Excuse Me Odisha

ଯାହା କହିବୁ ସତ କହିବୁ

ଏହି ୫ ଗୋଟି ରାଶିର ଲୋକଙ୍କ ଉପରେ ଭଗବାନ ଶନିଙ୍କ କୃପା ଦୃଷ୍ଟି ପଡ଼ିବାକୁ ଯାଉଛି। ଆଗାମୀ ୧୩ ମାସ ପର୍ଯ୍ୟନ୍ତ ଧନର ଅଭାବ ରହିବ ନାହିଁ।

ସେୟାର୍ କରନ୍ତୁ

ଶନି ଗ୍ରହ ଧୀର ଗତିରେ ଚାଲିବା ସହିତ ପ୍ରତ୍ୟେକ ଅଢେଇ ବର୍ଷରେ ଥରେ ରାଶି ପରିବର୍ତ୍ତନ କରିଥାନ୍ତି। କିନ୍ତୁ ଏହି ସମୟ ମଧ୍ୟରେ ପ୍ରତ୍ୟେକ ଗ୍ରହ ଓ ନକ୍ଷତ୍ରର ଚଳନରେ ପରିବର୍ତ୍ତନ ହୋଇଥାଏ। ଭଗବାନ ଶନିଙ୍କ କୋପରୁ ଆଜି ପର୍ଯ୍ୟନ୍ତ କେହି ମଧ୍ୟ ବଞ୍ଚିତ ହୋଇ ପାରି ନାହାଁନ୍ତି। ଫେବୃୟାରୀ ମାସ ୨୮ ତାରିଖ ଦିନ ଶନି ଗ୍ରହ ନକ୍ଷତ୍ର ପରିବର୍ତ୍ତନ କରି ଧନିଷ୍ଠା ନକ୍ଷତ୍ରରେ ଗୋଚର କରିବେ। ଆସନ୍ତା ୧୩ ମାସ ପର୍ଯ୍ୟନ୍ତ ଶନି ଗ୍ରହ ଏହି ନକ୍ଷତ୍ରରେ ବିରାଜମାନ କରିବେ। ଏହାର ପ୍ରଭାବ ରାଶିଚକ୍ରରେ ଥିବା ୧୨ ଗୋଟି ରାଶି ଉପରେ ପଡ଼ିବ। ତେଣୁ ୫ ଗୋଟି ରାଶିର ଲୋକଙ୍କୁ ଶୁଭ ଫଳ ପ୍ରାପ୍ତ ହେବ।

ମେଷ ରାଶି :-

ଏହି ରାଶିର ଲୋକଙ୍କ ଜୀବନରେ ସ୍ଥିରତା ଆସିବ।ପୁରୁଣା ଅଟକି ରହିଥିବା ଟଙ୍କା ଫେରସ୍ତ ମିଳିବ। ରୋଜଗାର ନଥିବା ଲୋକଙ୍କୁ ଚାକିରି ପ୍ରାପ୍ତ ହେବ। ଆୟରେ ବୃଦ୍ଧି ହେବ। ଚାକିରି କ୍ଷେତ୍ରରେ ଆପଣଙ୍କୁ ପଦୋନ୍ନତୀ ମିଳିବାର ସମ୍ଭାବନା ରହିଛି। ଶୁଭ କାର୍ଯ୍ୟ ପାଇଁ କୌଣସି ସ୍ଥାନକୁ ଯାତ୍ରା କରି ପାରନ୍ତି। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଧୁର ରହିବ।

ବୃଷ ରାଶି :-

ଚାକିରି କ୍ଷେତ୍ରରେ ଅଧିକ ଲାଭବାନ ହେବେ। ବରିଷ୍ଠ ଅଧିକାରୀ ଆପଣଙ୍କ କାର୍ଯ୍ୟରେ ପ୍ରସନ୍ନ ହେବେ। ନୂଆ ବ୍ୟବସାୟ ଆରମ୍ଭ କରିବା ପାଇଁ ବିଚାର କରୁଥିଲେ, ଏହି ସମୟ ଆପଣଙ୍କ ପାଇଁ ଅନୁକୂଳ ରହିଛି। ଆୟରେ ବୃଦ୍ଧି ହେବ। ପରିବାରରେ ସୁଖଶାନ୍ତି ବିଦ୍ୟମାନ ହେବ। ଆପଣଙ୍କର ଅଟକି ରହିଥିବା ଟଙ୍କା ଆପଣଙ୍କୁ ଫେରସ୍ତ ମିଳିବ।

ମିଥୁନ ରାଶି :-

ଆପଣଙ୍କ କ୍ୟାରିୟରରେ ସକାରାତ୍ମକ ପରିବର୍ତ୍ତନ ଆସିପାରେ। ପରିବାର ଲୋକେ ଶାରୀରିକ ରୂପରେ ସୁସ୍ଥ ରହିବେ। ଭଗବାନଙ୍କ କୃପାରୁ ଭାଗ୍ୟ ସର୍ବଦା ଆପଣଙ୍କ ସପକ୍ଷରେ ରହିବ। ଆପଣ ଯେଉଁ କାର୍ଯ୍ୟ କରିବେ, ସେଥିରେ ସଫଳତା ହାସଲ କରିବେ। ପରିବାରରେ ସର୍ବଦା ଖୁସିର ମାହୋଲ ରହିବ। ଜୀବନସାଥୀଙ୍କ ସହିତ ରୋମାଣ୍ଟିକ ଟ୍ରିପରେ ଯାଇ ପାରନ୍ତି।

କର୍କଟ ରାଶି :-

ଅବିବାହିତ ଲୋକଙ୍କ ପାଇଁ ବିବାହର ଯୋଗ ସୃଷ୍ଟି ହେବ। ଆପଣଙ୍କୁ ଆଶାନୁରୂପ ଜୀବନସାଥୀଟିଏ ମିଳିବ। ପ୍ରେମୀ ଯୁଗଳଙ୍କ ପାଇଁ ଏହି ସମୟ ଅନୁକୂଳ ରହିଛି। ଜୀବନସାଥୀଙ୍କ ସହିତ ଉତ୍ତମ ସମ୍ବନ୍ଧ ରହିବ। ସନ୍ତାନ ସୁଖ ଲାଭ କରି ପାରନ୍ତି। ବ୍ୟବସାୟରେ ସଫଳତା ହାସଲ କରିବେ। କୌଣସି ସ୍ଥାନକୁ ଯାତ୍ରା କରି ପାରନ୍ତି।

ଧନୁ ରାଶି :-

ଏହି ରାଶିର ଲୋକଙ୍କ ପାଇଁ ସମୟ ଅନୁକୂଳ ସାବ୍ୟସ୍ତ ହେବ। ଅଟକି ରହିଥିବା ଟଙ୍କା ଆପଣଙ୍କୁ ଫେରସ୍ତ ମିଳିବ। ଚାକିରି ଓ ବ୍ୟାପାରରେ ଉନ୍ନତି କରିବେ। ପ୍ରେମ କରୁଥିବା ଲୋକଙ୍କ ପାଇଁ ବିବାହର ଯୋଗ ରହିଛି। ଅଧିକ ଉପାର୍ଜନ କରିବା ପାଇଁ ନୂଆ ସାଧନ ମିଳିପାରେ। ଘରେ କୌଣସି ମାଙ୍ଗଳିକ କାର୍ଯ୍ୟକ୍ରମ ସୃଷ୍ଟି ହୋଇପାରେ। ବନ୍ଧୁ ମାନଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ। ଭୌତିକ ସୁଖ ସୁବିଧାରେ ବୃଦ୍ଧି ହେବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *