Excuse Me Odisha

ଯାହା କହିବୁ ସତ କହିବୁ

ଘରେ ମନୀପ୍ଲାଣ୍ଟ ଗଛ ଲଗେଇବା ସହ କରନ୍ତୁ ଏହି ୬ ଟି ଉପାୟ,ଆଉ ଦେଖନ୍ତୁ ଏହାର ଚମତ୍କାର।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଘରେ ମନୀପ୍ଲାଣ୍ଟ ଗଛ ଲଗେଇବା ସହ କରନ୍ତୁ ଏହି ୬ ଟି ଉପାୟ ଆଉ ଦେଖନ୍ତୁ ଏହାର ଚମତ୍କାର

ବନ୍ଧୁଗଣ ବାସ୍ତୁଶାସ୍ତ୍ର ଅନୁସାରେ ଘରେ ମନୀପ୍ଲାଣ୍ଟ ଗଛ ଲଗାଇବା ଦ୍ୱାରା ଧନ ଏବଂ ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ। ଯଦି ଆପଣ ଘରେ ମନୀପ୍ଲାଣ୍ଟ ଗଛ ଲଗାଇଛନ୍ତି ଏବଂ ଏହାର କିଛି ଲାଭ ପାଉନାହାନ୍ତି ତେବେ ମନୀପ୍ଲାଣ୍ଟ ଗଛ ଲଗାଇବା ପାଇଁ ଚିନ୍ତା କରୁଛନ୍ତି ତେବେ ଏହି ଟିପ୍ସ ଗୁଡିକୁ ଫୋଲୋ କରନ୍ତୁ ଏବଂ ଏହି ଗଛର ଲାଭ ପାଆନ୍ତୁ।

ବନ୍ଧୁଗଣ ବେଳେବେଳେ ଏମିତି ହୋଇଥାଏ ଆମେ ମନୀପ୍ଲାଣ୍ଟ ଗଛ ନେଇ ଆସି ଲଗାଇ ଥାଉ କିନ୍ତୁ ଏହାର ସଠିକ ବେନିଫିଟ ଆମକୁ ମିଳିନଥାଏ। ଏହା ଦ୍ବାରା ଆମେ ଭାବିଥାଉ ଯେ ମନୀପ୍ଲାଣ୍ଟ ଗଛ ଧନ କିମ୍ବା ସୁଖ ସମୃଦ୍ଧି କରିବାରେ କିଛି ସାହାର୍ଯ୍ୟ କଲା ନାହିଁ କିନ୍ତୁ ଏହି ପୋଷ୍ଟରେ ଆପଣ ମନୀପ୍ଲାଣ୍ଟ ଗଛ ବିଷୟରେ କିଛି ଉପାୟ ଜାଣିବେ ଯାହାକୁ ଫୋଲୋ କରି ଏହି ବାସ୍ତୁ ସମ୍ବଦ୍ଧିୟ ଲାଭ ଜାଣିପାରିବେ।

ପ୍ରଥମ ଉପାୟ। ଆମ ମନୀପ୍ଲାଣ୍ଟ ଗଛକୁ କାହା ଠାରୁ କିଣିକି କିମ୍ବା କୌଣସି ନର୍ସରିରୁ ଆଣିକି ଘରେ ଲଗାନ୍ତୁ ନାହିଁ। ଏହା ବ୍ୟତୀତ ଆପଣ ରାସ୍ତା କୋଡ଼ରୁ କିମ୍ବା ଅନା ବନା ଜାଗାରୁ ଏହି ଗଛ ଆଣିକି ଲଗାନ୍ତୁ ନାହିଁ। ଏହାକୁ ଆଣିବାର ଅଛି ତ ଯାହା ପାଖରେ ଏହି ଗଛ ଅଛି ତାଙ୍କ ଠାରୁ ଆଣିକି ଏହି ଗଛ ଲଗାନ୍ତୁ।

ଦ୍ୱିତୀୟ ଉପାୟ। ମନୀପ୍ଲାଣ୍ଟ ଗଛକୁ କେବେବି ଐଶ୍ଵଣ୍ୟ କୋଣ କିମ୍ବା ଉତ୍ତର-ପୂର୍ବ ଦିଗରେ ରଖନ୍ତୁ ନାହିଁ। ଏହା ଦ୍ୱାରା ଧନ ବ୍ୟୟ ଓ ଶରୀର ଭିତରେ ନେଗେଟିଭ ପ୍ରଭାବ ପଡିଥାଏ। ଏହି ଗଛକୁ କେବଳ ଘରର ପୂର୍ବ-ଦକ୍ଷିଣ କିମ୍ବା ଆଗ୍ନେୟ କୋଣରେ ଲଗାନ୍ତୁ।

ତୃତୀୟ ଉପାୟ। ଯଦି ଆପଣ ଏହି ଗଛକୁ ବାହାରେ ନଲଗାଇ ଘର ଭିତରେ ଲଗାଉଛନ୍ତି ତେବେ ବହୁତ ଭଲ କିନ୍ତୁ ତାକୁ ମୁଖ୍ୟ ଦ୍ୱାର ଉପରେ ଲଗାନ୍ତୁ। ଯାହା ଫଳରେ ଘରର ସୁଖ ସମୃଦ୍ଧି ବଢିଥାଏ।

ଚତୁର୍ଥ ଉପାୟ। ଆପଣଙ୍କ ଘରେ ଲଗାଯାଇଥିବା ମନୀପ୍ଲାଣ୍ଟ ଗଛର ପତ୍ର ଯଦି ଝାଉଣୀ ଯାଇଛି ଜଳି ଯାଇଛି କିମ୍ବା ହଳଦିଆ ପଡିଯାଇଛି ତେବେ ତାକୁ ହାତରେ ନଛିଣ୍ଡାଇ ତାକୁ କଇଁଚି ମାଧ୍ୟମରେ କାଟିଦିଅନ୍ତୁ। ଏହି ଗଛକୁ କେବେବି ଭୂମି ଉପରେ ମାଡିବାକୁ ଦିଅନ୍ତୁ ନାହିଁ।

ପଞ୍ଚମ ଉପାୟ। ଯଦି ଆପଣ ମନୀପ୍ଲାଣ୍ଟ ଗଛକୁ କୁଣ୍ଡରେ କିମ୍ବା ବୋତଲରେ ଲଗାଉଛନ୍ତି ତେବେ କୌଣସି ଏକ କଏନକୁ ମାଟି ମଧ୍ୟରେ ପକାଇ ସେଥିରେ ଗଛକୁ ଲଗାନ୍ତୁ ଓ ଗଛର ମୂଳକୁ ସର୍ବଦା ଢାଙ୍କିକି ରଖନ୍ତୁ।

ଷଷ୍ଠ ଉପାୟ। ମନୀପ୍ଲାଣ୍ଟ ଗଛକୁ ପାଣି ଦେବା ବେଳେ ପାଣିରେ ଅଳ୍ପ କ୍ଷୀର ମିଶାଇ ଗଛରେ ଦିଅନ୍ତୁ। ଯଦି ଆପଣ ମନୀପ୍ଲାଣ୍ଟ ଗଛକୁ ବୋତଲ ଭିତରେ ଲଗାଇଛନ୍ତି ତେବେ ଏହି ପାଣିକୁ ସବୁଦିନ ଚେଞ୍ଚ କରନ୍ତୁ। କେବେବି ଆପଣଙ୍କ ଗଛକୁ ଝାଉଁଳି ବାକୁ କିମ୍ବା ଶୁଖିବାକୁ ଦିଅନ୍ତୁ ନାହିଁ କିମ୍ବା ଡାଇରେକ୍ଟ ସୂର୍ଯ୍ୟ କିରଣରେ ଗଛକୁ ରଖନ୍ତୁ ନାହିଁ।

ତେବେ ଏହି ଗଛର ଗୋଟେ ଖାସ ଗୁଣ ହେଉଛି ଏହା ଘରେ ହେଉ କିମ୍ବା ବାହାରେ କେଉଁଠାରେ ବି ବାହାରେ ଲଗାଯାଇପାରିବ। ଏପରିକି ଖାଲି ବୋତଲରେ ପାଣି ଭରିକି ଏହି ଗଛକୁ ରଖାଯାଇପାରେ। ଏହାର ରକ୍ଷଣାବେକ୍ଷଣ ପାଇଁ ବେଶି ଅଧିକ ପରିଶ୍ରମ କରିବାକୁ ପଡିନଥାଏ। ଏବଂ ଆଉ ଏକ ଖାସ ଗୁଣ ହେଉଛି ସୁଖ ସମୃଦ୍ଧି ପ୍ରଦାନ କରୁଥିବା ସକରାତ୍ମକ ଶକ୍ତି ଘର ଆଡ଼କୁ ଆକର୍ଷିତ କରିବାରେ ସାହାର୍ଯ୍ୟ କରିଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *