Excuse Me Odisha

ଯାହା କହିବୁ ସତ କହିବୁ

ମହାଶିବରାତ୍ରି ଦିନ ସ୍ୱାମୀ ସ୍ତ୍ରୀ ଭୁଲରେ ବି କରନ୍ତୁ ନାହିଁ ଏହି ୫ ଟି କାମ, ଜୀବନ ସାରା ଦରିଦ୍ର ହୋଇ ରହିବେ। ଆସିବ ଅକାଳ ମୃତ୍ୟୁ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ମହା ଶିବରାତ୍ରି ଦିନ ସ୍ୱାମୀ ସ୍ତ୍ରୀ ଭୁଲରେ ବି କରନ୍ତୁ ନାହିଁ ଏହି ୫ ଟି କାମ ଜୀବନ ସାରା ଦରିଦ୍ର ହୋଇ ରହିବେ। ଆସିଥାଏ ଅକାଳ ମୃତ୍ୟୁ।

ବନ୍ଧୁଗଣ ମାନ୍ୟତା ଅଛି ଯେ ଯେବେ ଏହି ସଂସାର ଆକାଶ ସୌରମଣ୍ଡଳ ସୂର୍ଯ୍ୟ ଚନ୍ଦ୍ର କିଛି ବି ନଥିଲା ସେହି ସମୟରେ କେବଳ ଓଁ ହିଁ ଥିଲା। ଓଁ ଶବ୍ଦରେ ଗୁଞ୍ଜରେ ଭଗବାନ ଶିବ ଲିଙ୍ଗର ସ୍ଥାପନା ହୋଇଥିଲା। ଯାହାକୁ ସର୍ବପ୍ରଥମେ ପୂଜା ବ୍ରହ୍ମ ଏବଂ ଭଗବାନ ବିଷ୍ଣୁଙ୍କ ଦ୍ୱାରା କରାଯାଇଥିଲା। ଯେମିତିକି ଶିବ ଲିଙ୍ଗ କେଉଁଠାରୁ ଆରମ୍ଭ ହୋଇଛି ଏବଂ କେଉଁଠି ଶେଷ ହୋଇଛି ଏହାର କୌଣସି ବି ଅନ୍ତ ନାହିଁ। ସେହିଭଳି ଭଗବାନ ଶିବଙ୍କ କେଉଁଠୁ ଆରମ୍ଭ ଅଛି ଏବଂ କେଉଁଠୁ ହୋଇଛି ତାର ଅନ୍ତ। ସେ ସର୍ବ ବ୍ୟାପି ଅଟନ୍ତି।

ସେ ମୋକ୍ଷର ଦ୍ୱାର ଅଟନ୍ତି। ଯେମିତି ମୃତ୍ୟୁ ସମସ୍ତଙ୍କର ଆସିଥାଏ ଆଉ ମୃତ୍ୟୁ କାହାରିକୁ ଛାଡିନଥାଏ। ସେହିଭଳି ଭଗବାନ ଶିବଙ୍କ ଦ୍ୱାରରେ ସମସ୍ତେ ଏକ ସମାନ। ଭଗବାନ ଶିବଙ୍କୁ ସବୁ ପ୍ରକାରର ମୋହ ମାୟା ବିଷୟରେ ଜଣା ଅଛି। ତାଙ୍କୁ ଧନ ଧାନ୍ୟ ଲୋଭ ମାୟା ଉଚ୍ଚ ନିଚ୍ଚ କ୍ରୋଧ ଘୃଣାରେ ପ୍ରସନ୍ନ କରିପାରିବେ ନାହିଁ। ତାଙ୍କୁ କେବଳ ଏକାଗ୍ର ଏବଂ ନିଷ୍ଠା ମନରେ ହିଁ ଜିତି ପାରିବେ। ଆମେ ଭଗବାନ ଶିବଙ୍କୁ ଭୋଳାନାଥ କହିଥାଉ କାରଣ ସେ ଭୋଳା ଅଟନ୍ତି। ସେ କମଳ ହୃଦୟର ଅଟନ୍ତି।

ଭଗବାନ ଶିବଙ୍କର ଏକ ରୁଦ୍ର ରୂପ ବି ଅଛି ଯିଏ କୁକର୍ମ କରିଥାଏ ତାଙ୍କୁ ସେ କେବେବି କ୍ଷମା କରନ୍ତି ନାହିଁ। ଏଥିପାଇଁ ଆମେ ମହା ଶିବରାତ୍ରିରେ ଏମିତି କିଛି କାର୍ଯ୍ୟ ବିଷୟରେ ଜଣେଇବୁ ଯାହା ମନୁଷ୍ୟଙ୍କୁ ମହା ଶିବରାତ୍ରି ଦିନ ଭୁଲରେ ବି କରିବା ଉଚିତ ନୁହେଁ। ନଚେତ ଭଗବାନ ଶିବଙ୍କର କ୍ରୋଧର ସାମ୍ନା କରିବାକୁ ପଡିଥାଏ। ଏହା ସହିତ ୧ ମାର୍ଚ୍ଚ ୨୦୨୨ ମଙ୍ଗଳବାର ମହା ଶିବରାତ୍ରି ଦିନ ନନ୍ଦୀଙ୍କ କାନରେ ଚୁପଚାପ କହିଦିଅନ୍ତୁ ଏହି ଗୋଟିଏ ମନ୍ତ୍ର ଜଲଦି ପୂରଣ ହେବ ଆପଣଙ୍କର ଇଛା। ଏହା ଏକ ଚମତ୍କାରୀ ମନ୍ତ୍ର ଅଟେ। ଆସନ୍ତୁ ଜାଣିବା ତାହା କେଉଁ କାମ ଅଟେ ଯାହା ମହା ଶିବରାତ୍ରି ଦିନ କରିବା ଉଚିତ ନୁହେଁ।

ମହିଳା ମାନଙ୍କର ଅପମାନ। ଭଗବାନ ଶିବ ଏବଂ ମା ପାର୍ବତୀଙ୍କର ଅର୍ଦ୍ଧନାରୀଶ୍ୱର ରୂପ ବିଷୟରେ ଆମେ ସମସ୍ତେ ଜାଣିଛୁ। ଆଉ ତାଙ୍କର ପୂଜା ଆରୋଧନା ମଧ୍ୟ କରିଥାଉ। ହେଲେ ବି ଅର୍ଦ୍ଧନାରୀଶ୍ୱରଙ୍କର ମହତ୍ୱ କିଛି ମନୁଷ୍ୟ ବୁଝନ୍ତି ନାହିଁ ଏବଂ ସ୍ତ୍ରୀ ମାନଙ୍କର ଅପମାନ ଏବଂ ଖରାପ ବ୍ୟବହାର କରିଥାନ୍ତି। ଭଗବାନ ଶିବଙ୍କର ପ୍ରସନ୍ନ ପାଇବା ପାଇଁ ହେଲେ କୌଣସି ମହିଳାଙ୍କର ଅପମାନ କରନ୍ତୁ ନାହିଁ କି ତାଙ୍କୁ ଅପଶବ୍ଦ କୁହନ୍ତୁ ନାହିଁ। ସେମାନଙ୍କ ଉପରକୁ ହାତ ଉଠାନ୍ତୁ ନାହିଁ।

ପଶୁ ହତ୍ୟା। ଭଗବାନ ଶିବଙ୍କର ଆଉ ଗୋଟିଏ ଅବତାର ଯାହା ପଶୁପତି ନାମରେ ଆମେ ଜାଣିଥାଉ। ଯାହାର ଅର୍ଥ ଭଗବାନ ଶିବ ସଂସାରର ସବୁ ପଶୁଙ୍କ ସ୍ୱାମୀ ଅଟନ୍ତି। ସେମାନଙ୍କର ପାଳନ ହାର ଅଟନ୍ତି। ଭଗବାନ ଶିବଙ୍କ ପାଇଁ ସବୁ ପଶୁ ଏକ ସମାନ ଅଟନ୍ତି। ଯଦି ମହା ଶିବରାତ୍ରିର ମହା ଉତ୍ସବରେ କୌଣସି ପଶୁର ପ୍ରାଣ ଯଦି ନେଉଛନ୍ତି କିମ୍ବା ସେମାନଙ୍କୁ କଷ୍ଟ ଦେଉଛନ୍ତି ତେବେ ଏହା ମହାପାପ ଠାରୁ କମ ନୁହେଁ। ଯେଉଁ ମନୁଷ୍ୟ କଥା କହି ପାରୁନଥିବା ଜୀବ ମାନଙ୍କ ଉପରେ ଅତ୍ୟାଚାର କରିଥାନ୍ତି ସେମାନଙ୍କୁ ଭଗବାନ ଶିବଙ୍କର କ୍ରୋଧର ସାମ୍ନା କରିବାକୁ ପଡିଥାଏ।

ଡେରିରେ ଉଠିବା। ମହା ଶିବରାତ୍ରିର ଅର୍ଥ ହେଉଛି ଶିବ ଭକ୍ତ ମାନଙ୍କର ରାତି। ଏହି ଦିନ ଯେଉଁ ଭକ୍ତ ଜାଗର କରି ଭଗବାନ ଶିବଙ୍କ ଭକ୍ତି ଭଜନରେ ଲିନ ରହିଥାନ୍ତି ଏବଂ ପ୍ରାତଃ କାଳରୁ ନିତ୍ୟକର୍ମ ସାରି ସ୍ନାନ କରି ଭଗବାନ ଶିବଙ୍କ ଆରୋଧନା କରିଥାନ୍ତି ତେବେ ତାଙ୍କୁ ପୁଣ୍ୟର ପ୍ରାପ୍ତି ମିଳିଥାଏ। କିନ୍ତୁ ଯଦି ଆପଣ ମହା ଶିବରାତ୍ରି ଦିନ ଡେରି ପର୍ଯ୍ୟନ୍ତ ଶୋଇ ରହୁଛନ୍ତି ତାହେଲେ ଆପଣଙ୍କର ଭାଗ୍ୟ ଆପଣଙ୍କ ପରି ଶୋଇ ରହିଯିବ। ସେଥିପାଇଁ ଆପଣ ଏହି ଭୁଲ କରନ୍ତୁ ନାହିଁ।

ଟଙ୍କା ପଇସାର ଲୋଭ। ଆପଣ ଭାବୁଛନ୍ତି ଭଗବାନ ଶିବଙ୍କୁ ଧନ ସମ୍ପତ୍ତି ସୁନା ରୁପା ଗହଣା ହୀରା ଲୀଳାରେ ପ୍ରସନ୍ନ କରିହେବ ତାହେଲେ ଆପଣ ଭୁଲ ଅଟନ୍ତି। ଭଗବାନ ଶିବ ବୈରାଗି ଅଟନ୍ତି ମହା ଯୋଗୀ ଅଟନ୍ତି ତୋପସି ଅଟନ୍ତି କୈଳାଶ ପତି ଅଟନ୍ତି। ତାଙ୍କୁ ଏହି ସଂସାରରେ କୌଣସି ଜିନିଷରେ ଲୋଭ ନାହିଁ କି ମୋହ ନାହିଁ କିନ୍ତୁ ଯେଉଁ ମନୁଷ୍ୟ ଲୋଭି ଅଟନ୍ତି ବିଶ୍ୱାସ ଘାଟକତା କରି ଧନ ରୋଜଗାର କରିଥାନ୍ତି ନସେମାନଙ୍କୁ ଭଗବାନ ଶିବ କେବେବି କ୍ଷମା କରନ୍ତି ନାହିଁ। ନିଜ ପରିଶ୍ରମରେ ଅର୍ଜିତ ଧନରେ କୌଣସି ଅଭାବବି ବ୍ୟକ୍ତିଙ୍କୁ ୧ ଟଙ୍କା ବି ଦେଲେ ବହୁତ ବଡ଼ ପୁଣ୍ୟ ମିଳିଥାଏ।

ମହା ଶିବରାତ୍ରି ଏକ ପବିତ୍ର ଦିନ ଅଟେ ଏହି ଦିନ ଏକ ପବିତ୍ର ରାତ୍ରି ଅଟେ। ଏହି ଦିନ କେବଳ ମା ପାର୍ବତୀ ଏବଂ ଭଗବାନ ଶିବଙ୍କର ନାମର ଜପ କରିବା ଉଚିତ। ଏହି ଦିନ କୌଣସି ଅପବିତ୍ର କାମ କରିବା ଉଚିତ ନୁହେଁ।

ମହା ଶିବରାତ୍ରିରେ ସ୍ୱାମୀ ସ୍ତ୍ରୀ ବ୍ରହ୍ମଚାରି ବ୍ରତ ରଖିବା ଉଚିତ।

ଗୁରୁଜନଙ୍କ ଅପମାନ। ସଂସାରରେ ସର୍ବପ୍ରଥମ ଗୁରୁ ଭଗବାନ ଶିବ ଅଟନ୍ତି। ତାଙ୍କ ମାଧ୍ୟମରେ ସମ୍ପୂର୍ଣ୍ଣ ସୃଷ୍ଟିକୁ ସଙ୍ଗୀତ ନୃତ୍ୟ କଳା ଓ ବିଜ୍ଞାନ ପ୍ରାପ୍ତ ହୋଇଛି। ଏଥିପାଇଁ ଭଗବାନ ଶିବ ସମସ୍ତ ସଂସାରର ଗୁରୁ ଅଟନ୍ତି।

ମହା ଶିବରାତ୍ରି ଦିନ ଗୁରୁଜନଙ୍କର ଅପମାନ ଭୁଲରେ ବି କରନ୍ତୁ ନାହିଁ।

ଏବେ ଆସନ୍ତୁ ଜାଣିବା ମହା ଶିବରାତ୍ରି ଦିନ ନନ୍ଦିଙ୍କ କାନରେ କଣ କହିବା ଉଚିତ ଏବଂ କେଉଁ ମନ୍ତ୍ରର ଉଚାରଣ କରିବା ଉଚିତ।

ଭଗବାନ ଶିବ ମନ୍ଦିରରେ ନନ୍ଦି ମହାରାଜ ବସି ରହିଥାନ୍ତି। ଭଗବାନ ଶିବଙ୍କ ଠିକ ସାମ୍ନାରେ ବସି ରୁହନ୍ତି। ନନ୍ଦି ଭଗବାନ ଶିବଙ୍କର ବାହନ ଅଟନ୍ତି ଏବଂ ଭଗବାନ ଶିବଙ୍କ ପ୍ରିୟ ଭକ୍ତ ଅଟନ୍ତି। ନନ୍ଦିଙ୍କ କାନରେ କିଛି କହିବାର ଆପଣ ଦେଖିଥିବେ।

ନନ୍ଦିଙ୍କ କାନରେ ବିଶ୍ୱାସର ସହିତ ନିଜର ମନସ୍କାମନା କୁହନ୍ତୁ ଦେଖିବେ ଆପଣଙ୍କର ମନସ୍କାମନା ନିଶ୍ଚୟ ପୂରଣ ହେବ। ଭଗବାନ ଶିବ ଆପଣଙ୍କର ଫଳ ନିଶ୍ଚୟ ଦେଇଥାନ୍ତି। ନନ୍ଦିଙ୍କ କାନରେ କୁହାଯାଇଥିବା କଥା ଭଗବାନ ଶିବଙ୍କ ପର୍ଯ୍ୟନ୍ତ ପହଁଚି ଥାଏ। ଆଉ ତାହା ପୂରଣ ବି ହୋଇଥାଏ। ଭଗବାନ ଶିବଙ୍କୁ ଆପଣ ସିଧା ବହୁତ କଥା କହିପାରିବେ କିନ୍ତୁ ନନ୍ଦି ଭଗବାନ ଯିଏ ଭଗବାନ ଶିବଙ୍କର ପ୍ରିୟ ଭକ୍ତଙ୍କ ମଧ୍ୟରୁ ଜଣେ ଅଟନ୍ତି ଏବଂ କୁହାଯାଏ ଯେ ନନ୍ଦି ପୂର୍ବ ଜନ୍ମରେ ସିଲାଦ ଋଷି ଥିଲେ ଯିଏ ହଜାର ବର୍ଷ ପର୍ଯ୍ୟନ୍ତ ଘୋର ତପସ୍ୟା କରି ଭଗବାନ ଶିବଙ୍କୁ ପ୍ରସନ୍ନ କରି ତାଙ୍କ ଠାରୁ ଏହି ବରଦାନ ପାଇଲେ ଯେ ସେ ସର୍ବଦା ତାଙ୍କ ପାଖରେ ରହିବେ।

ସିଲାଦ ୠଷିଙ୍କ ତପସ୍ୟାରେ ପ୍ରସନ୍ନ ହୋଇ ଭଗବାନ ଶିବ ତାଙ୍କ ବାହନ ରୂପରେ ସର୍ବଦା ନିଜର ପାଖରେ ରହିବାର ବଚନ ଦେଲେ। ସେବେ ଠାରୁ ହିଁ ଭଗବାନ ଶିବଙ୍କ ପାଖରେ ନନ୍ଦି ବାହନ ରୂପରେ ରହିଛନ୍ତି। ତ ଶିବ ମହା ପୁରାଣ ଅନୁସାରେ ଭଗବାନ ଶିବ ସର୍ବଦା ହିଁ ତପସ୍ୟାରେ ଲିନ ରହିଥାନ୍ତି ଆଉ ସେ ବନ୍ଦ ଆଖିରେ ବି ସମ୍ପୂର୍ଣ୍ଣ ଜଗତର ସଞ୍ଚାଳନରେ ସହଯୋଗ କରିଥାନ୍ତି କିନ୍ତୁ ଯିଏ ନନ୍ଦି ମହାରାଜ ସବୁବେଳେ ଆଖି କାନ ଖୋଲା ରଖି ଭଗବାନ ଶିବଙ୍କ ଆଗରେ ବସିଥାନ୍ତି। ପୁରାଣରେ ଏହା କୁହାଯାଇଛି ଭଗବାନ ଶିବଙ୍କ ତପସ୍ୟାରେ କୌଣସି ପ୍ରକାରର ବିଘ୍ନ ନହେଉ ଏଥିପାଇଁ ନନ୍ଦି ଭଗବାନ ଶିବଙ୍କର ତପସ୍ୟା ସ୍ଥାନରେ ବାହାରେ ରହିଥାନ୍ତି।

ଯେଉଁ ବି ଭକ୍ତ ଭଗବାନ ଶିବଙ୍କ ପାଖକୁ ନିଜର ସମସ୍ୟା ନେଇ ଯାଇଥାଏ ନନ୍ଦି ତାଙ୍କୁ ସେହିଠାରେ ଅଟକାଇ ଦିଅନ୍ତି ଏବଂ କୌଣସି ବାହାର ବିଘ୍ନରୁ ଭଗବାନ ଶିବଙ୍କ ତପସ୍ୟା ଭଙ୍ଗ ନହେଉ ତ ଏଥିପାଇଁ ଭକ୍ତ ବି ନିଜର କଥା ନନ୍ଦିଙ୍କ କାନରେ କହିଥାନ୍ତି ତ ଭଗବାନ ଶିବ ତପସ୍ୟାରୁ ବାହାରିବା ପରେ ନନ୍ଦି ତାଙ୍କୁ ଭକ୍ତଙ୍କ ସବୁ କଥା କହି ଦିଅନ୍ତି। ଆଉ ଭକ୍ତଙ୍କୁ ଏହା ବି ବିଶ୍ୱାସ ବି ହୋଇଥାଏ କି ନନ୍ଦି ମହାରାଜ ତାଙ୍କର କଥା ଭଗବାନ ଶିବଙ୍କ ପାଖରେ ଅବଶ୍ୟ ପହଞ୍ଚାଇ ଦେବେ। ତ କିଛି ନିୟମ ଥାଏ ନନ୍ଦିଙ୍କ କାନରେ କହିବାର। ଯେବେବି ଆପଣ ଭଗବାନ ଶିବଙ୍କ ପୂଜା କରିବେ ତ ଏହା ପରେ ନନ୍ଦିଙ୍କ କାନରେ କହିବା ଉଚିତ।

ପ୍ରଥମେ ନନ୍ଦିଙ୍କୁ ୩୧ ଟି ସବୁଜ ରଙ୍ଗର ମୁଗ ଦାନ କରନ୍ତୁ। ଏହା ବ୍ୟତିତ ଫୁଲ ମିଠା ଯାହାବି ଆପଣ ନେଇ ଥିବେ ତାହା ଅର୍ପଣ କରିବେ ଏହାପରେ ନନ୍ଦିଙ୍କ କାନରେ ଯେଉଁ ମନସ୍କାମନା କହିବେ ତ ଏହି କଥାର ଧ୍ୟାନ ରଖିବେ କି ଆପଣଙ୍କର କୁହା ହୋଇଥିବା କଥା ଆଉ କେହି ଯେମିତି ନ ଶୁଣି ପାରିବେ ଧୀରେ ଧୀରେ ନନ୍ଦିଙ୍କ କାନରେ କହିବେ। ନନ୍ଦିଙ୍କ କାନରେ କହିବା ସମୟରେ ନିଜେ ଓଠକୁ ଦୁଇଟି ହାତରେ ଢାଙ୍କି ଦିଅନ୍ତୁ ଯେମିତି ଅନ୍ୟ ବ୍ୟକ୍ତି ସେହି କଥାକୁ କହିବା ସମୟରେ ନଶୁଣି ପାରିବ। ବାମ କାନରେ କହିବାର ଅଧିକ ମହତ୍ୱ ଥାଏ ତ ଆପଣ ବି ଥରେ ଟ୍ରାୟ କରନ୍ତୁ ଆଉ ଦେଖନ୍ତୁ ନନ୍ଦି ମହାରାଜ ଆପଣଙ୍କ ସମସ୍ତ ମନସ୍କାମନା ଭଗବାନ ଶିବଙ୍କ ପର୍ଯ୍ୟନ୍ତ ପହଂଚାଇ ଥାନ୍ତି ଆଉ ସେହି ମନସ୍କାମନା ଶୀଘ୍ର ପୂରଣ ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *