Excuse Me Odisha

ଯାହା କହିବୁ ସତ କହିବୁ

କଞ୍ଚା ପିଆଜ ଖାଉଥିଲେ, ନିଶ୍ଚିତ ଭାବରେ ଜାଣି ରଖନ୍ତୁ ଏହି ଗୁରୁତ୍ବପୂର୍ଣ୍ଣ କଥା

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋର୍ଟାଲକୁ ସ୍ଵାଗତ ଜଣାଉଛୁ। ଅଧିକାଂଶ ଲୋକେ କଞ୍ଚା ପିଆଜ ଖାଇବା ପାଇଁ ଅଧିକ ପସନ୍ଦ କରିଥାନ୍ତି।ପ୍ରତ୍ୟେକ ଖାଦ୍ୟ ସହିତ କଞ୍ଚା ପିଆଜ ଖାଇବା ଅନେକ ଲୋକଙ୍କର ଅଭ୍ୟାସ ରହିଥାଏ।ଏହି ପିଆଜ ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ। ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ କି କଞ୍ଚା ପିଆଜ ଖାଇଲେ ଆପଣ ମାନେ କେଉଁସବୁ ରୋଗରୁ ବଞ୍ଚିତ ହୋଇ ପାରିବେ। ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

– କୌଣସି ଖାଦ୍ୟ ଖାଇବା ସମୟରେ କଞ୍ଚା ପିଆଜ ଖାଇଲେ, ଖାଦ୍ୟ ଖୁବ୍ ଶୀଘ୍ର ହଜମ ହୋଇଥାଏ।କଞ୍ଚା ପିଆଜରେ ଫାଇବର ପ୍ରଚୁର ପରିମାଣରେ ରହିଥାଏ। ଏଥିଯୋଗୁଁ ଆପଣ ଖାଉଥିବା ଖାଦ୍ୟ ଖୁବ ଶୀଘ୍ର ହଜମ ହୋଇଯାଏ।ଯଦି ଆପଣଙ୍କର ପେଟ ଠିକ ଭାବରେ ସଫା ହେଉ ନାହିଁ ବା ଆପଣଙ୍କର କବଜ ଭଳି ସମସ୍ୟା ରହିଛି, ତାହେଲେ ଆପଣଙ୍କୁ ରାତିରେ ଭୋଜନରେ କଞ୍ଚା ପିଆଜ ନିଶ୍ଚୟ ଖାଇବା ଉଚିତ। ଦେଖିବେ ଆପଣଙ୍କର କବଜ ଭଳି ସମସ୍ୟା ଦୂର ହୋଇଯିବ।

– ଗ୍ରୀଷ୍ମ ଋତୁରେ ଅଧିକାଂଶ ଲୋକେ ଗରମ ପବନ ବା ଝାଞ୍ଜି ପବନର ସାମ୍ନା କରିଥାନ୍ତି। ଏହା ଆମ ଶରୀର ପାଇଁ ବହୁତ କ୍ଷତିକାରକ ଅଟେ। ଏହାଦ୍ଵାରା ନାକରୁ ରକ୍ତ ପଡିବା ଭଳି ସମସ୍ୟା ସୃଷ୍ଟି ହୋଇଥାଏ। ଯଦି ଗ୍ରୀଷ୍ମ ଋତୁରେ ଆପଣଙ୍କ ନାକରୁ ରକ୍ତ ବାହାରୁଛି, ତାହେଲେ ଆପଣ ଦିନ ଓ ରାତି ଭୋଜନରେ ନିଶ୍ଚିତ ଭାବରେ ପିଆଜର ସେବନ କରନ୍ତୁ।ଯଦି ଆପଣଙ୍କ ଦାନ୍ତମାଢିରୁ ରକ୍ତ ବାହାରୁଛି, ତାହେଲେ ଏଥିପାଇଁ ଆପଣ ପିଆଜକୁ ସିଝାଇ ଏହାକୁ ନିଜ ଦାନ୍ତରେ ତିନିରୁ ଚାରି ମିନିଟ ରଖନ୍ତୁ। ଦେଖିବେ ନିଶ୍ଚିତ ଭାବରେ ଆପଣଙ୍କର ଏହି ସମସ୍ୟା ଦୂର ହୋଇଯିବ।

– ଯଦି ଆପଣଙ୍କର ଥଣ୍ଡା, କାଶ ଓ ଗଳା ବ୍ୟଥା ଭଳି ସମସ୍ୟା ଅଧିକ ଦିନ ପର୍ଯ୍ୟନ୍ତ ରହୁଛି, ତାହେଲେ କଦାପି ଚିନ୍ତିତ ହୁଅନ୍ତୁ ନାହିଁ। ଏହି ସମସ୍ୟାରୁ ବଞ୍ଚିତ ହେବା ପାଇଁ ଆପଣ କଞ୍ଚା ପିଆଜକୁ ଗ୍ରାଇଣ୍ଡ କରି ରସ ବାହାର କରନ୍ତୁ। ଏହି ପିଆଜ ରସରେ ମହୁ ମିଶାଇ ଏହାକୁ ଦିନରେ ଦୁଇ ଥର ସେବନ କରନ୍ତୁ। ଦେଖିବେ ଆପଣଙ୍କର ଏହି ଥଣ୍ଡା, କାଶ, ଗଳା ବ୍ୟଥା ଆଦି ସମସ୍ୟା ଦୂର ହୋଇଯିବ।

– କଞ୍ଚା ପିଆଜରେ ସଲଫର ପ୍ରଚୁର ମାତ୍ରାରେ ରହିଛି। ଏହା ଶରୀରର କ୍ୟାନ୍ସର ସେଲ ଗୁଡିକୁ ବଢିବା ପାଇଁ ଦେଇ ନଥାଏ। କ୍ୟାନ୍ସର ରୋଗୀ ମାନଙ୍କ ପାଇଁ କଞ୍ଚା ପିଆଜ ସେବନ କରିବା ବହୁତ ଜରୁରୀ ଏବଂ ଲାଭଦାୟକ ଅଟେ। ଯଦି ଆପଣ ପ୍ରତ୍ୟେକଦିନ ପିଆଜର ସେବନ କରୁଥିବେ, ତାହେଲେ ଆପଣ କେବେ ମଧ୍ୟ କ୍ୟାନ୍ସର ଭଳି ଭୟଙ୍କର ରୋଗର ଶିକାର ହେବେ ନାହିଁ।

ତେବେ, ବନ୍ଧୁଗଣ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା, ତାହେଲେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଶ୍ଚିତ ଭାବରେ ସମସ୍ତଙ୍କୁ ସେୟାର କରନ୍ତୁ। ଆଗକୁ ଆମ ସହିତ ରହିବା ପାଇଁ ଆମ ଫେସବୁକ ପେଜକୁ ଲାଇକ କରନ୍ତୁ। ଧନ୍ୟବାଦ୍!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *