ଭଲ କର୍ମ କରୁଥିବା ଲୋକଙ୍କୁ ଖରାପ ଫଳ କଣ ପାଇଁ ମିଳିଥାଏ ?
ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଭଲ କର୍ମ କରୁଥିବା ଲୋକଙ୍କୁ ଖରାପ ଫଳ କଣ ପାଇଁ ମିଳିଥାଏ।
ବନ୍ଧୁଗଣ ଭଲ କାମ କରୁଥିବା ଲୋକଙ୍କୁ ଖରାପ ଫଳ କଣ ପାଇଁ ମିଳିଥାଏ ଓ ଖରାପ କାମ କରୁଥିବା ଲୋକଙ୍କୁ ଭଲ ଫଳ କଣ ପାଇଁ ମିଳିଥାଏ। ଏହି ପ୍ରଶ୍ନ ଅଧିକାଂଶ ଲୋକଙ୍କ ମନକୁ ଆସିଥାଏ କି ଭଗବାନ ଆମର ସାଥ କଣ ପାଇଁ ଦେଉନାହାନ୍ତି। ଆମର ପ୍ରାର୍ଥନା ଆମର ବିନତି କଣ ପାଇଁ ଶୁଣୁ ନାହାନ୍ତି। ଏହି ପ୍ରଶ୍ନର ଉତ୍ତର ଭାଗବତ ଗୀତାରେ ଶୁଣା ଯାଇଥିବା ଗୋଟିଏ ପ୍ରସଙ୍ଗରେ ପାଇ ପାରିବା। ପ୍ରସଙ୍ଗ ଅନୁସାରେ ଗୋଟିଏ ଗୋପାଳ ଭଗବାନଙ୍କର ବଡ଼ ସେବା କରୁଥିଲା।
ସେ ସବୁଦିନ ନିୟମରେ ମନ୍ଦିର ଯାଇ ସ୍ୱଚ୍ଛ ମନରେ ଭଗବାନଙ୍କୁ ସ୍ମରଣ କରୁଥିଲା। ତାର ଭକ୍ତିର କାମ କେତେଦିନ ଚାଲିଥିଲା ଗୋଟିଏ ଦିନ ତାର ଭକ୍ତିରେ ଭଗବାନ ପ୍ରସନ୍ନ ହୋଇ ଦର୍ଶନ ଦେଲେ। ପ୍ରଭୁଙ୍କୁ ସାମ୍ନାରେ ଦେଖି ସେହି ଗୋପାଳ ଆଖିରେ ଲୁହ ବହିବାକୁ ଲାଗଲା। ସେ କହିଲା ହେ ପ୍ରଭୁ ମୁଁ କେତେ ବର୍ଷ ହେଲା ଏହି ଦିନକୁ ଅପେକ୍ଷା କରିଥିଲି। ମୁଁ ସବୁଦିନ ଏହି ମୂର୍ତ୍ତିକୁ ଦେଖି ଭାବୁଥିଲି କି ମୋ ସ୍ୱାମୀ କେବେ ଠାରୁ ଏମିତି ଠିଆ ହୋଇ ଭକ୍ତ ମାନଙ୍କୁ ଦର୍ଶନ ଦେଉଛନ୍ତି। ଆପଣ ନିଶ୍ଚିତ ଭାବରେ ଥକି ଯାଇଥିବେ ପ୍ରଭୁ ମୁଁ ଆପଣଙ୍କ ପାଇଁ କିଛି କରିବାକୁ ଚାହୁଁଛି।
ସେତେବେଳେ ଭଗବାନ ତାକୁ ପଚାରିଲେ ତୁ ମୋର ସାହାର୍ଯ୍ୟ କିପରି କରିପାରିବୁ। ତା ପରେ ସେହି ଗୋପାଳ କହିଲା ହେ ପ୍ରଭୁ ଆପଣ ଯଦି ଚାହିଁବେ ତାହେଲେ ମୁଁ ଆପଣଙ୍କ ଜାଗାରେ ଛିଡା ହୋଇ ରହିବି ଆଉ ଆପଣ ମୋ ରୂପ ଧାରଣ କରି ଏହି ନଗରକୁ ଭ୍ରମଣ କରିବେ। ଭଗବାନ ସେହି ଭକ୍ତର ଭୋଳା ପଣରେ ପ୍ରସନ୍ନ ଥିଲେ ଯାହା ପାଇଁ ସେ ଗୋପାଳର ପ୍ରାର୍ଥନା ସ୍ୟୁକାର କଲେ। କିନ୍ତୁ ଭଗବାନ ସେହି ଗୋପାଳ ସାମ୍ନାରେ ଗୋଟିଏ ସର୍ତ୍ତ ରଖିଥିଲେ ଯେ ସମ୍ପୂର୍ଣ୍ଣ ଦିନରେ ତୁମ ସାମ୍ନାକୁ କେତେ ଲୋକ ଆସିବେ କେତେ ପ୍ରକାରର ବିନତି କରିବେ ତୁମେ କେବଳ ସେମାନଙ୍କ ପ୍ରାର୍ଥନା ଶୁଣିନେବ କିଛି କରିବ ନାହିଁ କି କିଛି କହିବ ନାହିଁ ମୁ ସମସ୍ତଙ୍କ ପାଇଁ ନିୟତି ପ୍ରସ୍ତୁତ କରିସାରିଛି।
ଭଗବାନଙ୍କର କଥା ଶୁଣି ସେହି ଗୋପାଳ ବହୁତ ଆଶ୍ଚର୍ଯ୍ୟ ହୋଇଗଲା। ସେ ମନକୁ ମନ ବିଚାରିଲା କଣ ଭଗବାନ ଆମ ପ୍ରାର୍ଥନାକୁ ଅଣଦେଖା କରି ଦେଉଛନ୍ତି। ନିଜ ମନରେ ଅନେକ ପ୍ରଶ୍ନ ରଖି ସେ ଶାନ୍ତ ରହିଲା ଏବଂ ସର୍ତ୍ତ ମାନି ଭଗବାନଙ୍କ ସାମ୍ନାରେ ଛିଡା ହୋଇଗଲା। ସବୁଠାରୁ ପ୍ରଥମେ ମନ୍ଦିରକୁ ଗୋଟେ ବେପାରୀ ଆସିଲା ଏବଂ କହିଲା ଭଗବାନ ମୁଁ ଗୋଟିଏ ନୂଆ ବ୍ୟାପାର ଆରମ୍ଭ କରିବାକୁ ଯାଉଛି ତାକୁ ବହୁତ ସଫଳ କରିଦେବେ। ଯେମିତି ସେହି ବେପାରୀ ମନ୍ଦିରରୁ ଯିବାକୁ ଲାଗିଲା ତାର ଧନର ପୁଟୁଳି ତଳେ ପଡ଼ିଗଲା।
ସେହି କଥାକୁ ସେହି ବ୍ୟାପାରି ଜାଣି ପାରିଲା ନାହିଁ ଏବଂ ସେ ଚାଲିଗଲା। ସର୍ତ୍ତ ଅନୁସାରେ ସେହି ଗୋପାଳ ଚୁପ ରହିଲା। ତା ପରେ ଗୋଟିଏ ଗରିବ ଲୋକ ଆସିଲା ଆଉ କହିଲା ହେ ପ୍ରଭୁ ମୋ ଘରେ ଖାଇବା ପାଇଁ କିଛି ହେଲେ ନାହିଁ କୃପା କରନ୍ତୁ ସେତେବେଳେ ତାର ନଜର ବ୍ୟାପାରିର ପଡିଥିବା ଧନର ପୁଟୁଳି ଉପରେ ପଡ଼ିଲା ସେ ଭଗବାନଙ୍କୁ ଧନ୍ୟବାଦ ଦେଲା ଓ ପୁଟୁଳି ନେଇ ମନ୍ଦିରରୁ ଚାଲିଗଲା ତୃତୀୟ ଲୋକ ମନ୍ଦିରକୁ ଗୋଟିଏ ନାଉରି ଆସିଲା। ମୁଁ କାମ ପାଇଁ ସମୁଦ୍ର ପାର ହୋଇ ଆରପାରିକୁ ଯିବି ମୋର ଯାତ୍ରାରେ କୌଣସି ଅସୁବିଧା ନଆସୁ କୃପା କରିବେ।
ନାଉରି ଭଗବାନଙ୍କୁ ପ୍ରାର୍ଥନା କରିଥିବା ବେଳେ ସେହି ସମୟରେ ବ୍ୟାପାରି ସୈନିକ ମାନଙ୍କୁ ନେଇ ମନ୍ଦିର ଆସିଲା ଏବଂ କହିଲା ମୋ ପରେ ଏହି ମନ୍ଦିରକୁ ନାଉରି ହିଁ ଆସିଛି ଏହାର ଅର୍ଥ ହେଉଛି ମୋର ଧନର ପୁଟୁଳି ଏଇ ହିଁ ନେଇଛି ୟାକୁ ବନ୍ଦୀ କରନ୍ତୁ। ଏହା ଦେଖି ସେ ଗୋପାଳ ଭାବୁଛି ମୁଁ କାହା ସହିତ ଅନ୍ୟାୟ ହେବାକୁ ଦେଇ ପାରିବି ନାହିଁ। ସେ ଗୋପାଳ ନିଜର ସର୍ତ୍ତ ଭୁଲିକି କହିବାକୁ ଲାଗିଲା ସେହି ଧନର ପୁଟୁଳି ନାଉରି ନେଇ ନାହିଁ ଗରିବ ମଣିଷ ପାଖରେ ଅଛି। ସୈନିକ ମାନେ ସେହି ଗରିବକୁ କାରବାସରେ ରଖିଦେଲେ।
ନାଉରି ନିଜ ଯାତ୍ରା ପାଇଁ ଚାଲିଗଲା। ଆଉ ବ୍ୟାପାରି ଧନର ପୁଟୁଳି ନେଇ ଘରକୁ ଚାଲିଗଲା। ସନ୍ଧ୍ୟା ହେବା ପରେ ଯେତେବେଳେ ଭଗବାନ ମନ୍ଦିରକୁ ଫେରିଲେ ତ ଗୋପାଳ ଖୁସିରେ ସବୁ କଥା ଭଗବାନଙ୍କୁ କହିଲା। ଗୋପାଳର କଥା ଶୁଣି ଭଗବାନ କହିଲେ ତମେ କାହାର ମଧ୍ୟ ଭଲ କରିଲ ନାହିଁ। ସମସ୍ତଙ୍କର କ୍ଷତି କଲ। ସେହି ବ୍ୟାପାରି ଭୁଲ ରାସ୍ତାରେ ଧନ ଅର୍ଜନ କରେ। ଯଦି ତାର ଧନ ପଡି ଯାଇଥିଲା ତାହେଲେ ତାକୁ କୌଣସି ବି ଫରକ ପଡି ନଥାନ୍ତା। କେବଳ ତାର ପାପ ହିଁ କମି ଯାଇଥାନ୍ତା। କାହିଁକିନା ସେହି ଧନ ଗରିବକୁ ମିଳି ଯାଇଥିଲା।
ଧନ ମିଳିବା ପରେ ତାର ପିଲାମାନେ ଭୋକରେ ମରି ନଥାନ୍ତେ। ସେହି ପ୍ରକାରର ନାଉରି ଯେଉଁ ଯାତ୍ରାରେ ଯାଉଥିଲା ସେଠାରେ ବଡ଼ ତଫାନ ଆସିବାର ଥିଲା ଯଦି ସେ କାରବାସରେ ରହିଥାନ୍ତା ତାହେଲେ ତାର ଜୀବନ ବଞ୍ଚି ଯାଇଥାନ୍ତା। ଭଗବାନଙ୍କ ଠାରୁ ଏହି କଥା ଶୁଣି ଗୋପାଳ ବୁଝି ପାରିଲା ସେ ସକାଳୁ ଯେଉଁ କଥାକୁ ନେଇ ଆଶ୍ଚର୍ଯ୍ୟ ହୋଇଯାଇଥିଲା ପ୍ରକୃତରେ ତାର ଅର୍ଥ କଣ ଥିଲା। ଏହିପରି ଆମ ଜୀବନରେ ମଧ୍ୟ ବହୁତ ଅସୁବିଧା ଆସିଥାଏ। ଯେତେବେଳେ ଆମକୁ ଲାଗେ କି ଆମ ସହିତ ବହୁତ ଅନ୍ୟାୟ ହେଲା ଭଗବାନ ଆମ ସହିତ ଅନ୍ୟାୟ କରିଲେ କିନ୍ତୁ ଆମର ଏହି ଘଟଣା ପଛରେ ଭଗବାନଙ୍କର କିଛି ନାଁ କିଛି ଅର୍ଥ ନିଶ୍ଚୟ ଅଛି। ଏହା ଆମକୁ ଜଣା ମଥାଏ।