Excuse Me Odisha

ଯାହା କହିବୁ ସତ କହିବୁ

ମହା ଶିବରାତ୍ରି ପୂର୍ବରୁ ଘରକୁ ନେଇ ଆସନ୍ତୁ ଏହି ୩ ଟି ଜିନିଷ,ଦରିଦ୍ରତାର ହେବ ଅନ୍ତ ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ମହା ଶିବରାତ୍ରି ପୂର୍ବରୁ ଘରକୁ ନେଇ ଆସନ୍ତୁ ଏହି ୩ ଟି ଜିନିଷ ଦରିଦ୍ରତାର ହେବ ଅନ୍ତ

ଶିବ ଭକ୍ତଙ୍କ ପାଇଁ ମହା ଶିବରାତ୍ରିର ପର୍ବ ବହୁତ ହିଁ ମହତ୍ୱପୂର୍ଣ୍ଣ ଏବଂ ପବିତ୍ର ପର୍ବ ଅଟେ। ଏହି ରାତ୍ରି ଅର୍ଥାତ ଭଗବାନ ଶିବଙ୍କ ରାତ୍ରି ଶୁକ୍ଳପକ୍ଷ ଚତୁର୍ଦଶିରେ ପର୍ବ ମାନାଯାଏ। ଏହି ପ୍ରକାରରେ ପୁରା ବର୍ଷ ମହା ଶିବରାତ୍ରି ପାଳନ କରାଯାଏ। ଫାଲ୍ଗୁନ ଚତୁର୍ଦଶିରେ ଆସୁଥିବା ମହା ଶିବରାତ୍ରିର ସବୁଠାରୁ ଅଧିକ ମହତ୍ୱ ରହିଥାଏ ଏହାକୁ ମହା ଶିବରାତ୍ରି କୁହାଯାଏ। ମହା ଶିବରାତ୍ରିର ତିଥି ଶିବ ଭକ୍ତଙ୍କ ପାଇଁ କୌଣସି ମହସ୍ୟବ ଠାରୁ କମ ନୁହେଁ।

ଏହିଦିନ ସମ୍ପୂର୍ଣ୍ଣ ଭାରତରେ ଭଗବାନ ଶିବଙ୍କ ମନ୍ଦିରରେ ଆରୋଧନାର ଶବ୍ଦ ଶୁଣାଯାଏ। ଆଉ ପୂର୍ଣ୍ଣ ବାତାବରଣ ଶିବମୟ ହୋଇଯାଇଥାଏ। ସ୍ତ୍ରୀ ହୁଅନ୍ତୁ କିମ୍ବା ପୁରୁଷ ବଡ଼ ଆନନ୍ଦର ସହିତ ଏହି ପର୍ବକୁ ପାଳନ କରନ୍ତି ଏବଂ ବ୍ରତ ରଖିଥାନ୍ତି। ଏମିତି କଲେ ଭଗବାନ ଶିବ ବହୁତ ପ୍ରସନ୍ନ ହୋଇଥାନ୍ତି ଆଉ ସେ ବହୁତ ଛୋଟ ଛୋଟ କଥାରେ ପ୍ରସନ୍ନ ହୋଇଯାନ୍ତି। ସେ ମହା ଜଗୀ ଅଟନ୍ତି ତା ସହିତ ତାଙ୍କୁ ମହା ହଟି ବି କୁହାଯାଏ। ତାଙ୍କୁ ବହୁତ କମ କ୍ରୋଧ ଆସିଥାଏ କିନ୍ତୁ ତାଙ୍କୁ ଯଦି କୌଣସି କଥାରେ କ୍ରୋଧ ଆସିଥାଏ ତ ସେ ଶୀଘ୍ର ଶାନ୍ତ ହୋଇନଥାନ୍ତି।

ଭଗବାନ ଶିବଙ୍କ କ୍ରୋଧର ସାମ୍ନା ଏ ସୃଷ୍ଟି ଅନେକ ଥର କରିଛି। ଆଉ ଅନେକ ଥର ତ ଭଗବାନ ଶିବଙ୍କ କ୍ରୋଧରେ ଏହି ସମ୍ପୂର୍ଣ୍ଣ ସଂସାର ଭସ୍ମ ହେବାର ଅଗ୍ରରେ ପହଁଚି ଯାଇଥାଏ। ଭଗବାନ ଶିବ ସର୍ବଦା ଧ୍ୟାନରେ ରହିଥାନ୍ତି। ଆଉ ତାଙ୍କ ଧ୍ୟାନକୁ ଭଙ୍ଗ କରିବାର କ୍ଷମତା ଏହି ସଂସାରରେ କାହାରି ନାହିଁ। ଏଥିପାଇଁ ଆମର ଶାସ୍ତ୍ରରେ ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ତାଙ୍କର ପୂଜା ଆରୋଧନା କରିବା ପାଇଁ ମହତ୍ବପୂର୍ଣ ଉପାୟ କୁହାଯାଇଛି। ଯାହା ଦ୍ୱାରା ଭଗବାନ ଶିବ ଆପଣଙ୍କ ଉପରେ କ୍ରୋଧିତ ହେବେ ନାହିଁ।

ମହା ଶିବରାତ୍ରିରେ ଭଗବାନ ଶିବଙ୍କର ଖାସ ମହତ୍ୱ ରହିଛି। ଯଦି ଆପଣ ଏହିଦିନ ଭଗବାନ ଶିବଙ୍କୁ ପ୍ରସନ୍ନ କରିବାକୁ ଚାହୁଁଛନ୍ତି ତ ମହା ଶିବରାତ୍ରି ଆସିବା ପୂର୍ବରୁ ନିଜର ଘରେ ଏହି ୩ ଟି ଜିନିଷ ଅବଶ୍ୟ ହିଁ ନେଇକି ଆସନ୍ତୁ। ଭଗବାନ ଶିବ ଆପଣଙ୍କୁ ମନ ବାଂଛିତ ଫଳ ପ୍ରଦାନ କରିବେ। କାରଣ ସ୍ଵୟଂ ଭଗବାନ ଶିବ କହିଛନ୍ତି ଯେ ଯେଉଁ ବି ଭକ୍ତ ମୋର ଏହି ପ୍ରିୟ ବସ୍ତୁକୁ ମହା ଶିବରାତ୍ରି ଦିନ ନିଜର ଘରକୁ ଆଣିଥାଏ ସେ ମୋର କୃପାକୁ ପ୍ରାପ୍ତ କରିଥାଏ।

ତେବେ ଆସନ୍ତୁ ଜାଣିନେବା ମହା ଶିବରାତ୍ରିର ପର୍ବ କାହିଁକି ମାନାଯାଏ ଏହା ସହିତ ଜାଣିବା ମହା ଶିବରାତ୍ରିର ପୂଜା କେମିତି କରାଯାଏ।

ମହା ଶିବରାତ୍ରିକୁ ପାଳନ କରିବାର କଥା ପୁରାଣରେ କିଛି କଥା ଉଲ୍ଲେଖ ଅଛି। ସେଥି ମଧ୍ୟରୁ କିଛି ପ୍ରଚଳିତ କଥା ସମୁଦ୍ର ମନ୍ଥନ ସହିତ ଜଡ଼ିତ ଅଛି। ଯାହା ଏହି ପ୍ରକାରର। ଦେବତା ଏବଂ ଦାନବ ପରସ୍ପରର ସହାୟତାରେ ସମୁଦ୍ରର ମନ୍ଥନ କରିଥିଲେ। ଏହି ସମୁଦ୍ର ମନ୍ଥନ କରିବା ସମୟରେ କିଛି ମହତ୍ବପୂର୍ଣ ଜିନିଷର ଆଗମନ ହୋଇଥିଲା। ଆଉ ସମ୍ପୂର୍ଣ୍ଣ ସୃଷ୍ଟିର ଭୟଙ୍କର ବିଷ ମଧ୍ୟ ସୃଷ୍ଟି ହୋଇଥିଲା ଆଉ ଏହି ବିଷର ପକୋପର ସାମ୍ନା କୌଣସି ବି ଦେବୀ ଦେବତାଙ୍କର ନଥିଲା।

ଦେଖୁ ଦେଖୁ ଏହି ସମ୍ପୂର୍ଣ୍ଣ ସୃଷ୍ଟି ବିଷ ଦ୍ୱାରା ନଷ୍ଟ ହେବାକୁ ଯାଉଥିଲା। ଆଉ ସବୁ ଦେବୀ ଦେବତା ମାନେ ଭଗବାନ ଶିବଙ୍କୁ ସାହାର୍ଯ୍ୟ ମାଗିଲେ। ଆଉ ଭଗବାନ ଶିବ ଏ ସମସ୍ତ ସୃଷ୍ଟିର ରକ୍ଷା କରିବା ପାଇଁ ହଲାହଲ ଭୟଙ୍କର ବିଷର ପାନ କରିଥିଲେ। ଆଉ ତାକୁ ନିଜର କଣ୍ଠରେ ଧାରଣ କରିଲେ କିନ୍ତୁ ବିଷର ପ୍ରଭାବରେ ଭଗବାନ ଶିବଙ୍କ ଶରୀରର ଗଳା ନୀଳ ପଡିଗଲା। ଦେବତା ଦୈତ ମାନେ ଦେବୀ ଦେବତା ମାନେ ସମସ୍ତେ ଭଗବାନ ଶିବଙ୍କୁ ନେଇ ବହୁତ ଚିନ୍ତିତ ଥିଲେ। ଆଉ ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ରାତି ସାରା ମନ୍ତ୍ର ଉଚାରଣ କରିଥିଲେ ଭଜନ କୀର୍ତ୍ତନ ତପସ୍ୟା ଆଦି କରିଥିଲେ।

ଆଉ ସେହି ଦିନ ଠାରୁ ଏହି ପର୍ବକୁ ପାଳନ କରିବାକୁ ଲାଗିଲେ ଏବଂ ଏହି ପର୍ବକୁ ମହା ଶିବରାତ୍ରି କୁହାଗଲା। ଆଉ ଏହି ସମଗ୍ର ସୃଷ୍ଟିର ରକ୍ଷା ଦେବ ଦେବ ମହାଦେବଙ୍କ ନାମରେ ଏହି ଦିନକୁ ପୂଜାକରାଯାଏ। ଆଉ ଭଗବାନ ଶିବଙ୍କ ଭକ୍ତ ଏହି ଦିନ ବ୍ରତ ରଖି ମନ୍ତ୍ର ଉଚାରଣ କରି ଭଗବାନ ଶିବଙ୍କ ବିଶେଷ କୃପା ପ୍ରାପ୍ତ କରିଥାଏ। ଏଥିପାଇଁ ମହା ଶିବରାତ୍ରିର ବ୍ରତ ଅବଶ୍ୟ କରନ୍ତୁ। ଶାସ୍ତ୍ର ଅନୁସାରେ ମହା ଶିବରାତ୍ରି ଦିନ ଭଗବାନ ଶିବ ଏବଂ ମା ପାର୍ବତୀଙ୍କ ବିବାହ ହୋଇଥିଲା ଏହି ଦୃଷ୍ଟିରୁ ଏହି ଦିନକୁ ବହୁତ ଖାସ ମାନାଯାଏ।

ଆସନ୍ତୁ ଜାଣିବା ମହା ଶିବରାତ୍ରିର ବ୍ରତ କେମିତି କରିବେ।

ମହା ଶିବରାତ୍ରିର ଦିନ ଭଗବାନ ଶିବଙ୍କ ଆରୋଧନାର ୩ ଟି ପ୍ରମୁଖ ଅଙ୍ଗ ଅଟେ ଉପବାସ ପୂଜା ଏବଂ ଜାଗରଣ। ଏହିଦିନ ଶୀଘ୍ର ଉଠି ନିତ୍ୟକର୍ମ ସାରି ଭଗବାନ ଶିବଙ୍କ ସାମ୍ନାରେ ଉପବାସର ସଂକଳ୍ପ କରନ୍ତୁ। ଆଉ ପୁରା ଦିନ ଉପବାସ ରହି କେବଳ ଫଳ ଆହାର କରି ବ୍ରତର ପାଳନ କରନ୍ତୁ। ପୁରା ବିଧିବିଧାନରେ ଦିନ ଏବଂ ରାତିରେ ଭଗବାନ ଶିବଙ୍କ ପୂଜା କରନ୍ତୁ। ଆଉ ରାତିରେ ଭଜନ କୀର୍ତ୍ତନ ଯଜ୍ଞ କରି ଜାଗରଣ କରନ୍ତୁ।

ଏହା ସହିତ ଭଗବାନ ଶିବଙ୍କୁ ବେଲ ପତ୍ର ଧୁତୁରା ଧଳା ଫୁଲ ରୁଦ୍ର ମାଳା ଏବଂ ବିଶେଷ ରୂପରେ ଭାଙ୍ଗ ଅର୍ପଣ କରାଯାଏ। ତଥା ଗଙ୍ଗା ଜଳରେ କ୍ଷୀର ଘିଅ ଗୋମୂତ୍ର ମିଶାଇ ତାଙ୍କର ମହା ଅଭିଷେକ କରାଯାଏ। ଏହା ସହିତ ଶିବ ଚାଳିସାର ପାଠ କରନ୍ତୁ। ଏହା ସହିତ ଓଁ ନମଃ ଶିବାୟ ଭଗବାନ ଶିବଙ୍କର ଏହି ମହା ଶକ୍ତିଶାଳୀ ମନ୍ତ୍ରର ଜପ କରନ୍ତୁ। କୁହାଯାଏ କି ଏହି ମନ୍ତ୍ରର ଉତ୍ପନ ମହା ଶିବରାତ୍ରି ଦିନ ହିଁ ହୋଇଥିଲା। ଏଥିପାଇଁ ଏହିଦିନ ମନ୍ତ୍ରର ଜପ କରିବା ଦ୍ୱାରା ବ୍ୟକ୍ତିର ସବୁ କଷ୍ଟ ଦୂର ହୋଇଥାଏ।

ମହା ଶିବରାତ୍ରି ପୂର୍ବରୁ ଘରକୁ ଏହି ଜିନିଷ ନିଶ୍ଚୟ ନେଇ ଆସନ୍ତୁ।

ପାରଦ ଶିବ ଲିଙ୍ଗ। ବାସ୍ତୁଶାସ୍ତ୍ରରେ ଏବଂ ଶିବ ପୁରାଣରେ ବି ବହୁତ ଅଧିକ ମହତ୍ୱ ରହିଛି। ମହା ଶିବରାତ୍ରି ଆସିବା ପୂର୍ବରୁ ଆପଣ ପାରଦ ଶିବ ଲିଙ୍ଗ ନେଇ ଆସନ୍ତୁ। ଆଉ ନିଜ ଘରର ଉତ୍ତର ଦିଗରେ ସ୍ଥାପିତ କରନ୍ତୁ। ଆପଣଙ୍କ ଜୀବନରେ କେବେବି ଧନ ଧାନ୍ୟର କମି ହୋଇନଥାଏ

ରୁଦ୍ରକ୍ଷରେ ପ୍ରସ୍ତୁତ ମାଳା। ମହା ଶିବରାତ୍ରି ଆସିବା ପୂର୍ବରୁ ନିଜର ଘରର ଦ୍ୱାରରେ ପଞ୍ଚ ମୁଖୀ ରୁଦ୍ରକ୍ଷର ମାଳା ଅବଶ୍ୟ ଲଗାନ୍ତୁ। ଏହା ଦ୍ୱାରା ଆପଣଙ୍କ ଘରେ ଅଧିକରୁ ଅଧିକ ଶିବ ଶକ୍ତିର ପ୍ରବେଶ ହେବ। ଆପ ଆପଣଙ୍କ ଜୀବନ ସୁଖ ସମୃଦ୍ଧିରେ ଭରି ଯିବ।

ବସିଥିବା ନନ୍ଦିର ମୂର୍ତି। ଯଦି ଆପଣଙ୍କ ଘରେ ଶିବ ଲିଙ୍ଗ ଅଛି କିନ୍ତୁ ଶିବ ଲିଙ୍ଗ ସାମ୍ନାରେ ନନ୍ଦି ନାହିଁ ତ ମହା ଶିବରାତ୍ରି ଆସିବା ପୂର୍ବରୁ ଆପଣ ନିଜ ଘରକୁ ଗୋଟେ ନନ୍ଦିର ବସିଥିବା ଛୋଟ ମୂର୍ତି ଅବଶ୍ୟ ନେଇକରି ଆସନ୍ତୁ ଆଉ ତାକୁ ଶିବ ଲିଙ୍ଗ ସାମ୍ନାରେ ସ୍ଥାପନା କରନ୍ତୁ। ନନ୍ଦିକୁ ଭଗବାନ ଶିବଙ୍କର ବାହନ ମାନାଯାଏ। ଆଉ ନନ୍ଦି ଭକ୍ତ ଦ୍ୱାରା କୁହାଯାଇଥିବା ମନସ୍କାମନା ଭଗବାନ ଶିବଙ୍କ ପାଖରେ ପହଞ୍ଚାଇ ଥାନ୍ତି। ଏଥିପାଇଁ ମହା ଶିବରାତ୍ରି ପୂର୍ବରୁ ନନ୍ଦିର ଛୋଟ ମୂର୍ତି ଘରକୁ ଆଣନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *