ଯଦି ଏହି ୧୦ଟି ଲକ୍ଷଣ ଦେଖାଯାଉଛି,ତା ହେଲେ ତୁରନ୍ତ ଚେକ କରନ୍ତୁ ହାର୍ଟ,ନ ହେଲେ ଆସିପାରେ ହାର୍ଟଆଟାକ !
ବନ୍ଧୁଗଣ, ଆପଣ ମାନଙ୍କୁ ଆମର ପୋର୍ଟାଲକୁ ସ୍ଵାଗତ ଜଣାଉଛୁ। ଆମ ଶରୀରର ସବୁଠାରୁ ମୁଖ୍ୟ ଅଙ୍ଗ ହେଉଛି ମସ୍ତିଷ୍କ ଓ ହୃତପିଣ୍ଡ। ଯେବେ କୌଣସି ବ୍ୟକ୍ତିକୁ ଥଣ୍ଡା, ଜ୍ଵର ଓ ପେଟରୋଗ ସମସ୍ୟା ହୋଇଥାଏ, ସେତେବେଳେ ଆମେ ଏହାର ଏହାର ଉପଚାର ପାଇଁ ଔଷଧର ସେବନ କରିଥାଉ। କିନ୍ତୁ ହୃଦରୋଗକୁ ଭଲ କରିବା ପାଇଁ କୌଣସି ସଠିକ ଔଷଧ ବାହାରି ନାହିଁ।
ଆମ ଶରୀରରେ ଯେଉଁ ସମସ୍ୟା ସୃଷ୍ଟି ହୋଇଥାଏ, ଏହାଦ୍ବାରା ଆମକୁ ଅନେକ ସଂକେତ ମଧ୍ୟ ମିଳିଥାଏ। ଅଧିକାଂଶ ଲୋକଙ୍କୁ ହୃଦରୋଗ ସମସ୍ୟା ଅଳ୍ପ ବୟସରୁ ହୋଇଥାଏ।ଏଥିପାଇଁ ଅକାଳ ମୃତ୍ୟୁ ମଧ୍ୟ ହୋଇ ଯାଇଥାଏ।ହୃଦ ଜନିତ ରୋଗ ଅଚାନକ ଆସିଥାଏ, ଏହା ଜୀବନଶୈଳୀର ରୋଗ ଅଟେ। ହୃଦଘାତ ହେବା ପୂର୍ବରୁ ଅନେକ ଲକ୍ଷଣ ଦେଖା ଦେଇଥାଏ।ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।
ବେଳେବେଳେ ବହୁତ ସମୟ ଧରି ଆପଣ ଗୋଟେ ଜାଗାରେ ଶୋଇ ରହିଲେ ବା ଆପଣଙ୍କ ଶରୀରର ମାଂସପେଶୀ ଲଗାତାର ଯଦି ବେକ ବ୍ୟଥା ହେଉଥାଏ, ତାହେଲେ ବୁଝି ନିଅନ୍ତୁ ଯେ ଆପଣଙ୍କୁ ହୃଦରୋଗ ହେବାର ସମ୍ଭାବନା ରହିଛି।
ଯଦି ଆପଣଙ୍କ ହାତ ଓ ଗୋଡ ଥଣ୍ଡା ପଡ଼ି ଯାଉଛି ବା ଗୋଡ ଝିମଝିମ ପଡ଼ି ଯାଉଛି, ତାହେଲେ ବୁଝି ଯାଆନ୍ତୁ ଯେ ଏହା ହୃଦରୋଗ ହେବାର ଲକ୍ଷଣ ଅଟେ।
ପ୍ରାୟତଃ ପ୍ରତ୍ୟେକ ଲୋକଙ୍କର ଶାରିରୀକ ପରିଶ୍ରମ ବା ସକାଳେ କରୁଥିବା ବ୍ୟାୟାମ ପରେ ଶରୀରରୁ ଝାଳ ବାହାରି ଥାଏ। କିନ୍ତୁ କିଛି ଲୋକଙ୍କୁ ରାତିରେ ପରିଶ୍ରମ ନକରି ଝାଳ ବାହାରିଥାଏ, ଏହା ହୃଦଘାତ ହେବାର ସଂକେତ ଅଟେ।ଏହାଦ୍ବାରା ହୃତପିଣ୍ଡ ମଧ୍ୟକୁ ସଠିକ ଭାବରେ ଅମ୍ଳଜାନ ପହଞ୍ଚି ପାରେ ନାହିଁ।
ବେଳେବେଳେ ଅଧିକ ପରିଶ୍ରମ କରିବା ପରେ ନିଃଶ୍ୱାସ ଫୁଲି ଯାଇଥାଏ ଏବଂ ଏହା ଏକ ସାଧାରଣ ଲକ୍ଷଣ ଅଟେ। କିନ୍ତୁ ଯଦି ଆପଣ ଅଳ୍ପ ପରିଶ୍ରମ କରି ଆପଣଙ୍କର ନିଶ୍ବାସ ଖୁବ୍ ଶୀଘ୍ର ଫୁଲିବାକୁ ଲାଗୁଛି, ତାହେଲେ ବୁଝି ନିଅନ୍ତୁ, ଏହା ହୃଦଘାତ ହେବାର ସଂକେତ ଦେଇଥାଏ।
ଯଦି ଆପଣଙ୍କୁ ନିଃଶ୍ୱାସ ନେବା ସମୟରେ ଛାତିରେ କଷ୍ଟ ଅନୁଭବ ହୁଏ, ତାହେଲେ ଏହା ହୃଦଘାତ ହେବାର ସଂକେତ ବୋଲି ଜାଣି ନିଅନ୍ତୁ।
ଯଦି ଆପଣଙ୍କୁ ଅଧିକାଂଶ ସମୟରେ ଥକାପଣ, ଦୁର୍ବଳ ଲାଗିବା, ଅଧିକ ଶାରୀରିକ ଓ ମାନସିକ ଚାପ ଅନୁଭବ ହେଉଛି ତାହେଲେ ବୁଝି ଯାଆନ୍ତୁ ଏହା ହୃଦରୋଗ ହେବାର ସଂକେତ ଅଟେ।ଏହାଦ୍ବାରା ଶରୀରରେ ସଠିକ ରୂପରେ ରକ୍ତ ସଞ୍ଚାଳନ ହୋଇଥାଏ।
ମସ୍ତିଷ୍କ ଦୁର୍ବଳ ହେବା, ସ୍ମୃତି ଶକ୍ତି ହ୍ରାସ ହେବା, ଶରୀରରେ ଅମ୍ଳଜାନର ଅଭାବ ହେବା, ଅଧିକ ଚିନ୍ତା କରିବା ହୃଦଘାତ ହେବାର ସଂକେତ ଦେଇଥାଏ।
ପେଟର ଯନ୍ତ୍ରଣା, ପେଟର ଉପର ଭାଗ ଯନ୍ତ୍ରଣା ହେବା,ଏହିସବୁ ସମସ୍ୟା ଦେଖା ଦେଲେ ବୁଝି ଯାଆନ୍ତୁ ଯେ ହୃଦରୋଗ ହେବାର ସମ୍ଭାବନା ରହିଛି।ଏହା ବହୁତ କଷ୍ଟଦାୟକ ଅଟେ।
ହୃଦରୋଗ ହେବାର ସବୁଠାରୁ ବଡ଼ ଲକ୍ଷଣ ହେଉଛି, ମୁଣ୍ଡ ବ୍ୟଥା କରିବା। ଏଭଳି ପରିସ୍ଥିତିରେ ଆମ ଶରୀରରେ ସଠିକ ଭାବରେ ରକ୍ତ ସଞ୍ଚାଳନ ହୋଇ ପାରି ନଥାଏ ଏବଂ ମୁଣ୍ଡବିନ୍ଧା ଆରମ୍ଭ ହୋଇ ଯାଇଥାଏ।
ଆଜିର ଦୁନିଆରେ ହୃଦରୋଗ ଏକ ସାଧାରଣ ସମସ୍ୟା ଅଟେ। ଯଦି ଆପଣଙ୍କ ଶରୀରରେ ଏଭଳି ସଂକେତ ଦେଖା ଦେଉଛି, ତାହେଲେ ଖୁବ୍ ଶୀଘ୍ର ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।
ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ। ତେବେ ଏହାକୁ ନିଶ୍ଚିତ ଭାବରେ ସମସ୍ତଙ୍କୁ ସେୟାର କରନ୍ତୁ।ଏଭଳି ଅଧିକ ପୋଷ୍ଟ ପଢ଼ିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ। ଧନ୍ୟବାଦ।