ସାମାନ୍ୟ ଲୁଣ ଆପଣଙ୍କୁ କରିଦେବ ଧନୀ ! ଆପଣାନ୍ତୁ ଏହି ସରଳ ଉପାୟ !
ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଘରର କେଉଁ ଜାଗାରେ ଲୁଣ ରଖିଲେ ୧୦ ଗୁଣା ବଢିଥାଏ ଧନ।
ବନ୍ଧୁଗଣ ବହୁ ବ୍ୟବହାର ସାଧାରଣ ଜିନିଷ ଲୁଣ କିପରି ଅସଧାରଣ କାର୍ଯ୍ୟ କରିଥାଏ ଆମ ମାନଙ୍କର ଜୀବନ ଜୀବିକାରେ। ବନ୍ଧୁଗଣ ସମସ୍ତଙ୍କ ଘରେ ଲୁଣର ବ୍ୟବହାର ହୋଇଥାଏ। ଲୁଣ ଖାଦ୍ୟର ସ୍ୱାଦିଷ୍ଟ ବଢାଇଥାଏ। କିନ୍ତୁ ଆଜି ଆମେ ଜାଣିବା ଏହା ଖାଲି ଖାଦ୍ୟକୁ ସ୍ୱାଦିଷ୍ଟ କରିନଥାଏ ବରଂ ଏହା ମନୁଷ୍ୟର ଭାଗ୍ୟକୁ ମଧ୍ୟ ବଦଳାଇ ଦେଇଥାଏ। ତେବେ ଆସନ୍ତୁ ଜାଣିବା ଲୁଣ କିପରି ଘରର ବାସ୍ତୁଦୋଷ ଦୂର କରିବା ସହିତ ମଣିଷର ଆୟ ବା ଧନ ବୃଦ୍ଧି କରିବାରେ ସାହାର୍ଯ୍ୟ କରିଥାଏ।
ବନ୍ଧୁଗଣ ଲୁଣର ଜନ୍ମ ସମୁଦ୍ରରୁ ହୋଇଥାଏ ଅର୍ଥାତ ସମୁଦ୍ରରୁ ଲୁଣ ପ୍ରସ୍ତୁତ କରାଯାଇଥାଏ ଏବଂ ସମୁଦ୍ର ହେଉଛି ମା ଲକ୍ଷ୍ମୀଙ୍କର ବାପ ଘର। କେଉଁ ଝିଅ ବା ବହୁ ନିଜର ବାପ ଘରକୁ ପସନ୍ଦ ନକରେ। ସବୁ ଝିଅମାନେ ନିଜ ବାପ ଘରର ଜିନିଷକୁ ପସନ୍ଦ କରିଥାନ୍ତି। ଯେହେତୁ ସମୁଦ୍ର ଜାତ ଲୁଣ ଏଣୁ ମା ଲକ୍ଷ୍ମୀଙ୍କର ମଧ୍ୟ ଏହା ବହୁତ ପ୍ରିୟ ଅଟେ।
ଲୁଣକୁ ରୋଷେଇରେ ବ୍ୟବହାର କରିବା ସହିତ ଲୁଣକୁ ବାସ୍ତୁଦୋଷ ନଜର ଦୋଷ ଘରର ସମସ୍ତ ନକରାତ୍ମକତାକୁ ଦୂର କରିବା ପାଇଁ ବ୍ୟବହାର କରାଯାଇଥାଏ। ଯଦି ଘରେ ଅଯଥାରେ କଳି ଝଗଡା ଲାଗି ରହୁଥାଏ ଅଭାବ ଅନଟନ ଦେଖାଦେଉଥାଏ ଆୟ ଥିଲେ ମଧ୍ୟ ସଞ୍ଚୟ ହୋଇପାରୁନଥାଏ ବ୍ୟବସାୟରେ କ୍ଷତି ଘଟୁଥାଏ ତେବେ ଏହି ଲୁଣକୁ କିପରି ବ୍ୟବହାର କରିବେ। ଆସନ୍ତୁ ଜାଣିବା।
ଘରକୁ ଲେପା ପୋଛା କରୁଥିବା ସମୟରେ ଏକ ଚାମଚ ଲୁଣ ବା ଏକ ମୁଠା ଲୁଣ ସେହି ପାଣିରେ ମିଶାଇ ଦିଅନ୍ତୁ। ତା ପରେ ସେହି ପାଣିରେ ଘରକୁ ଲେପା ପୋଛା କରନ୍ତୁ ଏବଂ ଏହାକୁ ସପ୍ତାହରେ ୨ ରୁ ୩ ଥର ନିଶ୍ଚୟ କରନ୍ତୁ। ଏହି କ୍ଷେତ୍ରରେ ରିଫାଇନ ଲୁଣ ଅପେକ୍ଷା ଧାଗ୍ରା ଲୁଣ ବହୁତ ଭଲ କାମ କରିଥାଏ। ଏହା କରିବା ଦ୍ୱାରା ଘରର ସମସ୍ତ ବାସ୍ତୁଦୋଷ ଦୂର ହୋଇଥାଏ ଏବଂ ନଜର ଦୋଷ ମଧ୍ୟ ଦୂର ହୋଇଥାଏ। ଘରେ ସମସ୍ତ ପ୍ରକାରର ନକରାତ୍ମକତା ଦୂର ହୋଇଥାଏ। ଆଉ ତାହା ଘରକୁ ଆଦୌ ପ୍ରବେଶ କରି ପାରିନଥାଏ। ଯାହା ଫଳରେ କି ଘରକୁ ଶାନ୍ତିର ବାତାବରଣ ଫେରି ଆସିଥାଏ। ଘର ଧନ ଐଶ୍ଵଯ୍ୟରେ ପୁରି ଉଠିଥାଏ।
ଘରର ନଜର ଦୋଷ ଦୂର କରିବା ପାଇଁ ଘରେ ରୋଜଗାର ଥିଲେ ମଧ୍ୟ ଉନ୍ନତି କରିପାରୁନଥିଲେ ସଦାସର୍ବଦା ରୋଗ ଲାଗି ରହିଥିଲେ ଏହି ଉପାୟଟିଏ କରନ୍ତୁ।
ବନ୍ଧୁଗଣ ଘରର ମୁଖ୍ୟ ଦ୍ୱାରରେ ଡାହାଣ ପଟେ ନାଲି କପଡ଼ାରେ କିଛି ଲୁଣ ରଖି ବାନ୍ଧି ଦିଅନ୍ତୁ। ଏହାକୁ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥିରେ ବାନ୍ଧି ଦିଅନ୍ତୁ। ପୁଣି ଏକ ମାସ ପରେ ସେହି କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥିରେ ପୁରୁଣା ଲୁଣ ପୁଟୁଳିକୁ ପାଣିରେ ବିସର୍ଜନ କରି ନୂଆ ପୁଟୁଳିଟିଏ କରି ଟାଙ୍ଗି ଦିଅନ୍ତୁ।ଏହିପରି କ୍ରମାଗତ ଭାବରେ କରନ୍ତୁ ଦେଖିବେ ଘରର ନଜର ଦୋଷ ଦୂର ହେବ। ସମସ୍ତ ନକରାତ୍ମକତା ଦୂର ହେବ।
ଆର୍ଥିକ କ୍ଷେତ୍ରରେ ସମସ୍ତ ସମସ୍ୟା ମାନ ଦୂର ହୋଇ ଉନ୍ନତି ଦେଖାଦେବ। ବନ୍ଧୁଗଣ ଆର୍ଥିକ କ୍ଷେତ୍ରରେ ଉନ୍ନତି ପାଇଁ ଆଉ ଏକ ଭଲ ଉପାୟଟିଏ ରହିଛି। ତାହା କଲେ ପ୍ରଚୁର ମାତ୍ରାରେ ଉନ୍ନତି ଦେଖାଦେବ। ଯଦି ଆପଣ ଯେତେ ବି ରୋଜଗାର କଲେ ମଧ୍ୟ ସଦାସର୍ବଦା ନିଅଣ୍ଟ ଧରୁଥାଏ କିମ୍ବା କର୍ମ ବ୍ୟବସାୟରେ କ୍ଷତି ଘଟୁଥାଏ ସଞ୍ଚୟ ଠିକରେ ହୋଇ ପାରୁନଥାଏ ତେବେ କିଛି ଲୁଣ ନେଇ ଗୋଟିଏ କାଚ ବା ପ୍ଲାଷ୍ଟିକ ଡ଼ବାରେ ରଖିଦିଅନ୍ତୁ।ବଯେପରି ବାହାରକୁ ଲୁଣ ଦେଖା ଯାଉଥିବ।
ସେହିପରି ଡ଼ବାରେ ରଖନ୍ତୁ ଏବଂ ସେଥିରେ କିଛି ଲବଙ୍ଗ ମଧ୍ୟ ରଖିଦିଅନ୍ତୁ ଏବଂ ସେହି ଡ଼ବାକୁ ଆଲମୀରା ହେଉ କିମ୍ବା ଲକର ହେଉ ଅବା ସିନ୍ଦୁକ ହେଉ ଅବା ପଇସା ବାକ୍ସ କିମ୍ବା ଯେଉଁଠି ଚାଉଳ ରଖୁଥିବା ଜାଗା ଭିତରେ ଏହାକୁ ରଖିପାରିବେ। ବନ୍ଧୁଗଣ ଏପରି କରିବା ଦ୍ୱାରା ଆପଣଙ୍କର ଘରର ଆର୍ଥିକ ଅବସ୍ଥାର ସୁଧାର ଆସିଥାଏ।
ଯଦି କିଛି ନୂତନ ବ୍ୟବସାୟ କରିବାକୁ ଚାହୁଁଛନ୍ତି ତେବେ ଏହି ଉପାୟ ନିଶ୍ଚୟ କରନ୍ତୁ ଏବଂ ତାପରେ ବ୍ୟବସାୟ ଆରମ୍ଭ କରନ୍ତୁ। ଦେଖିବେ ନିଶ୍ଚୟ ଉନ୍ନତି ହେବ। ବନ୍ଧୁଗଣ ଏହା ଧ୍ୟାନ ଦେବେକି ଘରୁ ଯେପରି ଲୁଣକୁ ସାରିବାକୁ ଦିଅନ୍ତୁ ନାହିଁ ଏବଂ ଲୁଣକୁ ମଧ୍ୟ ନଷ୍ଟ କରନ୍ତୁ ନାହିଁ। ଯେତିକି ଆବଶ୍ୟକ ସେତିକି ଲୁଣ ନିଅନ୍ତୁ ଏବଂ ଲୁଣକୁ ଏଠି ସେଠି ପକାନ୍ତୁ ନାହିଁ।
ଯଦି ଖାଇବା ପାତ୍ରରେ କିଛି ଲୁଣ ବଳି ପଡୁଛି ତେବେ ତାହାକୁ ଏଠି ସେଠି ପୋକାଇ ସେଥିରେ ପାଣି କିଛି ଢାଳି ଦିଅନ୍ତୁ। ଯେପରି ଲୁଣ ପାଣିରେ ମିଳାଇ ଯିବ। କାରଣ ଲୁଣକୁ ନଷ୍ଟ କଲେ ଋଣ ବଢିଥାଏ ଏବଂ ଲୁଣକୁ ସର୍ବଦା ସାଇତି କି ରଖିବେ। ଯେପରିକି ଘରୁ ତାହା ସରିନଯିବ କାରଣ ଲୁଣ ଘରୁ ସରିଗଲେ ମା ଲକ୍ଷ୍ମୀ ଘର ଛାଡ଼ି ଚାଲିଯାନ୍ତି।
ଲକ୍ଷ୍ମୀ ହେଉଛନ୍ତି ଚଞ୍ଚଳା ସେ ଅନ୍ୟ ଘରକୁ ଯିବା ପାଇଁ ସର୍ବଦା ଚଳ ଚଞ୍ଚଳ ଥାନ୍ତି। ତେଣୁ ଲୁଣକୁ ସର୍ବଦା ସଞ୍ଚୟ କରି ରଖନ୍ତୁ। ଏହା ଦ୍ବାରା ଆର୍ଥିକ ଅନଟନ ଦେଖା ଦେଇନଥାଏ କିମ୍ବା ମା ଲକ୍ଷ୍ମୀ ଘର ଛାଡ଼ି ଚାଲି ଯାଆନ୍ତି ନାହିଁ। ଯେମିତି ଲୁଣକୁ ସଞ୍ଚୟ କରି ରଖିବେ ସେମିତି ଆପଣଙ୍କର ଆର୍ଥିକ ଉନ୍ନତି ହେବ।