Excuse Me Odisha

ଯାହା କହିବୁ ସତ କହିବୁ

ମକର ସଂକ୍ରାନ୍ତିରେ ବନୁଛି ମହାସଂଯୋଗ। ଏହି ୫ଟି ରାଶିକୁ ହେବ ଧନର ଲାଭ।

ସେୟାର୍ କରନ୍ତୁ

ବନ୍ଧୁଗଣ ୧୪ ଜାନୁଆରୀ ୨୦୨୨ ଶୁକ୍ରବାର ଦିନ ପାଳିତ ହେବାକୁ ଯାଉଅଛି ପବିତ୍ର ମକର ସଂକ୍ରାନ୍ତି। ବନ୍ଧୁଗଣ ସୂର୍ଯ୍ୟଙ୍କର ଗୋଟିଏ ରାଶିରୁ ଅନ୍ୟ ରାଶିକୁ ପରିବର୍ତ୍ତନ ପ୍ରକ୍ରିୟାକୁ ସଂକ୍ରାନ୍ତି ବୋଲି କୁହାଯାଏ। ଏଥର ସୁର୍ଯ୍ୟ ଦେବ ଧନୁ ରାଶିରୁ ବାହାରି ମକର ରାଶିରେ ଗୋଚର କରିବେ। ସେଥିପାଇଁ ରାଶି ଚକ୍ରରେ ଏକ ବିରାଟ ପରିବର୍ତ୍ତନ ହେବାକୁ ଯାଉଛି। ବନ୍ଧୁଗଣ ଆପଣ ମାନେ ତ ଜାଣିଛନ୍ତି ଯେ ପ୍ରତ୍ୟକ ବ୍ୟକ୍ତି ନିଜ ଜୀବନରେ ଧନୀ ହେବାକୁ ଚାହିଁଥାଏ କିନ୍ତୁ ଗ୍ରହ ମାନଙ୍କର ଚଳନ ଉପରେ ହିଁ ଭାଗ୍ୟର ଭବିଷ୍ୟତ ନିର୍ଭର କରିଥାଏ। ଗ୍ରହର ଚଳନ ଦ୍ୱାରା ହିଁ କୌଣସି ବ୍ୟକ୍ତିର ଭାଗ୍ୟ ସ୍ଥିର ହୋଇଥାଏ।

ରାଶି ମାନଙ୍କ ଭାଗ୍ୟ ଗ୍ରହ ମାନଙ୍କର ଚଳନ ଉପରେ ହିଁ ନିର୍ଭର କରିଥାଏ। କୌଣସି ବ୍ୟକ୍ତି ନିଜ ଜୀବନରେ ବହୁତ କଠିନ ପରିଶ୍ରମ କରିଥାଏ କିନ୍ତୁ ତାକୁ କୌଣସି ଫଳ ପ୍ରାପ୍ତ ହୋଇନଥାଏ ଏବଂ ବେଳେବେଳେ ବିନା ପରିଶ୍ରମରେ ହିଁ ବ୍ୟକ୍ତିକୁ ବହୁତ କିଛି ମିଳିଯାଇଥାଏ। ଯାହା କେବଳ ଗ୍ରହ ମାନଙ୍କର ଚଳନ ଦ୍ୱାରା ହିଁ ସମ୍ଭବ ହୋଇ ପାରିଥାଏ। ଯଦି କୌଣସି ବ୍ୟକ୍ତିର ଗ୍ରହର ଚଳନ ସଠିକ ଭାବରେ ହୋଇଥାଏ ତେବେ ସେହି ବ୍ୟକ୍ତିକୁ କମ ପରିଶ୍ରମରେ ଅଧିକ ଫଳ ପ୍ରାପ୍ତ ହୋଇଥାଏ ନଚେତ ଜଣେ ବ୍ୟକ୍ତି ଯେତେବି କଠିନ ପରିଶ୍ରମ କରୁନା କାହିଁକି ତାକୁ କୌଣସି ଫଳ ପ୍ରାପ୍ତ ହୋଇନଥାଏ।

ତେବେ ଆଜି ଆମେ ସେହି ରାଶି ଗୁଡିକ ସମ୍ବଦ୍ଧରେ ଆପଣଙ୍କୁ ଜଣେଇବୁ ଯେଉଁମାନଙ୍କର ଭାଗ୍ୟ ମା ଲକ୍ଷ୍ମୀଙ୍କ କୃପାରୁ ଏହି ମକର ସଂକ୍ରାନ୍ତି ଠାରୁ ବଦଳିବାକୁ ଯାଉଛି। ଜ୍ୟୋତିଷ ଗଣନା ଅନୁସାରେ ରାଶି ଅନୁସାରେ ମକର ସଂକ୍ରାନ୍ତି ଏଥର ଅଧିକ ଖାସ ରହିବ। ସିଂହ ଏବଂ ଧନୁ ରାଶିର ଜାତକ ଧନ ଯୋଗର ଲାଭ ଉଠାଇବେ। ତ ଆସନ୍ତୁ ଜାଣିବା ମକର ସଂକ୍ରାନ୍ତିରେ କେଉଁ ରାଶିକୁ କଣ ଲାଭ ମିଳିବ।

ମେଷ ରାଶି। ସୂର୍ଯ୍ୟଙ୍କର ଗୋଚର ମେଷ ରାଶିର ଲୋକଙ୍କ ପାଇଁ ଅନୁକୂଳ ସାବ୍ୟସ୍ତ ହେବ। କାର୍ଯ୍ୟ କ୍ଷେତ୍ରରେ ଭରପୁର ବୃଦ୍ଧି ହେବ। ଏହି ସମୟରେ ସୂର୍ଯ୍ୟଙ୍କ ଅନ୍ୟ ୩ ଟି ଗ୍ରହ ସହିତ ସଂଯୋଗ ହେବ। ଏଥିପାଇଁ ଆପଣ ସମସ୍ତ କାର୍ଯ୍ୟ କରିବାର ସକ୍ଷମ ହେବେ। ଚାକିରୀ ପେସାରେ ଥିବା ଜାତକ ଚାକିରୀ ପରିବର୍ତ୍ତନ କରିପାରନ୍ତି। ଏହି ସମୟରେ ସୂର୍ଯ୍ୟଦେବ ଶନିଙ୍କ ସହିତ ସଂଯୋଗ କରିବେ। ଏଥିପାଇଁ କୌଣସି ବରିଷ୍ଠ ବ୍ୟକ୍ତିଙ୍କ ସହିତ ମତଭେଦ ହୋଇପାରେ।

ବୃଷ ରାଶି। ସୂର୍ଯ୍ୟର ଏହି ଗୋଚର ଦ୍ୱାରା ଆପଣଙ୍କୁ ଜୀବନରେ ଉଚିତ ପରିଣାମ ପ୍ରାପ୍ତ ହେବ। ସୂର୍ଯ୍ୟଙ୍କର ସ୍ଥିତି ଆପଣଙ୍କ ମାଙ୍କ ଉପରେ ହାନିକାରକ ସାବ୍ୟସ୍ତ ହେବ। ଅର୍ଥାତ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇପାରେ। ମନକୁ ଶାନ୍ତ ରଖି ସବୁ ପରିସ୍ଥିତିକୁ ସମ୍ଭାଳିବା ପାଇଁ ପ୍ରୟାସ କରନ୍ତୁ। କାର୍ଯ୍ୟ ମାମଲାକୁ ନେଇ ଆପଣଙ୍କୁ ଯାତ୍ରା କରିବାକୁ ପଡିପାରେ। ଆର୍ଥିକ ଲାଭ ମିଳିବାର ଯୋଗ ରହିଛି। ଏହି ଗୋଚର ଦ୍ୱାରା ଆପଣଙ୍କୁ ଅଧିକ ଖର୍ଚ୍ଚ କରିବାକୁ ପଡିପାରେ।

ମିଥୁନ ରାଶି। ସୂର୍ଯ୍ୟ ଆପଣଙ୍କର ତୃତୀୟ ଭାଗରେ ସ୍ୱାମୀ ହୋଇ ଅଷ୍ଟମ ଭାଗରେ ଗୋଚର କରିବେ। ଚାକିରୀ ଏବଂ ବ୍ୟାପାରରେ ସଫଳତା ପ୍ରାପ୍ତ କରିବା ପାଇଁ କଠିନ ପରିଶ୍ରମ କରିବାକୁ ପଡିବ। ଏହି ରାଶିର କିଛି ଲୋକ ଚାକିରୀ ଖୋଜି ପାରନ୍ତି। ଗୋଚର ଆରମ୍ଭରେ ଆର୍ଥିକ ସମସ୍ୟାର ସାମ୍ନା କରିବାକୁ ପଡିପାରେ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ। ବିବାହିତ ଲୋକଙ୍କର ଶଶୁର ଘର ସହିତ ବିବାଦ ହୋଇପାରେ।

କର୍କଟ ରାଶି। ସୂର୍ଯ୍ୟର ଗୋଚର ଆପଣଙ୍କ ସପ୍ତମ ଭାଗରେ ହେବ। ଆପଣଙ୍କ ଜୀବନରେ ସମସ୍ୟା ଦୂର ହେବ। ମାନସିକ ଚିନ୍ତା ବଢ଼ିପାରେ। ଅବିବାହିତ ଲୋକଙ୍କ ପାଇଁ ବିବାହ ପ୍ରସ୍ତାବରେ ବାଧା ଉତ୍ପନ ହୋଇପାରେ। ଖର୍ଚ୍ଚରେ ବୃଦ୍ଧି ହେବ। ଆପଣଙ୍କୁ ନିଜ ବ୍ୟବସାୟ ଜନିତ ଯାତ୍ରା କରିବାକୁ ପଡିପାରେ। ପାରିବାରିକ ଜୀବନରେ ପରିବାରରେ କୌଣସି ସଦସ୍ୟଙ୍କ ସହିତ କାନୁନ ଲଢେଇ ହୋଇପାରେ। ଏଥିପାଇଁ ଅଧିକ ଧନ ଖର୍ଚ୍ଚ କରିବାକୁ ପଡିପାରେ। କାର୍ଯ୍ୟ କ୍ଷେତ୍ରରେ ପଦନ୍ନତି ହୋଇପାରେ।

ସିଂହ ରାଶି। ସୂର୍ଯ୍ୟ ଆପଣଙ୍କର ରାଶିର ସ୍ୱାମୀ ଅଟନ୍ତି। ତ ଏହି ଗୋଚରର ଅବଧିରେ ଆପଣଙ୍କ ରାଶିରେ ଷଷ୍ଠ ଭାଗରେ ଅବସ୍ଥାନ ହୋଇପାରେ। ଏହି ଗୋଚର ଛାତ୍ର ମାନଙ୍କ ପାଇଁ ଭଲ ସିଦ୍ଧ ହେବ। ଧନ ପ୍ରାପ୍ତିର ଯୋଗ ରହିଛି। ଛାତ୍ର ମାନଙ୍କୁ ପରୀକ୍ଷାରେ କଠିନ ପରିଶ୍ରମ କରିବାକୁ ପଡିବ। ଚାକିରୀ ପେସାରେ ଲୋକେ ଅଧିକ ପରିଶ୍ରମ କରିବେ। ଛାତ୍ର ମାନଙ୍କୁ କଠିନ ପରିଶ୍ରମ କରିବାକୁ ପଡିବ। ବ୍ୟବସାୟ କରୁଥିବା ଲୋକଙ୍କର ଭାଗ୍ୟ ସପକ୍ଷରେ ରହିବ। ଆପଣ ନିଜକୁ ସୁସ୍ଥ ରଖିବା ପାଇଁ ପ୍ରୟାସ କରିବେ।

କନ୍ୟା ରାଶି। ସୂର୍ଯ୍ୟଙ୍କର ଗୋଚର ଆପଣଙ୍କର ପଞ୍ଚମ ଭାଗରେ ହେବ। ଏହି ସମୟରେ କନ୍ୟା ରାଶିର ଜାତକଙ୍କୁ ଅଶୁଭ ଫଳ ପ୍ରାପ୍ତ ହେବ। ଆପଣଙ୍କୁ ଏହି ସମୟରେ ଯାତ୍ରା କରିବା ଠାରୁ ବଞ୍ଚିତ ହେବା ଉଚିତ। ଚାକିରୀର ସୁରକ୍ଷା ଏବଂ ଭବିଷ୍ୟତ ପାଇଁ ଆପଣ ଚିନ୍ତିତ ରହିବେ। ସନ୍ତାନଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ। ଜୀବନସାଥୀଙ୍କ ଅଚାନକ ଲାଭ ବା ପୁରସ୍କାର ମିଳିବାର ଯୋଗ ରହିଅଛି।

ତୁଳା ରାଶି:- ସୂର୍ଯ୍ୟ ଆପଣଙ୍କ ରାଶିରେ ଚତୁର୍ଥ ଭାଗରେ ବିରାଜମାନ କରିବେ। ଏହି ସମୟରେ ସୂର୍ଯ୍ୟ ଅତୁନ୍ୟ ପୀଡିତ ଅବସ୍ଥାରେ ରହିବେ। ଆପଣଙ୍କ ମାଙ୍କ ସ୍ୱାସ୍ଥ୍ୟ ହାନି ହେବାର ଆଶଙ୍କା ରହିଛି। ସୂର୍ଯ୍ୟ ଆପଣଙ୍କର ଆରମ୍ଭକୁ ସୁଦୃଢ଼ କରିବେ।ଘରକୁ ଅତିଥୀଙ୍କର ଆଗମନ ହୋଇପାରେ। କିଛି ଲୋକ ଜମି ବିକ୍ରି ବା କ୍ରୟ କରିପାରନ୍ତି। ଗୋଚର ସମୟରେ ସୂର୍ଯ୍ୟ ମକର ରାଶିରେ ବିରାଜମାନ କରିବେ ଯାହା ଶନିଦେବଙ୍କ ରାଶି ଅଟେ।

ବିଛା ରାଶି:- ଏହି ଅବଧିରେ ସୂର୍ଯ୍ୟ ଆପଣଙ୍କ ରାଶିରେ ତୃତୀୟ ଭାଗରେ ଅବସ୍ଥାନ କରିବେ। ଭାଗ୍ୟ ସର୍ବଦା ଆପଣଙ୍କ ସପକ୍ଷରେ ରହିବ। ପୁରୁଣା ସମ୍ପର୍କରୁ ଆପଣଙ୍କୁ ଲାଭ ମିଳିବ। ଆପଣଙ୍କର ସବୁ ପ୍ରୟାସରେ ଆପଣଙ୍କୁ ସଫଳତା ମିଳିବ। ଶତ୍ରୁ ସକ୍ରିୟ ରହିବେ। ଲମ୍ବା ଦୂରକୁ ଯାତ୍ରା କରିବା ବଦଳରେ ଛୋଟ ଯାତ୍ରା କରନ୍ତୁ। ଆପଣଙ୍କ ପାଇଁ ଲାଭଦାୟକ ହେବ। ଗୋଚର ସମୟରେ ଆପଣଙ୍କୁ ଭାଇ ବନ୍ଧୁ ସମ୍ପର୍କୀୟଙ୍କ ଠାରୁ ଟଙ୍କା ସହଯୋଗ ପ୍ରାପ୍ତ ହେବ।

ଧନୁ ରାଶି:- ଏହି ଗୋଚର ସମୟରେ ସୂର୍ଯ୍ୟ ଆପଣଙ୍କର ଦ୍ୱିତୀୟ ଭାଗରେ ବିରାଜମାନ କରିବେ। ଆପଣଙ୍କୁ ଶୁଭ ପରିଣାମ ପ୍ରାପ୍ତ ହେବ। ଆର୍ଥିକ ଲାଭ ମିଳିବାର ଯୋଗ ରହିଛି। ଆପଣଙ୍କ ଖର୍ଚ୍ଚରେ ବୃଦ୍ଧି ହୋଇପାରେ। ଏହି ସମୟରେ ବିନିଯୋଗ କରିବା ଲାଭଦାୟକ ସିଦ୍ଧ ହେବ। ଏହି ସମୟରେ ସୂର୍ଯ୍ୟ କର୍ମ ଫଳଦାତା ଶନିଙ୍କ ସହିତ ସଂଯୋଗ କରିବେ। ଏହି ସମୟରେ ଖର୍ଚ୍ଚରେ ବୃଦ୍ଧି ହେବ। ନିବେଶରୁ ଉତ୍ତମ ଲାଭ ମିଳିବ।

ମକର ରାଶି। ସୂର୍ଯ୍ୟଙ୍କର ଏହି ଗୋଚର ସମୟରେ ଆପଣଙ୍କ ରାଶିରେ ପ୍ରବେଶ କରିବେ। ଗୋଚରର ବିଶେଷ ପ୍ରଭାବ ରହିବାର ସମ୍ଭାବନା ରହିଛି। କାର୍ଯ୍ୟ କ୍ଷେତ୍ରରେ କିଛି ବିଶେଷ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ। ଚାକିରୀ ପରିବର୍ତ୍ତନ ପାଇଁ କଠିନ ପରିଶ୍ରମ କରିବାକୁ ପଡିପାରେ। ଅଚାନକ ଧନ ଲାଭର ଯୋଗ ରହିଛି। ଛାତ୍ର ଛାତ୍ରୀ ଶିକ୍ଷା କ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ କରିବେ। ଯେଉଁମାନେ ବିଶେଷ ରୂପରେ ନୂଆ ଅଧ୍ୟୟନ କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ସମୟ ଅନୁକୂଳ ରହିବ।

କୁମ୍ଭ ରାଶି। ଏହ ଗୋଚରରେ ସୂର୍ଯ୍ୟ ଆପଣଙ୍କ ରାଶିରେ ଦ୍ଵାଦଶ ଭାଗରେ ଅବସ୍ଥାନ କରିବେ। ଜୀବନସାଥୀ ଠାରୁ କଠିନ ସମସ୍ୟାର ସାମ୍ନା କରିବାକୁ ପଡିପାରେ। ନୂଆ ନିବେଶ ପାଇଁ ଯୋଜନା କରିଥିବା ଲୋକଙ୍କୁ ନିବେଶ ରୋକିବା ପାଇଁ ପଡିବ। ଗୋଚର ସମୟରେ କାନୁନ ମାମଲାରେ ସାମିଲ ହୋଇପାରନ୍ତି। ଛାତ୍ର ଛାତ୍ରୀ ମାନଙ୍କୁ ଶିକ୍ଷା କ୍ଷେତ୍ରରେ ସଫଳତା ମିଳିବ।

ମୀନ ରାଶି। ସୂର୍ଯ୍ୟଙ୍କର ଗୋଚର ଆପଣଙ୍କ ଏକାଦଶ ଭାଗରେ ହେବ। ଆପଣଙ୍କୁ ସଫଳତା ମିଳିବ। ଗୋଚରର ଅବଧି ମୀନ ରାଶିର ଲୋକଙ୍କୁ ଶୁଭ ଫଳ ପ୍ରଦାନ କରିବ। ଅଟକି ରହିଥିବା କାର୍ଯ୍ୟ ସମ୍ପର୍ଣ୍ଣ ହେବ। ଲକ୍ଷ ପ୍ରାପ୍ତି କରିବେ। ପଦନ୍ନତି କରିବାର ଯଥେଷ୍ଟ ସମ୍ଭାବନା ରହିଛି। କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କ କ୍ଷମତା ବୃଦ୍ଧି ହେବ। ପରିଣାମ ସ୍ୱରୂପ ଆପଣଙ୍କ ଆୟରେ ବୃଦ୍ଧି ହେବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *