Excuse Me Odisha

ଯାହା କହିବୁ ସତ କହିବୁ

ଘରକୁ ଚଢେଇ ଆସିବା ଶୁଭ ନାଁ ଅଶୁଭ। ଘରକୁ ଚଢେଇ ଆସିଲେ ମିଳିଥାଏ ଏହି ୫ଟି ସଂକେତ ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଘରକୁ ଚଢେଇ ଆସିବା ଶୁଭ ନାଁ ଅଶୁଭ। ଘରକୁ ଚଢେଇ ଆସିଲେ ମିଳିଥାଏ ଏହି ୫ଟି ସଂକେତ

ବନ୍ଧୁଗଣ ପ୍ରକୃତି ଆମକୁ ଅନେକ ଛୋଟ ଛୋଟ କଥାରେ ଭବିଷ୍ୟତର ସଂକେତ ଦେଇଥାଏ ଏବଂ ଭବିଷ୍ୟତରେ ଘଟିବାକୁ ଥିବା ଭଲ ଏବଂ ଖରାପ ସବୁ ଘଟଣାର ସଂକେତ ଦେଇଥାଏ। ଯଦି ଆମେ ସେହି ସଂକେତକୁ ବୁଝିଯିବୁ ତ ଆମ ପାଇଁ ବହୁତ ଭଲ କଥା ହୋଇଥାଏ କିନ୍ତୁ କେବେ କେବେ ଆମେ ସେହି ସଂକେତ ବୁଝି ପାରିନଥାଉ କିମ୍ବା ଅଣଦେଖା କରିଦେଇଥାଉ। ଗଛ ପତ୍ର ଜୀବ ଜନ୍ତୁ ପଶୁ ପକ୍ଷୀ କିମ୍ବା ଅନ୍ୟ କୌଣସି ସଜୀବ ନିର୍ଜୀବ ବସ୍ତୁ ଦ୍ୱାରା ଆମକୁ ଆମ ଭବିଷ୍ୟତ ବିଷୟରେ ଜାଣିବାକୁ ମିଳେ।

ଏହା ଦ୍ୱାରା ମିଳିଥିବା କିଛି ସଂକେତ ଅତ୍ୟନ୍ତ ରହସ୍ୟମୟୀ ହୋଇଥାଏ ଏବଂ ଏହାକୁ ବୁଝିବା ପାଇଁ କିଛି ତଥ୍ୟର ଆବଶ୍ୟକତା ହୋଇଥାଏ। କିନ୍ତୁ କିଛି ସାମାନ୍ୟ ସଂକେତକୁ ଆମେ ବୁଝି ପାରିଥାଉ। ଆଜି ଆମେ ଜାଣିବା କିଛି ବିଶେଷ ପକ୍ଷୀ ଦ୍ୱାରା ଆମକୁ କେଉଁ ସଂକେତ ମିଳିଥାଏ। ଏବଂ ସେହି ସଂକେତର କଣ ଅର୍ଥ ହୋଇଥାଏ। ତା ସହିତ ଆମେ ଏପରି ଗୋଟିଏ ଖାସ ପକ୍ଷୀ ବିଷୟରେ କଥା ହେବା ଯେ ବହୁତ ଛୋଟ କିନ୍ତୁ ସମସ୍ତଙ୍କୁ ପ୍ରିୟ ହୋଇଥାଏ। ସେହି ଛୋଟ ପକ୍ଷୀଟି ହେଲା ଚଢେଇ। ଏହି ଛୋଟ ପକ୍ଷୀ ନିଜର ଆବାଜରେ ସମସ୍ତଙ୍କ ମନ ମୋହି ନେଇଥାଏ। ଚଢ଼େଇର ଆବାଜ ମଧୁର ସଂଗୀତ ପରିକା।

ଯାହାକୁ ଶୁଣି ମନ ପ୍ରସନ୍ନ ହୋଇଯାଏ। କିନ୍ତୁ ଆଜିକାଲି ଚଢେଇ ଦେଖିବା ବହୁତ କମ ହୋଇଗଲାଣି। ସେମାନଙ୍କର ବଂଶ ବୁଡି ଯାଉଛି। ଛୋଟ ପକ୍ଷୀ ଆମକୁ ବହୁତ ବଡ଼ କାମର ସଂକେତ ଦେଇଥାଏ। ଏହା ସହିତ ଜାଣିବା କେଉଁ ସଂକେତ ଯାହା ଆମକୁ ଚଢେଇ ଦ୍ୱାରା ମିଳିଥାଏ

କାଉ। ସାମନ୍ୟତ କାଉ ଗୋଟେ ଏପରି ପକ୍ଷୀ ଯାହା କାହାକୁ ମଧ୍ୟ ପ୍ରିୟ ହୋଇନଥାଏ କାଉର କର୍କଶ ଆବାଜ ମଧ୍ୟ କାହାକୁ ଭଲ ଲାଗେ ନାହିଁ। କିନ୍ତୁ କାଉ ମଧ୍ୟ ଭବିଷ୍ୟତର ଘଟଣା କହିଥାଏ। ଏବଂ ଶୁଭ ଓ ଅଶୁଭ ଘଟଣାର ତଥ୍ୟ ଦେଇଥାଏ। ଯଦି ବହୁତ ସାରା କାଉ ଗୋଟିଏ ଜାଗାରେ ବହୁତ ଜୋରରେ ରାବି ଥାନ୍ତି ତ ଏହା ବହୁତ ବଡ଼ ଅଶୁଭ ମାନାଯାଇଥାଏ। ସେହି ସ୍ଥାନରେ କୌଣସି ବଡ଼ ବିପଦ କିମ୍ବା ସଂକଟ ଆସିପାରେ।

ଏଥିପାଇଁ ସେହି ସ୍ଥାନରୁ ଶୀଘ୍ର ହିଁ ପଳାଇ ଯିବା ଉଚିତ। ଏହାର ବିପରୀତ ଯଦି କାଉ ମାଂସର ଟୁକୁଡ଼ା ନେଇଯିବାର ଦେଖନ୍ତି କିମ୍ବା ପାଣି ଭରା ପାତ୍ର ଉପରେ ବସିବାର ଦେଖାଦିଏ ତ ଏହା ଶୁଭ ସଂକେତ ହୋଇଥାଏ ଏବଂ କିଛି ଭଲ ଘଟଣାର ସଂକେତ ଦେଇଥାଏ। ଏହା ଦ୍ୱାରା ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ। ଏଥିପାଇଁ ସବୁବେଳେ ଘରର ସାମ୍ନାରେ ଗୋଟିଏ ବାସନରେ ପାଣି ଭର୍ତ୍ତି କରି ରଖନ୍ତୁ। ପାଣି ପିଇବା କାଉର ଦର୍ଶନ ହେବ।

ପେଚା। ପେଚା ମା ଲକ୍ଷ୍ମୀଙ୍କର ବାହନ ଅଟେ। କିନ୍ତୁ ଭାରତରେ ହିଁ ନୁହେଁ ପ୍ରତ୍ୟକ ଦେଶରେ ମଧ୍ୟ ପେଚାର ଶୁଭ ଅଶୁଭ କଥା କୁହାଯାଏ। ଯଦି କୌଣସି ଘରର ଛାତ ଉପରେ ପେଚା ଆସି ବସିବାକୁ ଲାଗେ ତ ଏହା ଅଶୁଭ ହୋଇଥାଏ। ଏବଂ ଏହା ଏହି କଥାର ସଂକେତ କି ଶୀଘ୍ର ହିଁ ସେହି ଘରର କିଛି ବିପଦ ଆସିପାରେ। ଏବଂ ଯଦି ପେଚାର ଆବାଜ ଶୁଣିବାକୁ ମିଳେ ତ ଏହା ମଧ୍ୟ ଅଶୁଭ ଅଟେ। ଏହା ମୃତ୍ୟୁର ସଂକେତ ଦେଇଥାଏ। କିନ୍ତୁ ଧଳା ରଙ୍ଗର ପେଚା ଦେଖାଦେବା ଶୁଭ ମାନାଯାଏ। ଏହା ଧନ ସମ୍ପତ୍ତି ମିଳିବାର ସଂକେତ ଦେଇଥାଏ।

ମୟୁର। ମୟୁରକୁ ଏକ ବହୁତ ଶୁଭ ଏବଂ ପବିତ୍ର ପକ୍ଷୀ ମାନାଯାଏ ଏହା ମା ସ୍ୱରସ୍ୱତୀଙ୍କର ବାହନ। ଯଦି ଆପଣଙ୍କୁ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ କାର୍ଯ୍ୟରେ ଯାଉଥିବା ସମୟରେ ମୟୂରର ଦର୍ଶନ ହୋଇଯାଏ କିମ୍ବା ମୟୂରର ଆବାଜ ଶୁଣିବାକୁ ମିଳେ ତ ଏହା ଶୁଭ ସଂକେତ ଅଟେ।

ଏବେ ଆସନ୍ତୁ ଜାଣିବା ଚଢେଇ ଦ୍ୱାରା ଆମକୁ କେଉଁ ସଂକେତ ମିଳିଥାଏ।

ପ୍ରଥମ ସଂକେତ। ଯେଉଁ ଘରେ ଚଢେଇ ନିଜର ବସା ବନେଇଥାଏ ସେହି ଘରେ ସବୁବେଳେ ଆନନ୍ଦ ଖୁସି ରହିଥାଏ। ଘରର ବାତାବରଣ ସୁଖଦ ରହିଥାଏ। ଏବଂ ସବୁବେଳେ ଧନର ଆଗମନ ହୋଇଥାଏ।

ଦ୍ୱିତୀୟ ସଂକେତ। ଯଦି ଚଢେଇ ନିଜର ଶରୀରକୁ ବସେଇ ଫୁଲେଇ ଦିଏ ତ ଏହା ବିଲକୁଲ ଅଶୁଭ ନୁହେଁ। ଏହା କିଛି ଶୁଭ ସମାଚାର ମିଳିବାର ସଂକେତ। ଆପଣଙ୍କୁ ଶୀଘ୍ର କୌଣସି ଶୁଭ ସମାଚାର ମିଳିବ।

ତୃତୀୟ କଥା। ଚଢେଇ ବହୁତ ସିଧା ସାଧା ଓ ଡ଼ରୁଆ ପକ୍ଷୀ। ଯଦି ଚଢେଇ ଆପଣଙ୍କ ଆଖପାଖ କିମ୍ବା ଆପଣଙ୍କ ଘରକୁ ବିନା ଡରରେ ଆସିବାକୁ ଲାଗେ ତ ଏହା ବୁଝି ଯାଆନ୍ତୁ କି ଘରେ ଶୁଭ ଏବଂ ସକାରାତ୍ମକ ଉର୍ଜାର ସଂଚାର ହେଉଛି।

ଚତୁର୍ଥ କଥା। ଯଦି ବହୁତ ସାରା ଚଢେଇ ଆପଣଙ୍କ ଘରର ଛାତ କିମ୍ବା ବାଳକୁନିରେ ଆସି ବସି ଯାଆନ୍ତି ତ ବୁଝି ଯାଆନ୍ତୁ କି ଆପଣଙ୍କ ଘରେ ଯେକୌଣସି ବଡ଼ ଶୁଭ ପ୍ରସଙ୍ଗ ହେବ। କୌଣସି ଖାସ ସମାଚାର ମିଳିବ। କୌଣସି ବିଶେଷ କାର୍ଯ୍ୟରେ ସଫଳତା ମଧ୍ୟ ମିଳିବ।

ପଞ୍ଚମ କଥା। ଘରକୁ ଚଢେଇ ଆସିଲେ ଘରକୁ ସକାରାତ୍ମକ ସଂଚାର ହୋଇଥାଏ ଏବଂ ନକାରାତ୍ମକ ଉର୍ଜା ସଂକଟ ଆମ ଘରେ ଥିଲେ ତାହା ଆମ ଘରୁ ପଳାଇ ଯାଇଥାଏ ଏଥିପାଇଁ ଯଦି ଘରେ ଚଢେଇ ବସା ବନାଏ ତ ତାହାକୁ ନଷ୍ଟ କରନ୍ତୁ ନାହିଁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *