Excuse Me Odisha

ଯାହା କହିବୁ ସତ କହିବୁ

କେଉଁ ବାରରେ ଜନ୍ମ ହେଲେ କଣ ସବୁ ଲକ୍ଷଣ ଥାଏ,ଜାଣନ୍ତୁ …….

ସେୟାର୍ କରନ୍ତୁ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହ ନକ୍ଷତ୍ର ଗୁଡ଼ିକର ଚଳନରେ ପରିବର୍ତ୍ତନ ହେବା ଯୋଗୁଁ ଏହାର ସିଧାସଳଖ ପ୍ରଭାବ ମଣିଷ ଜୀବନ ଉପରେ ପଡ଼ିଥାଏ। ମଣିଷର ଜନ୍ମ ବାର, ନାମ ଇତ୍ୟାଦି ତାର ଜୀବନରେ ଅନେକ ପ୍ରଭାବ ପକାଇ ଥାଏ। କୌଣସି ବ୍ୟକ୍ତିର ଜନ୍ମ ବାର ଦ୍ଵାରା ତାଙ୍କର ବ୍ୟକ୍ତିତ୍ଵ, ସ୍ଵଭାବ, ଚାଲିଚଳନ, ଭବିଷ୍ୟତ ବିଷୟରେ ଜାଣି ହୋଇଥାଏ। କୌଣସି ବ୍ୟକ୍ତି କେଉଁ ବାରରେ ଜନ୍ମ ଗ୍ରହଣ କଲେ ତାଙ୍କର ସ୍ୱଭାବ କିପରି ହୋଇଥାଏ, ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ଯେଉଁ ଲୋକମାନେ ସୋମବାର ଦିନ ଜନ୍ମ ଗ୍ରହଣ କରିଥାନ୍ତି, ସେମାନେ ସର୍ବଦା ନିଜ କାର୍ଯ୍ୟ ନିଜେ କରିବାକୁ ପସନ୍ଦ କରିଥାନ୍ତି। ଏମାନେ ସ୍ଵାଭିମାନୀ ସ୍ୱଭାବର ବ୍ୟକ୍ତି ହୋଇଥାନ୍ତି। ଏମାନେ ସର୍ବଦା ଆତ୍ମନିର୍ଭରଶୀଳ ରହିବା ସହିତ ହୃଦୟରୁ ଏମାନେ ବହୁତ ନିର୍ମଳ ହୋଇଥାନ୍ତି।ଏମାନଙ୍କ ମନରେ କେବେବି କୌଣସି ଛନ୍ଦ କପଟ ନଥାଏ।

ଯେଉଁ ଲୋକମାନେ ମଙ୍ଗଳବାର ଦିନ ଜନ୍ମ ହୋଇଥାନ୍ତି, ସେମାନେ ପ୍ରଭୁ ହନୁମାନଙ୍କର ଭକ୍ତ ହୋଇଥାନ୍ତି। ଏମାନେ ନିଜ ଜୀବନରେ କାହାକୁ ମଧ୍ୟ ଭୟ କରନ୍ତି ନାହିଁ। ସବୁ କାର୍ଯ୍ୟରେ ଏମାନେ ପାରଙ୍ଗମ ହୋଇଥାନ୍ତି। ହୃଦୟରୁ ଏମାନେ ବହୁତ ନିର୍ମଳ ଓ ସଚ୍ଚୋଟ ହୋଇଥାନ୍ତି।

ଯେଉଁ ଲୋକମାନେ ବୁଧବାର ଦିନ ଜନ୍ମ ଗ୍ରହଣ କରିଥାନ୍ତି, ସେମାନେ ହୃଦୟରୁ ବହୁତ ନିର୍ମଳ ଓ ଦୟାଶୀଳ ହୋଇଥାନ୍ତି। ଏହି ଲୋକମାନେ କେବେବି କାହାର ଅମଙ୍ଗଳ ଚାହିଁ ନଥାନ୍ତି। ସମାଜ କଲ୍ୟାଣ ପାଇଁ ଏମାନେ ସର୍ବଦା ପ୍ରସ୍ତୁତ ରହିଥାନ୍ତି। ସମାଜରେ ଏମାନଙ୍କର ପ୍ରତିଷ୍ଠା ବଜାୟ ରହିଥାଏ।

ଯେଉଁ ଲୋକମାନେ ଗୁରୁବାର ଦିନ ଜନ୍ମ ଗ୍ରହଣ କରିଥାନ୍ତି, ସେମାନଙ୍କ ଉପରେ ସର୍ବଦା ଦେବୀ ଲକ୍ଷ୍ମୀ ଏବଂ ଭଗବାନ ବିଷ୍ଣୁଙ୍କର କୃପା ଦୃଷ୍ଟି ରହିଥାଏ। ଜୀବନରେ କେବେବି ଏମାନଙ୍କୁ ଧନର ଅଭାବ ହୁଏ ନାହିଁ। ଏହି ଲୋକମାନେ ସର୍ବଦା ହସଖୁସିରେ ଜୀବନ ଅତିବାହିତ କରିଥାନ୍ତି।ଏମାନେ ବହୁତ କୋମଳ ହୃଦୟର ହୋଇଥାନ୍ତି।

ଯେଉଁ ଲୋକମାନେ ଶୁକ୍ରବାର ଦିନ ଜନ୍ମ ହୋଇଥାନ୍ତି, ସେମାନେ ବହୁତ ବୁଦ୍ଧିମାନ ଓ ନିର୍ମଳ ହୃଦୟର ହୋଇଥାନ୍ତି।ଏହି ଲୋକମାନେ ସର୍ବଦା ନିଜ ମନରେ କିଛି ନା କିଛି ବିଷୟକୁ ନେଇ ବିଚାର କରିଥାନ୍ତି, କିନ୍ତୁ ତାହାକୁ ପ୍ରକାଶ କରନ୍ତି ନାହିଁ। ଏମାନେ ବହୁତ ସ୍ଵାଭିମାନୀ ହୋଇଥାନ୍ତି ଏବଂ ସର୍ବଦା ଏକାକୀ ରହିବା ପାଇଁ ପସନ୍ଦ କରିଥାନ୍ତି।

ଯେଉଁ ଲୋକମାନେ ଶନିବାର ଦିନ ଜନ୍ମ ହୋଇଥାନ୍ତି, ସେମାନେ ବହୁତ ନିର୍ମଳ ସ୍ୱଭାବର ହୋଇଥାନ୍ତି। ଏମାନଙ୍କ ମନରେ କୌଣସି ଛନ୍ଦ କପଟ ନଥାଏ। ଏମାନେ ବହୁତ ସଚ୍ଚୋଟ ହେବା ସହିତ ନ୍ୟାୟ ପଥରେ ଚାଲିବା ପାଇଁ ବିଶ୍ୱାସ ରଖନ୍ତି। କେବେବି କାହା ପ୍ରତି ଏମାନେ ଖରାପ ଚିନ୍ତା କରନ୍ତି ନାହିଁ।

ଯେଉଁ ଲୋକମାନେ ରବିବାର ଦିନ ଜନ୍ମ ଗ୍ରହଣ କରିଥାନ୍ତି, ସେମାନେ ସର୍ବଦା ସମସ୍ତଙ୍କ ସହିତ ମିଳିମିଶି ରହିବା ପାଇଁ ପସନ୍ଦ କରିଥାନ୍ତି।ଏମାନେ ନିଜ ବାଣୀ ଦ୍ଵାରା ଅନ୍ୟମାନଙ୍କ ମନକୁ ଜିତି ଯାଇଥାନ୍ତି। ଏମାନେ ବହୁତ ନିର୍ମଳ ହୃଦୟର ହୋଇଥାନ୍ତି।

ତେବେ, ବନ୍ଧୁଗଣ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା, ତାହେଲେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଶ୍ଚିତ ଭାବରେ ସମସ୍ତଙ୍କୁ ସେୟାର କରନ୍ତୁ। ଆଗକୁ ଆମ ସହିତ ରହିବା ପାଇଁ ଆମ ଫେସବୁକ ପେଜକୁ ଲାଇକ କରନ୍ତୁ। ଧନ୍ୟବାଦ୍!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *