ଭାଗ୍ୟ ଖୋଲିବା ପୂର୍ବରୁ ଦେଖାଦିଏ ଏହି ୫ଟି ସ୍ୱପ୍ନ !
ବନ୍ଧୁଗଣ ଆଜିର ପୋଷ୍ଟରେ ଆଲୋଚନା କରିବା କି ସ୍ୱପ୍ନରେ କେଉଁ ପଶୁପକ୍ଷୀ ଦେଖିଲେ ଆପଣଙ୍କର ବହୁତ କମ ଦିନରେ ଭାଗ୍ୟ ବଦଳିଯାଇଥାଏ। ଆପଣ ମାନଙ୍କ ମନରେ ଗୋଟିଏ ପ୍ରଶ୍ନ ଆସୁଥିବ କି ସ୍ୱପ୍ନରେ ଯାହା ଆମେ ଦେଖିଥାଉ ତାହା କଣ ସତ ହୋଇଥାଏ। ନିଶ୍ଚିତ ସ୍ୱପ୍ନରେ ଯାହା ଆପଣ ଦେଖିଥାନ୍ତି ପ୍ରାୟତଃ ସବୁ ସ୍ୱପ୍ନ ସତ ହୋଇନଥାଏ। କିନ୍ତୁ ଭୋର ଭୋର ବା ସକାଳ ସକାଳ ସମୟରେ ଆପଣ ଯେଉଁ ସ୍ୱପ୍ନ ଦେଖିଥାନ୍ତି ପ୍ରାୟତଃ ସତ ହୋଇଥାଏ। ବାକି ଅନ୍ୟ ସବୁ ସ୍ୱପ୍ନ ସତ ହୋଇଥାଏ କିନ୍ତୁ ସେ ବହୁତ ଲେଟରେ ହୋଇଥାଏ କିନ୍ତୁ ଭୋର ଭୋର ଯେଉଁ ସ୍ୱପ୍ନ ଗୁଡିକ ଆପଣ ଦେଖିଥାନ୍ତି ସେ ପ୍ରାୟତଃ ୧ ରୁ ୨ ମାସ ମଧ୍ୟରେ ତାହା ଫଳ ପ୍ରଦ ହୋଇଥାଏ।
ଯଦି ସ୍ୱପ୍ନରେ ଆପଣ ପାରା ଦେଖୁଛନ୍ତି ତାହେଲେ ମା ଲକ୍ଷ୍ମୀଙ୍କର କୃପା ଆପଣଙ୍କୁ ଶୀଘ୍ର ପ୍ରାପ୍ତ ହେବ ଏବଂ ଧନ ସମ୍ପତ୍ତି କିଛି ମିଳିପାରେ କିମ୍ବା ଆକସ୍ମିକ ଧନ ଆପଣଙ୍କୁ ମିଳିପାରେ।
ଯଦି ସ୍ୱପ୍ନରେ ଆପଣ ଓଟ ଦେଖୁଛନ୍ତି ତେବେ ଆପଣଙ୍କୁ ଅଧିକ ଅର୍ଥଲାଭ ହେବ। କୌଣସି ନାଁ କୌଣସି ସୂତ୍ରରୁ ଧନ ଆପଣଙ୍କ ପାଖକୁ ଆସିବ।
କୁକୁର କୁକୁଡ଼ା ଏବଂ ବାରର୍ହା ଦେଖିଲେ ସୁକନ୍ୟା ଲାଭ ହୋଇଥାଏ। ଯଦି ଆପଣ କୌଣସି ପୁତ୍ର କିମ୍ବା ପୁତ୍ରୀ ପାଇଁ ଆପଣ ଆଶା ରଖିଥାନ୍ତି ଯଦି ସ୍ୱପ୍ନରେ କୁକୁର କୁକୁଡ଼ା ଏବଂ ବାରର୍ହା ଦେଖିବେ ତାହେଲେ ମଧ୍ୟ ଆପଣଙ୍କୁ ଝିଅ ପ୍ରାପ୍ତ ହେବ।
ଠେକୁଆ ଯଦି ଆପଣ ସ୍ୱପ୍ନରେ ଦେଖନ୍ତି ତାହେଲେ ମନେରଖନ୍ତୁ ଉଚ୍ଚ ପଦ ଆପଣଙ୍କୁ ପ୍ରାପ୍ତ ହେବ ଏବଂ ଅର୍ଥ ଆଗମନ ମଧ୍ୟ ହେବ। କୌଣସି ନାଁ କୌଣସି ସୂତ୍ରରୁ ଆପଣଙ୍କର ପାଖକୁ ଧନ ଆସିବ ଏବଂ କିଛି ପ୍ରମୋସନର ଯୋଗ ମଧ୍ୟ ବନିବ। ଯଦି ଆପଣ ଚାକିରୀ ଲାଇନରେ ଥିବେ ନିଶ୍ଚିତ ଆପଣଙ୍କର ପ୍ରମୋସନ ହେବ।
ବିଲେଇ ଯଦି ଆପଣ ସ୍ୱପ୍ନରେ ଦେଖୁଛନ୍ତି ତାହେଲେ ଘରେ ଚୋରି କିମ୍ବା ହଠାତ କିଛି ବିପଦ ଆସିପାରେ। ତେଣୁ ବିଲେଇ ଯଦି ଆପଣ ସ୍ୱପ୍ନରେ ଦେଖିବେ ତେବେ ନିଶ୍ଚୟ ଆପଣ ଟିକେ ସାବଧାନ ହୋଇଯାନ୍ତୁ।
ଯଦି ବିଛା ଆପଣ ସ୍ୱପ୍ନରେ ଦେଖୁଛନ୍ତି ବା ବିଛା ଆପଣଙ୍କୁ କାମୁଡୁଛି ଆପଣ ସ୍ୱପ୍ନରେ ଦେଖିବେ ତାହେଲେ ମଧ୍ୟ ଆପଣଙ୍କୁ ଯଶ ଲାଭ ହେବ। ସୁଖ୍ୟାତି ଆପଣ ଅର୍ଜନ କରିବେ ଏବଂ ସବୁ କାମରେ ମଧ୍ୟ ଆପଣ ସଫଳତା ହାସଲ କରିବେ। ତେଣୁ ବିଛା ଦଂଶନ ଦେଖିବା ବହୁତ ଶୁଭ ହୋଇଥାଏ।
ଯଦି ବାଘ ଆପଣଙ୍କୁ ଗୋଡାଉଛି ଏହିପରି ସ୍ୱପ୍ନ ଯଦି ଆପଣ ଦେଖୁଛନ୍ତି ତାହେଲେ ଆପଣ କୌଣସି ଖଳ ଲୋକଙ୍କ ଦ୍ୱାରା ହର୍ଷିତ ହୋଇପାରନ୍ତି। କୌଣସି ଖରାପ ଲୋକ ଆପଣଙ୍କୁ ଅସୁବିଧାରେ ପକାଇବା ପାଇଁ ଆପଣଙ୍କୁ ଚେଷ୍ଟା କରିପାରନ୍ତି ଏବଂ ଆପଣଙ୍କର ସୁନାମ ଅର୍ଜନକୁ ନାଶ କରିବା ପାଇଁ ଚେଷ୍ଟା କରିବ। ବଦନାମ ଆପଣଙ୍କୁ କରିପାରେ। ତେଣୁ ବାଘ ଗୋଡାଉଥିବା ସ୍ୱପ୍ନ ଅଶୁଭ ହୋଇଥାଏ। ତେଣୁ ଆପଣ ଟିକେ ସତର୍କ ରହିବେ।
ମାଛ ଯଦି ଆପଣ ସ୍ୱପ୍ନରେ ଦେଖୁଛନ୍ତି ଉତ୍ତମ ସ୍ତ୍ରୀ ଲାଭ ହୋଇଥାଏ। ମାଛ ସ୍ୱପ୍ନ ଦେଖିବା ଭଲ କିନ୍ତୁ ଆପଣ ଯଦି ଗୋଲଡେନ ମାଛ ଦେଖୁଛନ୍ତି ବା ସୁନେଲି ରଙ୍ଗର ମାଛ ଦେଖୁଛନ୍ତି ସ୍ୱପ୍ନରେ ତାହେଲେ ଆପଣଙ୍କୁ ଧନ ପ୍ରାପ୍ତ ହୋଇଥାଏ। ଉଚ୍ଚ ପଦ ମଧ୍ୟ ପ୍ରାପ୍ତ ହୋଇଥାଏ। କୌଣସି କ୍ଷେତ୍ରରୁ ଧନ ମଧ୍ୟ ଆପଣଙ୍କୁ ପ୍ରାପ୍ତି ହେବ।
ସାପ ସ୍ୱପ୍ନ ଯଦି ଆପଣ ଦେଖୁଛନ୍ତି ତାହେଲେ ମଧ୍ୟ ଆପଣଙ୍କ ପାଇଁ ଶୁଭ କିନ୍ତୁ ଯଦି ସାପ ଆପଣଙ୍କୁ କାମୁଡୁ ଥିବାର ଦେଖୁଛନ୍ତି ତାହେଲେ କୌଣସି ଶତ୍ରୁ ଆପଣଙ୍କୁ ଖରାପ କରିପାରେ।
ସ୍ୱପ୍ନରେ ଯଦି ଆପଣ ହାତୀ ଦେଖୁଛନ୍ତି ତାହେଲେ ମଧ୍ୟ ଏହା ଧନ ପ୍ରାପ୍ତିର ସୂଚନା ମିଳିଥାଏ। ବହୁତ ଶୀଘ୍ର ମଧ୍ୟ ଜୀବନରେ ଧନ ସମ୍ପତ୍ତି ଲାଭ କରିବେ।
ସ୍ୱପ୍ନରେ ଯଦି ଘୋଡା ଦୌଡୁଥିବାର ଦେଖନ୍ତି ତାହେଲେ ଆପଣଙ୍କର କୌଣସି କାର୍ଯ୍ୟରେ ପ୍ରଗତି ହେବ ଉନ୍ନତି ହେବ ସଫଳତା ମଧ୍ୟ ପାଇବେ। ଦେହ ମଧ୍ୟ ଆପଣଙ୍କର ସୁସ୍ଥ ରହିବ।
ଯଦି ସ୍ୱପ୍ନରେ ଆପଣ କୌଣସି ପୁର୍ବଜଙ୍କୁ ଦେଖନ୍ତି ତେବେ ଏହା ମଧ୍ୟ ଶୁଭ ସୂଚନା କିନ୍ତୁ ବାରମ୍ବାର ଯଦି ଆପଣ ପୁର୍ବଜଙ୍କ ସ୍ୱପ୍ନ ଦେଖନ୍ତି ତାହେଲେ ଆପଣଙ୍କ ଘରେ କୌଣସି ବାସ୍ତୁଦୋଷ ଥାଇପାରେ। ତେଣୁ ଘରେ ବାସ୍ତୁଦୋଷ ପ୍ରତିକାର କରନ୍ତୁ। ବା ପୂର୍ବପୁରୁଷଙ୍କୁ ଯଦି ଆପଣ ପିଣ୍ଡ ନଦେଉଥିବେ ତାହେଲେ ଦିଅନ୍ତୁ କିମ୍ବା କୁଆଙ୍କୁ ମଧ୍ୟ ଆପଣ ଖାଇବାକୁ ଦିଅନ୍ତୁ।
ମନେରଖନ୍ତୁ ଯଦି ଆପଣ ସ୍ୱପ୍ନ ଦେଖିବା ପରେ ପୁଣି ନିଦ୍ରାରେ ଯିବେ ତେବେ ତାହା ବିଫଳ ହୋଇଥାଏ। ଯଦି ଆପଣ ଭଲ ସ୍ୱପ୍ନ ଦେଖୁଛନ୍ତି ତାହେଲେ ସ୍ୱପ୍ନ ଦେଖିବା ପରେ ଶୁଅନ୍ତୁ ନାହିଁ। ଏହା ଆପଣଙ୍କ ପାଇଁ ଶୁଭ ସଂକେତ ହେବ। ଖରାପ ସ୍ୱପ୍ନ ଦେଖିଲେ ପୁଣି ଥରେ ନିଦ୍ରାରେ ଯାଆନ୍ତୁ। ସେହି ସ୍ୱପ୍ନ ବିଫଳ ହୋଇଥାଏ।