Excuse Me Odisha

ଯାହା କହିବୁ ସତ କହିବୁ

ମହାଶିବ ରାତ୍ରୀରେ ନେଇ ଆସନ୍ତୁ ଏହି ଗୋଟିଏ ଜିନିଷ ଏତେ ଟଙ୍କା ଆସିବ ଯେ ସମ୍ଭାଳି ପାରିବେ ନାହିଁ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ମହାଶିବ ରାତ୍ରୀରେ ନେଇ ଆସନ୍ତୁ ଏହି ୧ ଜିନିଷ ଏତେ ଟଙ୍କା ଆସିବ ଯେ ସମ୍ଭାଳି ପାରିବେ ନାହିଁ।

ଏମିତି ବ୍ରତ କେବେବି ରଖିବେ ନାହିଁ କି ଆଉ ଏହି ଦିନ ୫ ଟି ଭୁଲ କରିବେ ନାହିଁ। ନଚେତ ସାରା ଜୀବନ କଷ୍ଟରେ ରହିବେ।

ମହାଶିବ ରାତ୍ରୀ କୌଣସି ବି ଶୁଭ ମୁହୂର୍ତ୍ତରେ ପଡୁ କିନ୍ତୁ ଆପଣ ଏହି ଭୁଲ କେବେବି କରିବେ ନାହିଁ। ମହାଶିବ ରାତ୍ରୀରେ ବ୍ରତ ରଖିବା ସମୟରେ ଏହି କଥାର ନିଶ୍ଚୟ ଧ୍ୟାନ ରଖିବେ। ମହାଶିବ ରାତ୍ରୀରେ ଏହି ୫ ଟି ଭୁଲ କରିବା ଆପଣଙ୍କୁ ଭାରି ପଡିପାରେ। ଏହି ଦିନ ଭଗବାନ ଶିବ ଏବଂ ପାର୍ବତୀଙ୍କ ପୂଜା ଶୁଭ ସମୟରେ ହିଁ କରିବା ଉଚିତ। ଆସନ୍ତୁ ଜାଣିବା ମହାଶିବ ରାତ୍ରୀରେ କେଉଁ ଭୁଲ କରିବା ଉଚିତ ନୁହେଁ ଯେଉଁଥି ପାଇଁ ଭଗବାନ ଶିବ କ୍ରୋଧିତ ନହେବେ।

ଆସନ୍ତୁ ଜାଣିବା ମହାଶିବ ରାତ୍ରୀ ଦିନ କଣ କରିବା ଉଚିତ।

ମହାଶିବ ରାତ୍ରୀ କରୁଥିବା ବ୍ରତଧାରୀ ସକାଳେ ଶୀଘ୍ର ଉଠି ସ୍ନାନ ସାରି ସଫା ବସ୍ତ୍ର ପରିଧାନ କରି ଶୁଭ ସମୟରେ ମନ୍ଦିର ଯାଇ ଭଗବାନ ଶିବଙ୍କୁ ଜଳ ଏବଂ କ୍ଷୀର ଅର୍ପଣ କରନ୍ତୁ। ଏହି ଦିନ ଭଗବାନ ଶିବଙ୍କୁ ଧ୍ୟାନ କରି ଓଁ ନମଃ ଶିବାୟର ଜପ କରନ୍ତୁ। ଏହି ଦିନ ଆପଣଙ୍କୁ ଭଜନ ଗ୍ରହଣ କରିବା ଉଚିତ ନୁହେଁ। ଯଦି ଆପଣ ବ୍ରତ ରଖିଛନ୍ତି ତ ଏହିଦିନ ଆପଣ କେବଳ ଫଳ ଖାଇ ବ୍ରତ ପାଳନ କରନ୍ତୁ ଆଉ ସମ୍ଭବ ତ ପୁରା ଦିନ କେବଳ ଫଳ ହିଁ ଖାଆନ୍ତୁ ଆଉ ପରବର୍ତୀ ଦିନ ବ୍ରତ ଶେଷ କରନ୍ତୁ। ଯଦି ଆପଣ ଏମିତି କରିପାରୁନାହାନ୍ତି ତ ଗୋଟେ ସମୟରେ ଭୋଜନ କରିପାରିବେ। ପବିତ୍ର ମନରେ ବ୍ରତ କରୁଥିବା ବ୍ୟକ୍ତିଙ୍କ ଉପରେ ଭଗବାନ ଶିବ ବହୁତ ପ୍ରସନ୍ନ ହୋଇଥାନ୍ତି।

ମହାଶିବ ରାତ୍ରୀରେ କେଉଁ ଭୁଲ କରିବା ଉଚିତ ନୁହେଁ। ଯେଉଁଥିରେ ଭଗବାନ ଶିବ କ୍ରୋଧିତ ନହେବେ।

ପଛେ କିଛି ବି ହୋଇଯାଉ ମହାଶିବ ରାତ୍ରୀ ଦିନ ମାଂସ ମଦର ସେବନ ଭୁଲରେ ବି କରନ୍ତୁ ନାହିଁ ନଚେତ ଆପଣଙ୍କ ସହିତ କିଛି ବି ହୋଇପାରେ।

ମହାଶିବ ରାତ୍ରୀ ଦିନ ଡେରି ପର୍ଯ୍ୟନ୍ତ କେବେବି ଶୋଇବେ ନାହିଁ। ଏହା ଦ୍ୱାରା ଆପଣଙ୍କ ଭାଗ୍ୟ ଖରାପ ହୋଇପାରେ। ଭଗବାନ ଶିବ କ୍ରୋଧିତ ହୋଇପାରନ୍ତି।

ମହାଶିବ ରାତ୍ରୀ ଦିନ ଡାଲି ଚାଉଳ କିମ୍ବା ଗହମରେ ତିଆରି ଭଜନ କେବେବି କରିବେ ନାହିଁ। ଏହିଦିନ ଆପଣ କେବଳ କ୍ଷୀର ଫଳ ଚା କଫି ଖାଇପରିବେ।

ଯଦି ଆପଣ ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ଚାହୁଁଛନ୍ତି ତ ଏହି ଦିନ କଳା କପଡା ପିନ୍ଧନ୍ତୁ ନାହିଁ। ଏହିଦିନ ଲାଲ କିମ୍ବା ଗେରୁଆ ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ। ବହୁତ ଶୁଭ ଏବଂ ମଙ୍ଗଳକାରୀ ମାନାଯାଏ।

ଏହିଦିନ ଭୁଲରେ ବି ସ୍ୱାମୀ ସ୍ତ୍ରୀ ଶାରୀରିକ ସମ୍ବଦ୍ଧ ରଖନ୍ତୁ ନାହିଁ। ନଚେତ ଭଗବାନ ଶିବଙ୍କ କ୍ରୋଧର ସାମ୍ନା କରିବାକୁ ପଡିବ।

ଏହି ଦିନ ଯେତେ ସମ୍ଭବ ଦାନ ପୁଣ୍ୟ କରନ୍ତୁ।

ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ଏହି କାମ କରନ୍ତୁ। ଏହି ପାପ କେବେବି କରନ୍ତୁ ନାହିଁ।

ମହାଶିବ ରାତ୍ରୀର ଏହି ପବିତ୍ର ଦିନରେ ଶିବ ଲିଙ୍ଗ ଉପରେ ଏହି ଜିନିଷ ଭୁଲରେ ବି ଅର୍ପଣ କରନ୍ତୁ ନାହିଁ। ନଚେତ ଜୀବନସାରା ଆପଣଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ। ଆପଣଙ୍କ ବ୍ରତ ଭାଙ୍ଗି ଯାଇପାରେ। ଭଗବାନ ଶିବ ଅତ୍ୟନ୍ତ କ୍ରୋଧି ହୋଇପାରନ୍ତି। ଆସନ୍ତୁ ଜାଣିନେବା।

ତୁଳସୀ। ପୌରାଣିକ କଥା ଅନୁସାରେ ତୁଳସୀକୁ ମା ଲକ୍ଷ୍ମୀଙ୍କ ସ୍ୱରୂପ ମାନାଯାଇଛି। ମା ଲକ୍ଷ୍ମୀ ଭଗବାନ ବିଷ୍ଣୁଙ୍କ ପତ୍ନୀ ଅଟନ୍ତି। ଭଗବାନ ବିଷ୍ଣୁ ସାଳିଗ୍ରାମର ପୂଜାରେ ହିଁ ତୁଳସୀର ପ୍ରୟୋଗ କରାଯାଏ। କିନ୍ତୁ ଭଗବାନ ଶିବଙ୍କୁ ତୁଳସୀ ଅର୍ପଣ କରିବା ବର୍ଜିତ ଅଟେ। ଏହା ଆପଣଙ୍କୁ ପାପର ଭାଗିଦାର ବନେଇ ପାରେ।

ସିନ୍ଦୁର। ସିନ୍ଦୁର ଏକ ପ୍ରକାରର ସିଙ୍ଗାର ଅଟେ। ଯାହା ସବୁ ଦେବୀ ମାନଙ୍କୁ ଅର୍ପଣ କରାଯାଏ। କିନ୍ତୁ ଭଗବାନ ଶିବ ବୈରାଗୀ ଅଟନ୍ତି ଆଉ ମହାକାଲ ଅଟନ୍ତି। ଏଥିପାଇଁ ତାଙ୍କୁ ସିନ୍ଦୁର ଅର୍ପଣ କରାଯାଏ ନାହିଁ।

ମହାଶିବ ରାତ୍ରୀର ପବିତ୍ର ଦିନରେ ଯେତେ ସମ୍ଭବ ଗେରୁଆ ରଙ୍ଗର ବସ୍ତ୍ର ପରିଧାନ କରିବା ଉଚିତ। ଏମିତି କଲେ ଭଗବାନ ଶିବ ପ୍ରସନ୍ନ ହୋଇଥାନ୍ତି।

ହଳଦୀ। ସବୁ ଦେବୀ ଦେବତାଙ୍କ ପୂଜାରେ ହଳଦୀର ବ୍ୟବହାର କରାଯାଏ କିନ୍ତୁ ଏମିତି ମାନ୍ୟତା ଅଛି ଯେ ବିନାଶର ଦେବତା ଭଗବାନ ଶିବଙ୍କୁ ହଳଦୀ ଅର୍ପଣ କରିବା ଉଚିତ ନୁହେଁ। କାରଣ ହଳଦୀ ସୌଭାଗ୍ୟର ପ୍ରତୀକ ଅଟେ।

କେତକୀ ଫୁଲ। ପୌରାଣିକ କଥା ଅନୁସାରେ କେତକୀ ଫୁଲ ବି ଭଗବାନ ଶିବଙ୍କୁ ଅର୍ପଣ କରିବା ଉଚିତ ନୁହେଁ।

ନଡ଼ିଆ ପାଣି। ପୌରାଣିକ କଥା ଅନୁସାରେ ଭଗବାନ ଶିବ ଲିଙ୍ଗରେ ନଡ଼ିଆ ପାଣି ଢାଳିବା ଉଚିତ ନୁହେଁ। ଏହାକୁ ଶୁଭ ମାନାଯାଏ ନାହିଁ।

ଶଙ୍ଖ ପାଣି। ଭଗବାନ ଶିବ ଶଙ୍ଖ ଚୁଡ଼ ଅସୁରର ଵଧ କରିଥିଲେ। ଶଙ୍ଖକୁ ସେହି ଅସୁରର ପ୍ରତୀକ ମାନାଯାଏ। ଯିଏ ଭଗବାନ ବିଷ୍ଣୁଙ୍କର ଭକ୍ତ ଥିଲା। ଏଥିପାଇଁ ଭଗବାନ ବିଷ୍ଣୁଙ୍କ ପୂଜା ଶଙ୍ଖରେ ହିଁ ହୋଇଥାଏ କିନ୍ତୁ ଭଗବାନ ଶିବଙ୍କର ନୁହେଁ।

ତିଳ। ଏହା ଭଗବାନ ବିଷ୍ଣୁଙ୍କ ମଳିରୁ ଉତ୍ପନ ହୋଇଥିଲା। ଏଥିପାଇଁ ଏହି ମାନ୍ୟତା ଅଛି ଏଥିପାଇଁ ଭଗବାନ ଶିବଙ୍କୁ ଏହା ଅର୍ପଣ କରାଯାଏ ନାହିଁ।

ଭଙ୍ଗା ଚାଉଳ। ଭଗବାନ ଶିବଙ୍କୁ ଅକ୍ଷତ ଅର୍ଥାତ ଅରୁଆ ଚାଉଳ ଅର୍ପଣ କରିବାର ନିୟମ ଶାସ୍ତ୍ରରେ ଉଲ୍ଲେଖ ଅଛି। ଭଙ୍ଗା ଚାଉଳ ଅଖୁଣ୍ଣ ଏବଂ ଅଶୁଭ ହୋଇଥାଏ। ଏଥିପାଇଁ ଭଙ୍ଗା ଚାଉଳ ଭଗବାନ ଶିବଙ୍କୁ ଅର୍ପଣ କରିବେ ନାହିଁ। ଚାଉଳ ଅର୍ପଣ କରିବା ପୂର୍ବରୁ ଦେଖିନିଅନ୍ତୁ ଚାଉଳ ଭଙ୍ଗା ନହୋଇଥିବା ଉଚିତ।

ଆସନ୍ତୁ ଜାଣିବା ଖାସ କରି ମହାଶିବ ରାତ୍ରୀରେ ଏହି ଜିନିଷ ଭଗବାନ ଶିବଙ୍କୁ ଅର୍ପଣ କଲେ ଭଗବାନ ଶିବ ପ୍ରସନ୍ନ ହୋଇଥାନ୍ତି।

ଗଙ୍ଗା ଜଳ। ଗଙ୍ଗା ଭଗବାନ ବିଷ୍ଣୁଙ୍କ ଚରଣରୁ ବାହାରି ଭଗବାନ ଶିବଙ୍କ ଜଟାରୁ ଧରତୀ ଉପରେ ବହି ଛନ୍ତି ଏଥିପାଇଁ ଗଙ୍ଗା ସବୁ ନଦୀ ପାଖରୁ ପବିତ୍ର ଅଟେ। ଗଙ୍ଗା ଜଳରେ ଭଗବାନ ଶିବଙ୍କ ଅଭିଷେକ କରିଲେ ମାନସିକ ଶାନ୍ତି ଏବଂ ସୁଖର ପ୍ରାପ୍ତି ହୋଇଥାଏ।

ଆଖୁ ରସ। ଏହା ମିଠା ହୋଇଥାଏ ଆଉ ଜୀବନକୁ ଏହା ମଧୁର କରିଦେଇଥାଏ। ଶାସ୍ତ୍ରରେ ଏହାକୁ ବହୁତ ପବିତ୍ର ମାନାଯାଇଛି। ପ୍ରେମର ଦେବତା କାମ ଧେନୁଙ୍କ ଧନୁସ ଆଖୁରେ ତିଆରି ହୋଇଛି। ଏକାଦଶୀ ଦିନ ଆଖୁରେ ଘର ବନେଇ ଭଗବାନ ବିଷ୍ଣୁ ଦେବୀ ତୁଳସୀଙ୍କ ପୂଜା କରାଯାଏ। ଏହି ରସରେ ଭଗବାନ ଶିବଙ୍କର ଅଭିଷେକ କରିଲେ ଧନ ଧାନ୍ୟର ପ୍ରାପ୍ତ ହୋଇଥାଏ।

ତିନି ପତ୍ର ଥିବା ବେଲ ପତ୍ର। ତିନି ପତ୍ର ଥିବା ବେଲ ପତ୍ର ଯାହା କଟା ଫଟା ହୋଇନଥିବ ଏମିତି ପତ୍ର ଭଗବାନ ଶିବଙ୍କୁ ଅର୍ପଣ କରନ୍ତୁ। ତିନି ପତ୍ର ଥିବା ବେଲ ପତ୍ର ତ୍ରିଦେବ ବ୍ରହ୍ମା ବିଷ୍ଣୁ ମହେଶ୍ୱରଙ୍କ ପ୍ରତୀକ ମାନାଯାଏ। ମହା ଶିବରାତ୍ରୀ ଅବସରରେ ତିନି ପତ୍ର ଥିବା ବେଲ ପତ୍ର ଅର୍ପଣ କରିବା ଦ୍ୱାରା ଶିବ ଲୋକର ପ୍ରାପ୍ତି ହୋଇଥାଏ। ଏମିତି ପୁରାଣରେ କୁହାଯାଇଛି।

ଧୁତୁରା ଫୁଲ। ଧୁତୁରା ଫଳ ସମାନ ଧୁତୁରା ଫୁଲ ବି ଭଗବାନ ଶିବଙ୍କୁ ପ୍ରିୟ ଅଟେ। ଏହାର କାରଣ ଏହା ଅଟେ କି ଏହା ଧଳା ହୋଇଥାଏ ଆଉ ଔଷଧୀୟ କାରଣରୁ ଗୁଣକାରୀ ହୋଇଥାଏ। ମାନସିକ ଶାନ୍ତି ପାଇଁ ଧୁତୁରା ଫୁଲକୁ ଭଗବାନ ଶିବଙ୍କୁ ଅର୍ପଣ କରିବା ଉଚିତ।

ଚାନ୍ଦିର ନାଗନାଗୁଣୀର ଯୋଡ଼ା। ଗ୍ରହଙ୍କ ଅଶୁଭ ପ୍ରଭାବ କାରଣରୁ ଘରେ ସୁଖ ଶାନ୍ତିର କମି ଏବଂ ଆର୍ଥିକ ସମସ୍ୟାକୁ ଦୂର କରିବା ପାଇଁ ମହା ଶିବରାତ୍ରୀର ଅବସରରେ ଭଗବାନ ଶିବଙ୍କୁ ଚାନ୍ଦିର ନାଗନାଗୁଣୀର ଯୋଡ଼ା ଅର୍ପଣ କରନ୍ତୁ। ଏହା ଦ୍ବାରା କାଳସର୍ପ ଏବଂ ନାଗ ଦୋଷ ସମାପ୍ତ ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *