Excuse Me Odisha

ଯାହା କହିବୁ ସତ କହିବୁ

ଏଭଳି ବ୍ୟକ୍ତି ରାଜାଙ୍କ ଭଳି ଜୀବନ ଅତିବାହିତ କରିଥାନ୍ତି, ଜାଣନ୍ତୁ ନିଜ ହାତ ପାପୁଲିରେ ଏଭଳି ଚିହ୍ନ ରହିବାର ଅର୍ଥ।

ସେୟାର୍ କରନ୍ତୁ

ହାତ ପାପୁଲିରେ କିଛି ଚିହ୍ନ ରହିବା ବହୁତ ଶୁଭ ମାନା ଯାଇଥାଏ।ଏହାଦ୍ଵାରା ଆସୁଥିବା ସମୟରେ ଆର୍ଥିକ ଲାଭ ମିଳିବାର ସଂକେତ ମିଳିଥାଏ। ଏହାସହିତ ଏହି ଚିହ୍ନ ଜୀବନରେ ଧନସମ୍ପତ୍ତି ବୃଦ୍ଧି ହେବାର ମଧ୍ୟ ସଂକେତ ଦେଇଥାଏ।

– ହାତ ପାପୁଲିର ଚିହ୍ନ ଦ୍ଵାରା ଆପଣଙ୍କ ଭାଗ୍ୟ ପରିବର୍ତ୍ତନ ହେବାର ସଂକେତ ମିଳିଥାଏ।

– ରାଜା ଭଳି ଜୀବନଯାପନ କରିଥାନ୍ତି ଏଭଳି ଲୋକେ।

– ହାତରେ କଳସ ଚିହ୍ନ ଥିବା ଲୋକେ କରିଥାନ୍ତି ଶୁଭ କାର୍ଯ୍ୟ।

ଗ୍ରହଚଳନ ଯୋଗୁଁ ପ୍ରତ୍ୟେକ ଲୋକଙ୍କ ଭାଗ୍ୟରେ ପରିବର୍ତ୍ତନ ଆସିଥାଏ। ଏହାସହିତ ମନୁଷ୍ୟ ହାତର ରେଖା ଦ୍ଵାରା ମଧ୍ୟ ଭାଗ୍ୟ ପରିବର୍ତ୍ତନ ହୋଇଥାଏ। ହାତ ପାପୁଲିରେ ରହିଥିବା କିଛି ଖାସ୍ ଚିହ୍ନ ଯୋଗୁଁ ଭବିଷ୍ୟତ ବିଷୟରେ ଜଣା ପଡ଼ିଥାଏ। ହାତ ପାପୁଲିର ରହିଥିବା ଚିହ୍ନ ବହୁତ ଶୁଭ ହେବା ସହିତ ଆର୍ଥିକ ଲାଭ ମିଳିବାର ସଂକେତ ଦେଇଥାଏ।

ହସ୍ତରେଖା ଶାସ୍ତ୍ରରେ ହାତ ପାପୁଲିର ରେଖା ଗୁଡ଼ିକରେ ଲୋକଙ୍କର ଭବିଷ୍ୟତ ଲୁଚି ରହିଥାଏ। ଏହି ଚିହ୍ନ ଗୁଡ଼ିକ ମନୁଷ୍ୟର ଉନ୍ନତି ଓ ଅବନତିର ସଂକେତ ଦେଇଥାଏ। ଆସନ୍ତୁ ହାତ ପାପୁଲିରେ ଥିବା ଚିହ୍ନ ଗୁଡ଼ିକ ବିଷୟରେ ବିସ୍ତାର ରୂପରେ ଆଲୋଚନା କରିବା।

ହାତ ପାପୁଲିରେ ସ୍ଵସ୍ତିକ ଏବଂ ପଦ୍ମ ଚିହ୍ନ ହେବା :-

ଯେଉଁ ଲୋକଙ୍କ ହାତରେ ସ୍ଵସ୍ତିକ ଚିହ୍ନ ହୋଇଥାଏ,ସେମାନେ ବହୁତ ଧନବାନ, ପ୍ରତିଷ୍ଠାବାନ, ଧାର୍ମିକ ଚିନ୍ତାଧାରାର ବ୍ୟକ୍ତି ଅଟନ୍ତି। ଯେଉଁ ଲୋକଙ୍କ ହାତରେ ପଦ୍ମ ଚିହ୍ନ ହୋଇଥାଏ, ସେମାନେ ଧାର୍ମିକ ପ୍ରବୃତ୍ତିର ହୋଇଥାନ୍ତି। ଏହି ଲୋକମାନେ ସର୍ବଦା ରାଜା ଭଳି ଜୀବନଯାପନ କରିଥାନ୍ତି।

ଛତାର ଚିହ୍ନ :- ଯେଉଁ ଲୋକଙ୍କ ହାତ ପାପୁଲିରେ ଛତାର ଚିହ୍ନ ରହିଥାଏ, ସେମାନେ ରାଜାଙ୍କ ଭଳି ଜୀବନ ଅତିବାହିତ କରିଥାନ୍ତି।

ଶଙ୍ଖ ଚିହ୍ନ :- ଯେଉଁ ଲୋକଙ୍କ ହାତରେ ଶଙ୍ଖ ଭଳି ଚିହ୍ନ ରହିଥାଏ, ସେମାନେ ପ୍ରାୟତଃ ସମୁଦ୍ର ଯାତ୍ରା କରିଥାନ୍ତି। ଏହି ଲୋକମାନେ ବ୍ୟାପାରକୁ ମାମଲାରେ ବିଶେଷ ଯାତ୍ରା କରିଥାନ୍ତି।ଆଉକିଛି ଭାଗ୍ୟଶାଳୀ ଲୋକଙ୍କ ହାତରେ ଖଣ୍ଡା ଚିହ୍ନ ରହିଥାଏ।

ଚକ୍ର ଚିହ୍ନ :- ଭଗବାନ ବିଷ୍ଣୁଙ୍କର ଅସ୍ତ୍ର ହେଉଛି ସୁଦର୍ଶନ ଚକ୍ର। ଏହି ଚିହ୍ନ ବହୁତ ଅଳ୍ପ ଲୋକଙ୍କ ହାତ ପାପୁଲିରେ ଦେଖିବାକୁ ମିଳିଥାଏ। ଏହି ଚିହ୍ନ ଥିବା ଲୋକେ ବହୁତ ଭାଗ୍ୟବାନ ହେବା ସହିତ ଅନେକ ଧନସମ୍ପତ୍ତିର ଅଧିକାରୀ ହୋଇଥାନ୍ତି।

କଳସ ଚିହ୍ନ :- ଯେଉଁ ଲୋକଙ୍କ ହାତ ପାପୁଲିରେ କଳସ ଭଳି ଚିହ୍ନ ରହିଥାଏ, ସେମାନେ ବହୁତ ଦାନ କରି ପୁଣ୍ୟ ଅର୍ଜନ କରିଥାନ୍ତି। ଏମାନେ ସର୍ବଦା ତୀର୍ଥ ଧାମକୁ ଯାତ୍ରା କରିଥାନ୍ତି।ଏହି ଲୋକ ମାନେ ସର୍ବଦା ସୁଖଶାନ୍ତିରେ ଜୀବନ ଅତିବାହିତ କରିଥାନ୍ତି।

ପଦ୍ମ ଚିହ୍ନ :- ଯେଉଁ ଲୋକଙ୍କ ହାତ ପାପୁଲିରେ ପଦ୍ମ ଭଳି ଚିହ୍ନ ରହିଥାଏ, ସେମାନେ ବହୁତ ଭାଗ୍ୟବାନ ହୋଇଥାନ୍ତି। ଏହି ଲୋକମାନେ ନିଜ ଜୀବନରେ ବହୁତ ପ୍ରତିଷ୍ଠାବାନ ଉଦ୍ୟୋଗପତି ହୋଇଥାନ୍ତି। ଏମାନେ ଅହଙ୍କାରୀ ସ୍ୱଭାବର ମଧ୍ୟ ହୋଇଥାନ୍ତି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *