Excuse Me Odisha

ଯାହା କହିବୁ ସତ କହିବୁ

ରାତିରେ କେଶକୁ ଖୋଲା କରି ଶୋଉଥିବା ମହିଳାମାନେ ଏହାକୁ ନିଶ୍ଚିତ ଭାବରେ ଥରେ ପଢନ୍ତୁ

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ରାତିରେ କେଶ ଖୋଲା କରି ଶୋଉଥିବା ମହିଳା ନିଶ୍ଚୟ ପଢ଼ନ୍ତୁ।

ବିବାହିତା ମହିଳା ହେଉନ୍ତି କିମ୍ବା ସୁହାଗିନୀ ସ୍ତ୍ରୀ ରାତିରେ କେଶ ଖୋଲି କରି ଶୋଉଛନ୍ତି ତ ଏହି ପୋଷ୍ଟଟି ଆପଣଙ୍କ ପାଇଁ। ଏହା ସହିତ ଜାଣିବା ସୁହାଗିନି ସ୍ତ୍ରୀ ଏମିତି କେଉଁ କାମ ଅଛି କରିବା ଉଚିତ ନୁହେଁ ଏବଂ ଏମିତି କେଉଁ କାମ ଅଛି ଯାହାକୁ କରିଲେ ଘରେ ସୁଖ ଶାନ୍ତି ବୃଦ୍ଧି ହୋଇଥାଏ।

ବନ୍ଧୁଗଣ ଆମର ପୁର୍ବଜ ଆଗରୁ ବହୁତ ଜ୍ଞାନୀ ଥିଲେ। ଜୀବନରେ ପ୍ରତ୍ୟକ କ୍ଷେତ୍ରରେ ନିଜର ଯୋଗ୍ୟତା ଏବଂ ଅନୁଭବର ଆଧାର ଉପରେ ନିଜର ଜ୍ଞାନ ଅର୍ଜନ କରୁଥିଲେ। ଆଧ୍ୟାତ୍ମିକ ଏବଂ ବିଜ୍ଞାନ ଦୁଇଟି ଯାକ ଥିଲା। ଆମର ଧର୍ମ ଶାସ୍ତ୍ରରେ କେଶ ସହିତ ଜଡ଼ିତ ଅନେକ ଗୁଡିଏ ନିୟମ କୁହାଯାଇଛି। ମନୁଷ୍ୟକୁ ନିଜର କେଶକୁ କେମିତି ରଖିବା ଦରକାର କେଉଁ ଦିନ କାଟିବା ଦରକାର କେଶକୁ କେଉଁ ଦିନ ଧୋଇବା ଉଚିତ କେଉଁ ଦିନ ନୁହେଁ। କେଶକୁ କେତେ ଲମ୍ବା ରଖିବା ଦରକାର କେଶ ସହିତ ଜଡ଼ିତ କେତେକ ତାନ୍ତ୍ରିକ ଗୁଣ ଅଛି ଏହିସବୁ ବିଷୟରେ ଆମର ଶାସ୍ତ୍ରରେ ମହତ୍ୱପୂର୍ଣ୍ଣ କଥା କୁହାଯାଇଛି।

ପ୍ରଥମ କଥା। ହିନ୍ଦୁ ଧର୍ମରେ ସପ୍ତାହର ପ୍ରତ୍ୟକ ଦିନ କୌଣସି ନାଁ କୌଣସି ଭଗବାନଙ୍କୁ ଅର୍ପିତ ଅଟେ ଆଉ ପ୍ରତ୍ୟକ ଦିନର କିଛି ନିୟମ ଥାଏ। ଏହିପରି କେଶ ସହିତ ଜଡ଼ିତ କିଛି ନିୟମ ଅଛି। ମଙ୍ଗଳବାର ଦିନ କେବେବି କେଶ କାଟିବା ଉଚିତ ନୁହେଁ। ମଙ୍ଗଳବାର ମଙ୍ଗଳ ଗ୍ରହଙ୍କ ଦିନ ହୋଇଥାଏ। ଏମିତି ମାନ୍ୟତା ଅଛି ମଙ୍ଗଳବାର ଦିନ କେଶ କାଟିବା ଦ୍ୱାରା ମଙ୍ଗଳଙ୍କ ସ୍ଥିତି ଖରାପ ହୋଇଥାଏ ଏବଂ ଆୟୁ କମ ହୋଇଥାଏ

ଗୁରୁବାରର ସମ୍ବଦ୍ଧ ଗୁରୁ ଗ୍ରହ ସହିତ ହୋଇଥାଏ। ଏମିତି ମାନା ଯାଏ କି ଏହି ଦିନ କେଶ କାଟିଲେ ଆମକୁ ଅଶୁଭ ଫଳର ପ୍ରାପ୍ତି ହୋଇଥାଏ। ମାନ ସମ୍ମାନ ଏବଂ ପ୍ରତିଷ୍ଠାର ହାନି ହୋଇଥାଏ। କାହିଁକିନା ଗୁରୁବାର ମା ଲକ୍ଷ୍ମୀ ଏବଂ ଭଗବାନ ବିଷ୍ଣୁଙ୍କର ଦିନ ବି ହୋଇଥାଏ। ଏଥିପାଇଁ ଏହି ଦିନ କେଶ କାଟିବା ଉଚିତ ନୁହେଁ।

ଶନିବାର ଦିନ ଭୁଲରେ କେଶ କାଟିବେ ନାହିଁ। କାରଣ ଶନିବାର ଦିନର ସମ୍ବଦ୍ଧ ଶନିଦେବଙ୍କ ସହିତ ଅଟେ। ଶନିବାର ଦିନ କେଶ କାଟିଲେ ଜୀବନରେ କିଛି ନାଁ କିଛି ଅଶୁଭ ହୋଇଥାଏ। କେଶ କାଟିବା ପାଇଁ ବୁଧବାର ଶୁକ୍ରବାର ଏବଂ ରବିବାର ଦିନକୁ ସର୍ବତମ ଦିନ ମାନାଯାଇଛି

ଆମର ବାତାବରଣରେ ଏମିତି କିଛି ଥାଏ ଯାହା ଆମକୁ ଦେଖା ଯାଏ ନାହିଁ ଏହା ଅଦୃଶ୍ୟ ହୋଇଥାଏ। ଏହି ଅଦୃଶ୍ୟ ଆମର ସମସ୍ତ କାର୍ଯ୍ୟ ଉପରେ ପ୍ରଭାବ ପକାଇଥାଏ। ଅନେକ କ୍ଷେତ୍ରରେ ଏହି ଅଦୃଶ୍ୟ ସକ୍ରିୟ ଥାଏ। ଆମକୁ ଅମାବାସ୍ୟା ଏବଂ ପୂର୍ଣ୍ଣିମା ଦିନ ସନ୍ଧ୍ୟା ସମୟରେ କିମ୍ବା ରାତିରେ କେବେବି ନିଜର କେଶକୁ କାଟିବା ଉଚିତ ନୁହେଁ। କାରଣ ଏହି ସମୟରେ ବାତାବରଣରେ ନକରାତ୍ମକ ଉର୍ଜାର ପ୍ରଭାବ ବହୁତ ଅଧିକ ହୋଇଥାଏ ଏହା ବ୍ୟତୀତ କୌଣସି ବି ପର୍ବ ପର୍ବାଣୀରେ ନିଜର କେଶ କାଟିବା ଉଚିତ ନୁହେଁ ନଚେତ ଏହି ଶୁଭ ଏବଂ ପବିତ୍ର ଦିନରେ ଅଶୁଭ କାର୍ଯ୍ୟ କରିବାର ପାପ ଲାଗିଥାଏ। ନିଜର ଜନ୍ମ ବାରରେ କେବେବି କେଶ କାଟିବା ଉଚିତ ନୁହେଁ।

ଆସନ୍ତୁ ଜାଣିବା କେଶକୁ ନେଇ ମହିଳାମାନଙ୍କୁ କଣ ସତର୍କତା ଅବଲମ୍ବନ କରିବାକୁ ହେବ।

କୌଣସି ବି ସ୍ତ୍ରୀରର ଲମ୍ବା ଗହଳିଆ କଳା କେଶ ସ୍ତ୍ରୀରର ଆଭୂଷଣ ହୋଇଥାଏ। ପ୍ରାଚୀନ କାଳରୁ ସ୍ତ୍ରୀ ମାନଙ୍କର ଲମ୍ବା କେଶକୁ ତାଙ୍କର ସୌନ୍ଦର୍ଯ୍ୟ ଏବଂ ସୌଭାଗ୍ୟର ପ୍ରତୀକ ମାନାଯାଏ। ଆମ ଶାସ୍ତ୍ରରେ କୁହାଯାଇଛି ଯେ ସ୍ତ୍ରୀ ମାନଙ୍କର କେଶ ତାଙ୍କ ଅଣ୍ଟାର ତଳକୁ ନହେବା ଉଚିତ ଯଦି ଥିବ ତାହେଲେ ବାନ୍ଧି କରି ରଖିବା ଉଚିତ ଯେମିତି ତାହା ଭୂମି ଉପରେ ନବାଜୁ। କେଶ ବହୁତ ସମ୍ବେଦନ ଶୀଳ ହୋଇଥାଏ। ଏଥିପାଇଁ ଭୂମି ଉପରେ ପଡିଲେ ଭୂମିରେ ନକରାତ୍ମକ ଉର୍ଜା ଜଲଦି ହିଁ କେଶକୁ ଆସିଯାଏ। ଯାହାର ନକରାତ୍ମକ ଉର୍ଜା ସେହି ସ୍ତ୍ରୀ ଉପରେ ପଡିଥାଏ।

ସ୍ତ୍ରୀ ମାନଙ୍କୁ ନିଜର କେଶକୁ ସବୁବେଳେ ସ୍ୱଚ୍ଛ ରଖିବା ଉଚିତ। ଏହାର ପଛରେ ଧାର୍ମିକ କାରଣ ଏହା ଅଟେ କି ତାଙ୍କର କେଶ ଅସ୍ୱଛ ରହିଲେ ବାରମ୍ବାର କୁଣ୍ଡେଇ ହୋଇଥାନ୍ତି। ଏହା ଦୁର୍ଭାଗ୍ୟର କାରଣ ହୋଇଥାଏ।

ଶାସ୍ତ୍ରରେ ସ୍ତ୍ରୀ ମାନଙ୍କର ମାସିକ ଧର୍ମରେ ୩ ଦିନ ପର୍ଯ୍ୟନ୍ତ କେଶ ଧୋଇବାକୁ ବର୍ଜିତ କରାଯାଇଛି। ବୈଜ୍ଞାନିକ ଦୃଷ୍ଟିକୋଣରୁ ମାସିକ ଧର୍ମ ସମୟରେ ଆମର ଶରୀର ବହୁତ କମଜୋର ହୋଇଥାଏ ଏବଂ ଏହି ସମୟରେ ଏମିତି କୌଣସି କାମ କରିବା ଉଚିତ ନୁହେଁ ଯେଉଁଥିରେ ଅଧିକ ଉର୍ଜାର ଆବଶ୍ୟକତା ଥିବ।

କେବେବି ସୂର୍ଯ୍ୟାସ୍ତ ପରେ କେଶ ଧୋଇବା ଉଚିତ ନୁହେଁ। ଏମିତି କରିବା ଅଶୁଭ ମାନାଯାଇଛି। ରାତିରେ ଶୋଇବା ସମୟରେ କେବେବି କେଶକୁ ଖୋଲା କରି ଶୋଇବେ ନାହିଁ ସବୁବେଳେ ବାନ୍ଧି କରି ଶୋଇବା ଉଚିତ। କେଶକୁ ଖୋଲା କରି ଶୋଇଲେ ଆମର ଶରୀର ଉପରେ ନକରାତ୍ମକ ଉର୍ଜାର ପ୍ରଭାବ ପଡିଥାଏ। ଯେଉଁଥି ପାଇଁ ସେହି ମହିଳାର ସୌଭାଗ୍ୟ ଦୁର୍ଭାଗ୍ୟରେ ବଦଳି ଯାଇଥାଏ ଏବଂ ଘରକୁ ଦରିଦ୍ରତା ଆସିଥାଏ।

କେଶ କୁଣ୍ଡେଇ ବା ସମୟରେ କେଶ ଯେଉଁ ପଡ଼ିଯାଏ ତାହାକୁ ଭଲ ଭାବରେ ସମ୍ଭାଳି କରି ରଖିବେ। କେଶକୁ ଏଠି ସେଠି ପକେଇବେ ନାହିଁ। ଲମ୍ବା କେଶରେ ଯାଦୁ ତନ୍ତ୍ର ହୋଇଥାଏ। ତ ଯେଉଁ ମହିଳାଙ୍କ କେଶରେ ଯାଦୁ ତନ୍ତ୍ର କରାଯାଇଥାଏ ତ ସେହି ମହିଳାର ଶରୀର ଦୁର୍ବଳ ହୋଇଥାଏ।

କୁହାଯାଏ ଯେଉଁ ଲୋକ ପରିଶ୍ରମ କରିଥାଏ ତାକୁ ସଫଳତା ମିଳିଥାଏ। ଉନ୍ନତି ପାଇଁ ପରିଶ୍ରମତ କରିବାକୁ ହେବ। ପରିଶ୍ରମ ସହିତ ଆଉ ଗୋଟିଏ ବି ଜିନିଷ ଅଛି ଯାହାର ଆବଶ୍ୟକତା ମନୁଷ୍ୟକୁ ହୋଇଥାଏ ତାହା ହେଉଛି ମନୁଷ୍ୟର ଭାଗ୍ୟ। ଆମର ଭୁଲ କାରଣରେ ଘରେ ଦରିଦ୍ରତା ବନି ରହିଥାଏ। ସବୁବେଳେ ସ୍ତ୍ରୀ ଏମିତି ଭୁଲ କରି ବସନ୍ତି ଯେଉଁ କାରଣରୁ ଆର୍ଥିକ ସ୍ଥିତି ଉପରେ ଖରାପ ପ୍ରଭାବ ପଡିଥାଏ। ତେବେ ଆସନ୍ତୁ କଣ ସେହି ଭୁଲ ଯେଉଁ କାରଣରୁ ଘରେ ଦରିଦ୍ରତା ବୃଦ୍ଧି ପାଇଥାଏ।

.

ନଖକୁ ଏଠି ସେଠି ପକେଇବା। ନଖ ଆମ ଜୀବନରେ ଦରିଦ୍ରତାର କାରଣ ହୋଇପାରେ। ରାତିରେ ନଖ କାଟିବା ନଖ କାଟି ଘରେ ଏଠି ସେଠି ପକେଇବା ବାସ୍ତୁଶାସ୍ତ୍ର ଅନୁସାରେ ଭୁଲ ହୋଇଥାଏ ଏମିତି କରିବା ଦ୍ୱାରା ରାହୁ ଏବଂ କେତୁ ଗ୍ରହ ମନୁଷ୍ୟ ଉପରେ ଆକର୍ଷିତ ହୋଇଥାନ୍ତି। ଏହା ଆମ ଜୀବନ ଉପରେ ଖରାପ ପ୍ରଭାବ ପକାଇଥାନ୍ତି। ଏଥିପାଇଁ ଆମ ଆର୍ଥିକ ସ୍ଥିତି ଉପରେ ପ୍ରଭାବ ପଡିଥାଏ।

ଘରେ ବାହାରେ ଅପରିଷ୍କାର ରଖିବା। ମନେରଖନ୍ତୁ ଘରର ମୁଖ୍ୟ ଦ୍ୱାର ସାମ୍ନାରେ କିମ୍ବା ଆଖପାଖରେ ମଇଳା ଆବର୍ଜନା ରଖନ୍ତୁ ନାହିଁ। ଆପଣଙ୍କ ଘରର ମୁଖ୍ୟ ଦ୍ୱାର ସବୁବେଳେ ପରିଷ୍କାର ରଖିବା ଉଚିତ। ଏହା ଦ୍ବାରା ମା ଲକ୍ଷ୍ମୀଙ୍କର ଆଗମନ ହୋଇଥାଏ।

ମା ଲକ୍ଷ୍ମୀ ସ୍ୱଭାବରେ ଚଞ୍ଚଳ ଅଟନ୍ତି। ତାଙ୍କୁ ରଖିବା ବହୁତ କଷ୍ଟ। ମନୁଷ୍ୟକୁ ଟଙ୍କାର ସଦୁପଯୋଗ କରିବା ଉଚିତ। ଟଙ୍କାର ଲୋଭ ଏବଂ ଫଟା ଚିରା କପଡା ପିନ୍ଧିବା ସବୁବେଳେ ଭାଗ୍ୟକୁ ଗାଳିଦେବା ଘରେ ସବୁବେଳେ ଅଯଥା କଥାରେ ବାଦ ବିବାଦ ଲଢେଇ ଝଗଡା ହେବା ଦ୍ୱାରା ସେହି ଘରେ ସୁଖ ସମୃଦ୍ଧି ଅଧିକ ଦିନ ପର୍ଯ୍ୟନ୍ତ ରହେନାହିଁ। ଏସବୁ ଘରେ ନକରାତ୍ମକକୁ ବୃଦ୍ଧି କରିଥାଏ ଏବଂ ଘରେ ଦରିଦ୍ରତାକୁ ଆମନ୍ତ୍ରଣ କରିଥାଏ । ସେଥିପାଇଁ ଏସବୁ କରିବା ଠାରୁ ବଞ୍ଚନ୍ତୁ।

ଭୁକିଲାକୁ ଭୋଜନ ନଦେବା। ଘରର ଦ୍ଵାରକୁ ଯଦି କୌଣସି ଭୋକିଲା ବ୍ୟକ୍ତି କିମ୍ବା ପଶୁ ଆସିଛି ତ ତାକୁ ଅବଶ୍ୟ ଭୋଜନ କରାନ୍ତୁ। ଆପଣଙ୍କ ସାମର୍ଥ୍ୟ ଅନୁଯାୟୀ ଖାଇବାକୁ ଦିଅନ୍ତୁ। ସାଧୁ ସନ୍ଥଙ୍କର ଅପମାନ କରିବେ ନାହିଁ।

ଘରର ମୁଖ୍ୟ ଦ୍ୱାର ଉପରେ ବସିବା କିମ୍ବା ତା ଉପରେ ପାଦ ଦେଇ ଯିବା ଉଚିତ ନୁହେଁ। ଏହା ଦ୍ବାରା ଘରର ମୁଖ୍ୟ ଦ୍ଵାରର ଅବମାନନା ହୋଇଥାଏ। ଘରର ମୁଖ୍ୟ ଦ୍ୱାର ସାମ୍ନାରେ ଭୋଜନ କରିବା ଉଚିତ ନୁହେଁ। ଏହା ଘରକୁ ଦରିଦ୍ରତା ଆଣିଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *