Excuse Me Odisha

ଯାହା କହିବୁ ସତ କହିବୁ

ମକର ସଂକ୍ରାନ୍ତିରେ ରାଶିଚକ୍ରରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ବଦଳିବ ଏହି ୫ ଗୋଟି ରାଶିର ଭାଗ୍ୟ !

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋର୍ଟାଲକୁ ସ୍ଵାଗତ ଜଣାଉଛୁ।ସୂର୍ଯ୍ୟ ଗୋଟିଏ ରାଶିରୁ ଅନ୍ୟ ରାଶିକୁ ଗୋଚର କରିବା ପ୍ରକ୍ରିୟାକୁ ସଂକ୍ରାନ୍ତି ବୋଲି କୁହାଯାଏ। ଆସନ୍ତା ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟଦେବ ଧନୁ ରାଶିରୁ ବାହାରି ମକର ରାଶିରେ ପ୍ରବେଶ କରିବେ। ଯାହାଫଳରେ ରାଶିଚକ୍ରରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ସୂର୍ଯ୍ୟଦେବ ଏବଂ ଦେବୀ ଲକ୍ଷ୍ମୀଙ୍କର ବିଶେଷ କୃପାଦୃଷ୍ଟି ଏହି ୫ଟି ରାଶିର ଲୋକଙ୍କ ଉପରେ ପଡିବାକୁ ଯାଉଛି। ଆସନ୍ତୁ ସେହି ରାଶିର ଲୋକଙ୍କ ବିଷୟରେ ବିସ୍ତାର ରୂପରେ ଆଲୋଚନା କରିବା।

ବୃଷ ରାଶି –

ଏହି ରାଶି ଲୋକଙ୍କ ଉପରେ ରାଜଯୋଗର ବିଶେଷ ପ୍ରଭାବ ପଡ଼ିବାକୁ ଯାଉଛି। ମକର ସଂକ୍ରାନ୍ତି ପରଠାରୁ ଆପଣଙ୍କର ଭାଗ୍ୟ ବଦଳିବ ଏବଂ ଆପଣଙ୍କର ଅଟକି ରହିଥିବା ସମସ୍ତ କାର୍ଯ୍ୟ ସମ୍ପନ୍ନ ହେବ।ଆପଣଙ୍କୁ ଅଧିକ ଉପାର୍ଜନ କରିବା ପାଇଁ ନୂଆ ଅବସର ପ୍ରାପ୍ତ ହେବ। ବ୍ୟବସାୟରେ ଆପଣ ଉନ୍ନତି କରିବା ସହିତ ଅଧିକ ଲାଭବାନ ହେବେ। ଆର୍ଥିକ ସମସ୍ୟା ଦୂର ହୋଇଯିବ।

କର୍କଟ ରାଶି –

ରାଜଯୋଗର ପ୍ରଭାବ ଏହି ରାଶିର ଲୋକଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ। ଆପଣଙ୍କ ଜୀବନରେ ଥିବା ସମସ୍ତ ପାରିବାରିକ ସମସ୍ଯା ଦୂର ହୋଇଯିବ। ବିବାହିତ ଲୋକେ ନିଜ ଦାମ୍ପତ୍ୟ ଜୀବନ ସୁଖରେ ଅତିବାହିତ କରିବେ। ଭାଗ୍ୟ ସର୍ବଦା ଆପଣଙ୍କ ସପକ୍ଷରେ ରହିବ।ଅଚାନକ ଆପଣଙ୍କୁ ସୁଖଦ ସମାଚାର ମିଳିପାରେ।ଆପଣଙ୍କୁ ନିଜର କଠିନ ପରିଶ୍ରମର ଫଳ ନିଶ୍ଚିତ ଭାବରେ ପ୍ରାପ୍ତ ହେବ।

ସିଂହ ରାଶି –

ସୂର୍ଯ୍ୟଙ୍କର ଗୋଚର ପ୍ରଭାବ ଏହି ରାଶିର ଲୋକଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ।ଆପଣଙ୍କର ଶୁଭ ସମୟ ଆରମ୍ଭ ହେବାକୁ ଯାଉଛି। ଆପଣ ଯେଉଁ କାର୍ଯ୍ୟ କରିବେ, ସେଥିରେ ନିଶ୍ଚିତ ଭାବରେ ସଫଳତା ଅର୍ଜନ କରିବେ। ଦେବୀ ଲକ୍ଷ୍ମୀଙ୍କ କୃପାରୁ ଆପଣଙ୍କୁ ଜୀବନରେ କେବେବି ଆର୍ଥିକ ସମସ୍ୟାର ସାମ୍ନା କରିବାକୁ ପଡ଼ିବ ନାହିଁ। ଆପଣଙ୍କର ସବୁ ଆଶା ଓ ଅଭିଳାଷା ପୂରଣ ହେବ। ଆପଣ ନିଜର କଠିନ ପରିଶ୍ରମର ଫଳ ନିଶ୍ଚିତ ଭାବରେ ପାଇବେ।

ତୁଳା ରାଶି –

ଏହି ରାଶିର ଲୋକଙ୍କ ଉପରେ ସର୍ବଦା ଦେବୀ ଲକ୍ଷ୍ମୀଙ୍କ କୃପା ଦୃଷ୍ଟି ରହିବ। ଭାଗ୍ୟ ସର୍ବଦା ଆପଣଙ୍କ ସପକ୍ଷରେ ରହିବ।ପରିବାର ଲୋକେ ସବୁ କ୍ଷେତ୍ରରେ ଆପଣଙ୍କୁ ସହଯୋଗ କରିବେ। ଆପଣଙ୍କର କେବେବି ଧନର ଅଭାବ ରହିବ ନାହିଁ। ଯେଉଁ କାର୍ଯ୍ୟ କରିବା ପାଇଁ ଆପଣ ମନସ୍ଥ କରିବେ, ନିଶ୍ଚିତ ଭାବରେ ସେଥିରେ ଆପଣ ସଫଳ ହେବେ। ଆପଣଙ୍କ ଜୀବନରେ ସୁଖଶାନ୍ତି ଭରି ରହିବ। ଆର୍ଥିକ ସମସ୍ୟା ସବୁ ଦୂର ହୋଇଯିବ।

କୁମ୍ଭ ରାଶି –

ରାଜଜୋଗ ପ୍ରଭାବରୁ ଏହି ରାଶିର ଲୋକେ ଧନବାନ ହେବାକୁ ଯାଉଛନ୍ତି।ଆପଣଙ୍କର ସମସ୍ତ ସମସ୍ୟା ଦୂର ହୋଇଯିବ। ଦେବୀ ଲକ୍ଷ୍ମୀଙ୍କ କୃପାଦୃଷ୍ଟି ସର୍ବଦା ଆପଣଙ୍କ ଉପରେ ରହିବ। ଜୀବନସାଥୀଙ୍କ ସହିତ ଉତ୍ତମ ସମୟ ଅତିବାହିତ କରିବେ। ସମାଜରେ ଆପଣଙ୍କର ମାନସମ୍ମାନ ଓ ପ୍ରତିଷ୍ଠା ବୃଦ୍ଧି ପାଇବ। ପରିବାର ଲୋକେ ସର୍ବଦା ଆପଣଙ୍କ ସପକ୍ଷରେ ରହିବେ। ସମାଜ କଲ୍ୟାଣ ପାଇଁ ଆପଣ ଅନେକ କାର୍ଯ୍ୟ କରିବେ।

ତେବେ, ବନ୍ଧୁଗଣ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା, ତାହେଲେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଶ୍ଚିତ ଭାବରେ ସମସ୍ତଙ୍କୁ ସେୟାର କରନ୍ତୁ। ଆଗକୁ ଆମ ସହିତ ରହିବା ପାଇଁ ଆମ ଫେସବୁକ ପେଜକୁ ଲାଇକ କରନ୍ତୁ। ଧନ୍ୟବାଦ୍!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *