Excuse Me Odisha

ଯାହା କହିବୁ ସତ କହିବୁ

ରାଶି ଅନୁସାରେ ଏହି ବାର ଦିନ ବିବାହ କଲେ ବଢ଼ିଥାଏ ଧନସମ୍ପତ୍ତି। ଜାଣନ୍ତୁ କିପରି ?

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋର୍ଟାଲକୁ ସ୍ଵାଗତ ଜଣାଉଛୁ।ଅଧିକାଂଶ ଲୋକେ କୌଣସି ଶୁଭ ବାର ଓ ମୁହୂର୍ତ୍ତ ଦେଖି ବିବାହ କରିଥାନ୍ତି। ଶୁଭ ବାରରେ ବିବାହ କଲେ ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ। ଏହାସହିତ ପାରିବାରିକ ଜୀବନ ମଧ୍ୟ ଆନନ୍ଦମୟ ହୁଏ। ଦମ୍ପତିଙ୍କ ପରିବାର ଲୋକଙ୍କ ଉପରେ ମଧ୍ୟ ଏହାର ଶୁଭ ପ୍ରଭାବ ପଡିଥାଏ।ତେଣୁ ସାଙ୍ଗମାନେ ଆଜି ଆମେ ଜାଣିବା, କେଉଁ ରାଶିର ଲୋକମାନେ କେଉଁ ବାରରେ ବିବାହ କଲେ ଅତ୍ୟନ୍ତ ଶୁଭ ଫଳ ପ୍ରାପ୍ତ ହୋଇଥାଏ, ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

– ମେଷ ରାଶିର ଲୋକେ ଯଦି ମଙ୍ଗଳବାର ଦିନ ବିବାହ କରିବେ, ତାହେଲେ ସେମାନଙ୍କୁ ନିଶ୍ଚିତ ଭାବରେ ଶୁଭ ପରିଣାମ ପ୍ରାପ୍ତ ହେବ। ଏହାସହିତ ସେମାନଙ୍କ ପାରିବାରିକ ଜୀବନ ମଧ୍ୟ ସୁଖମୟ ହୋଇଥାଏ।

– ବୃଷ ରାଶିର ଲୋକେ ବିବାହ କରିବା ପାଇଁ ଶୁକ୍ରବାର ଅତ୍ୟନ୍ତ ଶୁଭ ଅଟେ।ଏହାଦ୍ବାରା ସେମାନଙ୍କ ବୈବାହିକ ଜୀବନ ସୁଖମୟ ହେବା ସହିତ ସେମାନଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପ୍ରାପ୍ତ ହେବ।

– ମିଥୁନ ରାଶିର ଲୋକେ ଯଦି ବୁଧବାର ଦିନ ବିବାହ କରନ୍ତି, ତାହେଲେ ସେମାନଙ୍କର ଦାମ୍ପତ୍ୟ ଜୀବନ ଅତ୍ୟନ୍ତ ସୁଖମୟ ରହିବ। ବିବାହ ପରେ ସେମାନେ ସବୁ କ୍ଷେତ୍ରରେ ଉନ୍ନତି କରିବେ।

– କର୍କଟ ରାଶିର ଲୋକେ ଯଦି ସୋମବାର ଦିନ ବିବାହ କରନ୍ତି, ତାହେଲେ ସେମାନଙ୍କ ପରିବାରରେ ସର୍ବଦା ସୁଖଶାନ୍ତି ବିରାଜମାନ କରିବ। ସେମାନେ ନିଜ ଦାମ୍ପତ୍ୟ ଜୀବନକୁ ସଠିକ ଢଙ୍ଗରେ ଉପଭୋଗ କରିବେ।

– ସିଂହ ରାଶିର ଲୋକେ ଯଦି ରବିବାର ଦିନ ବିବାହ କରନ୍ତି, ତାହେଲେ ସେମାନଙ୍କ ଉପରେ ସର୍ବଦା ଭଗବାନ ସୂର୍ଯ୍ୟଙ୍କ କୃପା ଦୃଷ୍ଟି ରହିବ। ଏହାସହିତ ସବୁ କ୍ଷେତ୍ରରେ ଏମାନେ ସଫଳତା ହାସଲ କରିବେ।

– କନ୍ୟା ରାଶିର ଲୋକେ ଯଦି ବୁଧବାର ଦିନ ବିବାହ କରନ୍ତି, ତାହେଲେ ସେମାନଙ୍କ ଦାମ୍ପତ୍ୟ ଜୀବନ ସର୍ବଦା ସୁଖଶାନ୍ତିରେ ଅତିବାହିତ ହେବ।ଏହାସହିତ ଏମାନଙ୍କ ବିବାହ ପରେ ପରିବାରରେ ସର୍ବଦା ହସଖୁସିର ବାତାବରଣ ରହିବ।

– ତୁଳା ରାଶିର ଲୋକେ ଯଦି ଶୁକ୍ରବାର ଦିନ ବିବାହ କରନ୍ତି, ତାହେଲେ ସାରା ଜୀବନ ସେମାନଙ୍କୁ ଶୁଭ ପରିଣାମ ପ୍ରାପ୍ତ ହେବ। ଏହାସହିତ ସେମାନଙ୍କର ଭାଗ୍ୟ ପରିବର୍ତ୍ତନ ହୋଇଥାଏ। ଦାମ୍ପତ୍ୟ ଜୀବନରେ ଏମାନେ ବହୁତ ଖୁସିରେ ରହିଥାନ୍ତି।

– ବିଛା ରାଶିର ଲୋକେ ଯଦି ମଙ୍ଗଳବାର ଦିନ ବିବାହ କରନ୍ତି, ତାହେଲେ ଏହା ସେମାନଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହୋଇଥାଏ। ବିବାହ ପରେ ଦମ୍ପତ୍ତି ପରସ୍ପରକୁ ବହୁତ ଭଲପାଇବା ଦେଇଥାନ୍ତି।

– ଧନୁ ରାଶିର ଲୋକେ ଯଦି ଗୁରୁବାର ଦିନ ବିବାହ କରନ୍ତି, ତାହେଲେ ସେମାନଙ୍କର ସର୍ବଦା ସର୍ବୁ କାର୍ଯ୍ୟ ସଫଳ ହୋଇଥାଏ।ପ୍ରତ୍ୟେକ କ୍ଷେତ୍ରରେ ସେମାନେ ସଫଳତା ହାସଲ କରିଥାନ୍ତି। ପାରିବାରିକ ଜୀବନ ସୁଖମୟ ହୋଇଥାଏ।

– ମକର ରାଶିର ଲୋକେ ଯଦି ଶନିବାର ଦିନ ବିବାହ କରନ୍ତି, ତାହେଲେ ସର୍ବଦା ସୁଖ ଭୋଗ କରିଥାନ୍ତି।ବିବାହ ପରେ ସେମାନଙ୍କ ବୈବାହିକ ଜୀବନ ସୁଖମୟ ହୋଇଥାଏ।

– କୁମ୍ଭ ରାଶିର ଲୋକେ ଯଦି ଶନିବାର ଦିନ ବିବାହ କରନ୍ତି, ତାହେଲେ ସେମାନେ ନିଶ୍ଚିତ ଭାବରେ ବିବାହ ସବୁ କ୍ଷେତ୍ରରେ ଉନ୍ନତି କରିଥାନ୍ତି।ସେମାନେ ନିଜର ବୈବାହିକ ଜୀବନକୁ ସୁଖରେ ଅତିବାହିତ କରିଥାନ୍ତି।

– ମୀନ ରାଶିର ଲୋକେ ଯଦି ଗୁରୁବାର ଦିନ ବିବାହ କରନ୍ତି, ଏହା ତାହେଲେ ବିବାହ ପରେ ସେମାନେ ସବୁ କ୍ଷେତ୍ରରେ ସଫଳତା ହାସଲ କରିଥାନ୍ତି। ସେମାନଙ୍କ ଜୀବନରେ ସୁଖର ସଂଚାର ହୋଇଥାଏ। ସବୁବେଳେ ସେମାନେ ଖୁସିରେ ରହିଥାନ୍ତି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *