Excuse Me Odisha

ଯାହା କହିବୁ ସତ କହିବୁ

ଭେଣ୍ଡି ଖାଇବା ଦ୍ବାରା ଦୂର ହୋଇଯାଏ ଏହି ୫ ଗୋଟି ରୋଗ, ଜାଣନ୍ତୁ କେଉଁ କେଉଁ ରୋଗ ?

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋର୍ଟାଲକୁ ବହୁତ ସ୍ଵାଗତ ଜଣାଉଛୁ। ଆଜିକାଲି ନୂଆ ନୂଆ ପରିବା ଚାଷ କରାଯାଉଛି ଏବଂ ପ୍ରତ୍ୟେକ ଦେଶରେ ପରିବା ଗୁଡ଼ିକର ନାମ ମଧ୍ୟ ଅଲଗା ପ୍ରକାରର ହୋଇଥାଏ। ଯେପରି ଭେଣ୍ଡି ଏକ ଏଭଳି ପରିବା ଅଟେ, ଯାହାକୁ ରାନ୍ଧିବା ପରେ ବହୁତ ସୁଆଦିଆ ଲାଗିଥାଏ।ଭେଣ୍ଡିକୁ ଅନ୍ୟ ଦେଶରେ ବିଭିନ୍ନ ନାମରେ ନାମିତ କରାଯାଇଛି।

ଅଧିକାଂଶ ଦେଶରେ ଭେଣ୍ଡିକୁ ଲୋକେ ଖାଦ୍ୟ ରୂପରେ ବ୍ୟବହାର କରନ୍ତି। ସମୟ ଅନୁସାରେ ଏହି ପରିବା ଗୁଡ଼ିକର ଚାହିଦା ମଧ୍ୟ ବଢିଛି। ଏଥିରେ ଶ୍ୱେତସାର ଏବଂ ପୁଷ୍ଟିସାର ପ୍ରଚୁର ମାତ୍ରାରେ ରହିଥାଏ, ଯାହା ଆମ ଶରୀର ପାଇଁ ବହୁତ ଲାଭକାରୀ ହେଇଥାଏ। ଆସନ୍ତୁ ଭେଣ୍ଡି ଖାଇବା ଦ୍ବାରା କଣ ଲାଭ ମିଳିଥାଏ, ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

– ଯେଉଁ ଲୋକ ମାନଙ୍କୁ ମଧୁମେହ ରୋଗ ଭଳି ସମସ୍ୟା ରହିଛି, ସେମାନଙ୍କୁ ଭେଣ୍ଡି ନିଶ୍ଚିତ ଭାବରେ ଖାଇବା ଉଚିତ। କାରଣ ଭେଣ୍ଡିରେ ଭରପୂର ମାତ୍ରାରେ ଫାଇବର ରହିଥାଏ। ତେଣୁ ଦୁଇଟି ଭେଣ୍ଡି ଆଣି ପ୍ରଥମେ ଭଲଭାବରେ ଧୁଅନ୍ତୁ। ତାପରେ ଏହାର ମୁଣ୍ଡି କାଟି ଦେଇ ଏହାକୁ ଗୋଟେ ଗ୍ଲାସ ପାଣିରେ ଭିଜେଇ ରଖିଦିଅନ୍ତୁ। ଏହାପରେ ସକାଳୁ ଏହି ଭେଣ୍ଡି କାଢି ସେହି ପାଣିକୁ ସେବନ କରନ୍ତୁ।ଏଭଳି କରିବା ଦ୍ୱାରା ଆପଣଙ୍କ ଶରୀରରେ ସୁଗାର ନିୟନ୍ତ୍ରଣରେ ରହିଥାଏ ଏବଂ ଆପଣ ୧୫ ଦିନ ମଧ୍ୟରେ ଏହାର ସୁଫଳ ପାଇବେ।

– ଆପଣ ମାନେ ଜାଣି ରଖନ୍ତୁ କି, ଭେଣ୍ଡିରେ ଭିଟାମିନ ସି ରହିଥାଏ, ଯାହାଦ୍ଵାରା ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ। ଯଦି ଆପଣଙ୍କ ଶରୀରରେ ଖରାପ କୋଲେଷ୍ଟ୍ରଲର ମାତ୍ରା ବଢୁଛି, ତାହେଲେ ଆପଣଙ୍କୁ ନିଶ୍ଚିତ ଭାବରେ ଭେଣ୍ଡିର ସେବନ କରିବା ଉଚିତ।ଭେଣ୍ଡିର ସେବନ କରିବା ଦ୍ୱାରା ହୃତଘାତ ହେବାର ସମ୍ଭାବନା କମିଯାଇଥାଏ।

– ଭେଣ୍ଡିକୁ ଜୁସ କରି ସେବନ କଲେ, କିଡନୀ ଜନିତ ସମସ୍ୟା ଦୂର ହୋଇଯାଇଥାଏ।ତେଣୁ ପ୍ରତ୍ୟେକଦିନ ଭେଣ୍ଡିର ରସ ସେବନ କରନ୍ତୁ।

– ଯଦି ଆପଣଙ୍କର କବଜ ଭଳି ସମସ୍ୟା ରହିଛି, ତାହେଲେ ଆପଣଙ୍କୁ ପ୍ରତ୍ୟେକଦିନ ଖାଦ୍ୟରେ ଭେଣ୍ଡିକୁ ସାମିଲ କରିବା ଉଚିତ। ଦେଖିବେ ଆପଣଙ୍କୁ ନିଶ୍ଚିତ ଭାବରେ ସୁଫଳ ମିଳିବ।

ତେବେ, ବନ୍ଧୁଗଣ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା, ତାହେଲେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଶ୍ଚିତ ଭାବରେ ସମସ୍ତଙ୍କୁ ସେୟାର କରନ୍ତୁ। ଆଗକୁ ଆମ ସହିତ ରହିବା ପାଇଁ ଆମ ଫେସବୁକ ପେଜକୁ ଲାଇକ କରନ୍ତୁ। ଧନ୍ୟବାଦ୍!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *