Excuse Me Odisha

ଯାହା କହିବୁ ସତ କହିବୁ

ମହାଶିବରାତ୍ରୀ ପୁର୍ବରୁ ଘରକୁ ଆଣନ୍ତୁ ଏହି ଗୋଟିଏ ଜିନିଷ,ବର୍ଷ ସାରା ଟଙ୍କାର ଅଭାବ ରହିବନି !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ମହା ଶିବରାତ୍ରି ପୂର୍ବରୁ ଘରକୁ ଆଣନ୍ତୁ ୫ ଟି ମଧ୍ୟରୁ ଗୋଟିଏ ଜିନିଷ। ଜାଗରରେ କଣ ଖାଇବେ କଣ ନାହିଁ।

ବନ୍ଧୁଗଣ ଭଗବାନ ଶିବ ସର୍ବଶ୍ରେଷ୍ଠ ଅଟନ୍ତି। ସର୍ବ ଶକ୍ତିଶାଳୀ ଅଟନ୍ତି। ଆକାଶ ପରି ଦୂର ବ୍ୟାପ୍ତ ଅଟନ୍ତି। ତାଙ୍କ ଭିତରେ ସମ୍ପୂର୍ଣ୍ଣ ଜ୍ଞାନ ଭରି ରହିଥାଏ। ଶିବ ହିଁ ଆଦି ଅଟନ୍ତି ଶିବ ହିଁ ଅନ୍ତ ଅଟନ୍ତି। ଶିବ ହିଁ ପୃଥିବୀ ଶିବ ହିଁ ଆକାଶ ଅଟନ୍ତି ଏବଂ ଶିବ ହିଁ ସମ୍ପୂର୍ଣ୍ଣ ବ୍ରହ୍ମାଣ୍ଡ ଅଟନ୍ତି। ବନ୍ଧୁଗଣ ୧ ମାର୍ଚ୍ଚ ୨୦୨୨ ମଙ୍ଗଳବାର ଦିନ ଭଗବାନ ଶିବଙ୍କର ବଡ଼ ପର୍ବ ତଥା ଶିବ ଭକ୍ତ ମାନଙ୍କର ପବିତ୍ର ପର୍ବ ମହା ଶିବରାତ୍ରି ପର୍ବ ଧୁମଧାମରେ ପାଳନ କରାଯିବ।

ମହା ଶିବରାତ୍ରି ଦିନ ସମ୍ପୂର୍ଣ୍ଣ ସଂସାରରେ ଏକ ପ୍ରକାରର ମହା ଉତ୍ସବର ଦିନ ହୋଇଯାଇଥାଏ। ଦେଶରେ ସବୁ ଶିବ ମନ୍ଦିରରେ ଭିଡ଼ ହୋଇଥାଏ। ଏହି ଦିନ ଭଗବାନ ଶିବ ତାଙ୍କ ଭକ୍ତଙ୍କ ଉପରେ ପ୍ରସନ୍ନ ଥାଆନ୍ତି। ମହା ଶିବରାତ୍ରି ଦିନ ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ଦ୍ୱାରା ମିଳୁଥିବା ପୂଜାର ମହତ୍ୱ ଏବଂ ପରିଣାମ ସବୁବେଳ ଠାରୁ ଅଧିକ ହୋଇଥାଏ। ମହା ଶିବରାତ୍ରି ଦିନ ଭଗବାନ ଶିବଙ୍କ ଅନେକ ପ୍ରିୟ ଭକ୍ତ ଭଗବାନ ଶିବଙ୍କ ଉପସ୍ଥିତିକୁ ଅନୁଭବ କରିଥାନ୍ତି। ଅର୍ଥାତ ଏହି ଦିନ ଭଗବାନ ଶିବ ତାଙ୍କ ଭକ୍ତଙ୍କ ସହିତ ମିଶିବାକୁ ପୃଥିବୀକୁ ଆସିଥାନ୍ତି

ଏଥିପାଇଁ ମହା ଶିବରାତ୍ରି ଦିନ ଭଗବାନ ଶିବଙ୍କ ପୂଜା ଆରୋଧନା ଭକ୍ତିର ମନରେ କରନ୍ତୁ। ମହା ଶିବରାତ୍ରି ଦିନ ଭଗବାନ ଶିବଙ୍କ ମଥାରେ ବେଲ ପତ୍ର ଅର୍ପଣ କରିବାକୁ ଭୁଲନ୍ତୁ ନାହିଁ। ଭଗବାନ ଶିବଙ୍କୁ ସବୁ ଜିନିଷ ପ୍ରିୟ ଅଟେ କିନ୍ତୁ ସେଥିମଧ୍ୟରୁ ଭଗବାନ ଶିବଙ୍କର ଏମିତି କିଛି ଜିନିଷ ଅତି ଯାହା ତାଙ୍କୁ ଅତ୍ୟନ୍ତ ପ୍ରିୟ ଅଟେ।

ଯଦି ଆମେ ମହା ଶିବରାତ୍ରି ଦିନ ଭଗବାନ ଶିବଙ୍କ ସହିତ ସେହି ଜିନିଷ ଗୁଡିକ ଘରକୁ ଆଣି ତାଙ୍କର ପୂଜା କରିଲେ ଭଗବାନ ଶିବ ଅତ୍ୟନ୍ତ ପ୍ରସନ୍ନ ହେବେ। ଆଜିର ପୋଷ୍ଟରେ ଆମେ ଏମିତି ଜିନିଷ ବିଷୟରେ ଜଣେଇବୁ ଯାହାକୁ ମହା ଶିବରାତ୍ରି ଦିନ ଘରକୁ ଆଣିଲେ ଭଗବାନ ଶିବଙ୍କ ଅପାର କୃପା ବର୍ଷା ହୋଇଥାଏ ଏବଂ ଘରେ ସୁଖ ସମୃଦ୍ଧି ବନି ରହିଥାଏ। ଏହା ସହିତ ଜାଣିବା ମହା ଶିବରାତ୍ରି ଦିନ କଣ ଖାଇବା ଉଚିତ ଆଉ କଣ ଖାଇବା ଅନୁଚିତ।

ଆସନ୍ତୁ ଜାଣିବା ମହା ଶିବରାତ୍ରି ଦିନ କେଉଁ ଜିନିଷ ଘରକୁ ଆଣିବା ଉଚିତ।

ଶିବ ଲିଙ୍ଗ। ମହା ଶିବରାତ୍ରି ଦିନ ଘରକୁ ମାଟି ଆଣି ଶିବ ଲିଙ୍ଗ ତିଆରି କରି ପୂଜା କରନ୍ତୁ। ଆପଣ ପାରଦ ଶିବ ଲିଙ୍ଗ ବା ସ୍ଫଟିକ ଶିବ ଲିଙ୍ଗ ନେଇ ଆସନ୍ତୁ ଆଉ ତାର ଅଭିମନ୍ତ୍ରିତ କରି ପୁରା ବିଧି ବିଧାନର ସହ ପୂଜା କରି ପାରିବେ। ଶିବ ପୁରାଣ ଅନୁସାରେ ଏହି ଦୁଇଟି ଶିବ ଲିଙ୍ଗରେ ଅପାର ଶକ୍ତି ଏବଂ ଉର୍ଜା ରହିଛି। ଆଉ ନିଜ ଘରେ କିମ୍ବା ଅଫିସରେ ଠିକ ସ୍ଥାନରେ ଏବଂ ଠିକ ଦିଗରେ ବିଧି ପୂର୍ବକ ରଖିବା ଦ୍ୱାରା ବଆପଣଙ୍କ ଜୀବନରେ ଅପାର ସୁଖ ସମୃଦ୍ଧି ଚାକିରୀ ଏବଂ ବ୍ୟବସାୟରେ ଲାଭ ହୋଇପାରିବ। ଏହାକୁ ଉତ୍ତର ଦିଗରେ ସ୍ଥାପିତ କରନ୍ତୁ। ଆପଣଙ୍କ ଜୀବନରେ କେବେବି ଧନ ଧାନ୍ୟର କମି ହୋଇନଥାଏ।

ରୁଦ୍ରାକ୍ଷରେ ପ୍ରସ୍ତୁତ ମାଳା। ଭଗବାନ ଶିବଙ୍କୁ ରୁଦ୍ରାକ୍ଷ ବହୁତ ପ୍ରିୟ ହୋଇଥାଏ। ଏକ ମୁଖୀ ଦୁଇ ମୁଖୀ ପଞ୍ଚ ମୁଖୀ ଏବଂ ଅଷ୍ଟ ମୁଖୀ ଆଦି ବିଭିନ୍ନ ପ୍ରକାରରେ ରୁଦ୍ରାକ୍ଷ ରହିଥାଏ।ଯାହାକୁ ଧାରଣ କରିବା ଦ୍ୱାରା ଅଲଗା ଅଲଗା ପ୍ରଭାବ ପଡିଥାଏ। ଭଗବାନ ଶିବଙ୍କୁ ରୁଦ୍ରାକ୍ଷ ବହୁତ ପ୍ରିୟ ଅଟେ ଏଥିପାଇଁ ତାଙ୍କ ଶରୀରରେ ରୁଦ୍ରାକ୍ଷର ମାଳା ଧାରଣ କରି ରହିଥାନ୍ତି। ଅର୍ଥାତ ଆପଣଙ୍କୁ ମହା ଶିବରାତ୍ରି ଦିନ ରୁଦ୍ରାକ୍ଷ ମାଳର ଭଗବାନ ଶିବଙ୍କୁ ପୂଜା କରିବା ଉଚିତ।

ଡ଼ମ୍ବରୁ। ଭାରତୀୟ ସଂସ୍କୃତିରେ ଡ଼ମ୍ବରୁକୁ ଭଗବାନ ଶିବଙ୍କ ସହିତ ସମ୍ବଦ୍ଧିତ କରି ଏକ ପ୍ରକାରର ମଙ୍ଗଳ ମୟ ଯନ୍ତ୍ର ରୂପରେ ଦେଖାଯାଇଥାଏ। ପୁରାଣ ଅନୁସାରେ ଭଗବାନ ଶିବଙ୍କ ଡ଼ମ୍ବରୁର ଶବ୍ଦରୁ ହିଁ ସୃଷ୍ଟିରେ ଧ୍ଵନି ଏବଂ ସଙ୍ଗୀତ ସ୍ୱରର ନିର୍ମାଣ ହୋଇଥିଲା। ଏଥିପାଇଁ ମହା ଶିବରାତ୍ରି ଦିନ ଘରକୁ ଡ଼ମ୍ବରୁ ଆଣନ୍ତୁ। ମନ୍ତ୍ର ଉଚାରଣ କରି ତାକୁ ବଜାନ୍ତୁ। ଡ଼ମ୍ବରୁ ରୁ ବାହାରୁ ଥିବା ତରଙ୍ଗରୁ ଭଗବାନ ଶିବ ଟାଣି ହୋଇ ଆସିବେ।

ତ୍ରିଶୂଳ। ଏହା ରଜ ତମ ଏବଂ ସତ ଏହି ତିନି ଗୁଣର ପ୍ରତୀକ ଅଟେ। ଜୀବନରେ ଭଲ ସଞ୍ଚାଳନ ପାଇଁ ଏହି ତିନି ଗୁଣ ଭିତରେ ସନ୍ତୁଳନ ରହିବା ଆବଶ୍ୟକ ଅଟେ। ଏଥିପାଇଁ ମହା ଶିବରାତ୍ରି ଦିନ ଘରକୁ ଛୋଟ ତ୍ରିଶୂଳ ଆଣି ପୂଜା ନିଶ୍ଚୟ କରନ୍ତୁ। ଏହା ଦ୍ବାରା ଭଗବାନ ଶିବଙ୍କ କୃପାରୁ ଆପଣଙ୍କ ଜୀବନରେ ସୁଖ ସମୃଦ୍ଧି ନିଶ୍ଚୟ ପ୍ରାପ୍ତ ହେବ।

ଚନ୍ଦ୍ର ଏବଂ ନାଗ। ଆପଣ ଭଗବାନ ଶିବଙ୍କ ମଥାରେ ଚନ୍ଦ୍ର ଏବଂ ବେକରେ ନାଗ ନିଶ୍ଚୟ ଦେଖିଥିବେ। ଭଗବାନ ଶିବ ଧାରଣ କରିଥାନ୍ତି। ଏଥିପାଇଁ ମହା ଶିବରାତ୍ରି ଦିନ ଚନ୍ଦ୍ର ଏବଂ ନାଗର ପ୍ରତିମା ଆଣିବା ଉଚିତ ଏବଂ ଏହିସବୁକୁ ପୂଜା କରିବା ଉଚିତ। ଯଦି ଆପଣ ରୁପାର ବନା ଯାଇଥିବା ନାଗ କିମ୍ବା ଚନ୍ଦ୍ର ଆଣୁଛନ୍ତି ତେବେ ଏହା ଅତ୍ୟନ୍ତ ଶୁଭ ଦାୟକ ହୋଇଥାଏ। ଆପଣଙ୍କ ଜୀବନରେ ସୁଖ ସମୃଦ୍ଧି ଏବଂ ଧନର ପ୍ରାପ୍ତି ହେବ।

ଆସନ୍ତୁ ଜାଣିବା ମହା ଶିବରାତ୍ରି ଦିନ କେଉଁ ଜିନିଷ ଖାଇବା ଉଚିତ ଆଉ କେଉଁ ଜିନିଷ ଖାଇବା ଅନୁଚିତ।

ଶିବ ଭକ୍ତ ମାନେ ମହା ଶିବରାତ୍ରି ଦିନ ଭଗବାନ ଶିବଙ୍କର ଆଶୀର୍ବାଦ ପାଇଁ ବ୍ରତ ଉପବାସ ରଖିଥାନ୍ତି। ମହା ଶିବରାତ୍ରିରେ ବ୍ରତ ରଖିବାର ଅଲଗା ମହତ୍ୱ ରହିଛି। କୁହାଯାଏ କୁଆଁରୀ ଝିଅ ମାନେ ଏହି ବ୍ରତ ରଖିଲେ ତାଙ୍କୁ ଭଲ ବର ମିଳିଥାଏ। ସେହିଭଳି ବିବାହିତ ମହିଳାମାନେ ଶିବରାତ୍ରିରେ ବ୍ରତ ରଖିଥାନ୍ତି। ଏମିତି କରିବା ଦ୍ୱାରା ତାଙ୍କର ସ୍ୱାମୀର ଜୀବନ ଆଉ ସ୍ୱାସ୍ଥ୍ୟ ଭଲ ରହିଥାଏ।

କିଛି ଲୋକ ଏହି ବ୍ରତକୁ ରଖିଥାନ୍ତି ଆଉ କିଛି ଲୋକ ଏହି ବ୍ରତକୁ ରଖିବା ସମୟରେ ଫଳର ଆହାର କରିଥାନ୍ତି କିଛି ଲୋକ ନିର୍ଜଳ ରହିଥାନ୍ତି। ଏମିତି ମାନ୍ୟତା ଅଛି ଶିବ ରାତ୍ରି ଦିନ ବ୍ରତ ରଖୁଥିବା କିଛି ଲୋକେ ଚାଉଳ ଡାଲି ଗହମରେ ତିଆରି ଖାଦ୍ୟ ଖାଇବା ଉଚିତ ନୁହେଁ।

ବ୍ରତଧାରୀ ମାନେ ଏହି କଥାର ଧ୍ୟାନ ରଖିବା ଉଚିତ ଯେ ଦିନ ତମାମ ଉପବାସ ରହିବା ଉଚିତ। କୌଣସି ଖାଦ୍ୟ ଖାଇବା ଉଚିତ ନୁହେଁ।

ବ୍ରତ ରଖିବା ସମୟରେ ଆପଣ ଯୁସ କିମ୍ବା ଫଳର ଆହାର କରିପାରିବେ।

ମହା ଶିବରାତ୍ରି ଦିନ ୧୦ ଟାରୁ ୧୧ ଟା ଭିତରେ ଫଳର ଆହାର କରିପାରିବେ। ଫଳ ଭିତରେ କମଳା ଅମୃତ ଭଣ୍ଡା ସେଓ ଅବା ଯାହାବି ଫଳ ଆପଣ ଖାଇ ପାରିବେ।

ମହା ଶିବରାତ୍ରି ବ୍ରତରେ ଆପଣ ସ୍ୱାସ୍ତିକ ଆହାର ଖାଇବା ଉଚିତ ଏହି ବ୍ରତରେ ଆପଣ ମିଠା ବି ଖାଇ ପାରିବେ। ଏହି ବ୍ରତରେ ଆଳୁରେ ତିଆରି ଖାଦ୍ୟ ଖାଇ ପାରିବେ। ସାବୁ ବି ଖାଇପାରିବେ।

ଏହି ଦିନ ପିଆଜ ରସୁଣ ଆମିଷ ମଦର ସେବନ କରିବେ ନାହିଁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *