Excuse Me Odisha

ଯାହା କହିବୁ ସତ କହିବୁ

ବିଛଣାରେ ବସି ଖାଉଥିବା ଲୋକେ ଏହି ପୋଷ୍ଟକୁ ନିଶ୍ଚିତ ଭାବରେ ଗୋଟିଏ ଥର ପଢନ୍ତୁ !

ସେୟାର୍ କରନ୍ତୁ

ବାସ୍ତୁଶାସ୍ତ୍ର ଅନୁସାରେ ଘର ଭିତରେ ସକରାତ୍ମକତା ବନାଇ ରଖିବା ପାଇଁ ଏବଂ ସୁଖ ସମୃଦ୍ଧି ଆଣିବା ପାଇଁ କେତେକ ମହତ୍ୱପୂର୍ଣ୍ଣ ଉପାୟ କୁହାଯାଇଛି ଏହା ସହିତ ଏମିତି କିଛି କାର୍ଯ୍ୟ ବିଷୟରେ କୁହାଯାଇଛି ଯାହା କରିବା ଅନୁଚିତ ହୋଇଥାଏ। ଆଧୁନିକ ଜୀବନ ଶୈଳୀରେ ଆମର ଜୀବନରେ ଅନେକ ପ୍ରକାରର ପରିବର୍ତ୍ତନ ଆସିଛି ଏହି କାରଣ ପାଇଁ ଅନେକ ଲୋକ ନିଜର ସଂସ୍କୃତିକୁ ଭୁଲି ଯିବାକୁ ଲାଗିଛନ୍ତି। ଯାହାର ପ୍ରଭାବ ନିଜର ଶରୀର ଉପରେ ପଡୁଛି। ଯାହା ପ୍ରାଚୀନ କାଳରୁ ଲୋକେସମୃଦ୍ଧି ଏବଂ ଅଧିକ ଦିନ ପର୍ଯ୍ୟନ୍ତ ଜୀବିତ ରହୁଥିଲେ।

ସେମିତି ଏବେ ମନୁଷ୍ୟଙ୍କର ଆୟୁ କମ ହେବାକୁ ଯାଉଛି। ଆଗରୁ ଲୋକେ ଭୂମି ଉପରେ ବସି ଭୋଜନ କରୁଥିଲେ ଯେଉଁ କାରଣରୁ ସେମାନଙ୍କ ଶରୀର ଏବଂ ପୃଥିବୀର ଉର୍ଜାର ମିଳନ ହେଉଥିଲା ଆଉ ସେମାନେ ସୁସ୍ଥ ଏବଂ ବଳଶାଳୀ ହେଉଥିଲେ। ଆଜିକାଲି ଦେଖାଯାଉଛି କି ଲୋକଙ୍କ ଭିତରରେ କମଜୁରୀ ଆସିବା ସାଧାରଣ କଥା ହୋଇଯାଇଛି। ପ୍ରାଚୀନ ଗ୍ରନ୍ଥରେ ଖାଦ୍ୟ ଗ୍ରହଣ କରିବା ସମୟରେ କିଛି ନିୟମ କୁହାଯାଇଛି ଯାହାକୁ ଧ୍ୟାନରେ ରଖିବା ଉଚିତ ଏବଂ ଏହି ନିୟମ ବୈଜ୍ଞାନିକ ଦୃଷ୍ଟି କୋଣରେ ବି ସଠିକ ସାବ୍ୟସ୍ତ ହୋଇଛି।

ଯାହା ପ୍ରାଚୀନ ଋଷି ମୁନି ମାନେ ହଜାରେ ବର୍ଷ ପୂର୍ବେ ଉଲ୍ଲେଖ କରିଥିଲେ ତାହା ଆଜି ବିଜ୍ଞାନ ଆମକୁ କହୁଛି ତା ସହିତ ଜ୍ୟୋତିଷଙ୍କ ଅନୁସାରେ ଖାଦ୍ୟ ଖାଇବାର ଅଭ୍ୟାସରେ ଆମର ଗ୍ରହ ଉପରେ ବି ପ୍ରଭାବ ପଡିଥାଏ। ଆସନ୍ତୁ ଆପଣଙ୍କୁ ଜଣେଇବୁ ବାସ୍ତୁ ଅନୁସାରେ ଭୋଜନ କରିବା ସମୟରେ କଣ କଥା ଉପରେ ଧ୍ୟାନ ଦେବା ଆବଶ୍ୟକ ଅଟେ।

ପ୍ରଥମ କଥା। ଭୋଜନ କରିବା କକ୍ଷ। ବାସ୍ତୁ ଅନୁସାରେ ଭୋଜନ କକ୍ଷକୁ ବୃହସ୍ପତି ଗ୍ରହର ପ୍ରତୀକ ମାନାଯାଇଛି। ପ୍ରାଚୀନ କାଳରେ ରାଜା ମହାରାଜା ମାନଙ୍କର ଭୋଜନ କକ୍ଷବି ଏହି କଥା ଉପରେ ଧ୍ୟାନରେ ରଖି ନିର୍ମାଣ କରାଯାଉଥିଲା। ଭୋଜନ କକ୍ଷକୁ ସ୍ନାନ କକ୍ଷ ତଥା ଶୌଚାଳୟ ଉପରେ କିମ୍ବା ତଳେ କେବେବି ନିର୍ମାଣ କରିବା ଉଚିତ ନୁହେଁ। ଭୋଜନ କକ୍ଷ କେବେବି ଶୌଚାଳୟର ସାମ୍ନାରେ କରିବା ଉଚିତ ନୁହେଁ। ଏମିତିକି ସ୍ନାନ କକ୍ଷ କିମ୍ବା ଶୌଚାଳୟର କାନ୍ଥ ଏବଂ ଭୋଜନ କକ୍ଷର କାନ୍ଥ କେବେବି ଗୋଟେ ହେବା ଉଚିତ ନୁହେଁ। ଭୋଜନ କକ୍ଷର କବାଟ କେବେବି ଶୌଚାଳୟର କବାଟ ସାମ୍ନାରେ କରିବା ଉଚିତ ନୁହେଁ

ଖାଦ୍ୟ ଖାଇବା ସମୟରେ ବି ଦିଗର ଧ୍ୟାନ ରଖିବା ଆବଶ୍ୟକ ଅଟେ। ପୂର୍ବ ଏବଂ ଉତ୍ତର ଦିଗକୁ ମୁଖ କରି ଭୋଜନ କରିବା ସର୍ବତମ ମାନାଯାଇଛି। ଏହା ସର୍ବତମ ଦିଗ ମାନାଯାଇଛି। ଏହା ଦ୍ବାରା ମନୁଷ୍ୟର ସ୍ୱାସ୍ଥ୍ୟ ଭଲ ରହିଥାଏ ଏବଂ ଦେବୀ ଦେବତା ମାନଙ୍କର ଆଶୀର୍ବାଦ ପ୍ରାପ୍ତ ହୋଇଥାଏ। ଯଦି ମନୁଷ୍ୟକୁ ଦକ୍ଷିଣ ଗିଗକୁ ମୁଖ କରି ଖାଦ୍ୟ ଗ୍ରହଣ କରିଥାଏ ତେବେ ତାକୁ ମାନ ସମ୍ମାନ ପ୍ରାପ୍ତି ହୋଇଥାଏ ଏବଂ ପିତୃପୁରୁଷଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ କିନ୍ତୁ ଯେଉଁ ଲୋକମାନଙ୍କର ମାତା ପିତା ଜୀବିତ ଅଛନ୍ତି ସେମାନଙ୍କୁ ଦକ୍ଷିଣ ଦିଗକୁ ମୁଖ କରି ଖାଦ୍ୟ ଗ୍ରହଣ କରିବା ଉଚିତ ନୁହେଁ ବରଂ ତାଙ୍କୁ ପଶ୍ଚିମ ଦିଗକୁ ମୁଖ କରି ଭୋଜନ କରିବା ଉଚିତ ହୋଇଥାଏ।

ବାସ୍ତୁ ଅନୁସାରେ ଦକ୍ଷିଣ ଏବଂ ପଶ୍ଚିମ କୋଣର ମଧ୍ୟରେ ମୁଖ କରି ଭୋଜନ କରିବା ଦ୍ୱାରା ପାଚନ ଶକ୍ତି କମଜୋର ହୋଇଥାଏ ତଥା ପେଟ ସମ୍ବଦ୍ଧିତ ସମସ୍ୟା ବି ହୋଇପାରେ।

ଭୋଜନ କରିବା ପୂର୍ବରୁ କରନ୍ତୁ ଏହି କାମ।

ଭୋଜନ କରିବା ଆଗରୁ ପାଦ ହାତ ମୁଖକୁ ଭଲ ଭାବରେ ଧୋଇକି ଭୋଜନ କରିବା ଉଚିତ। ଏହା ଦ୍ୱାରା ଆୟୁରେ ବୃଦ୍ଧି ହୋଇଥାଏ। ପରିଷ୍କାର ପାଦରେ ଭୋଜନ କରିବା ଶୁଭକାରୀ ହୋଇଥାଏ। ଜଳ ପଞ୍ଚତତ୍ତ୍ୱ ଭିତରକୁ ଗୋଟେ। ଆଉ ଭୂମି ଉପରେ ବସି ଭୋଜନ କରିବା ଦ୍ୱାରା ପୃଥିବୀ ଏବଂ ଜଳ ତତ୍ୱର ମିଳନ ହୋଇଥାଏ ଯାହା ସ୍ୱାସ୍ଥ୍ୟ ପାଇଁ ସର୍ବତମ ମାନାଯାଇଛି। ଏହା ଦ୍ବାରା ଶରୀରର ଉର୍ଜାର ପ୍ରଭାବ ଭଲ ଭାବରେ ହୋଇଥାଏ। ଏହା ସହିତ ଏହା ମନକୁ ଶାନ୍ତ ରଖିଥାଏ ଏବଂ କ୍ରୋଧକୁ ଶାନ୍ତ ରଖିଥାଏ। ଅଗ୍ନି କୋଣର ଦିଗ ଅର୍ଥାତ ଦକ୍ଷିଣ-ପୂର୍ବ ଦିଗ ଆଡ଼କୁ ମୁଖ କରି ଭୋଜନ କରିବା ଦ୍ୱାରା ଯୌନ ସମ୍ବଦ୍ଧିତ ରୋଗ ହୋଇପାରେ ଏହା ବ୍ୟତୀତ ସ୍ୱପ୍ନଦୋଷ ମଧ୍ୟ ହୋଇଥାଏ।

ଶାସ୍ତ୍ର ଅନୁସାରେ ଆସନ ପକେଇ ଭୋଜନ କରିବା ସର୍ବତମ ମାନାଯାଇଛି। ଚିଆର ଉପରେ ବସି ଗୋଡ଼ ହଲେଇ ଭୋଜନ କରିବା ଉଚିତ ନୁହେଁ ଏମିତି କରିବା ଅଶୁଭ ମାନାଯାଇଛି। ଯେଉଁମାନଙ୍କୁ ଧନର ଅଭାବ ହୋଇଥାଏ ଏବଂ ଧନ କମେଇବାର ଚିନ୍ତା ହୋଇଥାଏ। ସେମାନଙ୍କୁ ପଶ୍ଚିମ ଦିଗ ଆଡ଼କୁ ମୁଖ କରି ଖାଦ୍ୟ ଗ୍ରହଣ କରିବା ଉଚିତ ହୋଇଥାଏ। ଏହି ଦିଗକୁ ମୁଖ କରି ଭୋଜନ କରିବା ଦ୍ୱାରା ବ୍ୟକ୍ତିର ଆର୍ଥିକ ସ୍ଥିତି ଠିକ ହୋଇପାରେ। ଧ୍ୟାନ ରଖନ୍ତୁ ବାସ୍ତୁଶାସ୍ତ୍ର ଅନୁସାରେ ଭଙ୍ଗା ରୁଜା ବାସନରେ ଭୋଜନ କରିବା ଅଶୁଭ ମାନାଯାଏ।

ଏହା ଦୁର୍ଭାଗ୍ୟକୁ ନିମନ୍ତ୍ରଣ କରିଥାଏ। ଭୋଜନ ସବୁବେଳେ ସ୍ୱଚ୍ଛ ଥାଳିରେ କରିବା ଉଚିତ। ଦୂଷିତ ଥାଳିରେ ଭୋଜନ କଲେ ଦୁଃଖ ଦାରିଦ୍ର୍ୟତା ଇତ୍ୟାଦି ବ୍ୟକ୍ତିର ଜୀବନରେ ଆସିଥାଏ। ଯଦି ରୋଷେଇ ଘରେ ଭଙ୍ଗା ରୁଜା ପାତ୍ର ଅଛି ତ ତାହାକୁ ଶୀଘ୍ର ଘରୁ ବାହାର କରିଦିଅନ୍ତୁ। ଭଗବାନଙ୍କୁ ପ୍ଲାଷ୍ଟିକ ଏବଂ କାଚର ପାତ୍ରରେ ପ୍ରସାଦ ଅର୍ପଣ କରନ୍ତୁ ନାହିଁ। ଏହା ପାଇଁ ତମ୍ବା ପିତଳ ଅଥବା ଚାନ୍ଦିର ପାତ୍ର ବ୍ୟବହାର କରନ୍ତୁ।

ଭୋଜନ କେବେବି ନିଜର ବେଡ଼ ଉପରେ ବସି କରନ୍ତୁ ନାହିଁ। ଏହା ଦ୍ବାରା ଅନ୍ନର ଅପମାନ ହୋଇଥାଏ ଏବଂ ରାହୁ ଅସନ୍ତୁଷ୍ଟ ହୋଇଥାଏ। ବିଛଣା କାଠରେ ତିଆରି ହୋଇଥାଏ ଆଉ କାଠ ଆମର ଶରୀରରୁ ଉର୍ଜାକୁ କାଢ଼ିବାକୁ ଦିଏନାହିଁ। ଖାଦ୍ୟ ଖାଇବା ସମୟରେ ଆମର ଲିଭରରୁ ଗରମ ବାହାରିଥାଏ ବିଛଣାରେ ବସି ଖାଦ୍ୟ ଖାଇବା ଦ୍ୱାରା ଏହି ଗରମ ଶରୀରରେ ଅଟକି ଯାଇଥାଏ ଭୂମି ପର୍ଯ୍ୟନ୍ତ ପହଁଚି ପାରେନାହିଁ।

ଏହା ଦ୍ବାରା ଆମର ପାଚନ ତନ୍ତ୍ର ଖରାପ ହୋଇଯାଏ। ଭୂମି ଉପରେ ବସି ଖାଦ୍ୟ ଖାଇବା ଦ୍ୱାରା ଆମର ଶରୀରର ତାପମାତ୍ରା ଠିକ ରହିଥାଏ। ଭୋଜନ କରିବା ପରେ କିଛି ଲୋକ ଥାଳିରେ ହିଁ ନିଜର ହାତ ଧୋଇ ଥାନ୍ତି ଏହା ଦ୍ବାରା ମା ଅନ୍ନପୂର୍ଣ୍ଣାଙ୍କ ଅପମାନ ହୋଇଥାଏ ଏବଂ ଚନ୍ଦ୍ର ଏବଂ ଶୁକ୍ର ଗ୍ରହ ଅସନ୍ତୋଷ ହୋଇଯାଇଥାନ୍ତି। ଏହା ଦ୍ବାରା ଘରର ଖୁସି ଚାଲି ଯାଇଥାଏ। ଥାଳିରେ ଖାଦ୍ୟ ଛାଡିବା ଅନ୍ନର ଅପମାନ ହୋଇଥାଏ। ଏହା ଦ୍ୱାରା ମା ଅନ୍ନପୂର୍ଣ୍ଣାଙ୍କ କୋପ ପଡିଥାଏ। ଏଥିପାଇଁ ଯେତିକି ଆବଶ୍ୟକ ସେତିକି ଭୋଜନ ନେବା ଉଚିତ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *