ବର୍ଷା ଜଳ କରିଥାଏ ଧନୀ।
ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ବର୍ଷା ଜଳ କରିଦିଏ ଧନୀ। ଜାଣନ୍ତୁ ବର୍ଷା ଜଳରେ କିଛି ଚମତ୍କାର ଉପାୟ।
ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ବର୍ଷା ଜଳର କିଛି ଚମତ୍କାରି ଉପାୟ ବିଷୟରେ ଜଣାଇବାକୁ ଯାଉଛି। ଯେଉଁ ଉପାୟ ମାନ କଲେ ଧନ ସୁଖ ସମୃଦ୍ଧି ବୃଦ୍ଧି ପାଇବା ସହିତ ରୋଗ ଏବଂ ଋଣ ଇତ୍ୟାଦିର ସମାଧାନ ମିଳିଥାଏ।
ବନ୍ଧୁଗଣ ଜଳ କେବଳ ମଣିଷର ଶୋଷ ମେଣ୍ଟାଇ ନଥାଏ କିମ୍ବା ଦୈନନ୍ଦିନ କାର୍ଯ୍ୟରେ ଆସିନଥାଏ ବରଂ ମଣିଷର ଅନେକ ସମସ୍ୟାମାନ ଦୂର କରିବା ସହିତ ମଣିଷକୁ ଧନ ସୁଖ ସମୃଦ୍ଧି ଆଣି ଦେଇଥାଏ। ବନ୍ଧୁଗଣ ଏବେ ତ ବର୍ଷା ଋତୁ ଚାଲିଛି। ଏହି ବର୍ଷା ଜଳକୁ ନେଇ ଯଦି କିଛି ଉପାୟ ମାନ କରନ୍ତି ତେବେ ଏହି ବର୍ଷା ଜଳ ଅନେକ ଚମତ୍କାରୀ ଫଳ ଦେଇଥାଏ ଏବଂ ଦରିଦ୍ରତା ଦୂର କରିଥାଏ। ଏହି ଉପାୟ କରିବା ପରେ ଆପଣ କେବେବି ନିରାସ ହେବେ ନାହିଁ କାରଣ ବର୍ଷା ଜଳର ଏହି ଉପାୟ ଦୁର୍ଭାଗ୍ୟକୁ ସୌଭାଗ୍ୟରେ ପରିଣତ କରିଦେଇଥାଏ।
ପ୍ରାଚୀନ ଧର୍ମ ଗ୍ରନ୍ଥରେ ଏହି ବର୍ଷା ଜଳ ବିଷୟରେ କିଛି ଉପାୟ ମାନ ଉଲ୍ଲେଖ ରହିଛି। ଯାହାକି ଯେତିକି ସହଜ ସେତିକି ଚମତ୍କାରି ହୋଇଥାଏ। ତନ୍ତ୍ର ବିଦ୍ୟାରେ ମଧ୍ୟ ଏହି ବର୍ଷା ଜଳର ଅନେକ ଚମତ୍କାରୀ ଉପାୟ ମାନ ବର୍ଣ୍ଣନା କରାଯାଇଛି। ଯାହାକି ମନୁଷ୍ୟର ଭାଗ୍ୟକୁ ମୁହୂର୍ତ୍ତକରେ ବଦଳାଇ ଦେଇଥାଏ। ତେବେ ଆସନ୍ତୁ ଜାଣିନେବା ବର୍ଷା ଜଳର ସେହି ଚମତ୍କାରି ଉପାୟମାନ ବିଷୟରେ। ଯାହାକି ସମସ୍ତ ଦୁଃଖର ଅନ୍ଧାର ଦୂର କରି ସୁଖ ଏବଂ ସମୃଦ୍ଧିର ଆଲୋକ ଆଣିଦେଇଥାଏ।
ପ୍ରଥମ ଉପାୟ। ଅଚାନକ ଧନ ପ୍ରାପ୍ତିର ଇଛା ରଖିଥିବା ମଣିଷ ମାନଙ୍କ ପାଇଁ। ସ୍ୱାତି ନକ୍ଷତ୍ର ଦିନ ଯଦି ବର୍ଷା ହେଉଥାଏ ତେବେ ସେହିଦିନ ଏକ ପାତ୍ରଟିଏ ନେଇ ଘରର ଐଶ୍ଵନ୍ୟ କୋଣରେ ରଖି ଦିଅନ୍ତୁ। ଯଦି ଏହି ଐଶ୍ଵନ୍ୟ କୋଣରେ ପାତ୍ରଟି ରଖିବାର ସୁବିଧା ହେଉନାହିଁ ତେବେ ଛାତ ଉପରେ କିମ୍ବା ତଳେ କୌଣସି ସ୍ଥାନରେ ରଖିଦିଅନ୍ତୁ। ସେହି ପାତ୍ରଟି ବର୍ଷା ଜଳରେ ପୂର୍ଣ୍ଣ ହୋଇଗଲେ ସେହି ବର୍ଷା ଜଳ ପୁର୍ଣ ପାତ୍ରଟିକୁ ଘରେ ଐଶ୍ଵନ୍ୟ କୋଣରେ ରଖିଦିଅନ୍ତୁ। ଧ୍ୟାନ ଦେବେକି ସେହି ଦିନ ସ୍ୱାତି ନକ୍ଷତ୍ର ଥିବା ଆବଶ୍ୟକ କାରଣ ଏହି ସ୍ୱାତି ନକ୍ଷତ୍ର ଦିନ ଜଳ ଶାମୁକା ଭିତରକୁ ଯାଇ ମୁକ୍ତାରେ ପରିଣତ ହୋଇଥାଏ।
ଏଣୁ ସ୍ୱାତି ନକ୍ଷତ୍ର ଅତ୍ୟନ୍ତ ପବିତ୍ର ଏବଂ ଉଚ୍ଚ କୋଟିର ହୋଇଥାଏ। ଏହି ସ୍ୱାତି ନକ୍ଷତ୍ରର ଜଳ କୌଣସି ଏକ ବୋତଲ କିମ୍ବା ନିବୁଜ ପାତ୍ରରେ ପୁରାଇ ସିନ୍ଦୁକ ବା ଲୋକରେ ରଖି ଦିଅନ୍ତୁ କିମ୍ବା ଦୋକାନ ବ୍ୟବସାୟରେ ଟଙ୍କା ରଖୁଥିବା ସ୍ଥାନରେ ରଖି ଦିଅନ୍ତୁ। ତେବେ ଦେଖିବେ ଏହାର ଚମତ୍କାରୀତା। ଏହାର ଚମତ୍କାର ଫଳରେ ଦରିଦ୍ରତା ଦୂର ହୋଇଥାଏ ଏବଂ ଧନ ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ। ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ଏବଂ ଘରକୁ ସୁଖ ଶାନ୍ତି ନେଇ ପ୍ରବେଶ କରିଥାନ୍ତି।
ଦ୍ୱିତୀୟ ଉପାୟ। ଯଦି କୌଣସି ବ୍ୟକ୍ତିଙ୍କର ବ୍ୟବସାୟରେ କ୍ଷତି ଘଟୁଥାଏ ବହୁତ ଚିନ୍ତା ବ୍ୟସ୍ତତା ଭିତରେ ସମୟ କଟୁଥାଏ ତେବେ ଏକ ନୂଆ ଏବଂ ସଫା ପିତଳ ଲୋଟାରେ ଅବା ପିତଳ ବାସନରେ ବର୍ଷା ଜଳ ଭରି କରି ସେହି ଜଳରେ ମା ଲକ୍ଷ୍ମୀଙ୍କର ଅଭିଷେକ କରନ୍ତୁ। ଏବଂ ତାହା ସହିତ ମା ଲକ୍ଷ୍ମୀଙ୍କର ମନ୍ତ୍ର ପାଠ କରନ୍ତୁ। ତେବେ ଏହା କରିବା ଦ୍ୱାରା ବହୁତ ସୁଖ ମିଳିଥାଏ।
ତୃତୀୟ ଉପାୟ। ଯଦି କାହାରି ପରିବାରରେ କଳହ ଅଶାନ୍ତି ଲାଗି ରହୁଥାଏ ପାରିବାରିକ ସୁଖ ଶାନ୍ତି ମିଳୁନଥାଏ ପରିବାରର ଶାନ୍ତି ଆଣିବା ପାଇଁ ଚାହୁଁଥିଲେ ତେବେ ବର୍ଷା ଜଳରେ ଭଗବାନ ବିଷ୍ଣୁଙ୍କର ସ୍ନାନ କରନ୍ତୁ ବା ଅଭିଷେକ କରନ୍ତୁ ଏବଂ ତା ସହିତ ଓଁମ ନମଃ ଭଗବତେ ବାସୁଦେବାୟ ନମଃ ଏହି ମନ୍ତ୍ରକୁ ୧୦୮ ଥର ପାଠ କରନ୍ତୁ ତେବେ ଯାଇ ପରିବାରରେ ସୁଖ ଶାନ୍ତି ଏବଂ ସମୃଦ୍ଧି ବୃଦ୍ଧି ପାଇଥାଏ ଏବଂ ପରିବାରର ସମସ୍ତ ସଦସ୍ୟଙ୍କ ମଧ୍ୟରେ ଭଲପାଇବା ପ୍ରେମ ସଦଭାବନା ଏବଂ ସହାନୁଭୂତି ବୃଦ୍ଧି ପାଇଥାଏ ଏବଂ ପରିବାରର ଶାନ୍ତିର ବାତାବରଣ ଦେଖା ଦେଇଥାଏ।
ଚତୁର୍ଥ ଉପାୟ। ଯଦି କୌଣସି ବ୍ୟକ୍ତିଙ୍କର ପରିବାରରେ ବିଶୃଙ୍ଖଳା ସୃଷ୍ଟି ହେଉଥାଏ ଆଶ୍ଚର୍ଯ୍ୟଜନକ ଘଟଣା ମାନ ଘଟୁଥାଏ ଏମିତି ଜଣା ପଡୁଥାଏ କି ଘରେ କୌଣସି ନକରାତ୍ମକ ଶକ୍ତିବାସ କରୁଛି ତେବେ ବର୍ଷା ଜଳକୁ ଏକ ପାତ୍ରରେ ଭରି ଘରର କୌଣସି ପରିଷ୍କାର ସ୍ଥାନରେ ରଖିଦିଅନ୍ତୁ ଏବଂ ସେହିଠାରେ ବସି ହନୁମାନ ଚାଳିସା ୫୧ ଥର ପାଠ କରନ୍ତୁ।
ଏହା ପରେ ସେହି ପାଣିକୁ ଆମ୍ବ ପତ୍ର କିମ୍ବା ଦେବଦାରୁ ପତ୍ରରେ ଘରର ସମସ୍ତ ସ୍ଥାନରେ ଛିଞ୍ଚି ଦିଅନ୍ତୁ। ଏହା ଦ୍ବାରା ଅନେକ ଲାଭ ମିଳିଥାଏ ଏବଂ ସମସ୍ତ ସମସ୍ୟାମାନ ଦୂର ହୋଇଥାଏ ଏବଂ ଘରେ ଥିବା ନକରାତ୍ମକ ଶକ୍ତି ପଳାୟନ କରିଥାଏ। ତନ୍ତ୍ର ମନ୍ତ୍ର ଗୁଣି ଗାରେଡି ଦୂର ହୋଇଥାଏ ଏବଂ ସକାରାତ୍ମକ ଶକ୍ତି ପ୍ରବେଶ କରିଥାଏ। ଯାହା ଦ୍ୱାରା ଘରେ ସୁଖ ଶାନ୍ତି ସମୃଦ୍ଧି ବୃଦ୍ଧି ପାଇଥାଏ।
ପଞ୍ଚମ ଉପାୟ। ଯଦି ଘରେ କାହାରିକୁ କୌଣସି ପୁରୁଣା ରୋଗ ହଇରାଣ କରୁଥାଏ ବହୁ ଦିନ ଧରି ରୋଗ ଲାଗି ରହିଥାଏ ଭଲ ହେବାର ଉପାୟ ଦେଖାଯାଉ ନାହିଁ ତେବେ ବର୍ଷା ହେଉଥିବା ସମୟରେ ସେହି ବର୍ଷା ଜଳରେ ଭିଜି ଓଁ ନମଃ ଶିବାୟ ଏହି ମନ୍ତ୍ରକୁ ୧୦୮ ଥର ପାଠ କରନ୍ତୁ। ଯଦି ବର୍ଷା ମଝିରେ ଛାଡି ଯାଏ ତଥାପି ମଧ୍ୟ ୧୦୮ ଥର ମନ୍ତ୍ରକୁ ପାଠ କରନ୍ତୁ। ବା ପୁର୍ଣ କରନ୍ତୁ ତେବେ ଯାଇ ଦେଖିବେ ଚମତ୍କାର ଭାବରେ ଏହି ସମସ୍ୟା ଦୂର ହୋଇଯିବ।
ଷଷ୍ଠ ଉପାୟ। ଯଦି କେହି କରଜରେ ବୁଡି ରହିଥାନ୍ତି କରଜ ସୁଝିବାର ବାଟ ଦିଶୁ ନଥାଏ ତେବେ ବର୍ଷା ଜଳକୁ ଏକ ବାଲ୍ଟିରେ ଭରି ସେଥିରେ କିଛି କଞ୍ଚା ଗାଈ କ୍ଷୀର ମିଶାଇ ଦିଅନ୍ତୁ ଏହାପରେ ନିଜର ଇଷ୍ଟ ଦେବୀ ବା ଦେବତାଙ୍କୁ ସ୍ମରଣ କରି ସେହି ବର୍ଷା ଜଳରେ ସ୍ନାନ କରିନିଅନ୍ତୁ ଏହା ଦ୍ବାରା କରଜର ପରିସ୍ଥିତିରୁ ମୁକ୍ତି ମିଳିଥାଏ ଅଥବା ମୁକ୍ତି ପାଇବାର ବାଟ ମିଳିଯାଇଥାଏ।
ସପ୍ତମ ଉପାୟ। ଯଦି ପରିବାରରେ କାହାରି ବିବାହ ବୟସ ହୋଇଥିଲେ ମଧ୍ୟ ବିବାହ ହୋଇ ପାରୁନାହିଁ ତେବେ ବର୍ଷା ଜଳ ସଂଗ୍ରହ କରି ଭଗବାନ ଗଣେଶଙ୍କର ଅଭିଷେକ କରନ୍ତୁ। ଏବଂ ଭଗବାନ ଗଣେଶଙ୍କର ମନ୍ତ୍ର ଜପ କରନ୍ତୁ ଅଥବା ଭଗବାନ ଗଣେଶଙ୍କର ଚାଳିସା ପାଠ କରନ୍ତୁ। ଗଣେଶଙ୍କର ସ୍ତୁତି କରନ୍ତୁ। ଏହା କିଛିଦିନ ନିୟମିତ କରନ୍ତୁ ବା ପ୍ରତି ବୁଧବାର ଦିନ ଏହା କରନ୍ତୁ। ତେବେ ବିବାହରେ ଆସୁଥିବା ସମସ୍ତ ବାଧା ବିଘ୍ନ ନିଶ୍ଚୟ ଦୂର ହୋଇଯିବ। ସେହି ପୁଅ କିମ୍ବା ଝିଅର ତୁରନ୍ତ ବିବାହ ଯୋଗ ଆସିଯିବ।
ଏବେ ଆସନ୍ତୁ ଜାଣିବା ସାଧାରଣ ଜଳର କିଛି ଉପାୟ ବିଷୟରେ
ଯଦି ନିଜ ଘରୁ ନାକାରାତ୍ମକ ଉର୍ଜା ଦୂର କରି ନିଜର ଉନ୍ନତିର ବାଟକୁ ସହଜ କରିବାକୁ ଚାହୁଁଥାନ୍ତି ତେବେ ଏହି ଉପାୟଟି କରନ୍ତୁ। ଏହି ଉପାୟଟି ହେଉଛି।ଏକ ପାତ୍ର ବା ଲୋଟାରେ ସାଧାରଣ ପାଣି ତାହା ନଳ କୂପ କୂପ ପୋଖରୀ ବା ନଦୀ ଝରଣାର କୌଣସି ପାଣି ହେଉନା କାହିଁକି ସେହି ପାଣିର ପାତ୍ରକୁ ଘରର ଛାତ ଉପରେ ବା ତଳେ କୌଣସି ସ୍ଥାନରେ ରଖିଦିଅନ୍ତୁ।
ଯେଉଁ ସ୍ଥାନରେ ବିନା ବାଧାରେ ସୂର୍ଯ୍ୟଙ୍କର କିରଣ ପଡୁଥିବ ସେହି ସ୍ଥାନରେ ଦିନ ୧୨ ଟାରେ ରଖିବେ ଏବଂ ଅପରାହ୍ନ ୪ ଟା ପରେ ସେହି ପାଣି ପାତ୍ରକୁ ଆଣିବେ ଏବଂ ସେହି ପାଣିକୁ ଆମ୍ବ ପତ୍ର ହେଉ କିମ୍ବା ଦେବଦାରୁ ପତ୍ର ହେଉ ସେହି ପତ୍ର ମାଧ୍ୟମରେ ଘରର ସମସ୍ତ ସ୍ଥାନରେ ଛିଞ୍ଚନ କରିଦିଅନ୍ତୁ। ଏହି ଉପାୟ କରିବା ଦ୍ୱାରା ଘରର ସମସ୍ତ ନକରାତ୍ମକ ଉର୍ଜା ଦୂର ହୋଇଥାଏ। ଘର ଭିତରକୁ ସକାରାତ୍ମକ ଉର୍ଜା ପ୍ରବେଶ କରିଥାଏ ଏବଂ ଉନ୍ନତିର ମାର୍ଗରେ ଆସୁଥିବା ସମସ୍ତ ବାଧା ବିଘ୍ନ ଦୂର ହୋଇଥାଏ।
ଧନ ଲାଭ ପାଇଁ ମଧ୍ୟ ଏକ ଲୋଟା ଜଳର ଉପାୟ କରିପାରିବେ। ଅଚାନକ କୌଣସି ପ୍ରକାରରେ ଧନ ଲାଭ ଚାହୁଁଥିଲେ ଏହା କରିବାକୁ ପଡିଥାଏ। ଏକ ଲୋଟା ଜଳ ପୁର୍ଣ କରି ଭଗବାନ ଗଣେଶଙ୍କର ସାମ୍ନାରେ ରଖିଦିଅନ୍ତୁ ଏବଂ ନିଜର ମନର ଇଛା ପ୍ରକାଶ କରନ୍ତୁ ଏବଂ ଭଗବାନ ଗଣେଶଙ୍କୁ ପ୍ରାର୍ଥନା କରନ୍ତୁ ଏବଂ ଏହା ପରେ କୌଣସି ଆବଶ୍ୟକତା କାର୍ଯ୍ୟରେ ଯାଆନ୍ତୁ କିମ୍ବା ଦୈନନ୍ଦିନ କାର୍ଯ୍ୟରେ ଯାଆନ୍ତୁ।
ଏହି ବିଧି କରିବା ଦ୍ୱାରା ଭଗବାନ ଗଣେଶଙ୍କର କୃପା ଲାଭ ହୋଇଥାଏ ଏବଂ ତାଙ୍କର କୃପାରୁ ନିଜ କର୍ମରେ ସଫଳତା ମିଳିଥାଏ ଏବଂ କର୍ମରୁ ଫେରିବା ପରେ ସେହି ଜଳକୁ କୌଣସି ଗଛ ମୂଳରେ ଢାଳି ଦିଅନ୍ତୁ ଏହି ବିଧି କରିବା ଦ୍ୱାରା ଅନେକଙ୍କର ବଡ଼ ବଡ଼ ସମସ୍ୟା ମାନ ଦୂର ହୋଇଥାଏ।ଘରର ମୁରବି ସ୍ତ୍ରୀ ଲୋକ ପ୍ରାତଃ ସମୟରେ ସ୍ନାନ ସାରି ଘରର ମୁଖ୍ୟ ଦ୍ଵାରର ଦକ୍ଷିଣ ପାର୍ଶ୍ଵରେ ଏକ ଜଳ ପୁର୍ଣ ଲୋଟା ପ୍ରତିଦିନ ରଖନ୍ତୁ ତେବେ ଘରକୁ ମା ଲକ୍ଷ୍ମୀଙ୍କର ଆଗମନ ହେବ।
ସମୁଦ୍ର ଜଳର ଉପାୟ ବିଷୟରେ ଆସନ୍ତୁ ଜାଣିବା।
କୌଣସି ଦିନ ସମୁଦ୍ର ଜଳ ଏକ କାଚ ବୋତଲରେ ବା ପାତ୍ରରେ ଆଣି ଘରର ସମସ୍ତ ସ୍ଥାନରେ ଆମ୍ବ ପତ୍ର କିମ୍ବା ଦେବଦାରୁ ପତ୍ର କିମ୍ବା ଦୁବ ଘାସ କିମ୍ବା ବାଉଁଶ ପତ୍ର ଦ୍ୱାରା ଘରର ସମସ୍ତ ସ୍ଥାନରେ ଛିଞ୍ଚନ କରିଦିଅନ୍ତୁ। ଦେଖିବେ ଚମତ୍କାର ଭାବରେ ଘରର ସମସ୍ତ ନକରାତ୍ମକ ଉର୍ଜା ପଳାୟନ କରିଥାଏ।
ଏହିପରି ଯଦି ଏକ ଲୋଟା ଜଳ ସୁର୍ଯ୍ୟ ନାରାୟଣଙ୍କୁ ପ୍ରତିଦିନ ଅର୍ପଣ କରନ୍ତି ତେବେ ଜୀବନରେ କୌଣସି ବି କଷ୍ଟ ରହିବ ନାହିଁ ଏବଂ ପ୍ରାତଃ ସମୟରେ ଠାକୁରଙ୍କ ପୂଜା କରିବା ସମୟରେ ଏକ ଲୋଟା ଜଳ କୌଣସି ପୂଜନୀୟ ବୃକ୍ଷ ଯେପରିକି ଅଶ୍ୱସ୍ତ ଗଛ କିମ୍ବା ବେଲ ଗଛ କିମ୍ବା କଦଳୀ ଗଛ କିମ୍ବା ନିମ୍ବ ଗଛ ଏହିପରି ପୂଜନୀୟ ଗଛ ମୂଳରେ ଜଳ ଅର୍ପଣ କରନ୍ତି ତେବେ ସମସ୍ତ ପ୍ରକାରର ଗ୍ରହଦୋଷ ଓ ସମସ୍ତ ପ୍ରକାରର ବାଧା ବିଘ୍ନ ଦୂର ହୋଇଥାଏ। ଏବଂ ଜୀବନ ସୁଖ ଶାନ୍ତିମୟ ହୋଇଥାଏ।