Excuse Me Odisha

ଯାହା କହିବୁ ସତ କହିବୁ

ଯଦି ରାତି ୩ଟାରେ ଆପଣଙ୍କ ଆଖି ଖୋଲିଥାଏ ତ ହୋଇଯାଆନ୍ତୁ ସତର୍କ, ଏ ସମୟ ହେଉଛି ସବୁଠାରୁ ଅଶୁଭ ସମୟ

ସେୟାର୍ କରନ୍ତୁ

ଯଦି ଆପଣଙ୍କ ଆଖି ରାତି ୩ ଟାରେ ଖୋଲିଥାଏ ତ ହୋଇଯାନ୍ତୁ ସତର୍କ। ଏହି ସମୟ ଆପଣଙ୍କୁ କେମିତି ଫଳ ଦେଇଥାଏ ଆଜି ଆମେ ଏହି ପୋଷ୍ଟରେ ଜଣେଇବୁ। ଆପଣଙ୍କୁ ଘରୁ ନକରାତ୍ମକ ଶକ୍ତି କେମିତି ଦୂର କରିବେ ଆସନ୍ତୁ ଜାଣିବା।

ଯଦି ଆପଣଙ୍କ ଆଖି ରାତିରେ ୧ ରୁ ୩ଟା ଭିତରେ ଖୋଲିଥାଏ ତ ଏହା ଜାଣିବା ପରେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ। ଜାଣନ୍ତୁ କାହିଁକି। ତ ଆଜି ଆମେ ଜାଣିବା ରାତି ୧ ରୁ ୩ ଟା ଭିତରେ ଆଖି ଖୋଲିଲେ କଣ ଫଳ ଦେଇଥାଏ। ଏହା ତ ଆପଣ ଜାଣିଥିବେ ସମସ୍ୟା କେବେବି ଜଣେଇକି ଆସେନାହିଁ। ସବୁବେଳେ ଘରେ ନକରାତ୍ମକତା ଏତେ ବଢିଯାଏ ତ ବିଭିନ୍ନ ପ୍ରକାରର ସମସ୍ୟା ଆସିବାକୁ ଲାଗିଥାଏ। କେବେ କେବେ ପିଲାମାନେ ବୀମାରରେ ପଡିଯାନ୍ତି ତ କେବେ କେବେ ଘରର ଖୁସି ଚାଲିଯାଏ।

ଏମିତିକି ଘରେ ରୋଜଗାର କରୁଥିବା ମୁଖିଆଙ୍କ ଚାକିରୀ ଚାଲି ଯାଇଥାଏ। ଏମିତି ମାନ୍ୟତା ଅଛି ଯେ ଯଦି ଘରେ କୌଣସି ନକରାତ୍ମକ ଶକ୍ତିର ଛାୟା ଥାଏ ତ ଏମିତି ସମୟରେ ସମସ୍ୟା ସୃଷ୍ଟି ହୋଇଥାଏ। ଯେମିତିକି ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହେବା ଅଚାନକ କୌଣସି ସଦସ୍ୟଙ୍କ ମୃତ୍ୟୁ ହୋଇଯିବା କୋର୍ଟ କଚେରୀରେ ଚକର ଲଗେଇବା ଆଦି ଏଥିରେ ସାମିଲ ଅଟେ। ଆଉ ଶତ୍ରୁ ମଧ୍ୟ ବଢି ଯାଇଥାନ୍ତି। ଗରୁଡ଼ ପୁରାଣ ଅନୁସାରେ ଭଲ ଖରାପ ଦୁଇଟି ଯାକ ଆମ ଜୀବନରେ ବାସ କରିଥାଏ। କିନ୍ତୁ ଖରାପ ଯେବେ ଆମ ଉପରେ ପ୍ରାଧାନ୍ୟ ଦେଇଥାଏ ତ ସମସ୍ୟା ବ୍ୟତୀତ ଆମକୁ ଆଉ କିଛି ମିଳିନଥାଏ। ସମସ୍ୟା ଆମର କିଛି ଭୁଲ ପାଇଁ ହିଁ ଆସିଥାଏ। ତେବେ ଆସନ୍ତୁ ଜାଣିବା ସେହି ଭୁଲ ଗୁଡିକ ବିଷୟରେ।

ଗରୁଡ଼ ପୁରାଣ ଅନୁସାରେ ଅଇଁଠା ଥାଳି କିମ୍ବା ଅଇଁଠା ଗ୍ଲାସରେ କେବେବି ପାଣି ପିଇବା ଉଚିତ ନୁହେଁ। ଏହା ଦ୍ବାରା ନକରାତ୍ମକତା ଆମ ଉପରେ ପ୍ରାଧାନ୍ୟ ଦେଇଥାଏ। ଅନେକ ରୋଗ ହୋଇପାରେ। ଯେଉଁ କାରଣରୁ ଆମର ଲୁଣ୍ଡଳୀରେ ମାନେ ଆମର ଉପରେ ରାହୁ ଦୋଷ ଉତ୍ପନ ହୋଇଥାଏ। ଯେଉଁ କାରଣରୁ ଆମେ କୌଣସି କାମ କଲେ ସଫଳତା ମିଳିନଥାଏ। ତେଣୁ ଅଇଁଠା ବାସନ କିମ୍ବା ଅଇଁଠା ଗ୍ଲାସରେ ପାଣି ପିଅନ୍ତୁ ନାହିଁ। ଏହା ଦ୍ବାରା ଅଶୁଭ ହୋଇଥାଏ ଏବଂ ଘରେ ନକରାତ୍ମକତା ବାସ କରିଥାଏ। ସର୍ବଦା ଅଇଁଠା ବାସନ କିମ୍ବା ଅଇଁଠା ଗ୍ଲାସ ଧୋଇକି ରଖିବା ଉଚିତ।

ଘରେ ଏଠି ସେଠି ଜିନିଷ ରଖିବା ଉଚିତ ନୁହେଁ। ଏହା ଦ୍ୱାରା ଘରେ ନକରାତ୍ମକତା ବୃଦ୍ଧି ପାଇଥାଏ। ଏଥିପାଇଁ ଘରେ ସର୍ବଦା ଜିନିଷ ଗୁଡିକୁ ଠିକ ଜାଗାରେ ରଖିବା ଉଚିତ।

ଯଦି ଆପଣଙ୍କ ଘରେ କେଉଁଠି ଅନ୍ଧାର ରହୁଛି ତ ଏହା ଶୁଭ ହୋଇନଥାଏ। ସବୁବେଳେ କେଉଁଠି ଅନ୍ଧାର ରହିଥାଏ ତ ସେଠାରେ ନକରାତ୍ମକତା ବୃଦ୍ଧି ପାଇଥାଏ। ଏଥିପାଇଁ ଆପଣଙ୍କ ଅନ୍ଧାର ଥିବା ଜାଗାରେ ସର୍ବଦା ଆଲୁଅର ପ୍ରବଦ୍ଧ କରିବା ଉଚିତ। ଚାହିଁଲେ ସେଠାରେ ଦୀପ ମଧ୍ୟ ଜଳେଇ ରଖି ପାରିବେ।

ଯଦି ରାତିରେ ଶୋଇବା ସମୟରେ ଆପଣଙ୍କୁ ପାଉଁଜିର ଶବ୍ଦ ଆସିଥାଏ କିମ୍ବା ଏମିତି କିଛି ଶବ୍ଦ ଶୁଣାଯାଇଥାଏ ଯାହା ଅନ୍ୟକୁ ଶୁଣାଯାଇ ନଥାଏ ତ ଏଥିରୁ ଜଣା ପଡିଥାଏ କି ଆପଣଙ୍କ ଘରେ ନକରାତ୍ମକତାର ବାସ ଅଛି। ଏହିସବୁ ସଙ୍କଟରୁ ମୁକ୍ତି ପାଇବା ପାଇଁ ହନୁମାନ ଚାଳିସାର ପାଠ କରିବା ଉଚିତ। ଏହା ଦ୍ବାରା ସବୁ ସମସ୍ୟା ଦୂର ହୋଇଯାଇଥାଏ।

ବାରମ୍ବାର କ୍ଷୀର ଉତୁରି ପଡିବା କିମ୍ବା କ୍ଷୀର ଖରାପ ହୋଇଯିବା ଅର୍ଥାତ କାଚର ଗ୍ଲାସ ବାରମ୍ବାର ଭାଙ୍ଗିଯିବା କିମ୍ବା ହଠାତ ଘରର କୌଣସି ସଦସ୍ୟଙ୍କର ଦୁର୍ଘଟଣା ହୋଇଯିବା ଘରେ ଦୀର୍ଘ ଦିନରୁ ବିମାରୀ ସମାପ୍ତ ନହେବା ଘର ସଫା କରିବା ପରେ ବି ଦୁର୍ଗନ୍ଧ ଆସିବା ତେଲ ବାରମ୍ବାର ପଡିଯିବା ରାତିରେ ଭୟଙ୍କର ସ୍ୱପ୍ନ ଆସିବାକୁ ବି ଶୁଭ ମାନାଯାଏ ନାହିଁ। ଏମିତି ହେଲେ ବୁଝିନିଅନ୍ତୁ ଯେ ଖରାପ ଶକ୍ତିର ବାସ ଅଛି

ପେଟ ଭରା ଅଛି କିନ୍ତୁ ବାରମ୍ବାର ଆପଣଙ୍କୁ ବାରମ୍ବାର ଭୋକ ଲାଗୁଛି ତ ଏହାର ଅର୍ଥ ଆପଣଙ୍କ ଉପରେ କୌଣସି ଖରାପ ଶକ୍ତିର ଛାୟା ଅଛି।

ଘରର କାନ୍ଥ ବାରମ୍ବାର ଖରାପ ହୋଇଯିବା ଭାଙ୍ଗି ଯିବା। ମହିଳାମାନେ ବିନା କାରଣରେ କ୍ରୋଧ କରିବା ଏହାସବୁ ସଂକେତ ଦେଇଥାଏ କି ଆପଣଙ୍କ ଘର ଉପରେ ଖରାପ ଶକ୍ତିର ବାସ ଅଛି। ଘରେ ପାଣି ଟପ ଟପ ପଡିବା ବୁଢିଆଣି ଜାଲ ହେବା କାଚ ଭାଙ୍ଗି ଯିବା ଅଚାନକ ଟଙ୍କା ଆସି ଶେଷ ହୋଇଯିବା ଆପଣଙ୍କ ଖର୍ଚ୍ଚ ଏମିତି ବଢିଯାଉଛି କି ଆପଣଙ୍କ ଧନ କେବେବି ସଞ୍ଚୟ କରି ରଖି ପାରୁନାହାନ୍ତି ଆଉ କରଜ ବଢି ଯାଉଛି ଏହିସବୁ ସଙ୍କେତ ହୋଇଥାଏ କି ଆପଣଙ୍କ ଘରେ କୌଣସି ଖରାପ ଶକ୍ତି କିମ୍ବା ନକରାତ୍ମକତା ଛାୟା ଆସିଯାଇଅଛି।

ଏଥିପାଇଁ ଆପଣ ନିଜ ଘରେ ତୁଳସୀ ଗଛ ଲଗାନ୍ତୁ। ମାନ୍ୟତା ଅଛି ଯେଉଁ ଘରେ ତୁଳସୀ ଗଛ ଥାଏ ସେଠାରେ ନକରାତ୍ମକତା ରହିନଥାଏ। ଏହା ଦ୍ବାରା ଆପଣଙ୍କ ଘରେ ସକରାତ୍ମକ ଶକ୍ତିର ବାସ ହୋଇଥାଏ। ଏହା ସହିତ ସମସ୍ତ ସମସ୍ୟାରୁ ମୁକ୍ତି ମିଳିଥାଏ। ଏହା ବ୍ୟତୀତ ପ୍ରତ୍ୟକ ଦିନ ଶୋଇବା ପୂର୍ବରୁ ହନୁମାନ ଚାଳିସାର ପାଠ କରିବା ଉଚିତ।

ସୂର୍ଯ୍ୟାସ୍ତ ପରେ କପଡା ଧୋଇବା ଉଚିତ ନୁହେଁ। ଏହା ଦ୍ୱାରା ଖରାପ ଶକ୍ତିର ବାସ ହୋଇଥାଏ। ଏମିତି ବ୍ୟକ୍ତି ଭଗବାନଙ୍କ କୃପାରୁ ବଞ୍ଚିତ ହୋଇଥାଏ। ସୂର୍ଯ୍ୟାସ୍ତ ପରେ କାହାରିକୁ କୌଣସି ଜିନିଷ ଦେବା ଉଚିତ ନୁହେଁ। ସୂର୍ଯ୍ୟାସ୍ତ ସମୟରେ ଶାରୀରିକ ସମ୍ବଦ୍ଧ ସ୍ଥାପିତ କରିବା ଉଚିତ ନୁହେଁ। ଯେବେ ସୁର୍ଯ୍ୟ ଅସ୍ତ ହେଉଥିବେ ସେହି ସମୟରେ ଭଗବାନଙ୍କୁ ଜପ କରିବା ଉଚିତ। ଏହା ଦ୍ବାରା ଖରାପ ଶକ୍ତିର ଛାୟା ଘର ଉପରେ ପଡିନଥାଏ।

ଯଦି ଆପଣଙ୍କ ଘରେ କାହାର ଚପଲ କିମ୍ବା ବସ୍ତ୍ର ରହିଯାଇଛି। ତ ତାହାକୁ ତୁରନ୍ତ ନିଜ ଘରୁ କାଢି ଦିଅନ୍ତୁ। ଅନ୍ୟର ଚପଲ କିମ୍ବା ଅନ୍ୟର ବସ୍ତ୍ର କେବେବି ଧାରଣ କରନ୍ତୁ ନାହିଁ। ଏହା ଦ୍ବାରା ଆପଣଙ୍କ ଜୀବନରେ ସମସ୍ୟା ଆସିଥାଏ। କୁଣ୍ଡଳୀ ଦୋଷ ଉତ୍ପନ ହୋଇଥାଏ ରାହୁଦୋଷ ଉତ୍ପନ ହୋଇଥାଏ। ଶନିଦେବ ବି ଆପଣଙ୍କ ଉପରେ କ୍ରୋଧିତ ହୋଇଯାନ୍ତି। ଏମିତି କେବେବି କରନ୍ତୁ ନାହିଁ। ଏଥିପାଇଁ ସେହି ଜିନିଷକୁ ଦୂରେଇ ଦିଅନ୍ତୁ।

ଅନ୍ୟ ଲୋକଙ୍କର ନଜର ଦୋଷ ନିଜ ଘରେ କେବେବି ଉତାରିବା ଉଚିତ ନୁହେଁ। ଅନ୍ୟ ଲୋକଙ୍କର ନଖ ନିଜ ଘରେ କେବେବି କାଟିବ ଉଚିତ ନୁହେଁ। ଏହାକୁ ଶୁଭ ମାନାଯାଏ ନାହିଁ।

ଯେଉଁ ଘରେ ବୁଢିଆଣି ବସା ଥାଏ ସେହି ଘରେ ଭୁତ ପ୍ରେତଙ୍କର ବାସ ହୋଇଥାଏ। ଏମିତି ହେବାକୁ ଦିଅନ୍ତୁ ନାହିଁ। ବୁଢିଆଣି ବସା ହେଲେ ଶୀଘ୍ର ଘରୁ ଦୂରେଇ ଦିଅନ୍ତୁ।

ଶାସ୍ତ୍ର ଅନୁସାରେ ସନ୍ଧ୍ୟା ସମୟରେ ମହିଳା ମାନଙ୍କୁ କେଶ ଖୋଲା କରିବା ଉଚିତ ନୁହେଁ। ଏହା ଦ୍ବାରା ଦିବ୍ୟ ଶକ୍ତି କ୍ରୋଧିତ ହୋଇଯାନ୍ତି। ଆଉ ଖରାପ ଶକ୍ତି ସକ୍ରିୟ ହୋଇଯାନ୍ତି ଏଥିପାଇଁ ସନ୍ଧ୍ୟା ସମୟରେ ମହିଳା ମାନଙ୍କୁ କେଶ ଖୋଲା କରିବା ଉଚିତ ନୁହେଁ।

ଡେରି ରାତି ପର୍ଯ୍ୟନ୍ତ ଆଇନା ଦେଖିବା ଉଚିତ ନୁହେଁ। ଏହା ଦ୍ବାରା ବି ଖରାପ ଶକ୍ତି ସକ୍ରିୟ ହୋଇଯାନ୍ତି। ଆଉ ଆପଣଙ୍କୁ ତାଙ୍କ ଜାଲରେ ଫସେଇ ଦିଅନ୍ତି। ଏଥିପାଇଁ ଡେରି ରାତି ପର୍ଯ୍ୟନ୍ତ ଆଇନା ଦେଖିବା ଉଚିତ ନୁହେଁ।

ଗର୍ଭବତୀ ମହିଳାଙ୍କୁ ରାତିରେ ଏକା ବାହାରକୁ ଯିବା ଉଚିତ ନୁହେଁ। ଏମିତି ହେଲେ ଆପଣଙ୍କର ହେବାକୁ ଥିବା ସନ୍ତାନର ମୃତ୍ୟ ମଧ୍ୟ ହୋଇପାରେ। ଏହି ସମୟରେ ନିଜର ଶରୀରରେ କଳା ସୂତା ନିଶ୍ଚୟ ବାନ୍ଧି ନିଅନ୍ତୁ।

ଗରୁଡ଼ ପୁରାଣ ଅନୁସାରେ ଡେରି ରାତିରେ ଶୋଉଥିବା ମହିଳା ଆଉ ସକାଳେ ଡେରିରେ ଉଠୁଥିବା ମହିଳାମାନେ ପୁରା ଘରକୁ ବିନାଶ କରିଥାନ୍ତି। ଏମିତି ମହିଳା ପୁରା କୂଳକୁ ନାଶ କରି ଦେଇଥାନ୍ତି।

ଆସନ୍ତୁ ଜାଣିବା ରାତି ୧ ରୁ ୩ ଟା ମଧ୍ୟରେ ଆଖି ଖୋଲିବା ଆପଣଙ୍କୁ କଣ ଫଳ ଦେଇଥାଏ। କାହିଁକି ଏହି ସମୟରେ ଆଖି ଖୋଲିଲେ ନକରାତ୍ମକ ଉର୍ଜାର ଅନୁଭବ ହୋଇଥାଏ।

ଯଦି ଆପଣ ରାତି ୧ ରୁ ୩ ଟା ମଧ୍ୟରେ ଉଠୁଛନ୍ତି ତ କୌଣସି ଜିନିଷ ଆପଣଙ୍କୁ ଭାବନାତ୍ମକ ରୂପରେ ଚିନ୍ତିତ କରିପାରେ। ଆପଣଙ୍କ ଶରୀରରେ ହେବାକୁ ଥିବା ସକରାତ୍ମକ ଉର୍ଜାବି ପ୍ରଭାବିତ ହୋଇଥାଏ। ତ ଆସନ୍ତୁ ଜାଣିବା ରାତି ୧ ରୁ ୩ ଟା ମଧ୍ୟରେ ସମୟକୁ କାହିଁକି ଅଶୁଭ ମାନାଯାଏ।

ଅଧା ରାତିରେ କୌଣସି ଦେବୀ ଦେବତାଙ୍କର ପୂଜା କରାଯାଏ ନାହିଁ କି କୌଣସି ଗହଳି ଚହଳି ହୋଇନଥାଏ କି ମନ୍ଦିରର କବାଟ ବି ଖୋଲା ନଥାଏ। ଏହି ସମୟରେ ସୂର୍ଯ୍ୟ ବି ଉଦୟ ହୋଇନଥାନ୍ତି। ଏହି କାରଣରୁ ଏହି ସମୟରେ ନକରାତ୍ମକ ଉର୍ଜା ପାଇଁ ବହୁତ ଅଧିକ ଶକ୍ତିଶାଳୀ ସମୟ ଅଟେ। ଏହି ସମୟରେ ନକରାତ୍ମକ ଉର୍ଜା ଶହେ ଗୁଣା ବଢି ଯାଇଥାଏ। ଆଉ ଏହି ସମୟରେ ସିଦ୍ଧି ପ୍ରାପ୍ତ କରିବା ପାଇଁ ତାନ୍ତ୍ରିକ ମାନେ ଅନେକ ପ୍ରକାରର ସାଧନା ବି କରିଥାନ୍ତି ଯେଉଁଥିରେ ବଳି ଦେବା ଗୁପ୍ତ ସାଧନା ବି କରିଥାନ୍ତି।

ତନ୍ତ୍ର ବିଦ୍ୟା ଅନୁସାରେ ରାତ୍ରି ରାତି ୧ ରୁ ୩ ଟା ମଧ୍ୟରେ ସାଧନା ଏବଂ ଦିଆଯାଇଥିବା ବଳି ସବୁଠାରୁ ଅଧିକ ପ୍ରଭାବଶାଳୀ ହୋଇଥାଏ। ଏଥିପାଇଁ ତାନ୍ତ୍ରିକଙ୍କ ପାଇଁ ଏହି ସମୟ ବହୁତ ମହତ୍ୱ ରଖିଥାଏ। ଏହି କାରଣରୁ ଏହି ସମୟରେ ଅଧିକ ସଇତାନ ଶକ୍ତି ବ୍ରହ୍ମାଣ୍ଡରେ ଘୁରି ବୁଲିଥାନ୍ତି। ଏଥିପାଇଁ ରାତି ୧ ରୁ ୩ ଟା ମଧ୍ୟରେ ସମୟ ଭଲ ନୁହେଁ। ଆଉ ରାତିରେ ଶୋଇବା ପୂର୍ବରୁ କୌଣସି ପ୍ରକାରର ଭୁତ ପ୍ରେତ ବିଷୟରେ କଥା ହୁଅନ୍ତୁ ନାହିଁ କି ଟିଭିରେ ଦେଖନ୍ତୁ ନାହିଁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *