ପଣ କରନ୍ତୁ। ଏହାପରେ ପୂଜା କରିବା ସମୟରେ ଓଁ ନମଃ ଶିବାୟର ଜପ କରିବେ। ପୂଜା କରିବା ପରେ ଗୋବରରେ ଅଗ୍ନି ଜଳେଇ ସେଥିରେ ଚାଉଳ ତିଳ ଘିଅ ମିଶାଇ ଆହୁତି ଦିଅନ୍ତୁ। ଏମିତି କଲେ ଜୀବନରେ ସମସ୍ୟା ଦୂର ହୋଇଥାଏ। ପିତୃଦୋଷ ଶାନ୍ତ ହୋଇଯାନ୍ତି। ଆଉ ଖରାପ ରୁ ଖରାପ ଗ୍ରହର ଦୋଷ ବି ଦୂର ହୋଇଯିବ।

କାରଣ ମହା ଶିବରାତ୍ରିର ଜାଗରଣର ବିଧାନ ଅଛି। ଶାସ୍ତ୍ର ଅନୁସାରେ ନିଶାଭର ରାତିରେ ପୂଜା କଲେ ଏହା ଭଲ ହୋଇଥାଏ। ଧାର୍ମିକ ମାନ୍ୟତା ଅନୁସାରେ ମହା ଶିବରାତ୍ରି ଦିନ ଭଗବାନ ଶିବଙ୍କ ଲିଙ୍ଗ ରୂପରେ ପ୍ରକଟ ହୋଇଥିଲେ। ଏହା ସହିତ ଏହାବି ମାନ୍ୟତା ଅଛି ଭଗବାନ ଶିବ ଏବଂ ମା ପାର୍ବତୀଙ୍କ ବିବାହ ଏହି ଦିନ ହୋଇଥିଲା। ତ ମହା ଶିବରାତ୍ରି ଦିନ ଅବିବାହିତ ମହିଳା ପୁରା ଦିନ ଉପବାସ ରହି ଶିବ ଆରୋଧନା କରିଥାନ୍ତି ତ ଭଗବାନ ଶିବଙ୍କ ଭଳି ଯୋଗ୍ୟ ବର ପ୍ରାପ୍ତ ହୋଇଥାଏ। ଯେଉଁମାନେ ବିବାହିତା ସେମାନଙ୍କର ବୈବାହିକ ଜୀବନ ସୁଖମୟ ହୋଇଥାଏ।

ଆସନ୍ତୁ ଜାଣିବା ଭଗବାନ ଶିବଙ୍କୁ କେଉଁ ଜିନିଷ ଅର୍ପଣ କରିବା ଉଚିତ ନୁହେଁ।

ଭଗବାନ ଶିବଙ୍କର କେବେବି ପୁରା ପରିକ୍ରମା କରିବା ଉଚିତ ନୁହେଁ। କାରଣ ଜଳାଧାରୀଙ୍କୁ ଏମିତି କରିବା ଉଚିତ ନୁହେଁ। ଏମିତି କରିବା ଧର୍ମ ଗ୍ରନ୍ଥରେ ବି ନିଷେଧ ଅଟେ।

ଭଗବାନ ଶିବ ଲିଙ୍ଗରେ ଜଳାଧାରୀଙ୍କୁ ଭଗବାନ ଶିବଙ୍କ ସାମ୍ନାରେ ପୂଜା କରିପାରିବେ ନାହିଁ। ଜଳାଧାରୀ ଯେମିତିକି ତାଙ୍କର ମୁଖ ଦକ୍ଷିଣ ଦିଗକୁ ନହେବ ସେମିତି ପୂଜା କରିବା ଉଚିତ ଯେମିତି ଜଳାଧାରୀଙ୍କ ମୁଖ ଉତ୍ତର ଦିଗକୁ ରହିବ। ଭଗବାନ ଶିବଙ୍କର ପୂଜାରେ ଭୁଲରେ ବି ଶଙ୍ଖରେ ଜଳ ଅର୍ପଣ କରିବେ ନାହିଁ। କାରଣ ଭଗବାନ ଶିବ ଶଙ୍ଖ ଚୁଡ଼ ନାମକ ଅସୁରର ବଧ କରିଥିଲେ ଆଉ ଶଙ୍ଖ ଚୁଡ଼ ଭଗବାନ ବିଷ୍ଣୁଙ୍କର ଭକ୍ତ ଥିଲା। ସେଥିପାଇଁ ଭଗବାନ ବିଷ୍ଣୁଙ୍କ ପୂଜାରେ ଶଙ୍ଖରେ କରାଯାଏ କିନ୍ତୁ ଭଗବାନ ଶିବଙ୍କର ନୁହେଁ।

ଶିବ ଲିଙ୍ଗ ଉପରେ କେବେବି ତମ୍ବା ଘଟିରେ କ୍ଷୀର ରଖି ଅର୍ପଣ କରିବେ ନାହିଁ। କାରଣ ତମ୍ବାର ରଖାଯାଇଥିବା କ୍ଷୀର ବିଷ ସହିତ ସମାନ ହୋଇଥାଏ। ଭଗବାନ ଶିବ ଲିଙ୍ଗକୁ ମହିଳାମାନେ ସ୍ପର୍ଶ କରିବେ ନାହିଁ। ନଚେତ ଆପଣଙ୍କ ପୂଜାର ଫଳ ଅସଫଳ ହୋଇଥାଏ।

ଭଗବାନ ଶିବଙ୍କର ପୂଜାରେ ଭାଙ୍ଗ ଧୁତୁରା କ୍ଷୀର ଚନ୍ଦନ ଭସ୍ମ ଅର୍ପଣ କରିବାର ବିଧି ଅଛି। ଭଗବାନ ଶିବ ବୈରାଗୀ ଅଟନ୍ତି।ତ ସେଥିପାଇଁ ତାଙ୍କୁ ହଳଦୀ ସିନ୍ଦୁର କୁମକୁମ ଅର୍ପଣ କରିବା ଉଚିତ ନୁହେଁ। ମା ପାର୍ବତୀଙ୍କୁ ଅର୍ପଣ କରିପାରିବେ।

ଭଗବାନ ଶିବଙ୍କ ପୂଜାରେ ତୁଳସୀ ପତ୍ର ଭୁଲରେ ବି ଅର୍ପଣ କରିବା ଉଚିତ ନୁହେଁ ଏବଂ ଭଗବାନ ବିଷ୍ଣୁଙ୍କ ମଳିରୁ ଯେଉଁ ତିଳ ଉତ୍ପନ ହୋଇଥିଲା ସେଥିପାଇଁ ମଧ୍ୟ ଭଗବାନ ଶିବଙ୍କୁ ତିଳ ଅର୍ପଣ କରିବା ଉଚିତ ନୁହେଁ।

ଭଗବାନ ଶିବଙ୍କୁ ଭଙ୍ଗା ଚାଉଳ ଅର୍ପଣ କରିବା ଉଚିତ ନୁହେଁ।

ନଡ଼ିଆ ପାଣି ଭଗବାନ ଶିବଙ୍କୁ ଅର୍ପଣ କରନ୍ତୁ ନାହିଁ। ନଡିଆ ଅର୍ପଣ କରିପାରିବେ କିନ୍ତୁ ନଡ଼ିଆ ପାଣି ନୁହେଁ।

ଭଗବାନ ବହୁତ ଭୋଳା ଅଟନ୍ତି ଥରେ ଓଁ ନମଃ ଶିବାୟର ଜପ କରିବେ ତ ଭଗବାନ ଶିବ ପ୍ରସନ୍ନ ହୋଇଯିବେ।

ମହା ଶିବରାତ୍ରି ଦିନ ଏମିତି କେଉଁ କାମ ଅଛି ଯାହାକୁ କରିବା ପାପ ହୋଇଥାଏ ଆସନ୍ତୁ ଜାଣିବା।

ଏହି ଦିନ କାହା ବିଷୟରେ ଖରାପ ଭାବିବା ପାପ ହୋଇଥାଏ।

କାହାରି ବିଷୟରେ ଖରାପ ଚିନ୍ତା କରନ୍ତୁ ନାହିଁ କି କୁହନ୍ତୁ ନାହିଁ। ମନରେ ପବିତ୍ରତା ରହିବା ଆବଶ୍ୟକ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *