Excuse Me Odisha

ଯାହା କହିବୁ ସତ କହିବୁ

ଜୀବନରେ ସଫଳତା ପାଇବାକୁ ଚାହୁଁଥିଲେ,ଏହି ୩ ଟି କଥା ନିଶ୍ଚୟ ମନେ ରଖନ୍ତୁ !

ସେୟାର୍ କରନ୍ତୁ

ବନ୍ଧୁଗଣ ରତନ ଟାଟା ଆମ ଦେଶରେ ଜଣେ ଏପରି ଜଣେ ଲିଭିଂ ଲିଜେଣ୍ଟ ଯାହାଙ୍କ ଦୂର ଦୃଷ୍ଟି ଏବଂ ଦେଶ ଭକ୍ତି କାହାକୁ ବା ଜଣା ନାହିଁ। ଦେଶର ବିକାଶ ଏବଂ ମାନବିକତାର କଲ୍ୟାଣ ପାଇଁ ନିସ୍ୱାର୍ଥ ଭାବରେ ସେ ସବୁବେଳେ ଆଗରେ ରୁହନ୍ତି। ବହୁତ କମ ଲୋକ ଏପରି ଥାନ୍ତି ଯାହାର ହୃଦୟରେ ଦେଶ ଓ ସମାଜ ପାଇଁ ଏତେ ନିସ୍ୱାର୍ଥ ପର ଗୁଣ ଥାଏ। ବାସ୍ତବରେ ରତନ ଟାଟା ଆମ ଦେଶରେ ନୁହେଁ ବରଂ ପୁରା ବିଶ୍ୱ ପାଇଁ ଏହି ପ୍ରେରଣା ଅଗନ୍ତି। ଆଜିର ଏହି ପୋଷ୍ଟରେ ରତନ ଟାଟାଙ୍କର ୩ ଟି କଥା ଜଣେଇବୁ ଯାହାକୁ ଜାଣି ଯେଉଁ ବି ବ୍ୟକ୍ତି ଫୋଲୋ କରିବେ ସେ ନିଶ୍ଚୟ ଜୀବନରେ ସଫଳତା ହାସଲ କରିବେ।

ପ୍ରଥମ କଥା। ଯାହା ରତନ ଟାଟା କୁହନ୍ତି ସଫଳ ଲୋକଙ୍କୁ ଠାରୁ ଏହି ପ୍ରେରଣା ନେବା ଉଚିତ କି ଯେବେ ସେ ବ୍ୟକ୍ତି ସଫଳ ହୋଇ ପାରିଲା ତ ମୁଁ କଣ ପାଇଁ ହୋଇପାରିବି ନାହିଁ। ପ୍ରେରଣା ନେବା ସମୟରେ ଆପଣ ନିଜ ଆଖିକୁ ବନ୍ଦ କରନ୍ତୁ ନାହିଁ। ପ୍ରତ୍ୟକ ସଫଳ ଏବଂ ମହାନ ବ୍ୟକ୍ତି ଯେଉଁମାନେ ନିଜ ଜୀବନରେ ବଡ଼ ରୁ ବଡ଼ କାମକୁ ହାସଲ କରନ୍ତି ଆଉ ଇତିହାସରେ ପୃଷ୍ଠାରେ ଗୀତ ହୋଇଯାନ୍ତି ସେମାନେ ଆପଣଙ୍କ ଠାରୁ କିମ୍ବା ଆମ ଠାରୁ ଭିନ୍ନ ନୁହଁନ୍ତି। ଆମ ପାଖରେ ମଧ୍ୟ ତାଙ୍କ ପରି ଦୁଇ ହାତ ଦୁଇ ଗୋଡ଼ ଏବଂ ଗୋଟେ ମୁଣ୍ଡ ଅଛି ଏବଂ ଯଦି ସେମାନେ କରିପାରୁଛନ୍ତି ତ ଆମେ କାହିଁକି ନୁହଁ।

ଏହି ଭାବନା ଗାଁର ଗରିବରୁ ଗରିବ ଯବାନ ବ୍ୟକ୍ତି ଭିତରେ ମଧ୍ୟ ବଡ଼ ସ୍ୱପ୍ନ ଦେଖିବା ଏବଂ ଲାଇଫରେ କିଛି ବଡ଼ କରିବା ପାଇଁ ପ୍ରେରଣା ଦେଇଥାଏ ଓ ଶକ୍ତି ମଧ୍ୟ ଜନ୍ମେଇଥାଏ। ଆମର ମାଇଣ୍ଡରେ ଏମିତି ଭାବନା ରହିବା ଉଚିତ କିନ୍ତୁ ଆପଣ ଆପଣଙ୍କ ଆଖିକୁ ଖୋଲା ରଖନ୍ତୁ। ଆଉ ଆମକୁ ଏହା ମଧ୍ୟ ଭୁଲିବା ଉଚିତ ନୁହେଁ କି ROME WAS NOT BUILT IN A DAY। ଯେତେବି ସୁପର ସକ୍ସେସ ଏବଂ ମହାନ ବ୍ୟକ୍ତି ଅଛନ୍ତି ସେମାନେ ସମସ୍ତେ ଦିନରେ କିମ୍ବା ରାତାରାତି ସଫଳତାକୁ ଅର୍ଜନ କରିନାହାନ୍ତି ବରଂ ତାହା ପଛରେ ତାଙ୍କର ବର୍ଷ ବର୍ଷର ପରିଶ୍ରମ ଓ ସଙ୍ଘର୍ଷ ସାମିଲ ରହିଥାଏ। ଅଧିକାଂଶ ଲୋକ କେବଳ ସକ୍ସେସ ଓ ରେଜଲ୍ଟକୁ ଦେଖନ୍ତି।

ତାହା ପଛରେ ଥିବା ପରିଶ୍ରମକୁ ଲୋକେ ଅଣଦେଖା କରିଦିଅନ୍ତି। ଆପଣ ଏହି କଥାକୁ ମନେରଖନ୍ତୁ କି ଯେତେ ବଡ଼ ସ୍ୱପ୍ନ ହେବ ଯେତେ ବଡ଼ ଲକ୍ଷ ହେବ ଆପଣଙ୍କର ସଙ୍ଘର୍ଷ ମଧ୍ୟ ସେତିକି ବଡ଼ ହେବ। ଆଉ ଯେବେ ସଙ୍ଘର୍ଷ ପରିଶ୍ରମ ଏତେ ବଡ଼ ହୋଇଯିବ ତ ରେଜଲ୍ଟ ନିହାତି ବଡ଼ ହିଁ ହେବ। ଗୋଟେ ଥର ଯଦି ଆପଣ ଭାବି ନେବେକି ମୁଁ ଏହା କରିପାରିବି ତ ଆପଣ ନିଶ୍ଚୟ କରିନେବେ। ତ ପୁଣି ଡେରି କାହିଁକି ଆଜି ଠାରୁ ଆପଣ ନିଜର ଲକ୍ଷ ଆଡ଼କୁ ପାଦ ବଢ଼ାନ୍ତୁ। କାରଣ ସ୍ୱପ୍ନ ଆପଣଙ୍କର ତ ପରିଶ୍ରମ ବି ଆପଣଙ୍କୁ କରିବାକୁ ହେବ। କଷ୍ଟକୁ ସହି ସମସ୍ୟାକୁ ସାମ୍ନା କରିବାକୁ ପଡିବ।ସ୍ୱାମୀ ବିବେକାନନ୍ଦ ମଧ୍ୟ କହିଛନ୍ତି ସଙ୍ଘର୍ଷ ଯେତେ ବଡ଼ ହେବ ଆପଣଙ୍କର ଜିତ ମଧ୍ୟ ସେତେ ସୁନ୍ଦର ହେବ।

ଦ୍ୱିତୀୟ କଥା। ସେହି ସବୁ ପଥରକୁ ଏକାଠି କର ଯାହା ଲୋକ ଆପଣଙ୍କ ଉପରକୁ ଫୋପାଡୁ ଛନ୍ତି। ଆଉ ସେହି ପଥରକୁ ଉପଯୋଗୀ କରି ମଜବୁତ ସ୍ମାରକ ବନାଅ। ଆମ ସମସ୍ତଙ୍କ ଜୀବନରେ ଏମିତି ଘଟଣା ଘଟିଥାଏ ଯେବେ ଲୋକେ କୁହନ୍ତି କି ତ ଦ୍ୱାରା ହେବନି। ତ ମୁହଁ ଦେଖିଛୁ ତୁ ନିଜର ସୀମା ଭିତରେ ରହ। ଏହା କରିବା ତ ପକ୍ଷେ ସମ୍ଭବ ନୁହଁ। ଏମିତି ବହୁତ କିଛି ଲୋକ ଆପଣଙ୍କୁ ମୋଟିଭେଟ କରିଦିଅନ୍ତି। ଆପଣଙ୍କ ବିଷୟରେ ଆଲୋଚନା କରନ୍ତି।

ଆପଣଙ୍କର ପାଦ ତଳକୁ ଖସେଇବା ପାଇଁ ଚେଷ୍ଟା କରନ୍ତି। ଆପଣଙ୍କୁ ନିଚା ଦେଖାନ୍ତି ସେହି ସମସ୍ତଙ୍କ କଥାର ଜବାବ ଆପଣଙ୍କୁ ଏବେ ଦେବା ଜରୁରୀ ନୁହେଁ। ଆପଣ ସେମାନଙ୍କର କଥାକୁ ସେମାନଙ୍କର ଆଲୋଚନାକୁ ତାଙ୍କ ଦ୍ବାରା ଫୋପଡା ଯାଇଥିବା ପଥରକୁ ସମ୍ଭାଳି ନିଜ ପାଖରେ ଏକାଠି କରିଦିଅନ୍ତୁ। ଏବଂ ଆପଣଙ୍କ ଭିତରେ ଏପରି ଏମ ଲକ୍ଷକୁ ଜନ୍ମ କରନ୍ତୁ ଯାହା ଦ୍ୱାରା ଆପଣଙ୍କର ସ୍ୱପ୍ନ ଏବଂ ଲକ୍ଷ୍ୟରେ ଆସୁଥିବା କୌଣସି ବି ବାଧା ସମସ୍ୟା ଆପଣଙ୍କ ସାମ୍ନାରେ ହେବନି। ଆପଣ ଏତେ ପରିଶ୍ରମ ଏବଂ ସଙ୍ଘର୍ଷ କରନ୍ତୁ ତାଙ୍କୁ ବି ଜଣା ପଡୁକି ଯିଏ ଆପଣଙ୍କୁ ତୁଚ୍ଛ ଓ ଛୋଟ ଭାବୁଥିଲେ। ଯଦି ଆପଣ ଲୋକଙ୍କର ଆଲୋଚନା କଥାର ଜବାବ ଦେଉଥିବେ ତାଙ୍କ ସହିତ ଲଢ଼ୁଥିବେ ତ ନିଜର ଲକ୍ଷକୁ କେବେବି ପୂରଣ କରିପାରିବେ ନାହିଁ।

ଆପଣ ଏପରି ଲୋକଙ୍କୁ ଅଣଦେଖା କରନ୍ତୁ ଜୀବନରେ ସେହି କାମ କରନ୍ତୁ ଯାହା ଆପଣ କରିବାକୁ ଚାହୁଁଥିଲେ। ଏହା ଭାବନ୍ତୁ ନାହିଁ କି ଲୋକେ କଣ କହିବେ। ଲୋକତ ସେତେବେଳେ କିଛି କହିବେ ଯେତେବେଳେ ଆପଣ କିଛି ନକରିବେ। ଲୋକେ ଯେତେବେଳେ ମା ସୀତାଙ୍କୁ ଛାଡି ନଥିଲେ ତ ଆପଣ କିମ୍ବା ଆମେ କୌଣସି ମୁଲ୍ୟର। କୌଣସି ବି ସ୍ୱପ୍ନ ଲକ୍ଷ ଯାଦୁ ଦ୍ୱାରା ପୂରଣ ହୋଇଯାଏନାହିଁ। ଏଥିପାଇଁ ଭରପୁର ପରିଶ୍ରମ ଦରକାର। ଏଥିପାଇଁ ପରିଶ୍ରମ ଏତେ ଅଧିକ କରନ୍ତୁ ଯେପରି କାର୍ଯ୍ୟ ସଫଳ ହେବ।

ତୃତୀୟ କଥା। ଦୁନିଆରେ କୋଟିପତି ଲୋକ ପରିଶ୍ରମ କରନ୍ତି ତଥାପି ସେହି ସମସ୍ତଙ୍କୁ ଭିନ୍ନ ଭିନ୍ନ ପରିଣାମ ପ୍ରାପ୍ତ ହୁଏ। ଏ ସମସ୍ତଙ୍କ ପାଇଁ ପରିଶ୍ରମ କରିବା ଜରୁରୀ ଏଥିପାଇଁ ପରିଶ୍ରମ କରିବାର ତରିକାକୁ ସୁଧାର କରନ୍ତୁ। ବିନା ପରିଶ୍ରମରେ କୌଣସି ଜିନିଷ ହାସଲ କରିହେବ ନାହିଁ କିନ୍ତୁ ପରିଶ୍ରମରେ ହିଁ ସଫଳତା ପ୍ରାପ୍ତ ହୁଏ ନାହିଁ କେବଳ ପରିଶ୍ରମ କଲେ ହିଁ ସଫଳ ଏବଂ ଧନବାନ ହୁଅନ୍ତା ତେବେ ଆଜି ପ୍ରତ୍ୟକ ଓଟ ବାଲା ଠେଲା ବାଲା ସେ ସମସ୍ତେ ଧନୀ ଓ ସକ୍ସେସ ଫୁଲ ହୋଇଥାନ୍ତି।

ଆପଣ କେଉଁ ଜିନିଷ ପାଇଁ ବା କେଉଁ ଉଦେଶ୍ୟ ପାଇଁ ପରିଶ୍ରମ କରୁଛନ୍ତି ଏହା ବହୁତ ମହତ୍ୱ ରଖିଥାଏ। ଆପଣ ଏହି କଥାର ଧ୍ୟାନ ରଖନ୍ତୁ କି ଆପଣଙ୍କ ପରିଶ୍ରମ ଆପଣଙ୍କ ସ୍ୱପ୍ନ ଓ ଆପଣଙ୍କ ଲକ୍ଷ ଆଡ଼କୁ ନେଇଯାଉଛି ନାଁ ନାହିଁ। ଜୀବନରେ କେବଳ ତାଙ୍କୁ ପ୍ରାପ୍ତ ହୁଏ ଯିଏ ନିଜର କ୍ଷମତା ଓ ନିଜର ଉର୍ଜାକୁ ଗୋଟିଏ ଦିଗରେ ଗୋଟିଏ ଲକ୍ଷ୍ୟରେ କେନ୍ଦ୍ରିତ କରିଥାଏ ଏବଂ ପ୍ରତ୍ୟକ ସମସ୍ୟାକୁ ନ ଡରି ତାର ସାମ୍ନା କରି ନିରନ୍ତର ଆଗକୁ ବଢିଥାଏ। ଆପଣ ମଧ୍ୟ ନିଜର ପରିଶ୍ରମକୁ ଠିକ ଦିଗରେ ଲଗାନ୍ତୁ ଆଉ ଏହି କଥାକୁ ମନେରଖନ୍ତୁ ଯିଏ ପାଣିରେ ଗାଧାଏ ସିଏ କେବଳ ନିବାସ ବଦଳାଇ ଥାଏ ଆଉ ଯିଏ ଝାଳରେ ଗାଧୋଇଥାଏ ସିଏ ଇତିହାସ ବଦଳାଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *