Excuse Me Odisha

ଯାହା କହିବୁ ସତ କହିବୁ

ଏହାକୁ ପଢିବା ପରେ ଆପଣଙ୍କର ୯୯% କରଜ ଶେଷ ହୋଇଯିବ। ଯଦି ବିଶ୍ୱାସ ହଉନି ତା ହେଲେ ଏହାକୁ ଆପଣାଇକି ଦେଖନ୍ତୁ !

ସେୟାର୍ କରନ୍ତୁ

ବନ୍ଧୁଗଣ କରଜ ବଡ଼ ସମସ୍ୟା ହୋଇଥାଏ। କରଜରେ ବୁଡି ରହିଥିବା ବ୍ୟକ୍ତି ସର୍ବଦା ଚିନ୍ତାରେ ରହିଥାଏ। ଚିନ୍ତା ଯୋଗୁ ତାର ପୁରା ପରିବାର କଷ୍ଟର ସାମ୍ନା କରିଥାଏ। କରଜ ଯୋଗୁ ମାନହାନି ସମ୍ମାନ ହାନି ହୋଇଥାଏ ଆଉ ପାରିବାରିକ କ୍ଳେଶ ବଢିଥାଏ। କରଜରେ ବୁଡି ରହିଥିବା ବ୍ୟକ୍ତି ନିଜ ପରିବାର ପାଇଁ ସମସ୍ୟା ଆଣିଥାନ୍ତି। କରଜ ନେବା ସମୟରେ ସାବଧାନତା ରହିବା ଜରୁରୀ।

ମଙ୍ଗଳବାର ଦିନ କିମ୍ବା ଶନିବାର ଦିନ କେବେବି କରଜ ନେବା ଉଚିତ ନୁହେଁ। ଏହିଦିନ କରଜ ନେଇଥିବା ବ୍ୟକ୍ତି ଶୁଝିବାରେ ସମସ୍ୟା ହୋଇଥାଏ। ଶନିବାର ଦିନ ନେଇଥିବା କରଜ କେବେବି ଶେଷ ହୁଏନାହିଁ। ସେଥିପାଇଁ ଶନିବାର ଦିନ କରଜ ନେବେ ନାହିଁ କି ଦେବେ ନାହିଁ। ଶନିବାର କେବେବି କରଜ ପାଇଁ ଆବେଦନ କରନ୍ତୁ ନାହିଁ କିମ୍ବା କାଗଜରେ ଦସ୍ତଖତ କରନ୍ତୁ ନାହିଁ।

ଏହି ଦିନ ମେଷ କର୍କଟ ତୁଳା ଏବଂ ମକର ରାଶି କରଜ ନେବା ଦ୍ୱାରା ତାହା ଶୀଘ୍ର ଶୁଝିଯାଇଥାଏ। ଶନିଙ୍କର ଅଙ୍କ ହେଉଛି ୮। ତ ୮ ୧୭ ଆଉ ୨୬ ତାରିଖକୁ କରଜ ନିଅନ୍ତୁ ନାହିଁ। ଏହି ଦିନ ନେଇଥିବା କରଜ ଆପଣଙ୍କ ଜୀବନରେ ସମସ୍ୟା ଭରି ଦେଇଥାଏ। କରଜ ସମୟରେ କଳା ରଙ୍ଗର ଦସ୍ତଖତ ମାରିବେ ନାହିଁ ଏହାକୁ ଅଶୁଭ ମାନାଯାଏ ଆଉ ଶୀଘ୍ର ସମାପ୍ତ ହୋଇନଥାଏ । ଚେଷ୍ଟା କରନ୍ତୁ ଯଦି କରଜ ନେବାକୁ ଚାହୁଁଛନ୍ତି ତ ସୋମବାର ବୁଧବାର କିମ୍ବା ଶୁକ୍ରବାର ଦିନ ହିଁ କରଜ ନିଅନ୍ତୁ।

ଏହିଦିନ ନିଆଯାଇଥିବା କରଜ ଶୀଘ୍ର ପରିଶୋଧ କରିହେବ ଏହାକୁ ପରିଶୋଧ କରିବାରେ କୌଣସି ସମସ୍ୟା ଆସିନଥାଏ। କରଜ ନେବା ସମୟରେ ଦସ୍ତଖତ କରିବା ସମୟରେ ଭଗବାନଙ୍କ ନାମ ନେଇ କରନ୍ତୁ ଆଉ କୁହନ୍ତୁ ହେ ପ୍ରଭୁ ଶୀଘ୍ର କରଜ ଶୁଝିଯାଉ ଯେମିତି ମୁଁ ଆପଣଙ୍କର ଏହାକୁ ଶୁଝିବାରେ ମୋତେ ସାହାର୍ଯ୍ୟ କରନ୍ତୁ। ଏହା ଦ୍ବାରା ଶୀଘ୍ର କରଜରୁ ମୁକ୍ତି ମିଳିଥାଏ। କିନ୍ତୁ ଅନେକ ଥର ବ୍ୟକ୍ତି କରଜରେ ସମ୍ପୂର୍ଣ୍ଣ ଭାବରେ ବୁଡି ଯାଇଥାନ୍ତି। କୋର୍ଟ କଚେରୀ ମାମଲାରେ ଫସି ଯାଇଥାନ୍ତି। ଯଦି ଏମିତି କିଛି ହୋଇଥାଏ ତ ଏହା ଦ୍ବାରା ଆପଣ ଏମିତି କିଛି ଉପାୟ ନିଶ୍ଚୟ କରନ୍ତୁ।

କରଜରୁ ମୁକ୍ତି ପାଇବା ସହଜ ହୋଇନଥାଏ କିନ୍ତୁ କଠିନ ବି ହୋଇନଥାଏ। କରଜ କେତେବି ବଡ଼ ହୋଇଥାଉ ନାଁ କାହିଁକି ଅବଶ୍ୟ ପରିଶୋଧ କରିହେବ। ଏହା ପାଇଁ କୌଣସି ଖାସ ଉପାୟ କରିବାକୁ ହେବ। ତେବେ ଆସନ୍ତୁ ଜାଣିବା କରଜରୁ ମୁକ୍ତି ପାଇବା ପାଇଁ କଣ କରିବାକୁ ହେବ ଆଉ କେଉଁ ପତ୍ରର ଆବଶ୍ୟକତା ପଡିବ।

ବନ୍ଧୁଗଣ ପାନକୁ ସବୁ ହିନ୍ଦୁ ଧର୍ମରେ ପ୍ରାୟ ଶୁଭ ମାନାଯାଏ। ସମୁଦ୍ର ମନ୍ଥନ ସମୟରେ ପ୍ରଥମେ ପାନର ଉତ୍ପନ ହୋଇଥିଲା। ତେଣୁ ସବୁ ଶୁଭ କାର୍ଯ୍ୟରେ ପାନ ଲଗାଯାଏ। ପୂଜାପାଠ ଠାରୁ ଆରମ୍ଭ କରି ସମସ୍ତ ଶୁଭ କାର୍ଯ୍ୟରେ ପାନ ଲଗା ଯାଇଥାଏ। ଏହା ସହିତ ଏହାକୁ ବହୁତ ପ୍ରଭାବଶାଳୀ ମାନାଯାଏ। କୁହାଯାଏ ଯେ ବୁଧ ଗ୍ରହ ସହିତ ପାନର ବହୁତ ଭଲ ସମ୍ବଦ୍ଧ ଅଛି। ଏହା ଧନର ସମସ୍ୟାକୁ ବି ଦୂର କରିଥାଏ। ଯଦି ଆପଣ କରଜରେ ସମ୍ପୂର୍ଣ୍ଣ ଭାବରେ ବୁଡି ରହିଛନ୍ତି ଆଉ ଆପଣଙ୍କୁ ଲାଗୁଛି କି ଆପଣଙ୍କୁ ସେଥିରୁ ମୁକ୍ତି ପାଇବାର କୌଣସି ରାସ୍ତା ଦେଖା ଯାଉନାହିଁ ଆଉ ସମସ୍ତ ଚେଷ୍ଟା କରିବା ପରେ ବି କରଜ ସୁଝିବାର ଅସଫଳତା ମିଳୁଛି ତ ପାନର ପତ୍ରର ଏହି ଉପାୟ ଆପଣଙ୍କ ସମସ୍ୟାକୁ ଦୂର କରିଦେବ।

ଏହି ଉପାୟ କରିବା ପାଇଁ ଗୋଟେ ଭଲ ପାନ ଜାହା କଟା ଫଟା ହୋଇନଥିବ ସମ୍ପୂର୍ଣ୍ଣ ସଫା ପାନ ପତ୍ର ଟିଏ ନିଅନ୍ତୁ ପତ୍ରର ଦାଣ୍ଠି ଛିଣ୍ଡାଇ ଦିଅନ୍ତୁ। ସବୁଜ ରଙ୍ଗର ତାଜା ପତ୍ରଟିଏ ନେବେ। ଏହା ଉପରେ ୨ ଟି ଲବଙ୍ଗ ଏବଂ ୧ ଟି ଗୁଜୁରାତି ରଖନ୍ତୁ ଆଉ ଏହି ପାନକୁ ମଡି କରି ପାନର ବିଡା ବନେଇ ଦିଅନ୍ତୁ। ଆଉ ମଙ୍ଗଳବାର ଦିନ ସନ୍ଧ୍ୟା ସମୟରେ ସ୍ନାନ ଆଦି କରି ସ୍ୱଚ୍ଛ ବସ୍ତ୍ର ଧାରଣ କରି ହନୁମାନଙ୍କ ମନ୍ଦିରକୁ ଯାଆନ୍ତୁ।

ଆଉ ତାଙ୍କୁ ସେହି ପାନ ବିଡାଟିକୁ ଅର୍ପଣ କରିଦିଅନ୍ତୁ। ୩ ମାସ ପର୍ଯ୍ୟନ୍ତ ପ୍ରତ୍ୟକ ମଙ୍ଗଳବାର ଦିନ ଏହି ପ୍ରୟୋଗ କରନ୍ତୁ। ଯଦି କୌଣସି କାରଣରୁ ଆପଣ ନିଜେ ମଙ୍ଗଳବାର ଦିନ ଯାଇ ପାରୁନାହାନ୍ତି ତ ଆପଣଙ୍କ ବ୍ୟତୀତ ଆଉ କିଏ ବି ଏହା କରିପାରିବ। ଏହି ଦିନ ତାମସିକ ପଦାର୍ଥର ସେବନ କରନ୍ତୁ ନାହିଁ ସାଧା ଭୋଜନ ସେବନ କରନ୍ତୁ । ଏହା କରିଲେ କରଜ ସୁଝିବାର ରାସ୍ତା ଦେଖାଯିବ ବା ଖୋଲିଯିବ। ସହଜରେ ଆପଣ କରଜରୁ ମୁକ୍ତି ପାଇଯିବେ।

ମନେରଖନ୍ତୁ ଭଗବାନ ହନୁମାନଙ୍କ ଶରଣକୁ ଯିଏ ଆସିଯିବ ହନୁମାନ ତାଙ୍କର ଦୁଃଖ କଷ୍ଟ ଦୂର କରିଦେବେ। ଆପଣଙ୍କ ସମସ୍ତ ସମସ୍ୟା ସମାପ୍ତ କରିଦେବେ।

ପ୍ରଥମ ଉପାୟ। ଅନେକ ଥର ଏମିତି ପରିସ୍ଥିତି ଆସିଯାଏ କି କରଜ ନେବା ପରେ ସମସ୍ୟା ଆହୁରି ବଢ଼ି ଯାଇଥାଏ। ଆମଦାନୀ ଏବଂ ସମ୍ପର୍କ ଭଲ ରହେ ନାହିଁ। ନାଁ ପର୍ଯ୍ୟାପ୍ତ ଧନ ଆସିଥାଏ ଆଉ ଧନ ଆସୁଥିବାର ବାଧା ଦୂର ହୋଇଥାଏ। ଯେବେ ସଙ୍କଟ ଆସିଥାଏ ତ ଅନେକ ଥର ୪ ସାଥୀଙ୍କୁ ନେଇ ଆସିଥାଏ। ଚାକିରୀ ବ୍ୟବସାୟରେ ସେହି ସମୟରେ ସମସ୍ୟା ଆସିବା ଆରମ୍ଭ ହୋଇଯାଇଥାଏ ଆଉ ପଇସା କେଉଁଠି ଫସି ଯାଇଥାଏ। ଶୁଭ କାର୍ଯ୍ୟରେ ବାଧା ଆସିବାକୁ ଲାଗିଥାଏ। ବନ୍ଧୁ ପରିଜନ ମୁହଁ ମୋଡି ଦେଇଥାନ୍ତି। ଲାଗିଥାଏ ଯେମିତି ଚତୁର୍ଦିଗରୁ ଘେରି ହୋଇଯାଇଛନ୍ତି। ତ ଏମିତିରେ ଏକ ଛୋଟ ଉପାୟ କରନ୍ତୁ।

ଦ୍ୱିତୀୟ ଉପାୟ। ଏହି ଉପାୟ ପାଇଁ ଗୋଟେ ସଫା ତାଜା ଏବଂ ସବୁଜ ରଙ୍ଗର ପାନ ପତ୍ରଟିଏ ଆବଶ୍ୟକ ପଡିବ। ଆଉ ଏହାର ଦାଣ୍ଠି ଛିଣ୍ଡାଇ ଫୋପାଡି ଦିଅନ୍ତୁ। ଏହି ପତ୍ରର ଚିକଣ ସାଇଟକୁ ତଳକୁ କରିଦିଅନ୍ତୁ। ଆଉ ଖଦଡ ସାଇଟକୁ ଉପରକୁ କରି ନିଅନ୍ତୁ। ଆଉ ଏହାର ଶିର ଉପରେ ୨ ଟି ଲବଙ୍ଗ ରଖନ୍ତୁ। ସାବଧାନତାର ସହ ଦୁଇଟି ହାତରେ ପାନ ପତ୍ରଟିକୁ ଉଠାଇ ବହି ଯାଉଥିବା ପାଣିରେ ପ୍ରବାହିତ କରିଦିଅନ୍ତୁ।

ହାତ ଯୋଡି ଭଗବାନଙ୍କୁ ପ୍ରାର୍ଥନା କରନ୍ତୁ କି ଯିଏ ଆପଣଙ୍କ କାମରେ ବାଧା ହେଉଛି ଯାହା ବି ଆପଣଙ୍କ ଜୀବନରେ ସମସ୍ୟା ଆସୁଛି ତାହା ସେହି ପାନପତ୍ର ସହିତ ବହିଯାଉ। ସେହି ବହି ଯାଉଥିବା ପାଣି ଆପଣଙ୍କ ସମସ୍ତ ସମସ୍ୟାକୁ ନିଜ ସହିତ ବହି ନେଇଯିବ। ଆଉ ଶୀଘ୍ର ହିଁ ସମସ୍ୟା ଦୂର ହୋଇଯିବ। କାର୍ଯ୍ୟରେ ସଫଳତା ମିଳିବା ଆରମ୍ଭ ହୋଇଯିବ। ସମସ୍ତ ସଂକଟରୁ ବାହାରିବାର ରାସ୍ତା ଖୋଲିଯିବ।

ତୃତୀୟ ଉପାୟ। ଏହା ଆପଣ ନବରାତ୍ରୀରେ କରି ପାରିବେ। ଆପଣଙ୍କ ଉପରେ ଯଦି କରଜ ଅଧିକରୁ ଅଧିକ ବଢି ଚାଲିଛି ତ ଆପଣ ନବରାତ୍ରୀରେ ଯେତେ ଦିନ ହୋଇପାରିବ ପ୍ରତିଦିନ ପାନପତ୍ର ଉପରେ ଗୁଆ ରଖି ମା ଦୁର୍ଗାଙ୍କୁ ଅର୍ପଣ କରନ୍ତୁ। ନବମ ଦିନରେ ଆପଣ ସେହି ପାନପତ୍ରକୁ ନିଜ ଆଲମାରୀର ରଖିଦିଅନ୍ତୁ।

ଚତୁର୍ଥ ଉପାୟ। ଏହି ଉପାୟ ମହିଳାମାନେ ମଧ୍ୟ କରିପାରିବେ କିନ୍ତୁ ଭଗବାନ ହନୁମାନଙ୍କୁ ନ ଛୁଇଁ କରଜରୁ ମୁକ୍ତି ପାଇବା ପାଇଁ ମଙ୍ଗଳବାର ଦିନ ରାତିରେ ଏକ ବିଶେଷ ଉପାୟ କରାଯାଏ। ସେହି ଉପାୟ କରିବା ଦିନ ଲୁଣ ଖାଇବେ ନାହିଁ। ଅନ୍ୟ ବାରରେ ଖାଇବେ କିନ୍ତୁ ସେହି ଦିନ ଲୁଣ ଖାଇବେ ନାହିଁ ପିଆଜ ରସୁଣ ଖାଇବେ ନାହିଁ। ରାତିରେ ସ୍ନାନ କରି ୧୧ ଟାରୁ ରାତି ୧ ଭିତରେ ଆପଣଙ୍କୁ ଏହି ଉପାୟ କରିବାକୁ ହେବ। ଘରେ ଭଗବାନ ହନୁମାନଙ୍କ ସାମ୍ନାରେ ଆସନ ପକେଇ ତାଙ୍କ ସାମ୍ନାରେ ବସି ଯାଆନ୍ତୁ। ଦୀପ ଜଳାନ୍ତୁ।

ହନୁମାନଙ୍କୁ ଲାଲ ଫୁଲ ଅର୍ପଣ କରନ୍ତୁ ଆଉ ୧୧ ଥର ହନୁମାନ ଚାଳିସାର ପାଠ କରନ୍ତୁ। ଏହି ପ୍ରୟୋଗ ଆପଣଙ୍କୁ ନିୟମିତ ରୂପରେ ଅତି କମରୁ ୧୧ ଟି ମଙ୍ଗଳବାର ପର୍ଯ୍ୟନ୍ତ କରିବାକୁ ହେବ। ଶୀଘ୍ର କରଜରୁ ମୁକ୍ତି ମିଳିଯିବ। ୧୧ ସପ୍ତାହ ମଧ୍ୟରୁ ୧ ସପ୍ତାହ ମଙ୍ଗଳବାର ଦିନ ଏହି ଉପାୟକୁ କରିବାକୁ ହେବ। ଆଉ ରାତି ୧୧ ଟାରୁ ୧ ମଧ୍ୟରେ ହିଁ ଏହାକୁ କରିବାକୁ ହେବ। ଏହା କରିବା ଦ୍ୱାରା ଆପଣ ବହୁତ ଶୀଘ୍ର କରଜରୁ ମୁକ୍ତି ପାଇଯିବେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *