Excuse Me Odisha

ଯାହା କହିବୁ ସତ କହିବୁ

ଭଲ ସମୟ ଆସିବା ପୂର୍ବରୁ ମିଳିଥାଏ ଏହି ୮ ଟି ସଂକେତ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଭଲ ସମୟ ଆସିବା ପୂର୍ବରୁ ମିଳିଥାଏ ୮ ଟି ସଂକେତ।

ବନ୍ଧୁଗଣ ଆଜିର ଦୁନିଆରେ ପ୍ରତ୍ୟକ ବ୍ୟକ୍ତି ଚାହିଁଥାନ୍ତି ନିଜ ଜୀବନକୁ ସୁଖ ଏବଂ ସମୃଦ୍ଧିଶାଳୀ ବନେଇବା ପାଇଁ। ଏଥିପାଇଁ ସେମାନେ ଆକ୍କାନ୍ତ ପରିଶ୍ରମ କରିବା ସହ ଅନେକ ପ୍ରକାରର ଉପାୟ ମଧ୍ୟ ଅବଲମ୍ବନ କରିଥାନ୍ତି କିନ୍ତୁ ଏହିସବୁ ପରେ ବି ମଧ୍ୟ ସର୍ବଦା ସେମାନଙ୍କୁ ସୁଖ ଏବଂ ସମୃଦ୍ଧି ପ୍ରାପ୍ତ କରିବା ସମ୍ଭବ ହୋଇନଥାଏ। ତେଣୁ ଅଧିକାଂଶ ସମୟରେ ସେମାନେ ଅଶାନ୍ତି ଦୁଃଖ ଓ ଦାରିଦ୍ର୍ୟତା ଦେଇ ଗତି କରିଥାନ୍ତି।

ଏହି ଖରାପ ସମୟକୁ ବ୍ୟତୀତ କରିବା ପାଇଁ ମଧ୍ୟ ଅନେକ ସଙ୍ଘର୍ଷ କରିଥାନ୍ତି କିନ୍ତୁ ଆଜି ଆମେ ଏହି ପୋଷ୍ଟରେ ଜାଣିବା ମନୁଷ୍ୟର ଖରାପ ସମୟରେ ଏପରି କିଛି ସଂକେତ ଦେଖାଦେଇଥାଏ ଯାହା ତାର ଭଲ ସମୟ ଆସିବାର ସୂଚନା ଦେଇଥାଏ। ତେବେ ଆସନ୍ତୁ ଜାଣିବା ସେହିସବୁ ଶୁଭ ସଂକେତ ବିଷୟରେ।

କଳା ରଙ୍ଗର ପିମ୍ପୁଡ଼ି। ଘରକୁ ଅଚାନକ କଳା ରଙ୍ଗର ପିମ୍ପୁଡ଼ି ଆସିବା। ପ୍ରାୟ ଲୋକଙ୍କ ଘରେ ଲାଲ ରଙ୍ଗର ପିମ୍ପୁଡି ଥାନ୍ତି କିନ୍ତୁ ଯଦି କଳା ରଙ୍ଗର ପିମ୍ପୁଡ଼ି ଦେଖାଯାଏ ବା ଏକତ୍ର ହୋଇ କିଛି ଖାଇଥାନ୍ତି ତେବେ ବୁଝିଯାଅନ୍ତୁ କି ଆପଣଙ୍କ ଘରକୁ ମା ଲକ୍ଷ୍ମୀଙ୍କର ଆଗମମନ ହେବାକୁ ଯାଉଛି ଏବଂ ଆପଣଙ୍କୁ ଅପାର ଧନ ପ୍ରାପ୍ତ ହେବାକୁ ଯାଉଛି। ଏଣୁ ସେହି ପିମ୍ପୁଡି ମାନଙ୍କୁ ନମସ୍କାର କରିବା ଉଚିତ। ତାହାକୁ ଶୁଭ ମାନାଯାଏ। ଏହା ହାନିକାରକ ମଧ୍ୟ ନୁହଁନ୍ତି ଏବଂ ଏମାନଙ୍କୁ ଅଟା ଏବଂ ଚିନି ଖାଇବାକୁ ଦିଅନ୍ତୁ।

ଗାଈ। ଯଦି ଅଚାନକ ଗାଈ ଆପଣଙ୍କର ଘରେ ଆସି ଅଟକି ଯାଇଥାଏ ବା ଆପଣଙ୍କ ଘରକୁ ଆସି ମୁହଁ ଟେକି ଚାହିଁଥାଏ ଚୋବାଇ ଥାଏ ବୁଝିଯାଅନ୍ତୁ ଯେ ଆପଣଙ୍କ ପାଇଁ ଭଲ ସମୟ ଆସିବାକୁ ଯାଉଛି। ଏଣୁ ଗାଈକୁ ଘରର ପ୍ରଥମ ରୁଟି କିମ୍ବା ଯେକୌଣସି ଖାଦ୍ୟ ଦେବା ଉଚିତ।

ଝିଟିପିଟି। ଯଦି ଘରେ ଅଚାନକ ୩ ଟି ଝିଟିପିଟି ଏକା ସାଙ୍ଗରେ ଦେଖାଦେଇଥାନ୍ତି ତେବେ ଏହା ବହୁତ ଶୁଭ ସଂକେତ ହୋଇଥାଏ। ଶାସ୍ତ୍ର ଅନୁସାରେ ଏହା ମା ଲକ୍ଷ୍ମୀଙ୍କର ଆଗମନର ସଂକେତ ହୋଇଥାଏ। ଏହା ମଧ୍ୟ କୁହାଯାଏ କି ଯଦି ଦୁଇଟି ଝିଟିପିଟି ଆଗ ପଛ ହୋଇ ଆପଣଙ୍କ ଘର କାନ୍ଥରେ ଯାଇଥାନ୍ତି ତେବେ ସେହି ଘର ଉନ୍ନତି ଆଡ଼କୁ ଗତି କରିଥାଏ ଏବଂ ଅପାର ଧନ ପ୍ରାପ୍ତି ହେବାର ସମ୍ଭାବନା ରହିଥାଏ।

ଶଙ୍ଖର ଧ୍ଵନି। ଯଦି ଆପଣଙ୍କୁ ସକାଳୁ ଉଠିବା ପରେ ପ୍ରଥମେ ଶଙ୍ଖର ଧ୍ଵନି ଶୁଣାଯାଏ ଏବଂ ସନ୍ଧ୍ୟା ସମୟରେ ମଧ୍ୟ ଶଙ୍ଖର ଧ୍ଵନି ଶୁଣାଯାଏ ତେବେ ଏହା ମଧ୍ୟ ଅତ୍ୟନ୍ତ ଶୁଭ ସଂକେତ ହୋଇଥାଏ ଏବଂ ମା ଲକ୍ଷ୍ମୀଙ୍କର ଆଗମନର ସୂଚନା ପ୍ରଦାନ କରିଥାଏ।

କଏନ । ଯଦି ଆପଣ ରାସ୍ତାରେ ଯାଉଥିବା ସମୟରେ କୌଣସି କଏନ ଟିଏ ପଡିଥିବାର ମିଳିଯାଏ ତ ଏହା ବହୁତ ଶୁଭ ସଂକେତ ହୋଇଥାଏ। ଏହାର ଅର୍ଥ ଆପଣ ଉଧାର ଦେଇଥିବା ସମସ୍ତ ଟଙ୍କା ଖୁବଶୀଘ୍ର ଆପଣଙ୍କୁ ପ୍ରାପ୍ତ ହେବାକୁ ଯାଉଛି। ଏବଂ ଆପଣଙ୍କର ଆର୍ଥିକ ସ୍ଥିତି ମଜବୁତ ହେବା ସହ ଧନ ଲାଭ ହେବାର ମଧ୍ୟ ସଂକେତ ପ୍ରଦାନ କରିଥାଏ।

ଝାଡୁ ମାରିବାର ଦେଖିବା। ଯଦି ଆପଣ ଘରୁ ବାହାରକୁ ବାହାରିବା ସମୟରେ କୌଣସି ବ୍ୟକ୍ତି ଝାଡୁ ମାରୁଥିବାର ଦେଖାଯାଏ ଏବଂ ଏହା ଲଗାତର ଭାବରେ କିଛି ଦିନ ପର୍ଯ୍ୟନ୍ତ ଦେଖାଯାଏ ତେବେ ଏହା ଅତ୍ୟନ୍ତ ଶୁଭ ସଂକେତ ହୋଇଥାଏ ଏବଂ ଧନ ଲାଭ ହେବାର ସଂକେତ ଦେଇଥାଏ।

ଗଛ। ଯଦି ଆପଣ ନିଜ ଘରେ ଲଗାଇଥିବା ଗଛ ସବୁ ଠିକ ଭାବରେ ହୃଷ୍ଟ ପୃଷ୍ଟ ହୋଇ ବଢିବାକୁ ଲାଗିଥାଏ ତେବେ ଆପଣ ବୁଝିଯାଅନ୍ତୁ ଯେ ଆପଣଙ୍କର ସମସ୍ତ ଖରାପ ସମୟ ସମାପ୍ତ ହୋଇ ଭଲ ସମୟ ଆସିବାକୁ ଯାଉଛି। ଏଣୁ ଆପଣ ଇଶ୍ୱରଙ୍କ ଧନ୍ୟବାଦ ଦେଇ କର୍ମ କରି ଚାଲନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *