ବାସ୍ତବରେ ସଚ୍ଚୋଟ ପ୍ରେମ ହେଲେ ହୃଦୟରୁ ହିଁ ଜଣା ପଡି ଯାଇଥାଏ ! ଜାଣନ୍ତୁ କିପରି ?
ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋର୍ଟାଲକୁ ସ୍ଵାଗତ ଜଣାଉଛୁ। ସମସ୍ତଙ୍କୁ କେଉଁଠି ନା କେଉଁଠି ନିଶ୍ଚିତ ଭାବରେ ପ୍ରେମ ହୋଇଥାଏ। ଏହି ପ୍ରେମ ମାତାପିତାଙ୍କୁ ତାଙ୍କର ସନ୍ତାନ ମାନଙ୍କ ପ୍ରତି ହୋଇଥାଏ ବା ଜ୍ଞାନୀଙ୍କୁ ତାଙ୍କ ଜ୍ଞାନ ପ୍ରତି ପ୍ରେମ ହୋଇଥାଏ ବା କୌଣସି କଳାକାରଙ୍କୁ ତାଙ୍କ କଳା ସହ ପ୍ରେମ ହୋଇଥାଏ। ବାସ୍ତବରେ ପ୍ରେମ ମଣିଷକୁ ବଞ୍ଚିବା ଶିଖାଇ ଥାଏ। ଏହାସହିତ ମୋହିତ ମଧ୍ୟ କରିଥାଏ। ଏବେ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ ଯେ ପ୍ରେମ ଓ ମୋହିତ ମଧ୍ୟରେ ପାର୍ଥକ୍ୟ କଣ ରହିଛି? କିନ୍ତୁ ମୋହ ଅମା ସମସ୍ତଙ୍କୁ ବାନ୍ଧି ରଖିଥାଏ।
କିନ୍ତୁ ପ୍ରେମ ଆମକୁ କେବେ ମଧ ବାନ୍ଧି ରଖେ ନାହି , ପ୍ରେମ ଆମକୁ ବନ୍ଧନ ମୁକ୍ତ କରି ବିକାଶ ଆଡକୁ ଅଗ୍ରଗତି କରାଇଥାଏ । ଉଦାହରଣ ସ୍ୱରୂପ ଆଜିକାଲିର ପିତାମାତା ନିଜର ପିଲା ମାନଙ୍କୁ ଦୂର ସ୍ଥାନକୁ ପାଠ ପଢିବା ପାଇଁ ପଠାଇ ନଥାନ୍ତି ଏବଂ ନିଜ ପିଲା ମାନଙ୍କୁ ତାଙ୍କ ବନ୍ଧୁ ମାନଙ୍କ ସହ ଖେଳିବାକୁ ଛାଡନ୍ତି ନାହିଁ। ଏହାର ମୁଖ୍ୟ କାରଣ ହେଉଛି ପିତାମାତା ନିଜ ପିଲାମାନଙ୍କ ପ୍ରତି ଅଧିକ ଚିନ୍ତିତ ରହିଥାନ୍ତି। କିନ୍ତୁ ଏଭଳି କରି ପ୍ରତ୍ୟେକ ପିତାମାତା ମାନେ ନିଜ ପିଲାଙ୍କୁ ବାନ୍ଧି ରଖିଥାନ୍ତି।
କିନ୍ତୁ ବନ୍ଧୁଗଣ ପିଲାମାନଙ୍କୁ ବାନ୍ଧି ରଖିବା, ଏହା ପ୍ରେମ ନୁହେଁ ବରଂ ମୋହ ଅଟେ। ଯଦି ଏହା ପ୍ରେମ ବନ୍ଧନ ହୋଇଥାନ୍ତା, ତାହେଲେ ପିତାମାତା ତାଙ୍କ ବନ୍ଧନରୁ ନିଜ ପିଲା ମାନଙ୍କୁ ମୁକ୍ତ କରି ଦେଇଥାନ୍ତେ। ପିତାମାତାଙ୍କୁ ସେମାନଙ୍କ ନିଜ ସନ୍ତାନଙ୍କୁ ବୁଝିବା ସହିତ ଦୁନିଆକୁ ବୁଝିବା ପାଇଁ ଏବଂ ଜୀବନରୁ ଜ୍ଞାନ ଆହରଣ କରିବା ପାଇଁ ସେମାନଙ୍କୁ ସହଯୋଗ କରିବା ଉଚିତ। ନିଜର ଅନୁଭବରୁ କିଛି ନୂଆ ଶିକ୍ଷାଲାଭ କରି ଭବିଷ୍ୟତରେ ଆଗକୁ ବଢିବା ପାଇଁ ପିତାମାତା ସେମାନଙ୍କ ସନ୍ତାନଙ୍କୁ ପ୍ରେରଣା ଦେବା ଉଚିତ।
ଭଗବାନ ଶ୍ରୀକୃଷ୍ଣ କହିଥିଲେ, ମୋହରୁ ମନରେ ଭୟ ସୃଷ୍ଟି ହୋଇଥାଏ। କିନ୍ତୁ ପ୍ରେମ ବନ୍ଧନରୁ ପରସ୍ପର ମଧ୍ୟରେ ଭଲପାଇବା ବଢିବା ସହିତ ଖୁସି ମିଳିଥାଏ। ତେଣୁ ପ୍ରତ୍ୟେକ ପିତାମାତା ମାନେ ସେମାନଙ୍କୁ ନ ବାନ୍ଧି ସେମାନଙ୍କ ସହିତ ସାଙ୍ଗ ଭଳି ମିଶନ୍ତୁ। ପ୍ରତ୍ୟେକ ମଣିଷ ମୋହ ମାୟା ତ୍ୟାଗ କରି ପ୍ରକୃତିର ଏହି ପରିବେଶକୁ ଅନୁଭବ କରିବା ଉଚିତ
ଯଦି ଜୀବନରେ କିଛି କରିବା ପାଇଁ ଇଚ୍ଛା ରହିଥାଏ, ତାହେଲେ କୌଣସି ବନ୍ଧନରେ ନବାନ୍ଧି ଖୋଲା ଆକାଶରେ ପକ୍ଷୀ ଭଳି ଉଡିବା ଉଚିତ। ଏହାଦ୍ଵାରା ପ୍ରେମ ସମ୍ପର୍କ ସୁଦୃଢ ଓ ନିବିଡ଼ ହୋଇଥାଏ। ପ୍ରେମ ଏକ ବନ୍ଧନ ନୁହେଁ, ଏହା ଏକ ଖୋଲା ଆକାଶର ମାର୍ଗ ଅଟେ।
ତେବେ, ବନ୍ଧୁଗଣ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା, ତାହେଲେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଶ୍ଚିତ ଭାବରେ ସମସ୍ତଙ୍କୁ ସେୟାର କରନ୍ତୁ। ଆଗକୁ ଆମ ସହିତ ରହିବା ପାଇଁ ଆମ ଫେସବୁକ ପେଜକୁ ଲାଇକ କରନ୍ତୁ। ଧନ୍ୟବାଦ୍!