Excuse Me Odisha

ଯାହା କହିବୁ ସତ କହିବୁ

ନୂଆବର୍ଷ 2022 | ଘରକୁ ଆଣନ୍ତୁ ଏହି ଜିନିଷ,ହେବ ଧନର ବର୍ଷା | ଅଭାବ କଣ ଭୁଲି ଯିବେ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଜାନୁଆରୀ ୧ ନୂଆବର୍ଷ ନିଜ ଘରକୁ ନିଶ୍ଚୟ ଆଣନ୍ତୁ ଏହି ଗୋଟିଏ ଜିନିଷ ଧନ ଟଙ୍କା ପଇସା ଏତେ ଆସିବ କି ସାରାଜୀବନ ଅଭାବ କଣ ଭୁଲିଯିବେ।

ବନ୍ଧୁଗଣ ଏହି ନୂଆବର୍ଷଟି ସମସ୍ତଙ୍କ ପାଇଁ ମହତ୍ତ୍ୱପୂର୍ଣ୍ଣ ଦିନ ହୋଇଥାଏ। ସମସ୍ତଙ୍କ ମନରେ ଏହି ନୂଆବର୍ଷକୁ ନେଇ ଅନେକ ଉତ୍ସ୍ୟହ ଭରି ରହିଥାଏ ଏବଂ ସମସ୍ତଙ୍କ ମନରେ ଏକ ନୂତନ ଆରମ୍ଭର ଇଚ୍ଛା ଭରି ରହିଥାଏ। ଆପଣମାନେ ଶୁଣିଥିବେ କି ନୂଆବର୍ଷର ଆରମ୍ଭ ଆନନ୍ଦ ମୟ ହୋଇଥିଲେ ସାରା ବର୍ଷଟି ଆନନ୍ଦମୟ ହୋଇଥାଏ। ଯଦି ବର୍ଷର ପ୍ରଥମ ଦିନଟି ଖରାପରେ ବିତିଥାଏ ତେବେ ସାରା ବର୍ଷଟି ଖରାପ ହୋଇଯାଏ। ଏହି କଥା ଗୁଡିକ ମାନି ଯଦି ବର୍ଷର ପ୍ରଥମ ଦିନକୁ ଏହିପରି ଭାବେ ପାଳନ କରିବା ତେବେ ପୁରା ବର୍ଷଟି ଧନ ସୁଖ ଶାନ୍ତିରେ ଜୀବନ ଭରିଦେଵ।

ତେଣୁ ସାରା ବର୍ଷଟି ସୁଖମୟ କରିବା ପାଇଁ ଆମକୁ ଗୋଟିଏ ଦିନ ପାଇଁ ପରିଶ୍ରମ କରିବାକୁ ହିଁ ପଡିବ। ଏଣୁ ଆସନ୍ତୁ ଜାଣିବା ଏପରି କିଛି ମହତ୍ୱପୂର୍ଣ୍ଣ କଥା ବିଷୟରେ ଯାହାକୁ ନୂଆବର୍ଷ ଦିନ କରିବାରେ ସାରା ବର୍ଷଟି ଆମର ସୁଖ ଶାନ୍ତିରେ ବିତିଥାଏ। ସମସ୍ତଙ୍କ ମନରେ ଏହି ଇଛା ଭରି ରହିଥାଏ କି ଆମର ଘରେ କେବେବି ଧନର ଅଭାବ ଦେଖା ନଦେଉ। ଘରକୁ କେବେବି ଦୁଃଖ ଦୁର୍ଦଶା ଓ ଅଶାନ୍ତି ନଆସୁ। ସେଥିପାଇଁ ଧନର ଆକର୍ଷଣ ପାଇଁ ଆମକୁ କିଛି କରିବାକୁ ପଡିଥାଏ। ଯାହା ଦ୍ୱାରା ମା ଲକ୍ଷ୍ମୀ ଆମ ମାନଙ୍କର ଘରକୁ ଟାଣି ହୋଇ ଆସିପାରିବେ।

ଆପଣ ମାନଙ୍କୁ ଜଣା ଅଛି ଯେ ଯେଉଁ ଘରେ ମା ଲକ୍ଷ୍ମୀଙ୍କର ବାସ ହୋଇଥାଏ ସେହି ଘରେ କେବେବି ଧନ ସୁଖ ଶାନ୍ତିର ଅଭାବ ଦେଖିବାକୁ ମିଳିନଥାଏ କିନ୍ତୁ ମା ଲକ୍ଷ୍ମୀ କେବଳ ସେହି ଘରକୁ ଆସିଥାନ୍ତି ଯେଉଁ ଘର ସର୍ବଦା ସଫା ସୁତରା ରହିବା ସହିତ ଘରଟି ମହକ ପୁର୍ଣ ହୋଇଥାଏ। ଏଣୁ ବନ୍ଧୁଗଣ ଆପଣ ମାନେ ଏହି ବର୍ଷ ଦିନ ସକାଳୁ ସକାଳୁ ଉଠି ଆପଣଙ୍କର ଘର ଓ କାର୍ଯ୍ୟ କ୍ଷେତ୍ରକୁ ସଫା କରିନିଅନ୍ତୁ ଏବଂ ଘରେ କେଉଁଠି ବି ପଡି ରହିଥିବା ଭଙ୍ଗା ଫଟା ଦଦରା ଜିନିଷକୁ ବାହାର କରିଦିଅନ୍ତୁ। ଯେପରିକି ଭଙ୍ଗା

ଲୁହା ଟିଣ ପ୍ଲାଷ୍ଟିକ କାଚ ଆଇନା ପ୍ଲେଟ କପ ଫୋଟ ଫ୍ରେମ ସଫା ଟିଭି ଏମିତି ନାନାଦି ଅଦରକାରୀ ଜିନିଷକୁ ବାହାର କରିଦିଅନ୍ତୁ ଏବଂ ଏହା ସହିତ ଘରେ ଥିବା ଚିରା ଫଟା ବସ୍ତ୍ର ଭଙ୍ଗା ରୁଜା ଇଲକଟ୍ରନିକ ଜିନିଷ ଯେପରି କି ଟିଭି ଘଣ୍ଟା ଫ୍ରିଜ ଏହିପରି ଯାବତୀୟ ଅଦରକାରୀ ଇଲକଟ୍ରନିକ ଜିନିଷକୁ ଘରୁ ବାହାର କରିଦିଅନ୍ତୁ କିମ୍ବା ସେହିସବୁ ଜିନିଷକୁ କୌଣସି ଗରିବ ଲୋକଙ୍କୁ ଦାନ କରିଦିଅନ୍ତୁ। ଏହା ସହିତ ଘରକୁ ସୁବାସିତ ଜଳ ଦ୍ୱାରା ଯେପରିକି କର୍ପୁର ଅତର ଧୂପ ଦୀପ ଦ୍ୱାରା ଘରର ବାତାବରଣକୁ ସୁବାସିତ କରିଦିଅନ୍ତୁ ଏବଂ ଘରକୁ ଗୋ ମୂତ୍ର କିମ୍ବା ଗୋ ମୟ ସହିତ କିଛି ଲୁଣ ଏବଂ କିଛି ଫିଟିକିରି ମିଶାଇ ଘରକୁ ଭଲ ଭାବରେ ଲିପା ପୋଛା କରିଦିଅନ୍ତୁ।

ଏହା ଦ୍ୱାରା ଘର ସଫା ସୁତରା ହେବା ସହିତ ଘରକୁ ସକରାତ୍ମକ ଉର୍ଜାମାନ ପ୍ରବେଶ କରିଥାନ୍ତି। ଏହା ସହିତ ଘରେ ଥିବା ସବୁ ବାସ୍ତୁଦୋଷ ମାନ ଦୂର ହୋଇଥାଏ। ଏହା ଦ୍ବାରା ଘରେ ଧନ ସୁଖ ଶାନ୍ତି ସମୃଦ୍ଧିର ବୃଦ୍ଧି ପାଇଥାଏ। ଏହାକୁ କେବଳ ଗୋଟିଏ ଦିନ ନକରି ଯଦି ବର୍ଷ ସାରା ପାଳନ କରନ୍ତି ତେବେ ଅନେକ ପ୍ରକାରର ଶୁଭ ଫଳ ମାନ ମିଳିଥାଏ। ଏହା ଦ୍ବାରା ଆପଣ ନିରୋଗୀ ହୋଇପାରିବେ। ଅତର ବ୍ୟବହାର କରିବା ସହିତ ନିଜ ଶରୀରରେ ଓ ନିଜ ବସ୍ତ୍ରରେ ଅତର ବ୍ୟବହାର କରନ୍ତୁ। ଏପରି କରିବା ଦ୍ୱାରା ଆପଣ ନିଜେ ହିଁ ଜାଣିପାରିବେ କି ବିଗତ ଦିନ ଏବଂ ନୂଆବର୍ଷଟି ଆପଣଙ୍କ ପାଇଁ କିପରି ରହିବ।

ଘରର ଚାରିପାଖରେ ଗଛ ଲଗାନ୍ତୁ। ଏହା ଦ୍ବାରା ଘରର ବାତାବରଣ ସ୍ୱଚ୍ଛ ରହିବା ସହିତ ଘରର ଚତୁରପାର୍ଶ୍ଵର ବାତାବରଣ ସ୍ୱଚ୍ଛ ଓ ନିର୍ମଳ ରହିଥାଏ।

ନୂଆବର୍ଷ ଦିନ ଏହି କାର୍ଯ୍ୟ କରିବା ସହିତ ଘରକୁ କେଉଁ ଜିନିଷ ଆଣିବା ଦ୍ୱାରା ଘରେ ଧନର ବର୍ଷା ହୋଇଥାଏ ଘରକୁ ଟଙ୍କା ପଇସାର ସୁଅ ଛୁଟି ଥାଏ। ସବୁ ଅଶୁଭ ମାନ ଶୁଭ ହୋଇଯାଇଥାଏ। ରୋଜଗାରର ସବୁ ମାର୍ଗ ଖୋଲି ଯାଇଥାଏ। ଅଭାବ ଅନଟନ ଦୂର ହୋଇଯାଇଥାଏ। ତେବେ ବନ୍ଧୁଗଣ ସେହିସବୁ ଜିନିଷ କଣ ହୋଇଥାଏ ଆସନ୍ତୁ ଜାଣିନେବା।

ଶ୍ରୀ ଗଣେଶଙ୍କର ଫୋଟ। ଭଗବାନ ଗଣେଶଙ୍କୁ ବିଘ୍ନ ହର୍ତା ବୋଲି କୁହାଯାଇଥାଏ। ଯିଏ ମନୁଷ୍ୟର ସବୁ ଦୁଃଖ ବା କଷ୍ଟକୁ ଦୂର କରିଥାନ୍ତି ତା ସହିତ ସେ ସମସ୍ତ ପ୍ରକାରର ମଙ୍ଗଳ ମଧ୍ୟ କରିଥାନ୍ତି। ଯଦି ଆପଣ ନୈରାଶ୍ୟ ଜୀବନ ଯାପନ ଅତିବାହିତ କରୁଥାନ୍ତି ତେବେ ଏହି ନୂଆବର୍ଷ ଦିନ ଭଗବାନ ଗଣେଶଙ୍କର ଫୋଟ ଘରକୁ ଆଣି ନୂଆବର୍ଷ ଦିନହିଁ ପୂଜାପାଠ କରନ୍ତୁ ତ ସମ୍ପୂର୍ଣ ଘର ଉପରେ ଭଗବାନ ଗଣେଶଙ୍କର ଆଶୀର୍ବାଦ ଏବଂ କୃପା ବର୍ଷିବ। ସବୁ ଦୁଃଖ ଦୁର୍ଦଶାର ଅନ୍ତ ଘଟିବ। ଏହା ସହିତ ସୁଖ ଶାନ୍ତି ଅବଶ୍ୟ ମିଳିବ।

ନଡ଼ିଆ। ଏହି ବର୍ଷ ଦିନ ଘରକୁ ନଡ଼ିଆ ଆଣି ଓ ନଡ଼ିଆ ଭାଙ୍ଗି ନୂଆବର୍ଷର ପାଳନ ଅବଶ୍ୟ କରନ୍ତୁ। ତେବେ ସାରା ବର୍ଷଟି ଆପଣଙ୍କର ବହୁତ ଶୁଭ ଏବଂ ମଙ୍ଗଳମୟ ହୋଇଥାଏ। ଏହା ଦ୍ବାରା ଆପଣ ମାନଙ୍କର ସଫଳତାର ରାସ୍ତା ବି ଖୋଲି ଯାଇଥାଏ। ଏଣୁ ଘରେ ହେଉ କିମ୍ବା କୌଣସି ମନ୍ଦିରରେ କେଉଁଠି ବି ନଡ଼ିଆ ଭାଙ୍ଗି ନୂଆବର୍ଷର ପାଳନ ଅବଶ୍ୟ କରନ୍ତୁ।

ମୟୁର ପଙ୍ଖ ବା ବଂଶୀ। ଏହି ମୟୁର ପଙ୍ଖ ବା ବଂଶୀଟିକୁ ଏହି ନୂଆବର୍ଷ ଦିନ ଘରକୁ ଅବଶ୍ୟ କିଣି ଆଣନ୍ତୁ। ଧ୍ୟାନ ରଖିବେ ଯେ କିଣିବା ସମୟରେ ଭଗବାନ ଶ୍ରୀକୃଷ୍ଣଙ୍କର ନାମ ନିଶ୍ଚୟ ନେବେ। କାରଣ ଏମିତି କରିବା ଦ୍ୱାରା ସମସ୍ତ କାର୍ଯ୍ୟରେ ନିଶ୍ଚୟ ସଫଳତା ମିଳିଥାଏ। ଆଉ ସବୁ କାମ ଭଲରେ ଭଲରେ ହୋଇଥାଏ।

ଯଦି ଆପଣ ସଦାସର୍ବଦା ଟଙ୍କା ପଇସାକୁ ନେଇ ଚିନ୍ତା ଗ୍ରସ୍ତ ରହୁଛନ୍ତି ତେବେ ଏହି ନୂଆବର୍ଷ ଦିନ କ୍ଳାସୁଲା ଗଛ ଆଣି ଘରେ ରୋପଣ କରନ୍ତୁ। ଦେଖିବେ ଆପଣଙ୍କର ଏହି ସାରା ବର୍ଷଟି କିପରି ସୁଖମୟ ହୋଇଯିବ।

ଲାଫିଙ୍ଗ ବୁଦ୍ଧ ବା କୁବେରଙ୍କର ଫୋଟଟିଏ ନୂଆବର୍ଷରେ ଯଦି ଆପଣ ଘରକୁ ଆଣନ୍ତି ତେବେ ଆପଣଙ୍କର ସମସ୍ତ ଧନର ସମସ୍ୟା ମାନ ଦୂର ହୋଇଯିବ। ଏବଂ ଘରେ ଧନ ସୁଖ ସମୃଦ୍ଧି ବୃଦ୍ଧି ପାଇବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *