Excuse Me Odisha

ଯାହା କହିବୁ ସତ କହିବୁ

ଆଲମାରୀରେ ରଖନ୍ତୁ ନାହିଁ ଏହି ୩ ଗୋଟି ଜିନିଷ, ହୋଇପାରେ ସର୍ବନାଶ !

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣଙ୍କୁ ଆମର ପୋର୍ଟାଲକୁ ସ୍ଵାଗତ ଜଣାଉଛୁ। ଆଜିର ଦୁନିଆରେ ଟଙ୍କାର ମୂଲ୍ୟ ବହୁତ ଅଧିକ ଅଟେ। ଆମ ପାଖରେ ଟଙ୍କା ଥିଲେ, ଆମ ମନରେ ଆତ୍ମବିଶ୍ବାସ ସୁଦୃଢ ହୋଇଥାଏ। ଦୁନିଆର ପ୍ରତ୍ୟେକ ଲୋକ ଟଙ୍କା ରୋଜଗାର କରିବା ପାଇଁ କଠୋର ପରିଶ୍ରମ କରିଥାନ୍ତି। ଜୀବନରେ ବଞ୍ଚିବାକୁ ହେଲେ ଟଙ୍କା ଖର୍ଚ୍ଚ କରିବା ନିହାତି ଜରୁରୀ ହୋଇଥାଏ। କିନ୍ତୁ କିଛି ଏପରି ଲୋକେ ଅଛନ୍ତି, ଯେଉଁମାନେ ଅଧିକ ଟଙ୍କା ଖର୍ଚ୍ଚ ନକରି, ଟଙ୍କା ସଞ୍ଚୟ କରିବାକୁ ପସନ୍ଦ କରିଥାନ୍ତି।ଏହାସହିତ ସେମାନେ ବ୍ୟାଙ୍କ କିମ୍ବା ଘରେ ଥିବା ଆଲମାରୀରେ ଟଙ୍କା ସଞ୍ଚୟ କରି ରଖିଥାନ୍ତି।

ଘରର ଆବଶ୍ୟକତା ପୂରଣ ହେବା ପାଇଁ ଆମେ ନିଜ ଘରେ ଟଙ୍କା ରଖିଥାଉ। ଘରେ ଆଲମାରୀରେ ଆମେ ଟଙ୍କା, ସୁନା ଗହଣା, ଲୁଗା ଇତ୍ୟାଦି ରଖିଥାଉ। କିନ୍ତୁ ବନ୍ଧୁଗଣ କଣ ଆପଣ ମାନେ ଜାଣିଛନ୍ତି, ଏଭଳି କିଛି ବସ୍ତୁ ରହିଛି ଯାହାକୁ ଆଲମାରୀରେ ରଖିବା ଉଚିତ ନୁହେଁ।ଏହି ବସ୍ତୁକୁ ଆଲମାରୀରେ ରଖିଲେ, ଦେବୀ ଲକ୍ଷ୍ମୀ କ୍ରୋଧିତ ହୋଇ ଯାଇଥାନ୍ତି। ଏହାସହିତ ଘରେ ଅଭାବ ଅନଟନ ଦେଖା ଦେଇଥାଏ ଏବଂ ଆପଣଙ୍କର ସୁଖସମୃଦ୍ଧି ହ୍ରାସ ହେବାକୁ ଲାଗେ। ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ମଇଳା ଲୁଗା –

ଆଲମାରୀ ଭିତରେ ଭୁଲରେ ମଧ୍ୟ ମଇଳା ଲୁଗା ବା ପିନ୍ଧି ସାରିଥିବା ଲୁଗାକୁ ରଖନ୍ତୁ ନାହିଁ।ଏଭଳି କରିବା ଦ୍ୱାରା ଘରେ ନକାରାତ୍ମକ ଶକ୍ତିର ପ୍ରବେଶ ହୋଇଥାଏ ଏବଂ ଏହାର ପ୍ରଭାବ ଆପଣଙ୍କ ପରିବାର ଲୋକଙ୍କ ଉପରେ ପଡ଼ିଥାଏ। ଆପଣଙ୍କୁ ଦାରିଦ୍ର୍ୟତାର ସମ୍ମୁଖୀନ ହେବାକୁ ପଡିପାରେ ଓ ଦେବୀ ଲକ୍ଷ୍ମୀ ଆପଣଙ୍କ ଉପରେ ରୁଷ୍ଠ ହୋଇ ପାରନ୍ତି।

ଧୂଳି ଓ ବୁଢିଆଣୀ ଜାଲ –

ଘରେ ବୁଢିଆଣୀ ଜାଲ ରହିବା ବା ଅଧିକ ଧୂଳି ଜମିବା ଘର ପାଇଁ ଅଶୁଭ ଅଟେ।ଦେବୀ ଲକ୍ଷ୍ମୀଙ୍କୁ ସଫାସୁତୁରା ସ୍ଥାନ ପସନ୍ଦ ଅଟେ। ଘରେ ଅଧିକ ଧୂଳି ଓ ଅପରିଷ୍କାର ରହିଲେ ଦେବୀ ଲକ୍ଷ୍ମୀ କ୍ରୋଧିତ ହୋଇ ଯାଇଥାନ୍ତି। ଏହାସହିତ ଘରେ ନକାରାତ୍ମକ ଉର୍ଜା ବୃଦ୍ଧି ପାଇଥାଏ।ତେଣୁ ଘରେ ଥିବା ଆଲମାରୀକୁ ପ୍ରତି ସପ୍ତାହରେ ସଫା କରନ୍ତୁ। ଏଥିରେ ବୁଢିଆଣୀ ଜାଲ ବା ଧୂଳି ଜମିବାକୁ ଦିଅନ୍ତୁ ନାହିଁ।

କଳା ରଙ୍ଗର ବସ୍ତୁ –

ଆଲମାରୀରେ କେବେବି କୌଣସି କଳା ରଙ୍ଗର ବସ୍ତୁ ରଖନ୍ତୁ ନାହିଁ ଏବଂ କଳା ରଙ୍ଗର ପର୍ସରେ କେବେବି ଟଙ୍କା ରଖନ୍ତୁ ନାହିଁ। କଳା ରଙ୍ଗ ଅଶୁଭ ହୋଇଥାଏ ଏହାଦ୍ବାରା ଆପଣଙ୍କର କେବେ ମଧ୍ୟ ଟଙ୍କା ବୃଦ୍ଧି ହୋଇ ନଥାଏ, କିନ୍ତୁ ଅଧିକ ଖର୍ଚ୍ଚ ହୋଇଥାଏ। ତେଣୁ ସର୍ବଦା ଆଲମାରୀରେ ହଳଦିଆ ବା ନାଲି ରଙ୍ଗର କପଡାରେ ଟଙ୍କାକୁ ଗୁଡ଼ାଇ ରଖନ୍ତୁ।ଏହାସହିତ ଆପଣଙ୍କର ଧନସମ୍ପତ୍ତିରେ ବୃଦ୍ଧି ହେବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *