Excuse Me Odisha

ଯାହା କହିବୁ ସତ କହିବୁ

ଏହି ଦିଗରେ ବା ଜାଗାରେ ଚପଲ ଭୁଲରେ ମଧ୍ୟ ରଖନ୍ତୁ ନାହିଁ,ନହେଲେ ହୋଇଯିବେ ବର୍ବାଦ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଏହି ଦିଗରେ ରଖୁଛନ୍ତି କି ଜୋତା ଚପଲ ବର୍ବାଦ ହୋଇଯିବେ

ବନ୍ଧୁଗଣ ଘରର ଏହି ସ୍ଥାନ ଏବଂ ଏହି କୋଣରେ ଭୁଲରେ ବି ଚପଲ କିମ୍ବା ଜୋତାକୁ ରଖନ୍ତୁ ନାହିଁ। ଏହା ଆପଣଙ୍କର ବାସ୍ତୁଦୋଷ ଶନିଦୋଷ ଉତ୍ପନ କରିଥାଏ। ଘରର ଦରିଦ୍ରତା ଅଭାବ ସମସ୍ୟା ଅସୁବିଧା ବୃଦ୍ଧି କରାଇଥାଏ। ବାସ୍ତୁ ବିଜ୍ଞାନ ଏବଂ ବାସ୍ତୁଶାସ୍ତ୍ର ଅନୁସାରେ ଘରେ ରହିଥିବା ପ୍ରତ୍ୟକ ବସ୍ତୁର ଆକାର ପ୍ରକାର ସହିତ ରହୁଥିବା ସ୍ଥାନ ଦିଗ ବିଶେଷ ରୂପେ ଘର ଉପରେ ପ୍ରଭାବ ପକାଇଥାଏ। ପ୍ରତ୍ୟକ ବସ୍ତୁର ଘରେ ରହିବାର ସଠିକ ସ୍ଥାନ ସଠିକ ଦିଗ ରହିଛି। ଯଦି କୌଣସି ବି ଵସ୍ତୁ ଭୁଲ କରିବି ନିଜର ସଠିକ ସ୍ଥାନ ସଠିକ ଦିଗରେ ନରହିଥାଏ ସେଠି ନକରାତ୍ମକ ଶକ୍ତି ବା ଉର୍ଜା ଉତ୍ପନ ହୋଇଥାଏ।

ପ୍ରତ୍ୟକ ବସ୍ତୁ ମଧ୍ୟରେ ଉଭୟ ସକାରାତ୍ମକ ଏବଂ ନକରାତ୍ମକ ଶକ୍ତି ରହିଥାଏ ଏବଂ ପ୍ରତ୍ୟକ ବସ୍ତୁ ଏକ ବିଶେଷ ପ୍ରକାରର ଉର୍ଜା ନିଜ ମଧ୍ୟରୁ ବାହାର କରିଥାଏ। ଯାହାକୁ ବିଜ୍ଞାନ ବି ମଧ୍ୟ ମାନି ଅଛି। ମୁଖ୍ୟତଃ ପଞ୍ଚତତ୍ତ୍ୱ ସହିତଯୋଡି ହୋଇରହିଥିବା ବସ୍ତୁ ମାନଙ୍କୁ ଭୁଲ କରିବି ଭୁଲ ସ୍ଥାନରେ ରଖନ୍ତୁ ନାହିଁ। ଏଥିରୁ ସବୁଠାରୁ ଅଧିକ ଶନିଦୋଷ ଉତ୍ପନ ହୋଇଥାଏ। ଯେପରି ଜଳ ଅଗ୍ନି ବାୟୁ ସହିତ ଯୋଡି ହୋଇରହିଥିବା ବସ୍ତୁ ସେହିପରି ଅତ୍ୟନ୍ତ ନୀତି ଆବଶ୍ୟକ ହେଉଥିବା ଜୋତା ଚପଲ ପିନ୍ଧି ଆମେ ଘର ଠାରୁ ଆରମ୍ଭ କରି ବାହାରେ ଅନେକ ସ୍ଥାନ ବୁଲିଥାଉ।

ଏହି ଚପଲ ବା ଜୋତାକୁ ସଠିକ ସ୍ଥାନରେ ନରଖାଯାଏ ତେବେ ଏହାର ବିପରୀତ ପରିଣାମ ଘରର ବାସ୍ତୁଦୋଷ ଶନିଦୋଷକୁ ଉତ୍ପନ କରିଥାଏ। ଯାହାକି ଆମ ଘର ପ୍ରତି ଏବଂ ଆମ ପ୍ରତି କଦାପି ଶୁଭ ହୋଇନଥାଏ। ଆଜିର ଏହି ପୋଷ୍ଟରେ ଆମେ ଜାଣିବା ବାସ୍ତୁ ବିଜ୍ଞାନ ଅନୁସାରେ ଜୋତା ବା ଚପଲ ରଖିବାର ସଠିକ ସ୍ଥାନ।

ବାସ୍ତି ବିଜ୍ଞାନ ଅନୁସାରେ ବାହାରକୁ ପ୍ରତ୍ୟକ ସ୍ଥାନକୁ ପିନ୍ଧି ଯାଉଥିବା ଏହି ଜୋତା ଏବଂ ସେଠାରେ ରହିଥିବା ପ୍ରତ୍ୟକ ନକରାତ୍ମକ ଶକ୍ତି ଜୋତା ମାଧ୍ୟମରେ ଘର ମଧ୍ୟକୁ ପ୍ରବେଶ କରିଥାଏ। ତେଣୁ ଏହାକୁ ବାସ୍ତୁ ଅନୁସାରେ କୁହାଯାଇଥିବା ସଠିକ ସ୍ଥାନରେ ରହିବା ନିହାତି ଆବଶ୍ୟକ ହୋଇଥାଏ।

ପ୍ରଥମ କଥା। ପ୍ରତ୍ୟକ ଲୋକ ଜୋତାକୁ ଘର ବାହାରେ ରଖୁଥିବା ବେଳେ କେତେକ ଲୋକ ଘର ମଧ୍ୟରେ ଜୋତାକୁ ପିନ୍ଧି ଘର ଭିତରକୁ ପ୍ରବେଶ କରିଥାନ୍ତି। ଯାହାକୁ ସମ୍ପୂର୍ଣ୍ଣ ଅଶୁଭ। ଏପରି କରିବା ଦ୍ୱାରା ଘରୋଇ କଳହ ଘରୋଇ ଝଗଡା ଅଶାନ୍ତି ଉତ୍ପନ ହୋଇଥାଏ ଏବଂ ଏପରି ଘର ମଧ୍ୟରେ ଜୋତା ବା ଚପଲ ପିନ୍ଧି ପ୍ରବେଶ କରିବା ଦ୍ୱାରା ଘରର ସ୍ୱଚ୍ଛତା ଏବଂ ପବିତ୍ରତା ନଷ୍ଟ ହୋଇଥାଏ। ଫଳରେ ଅଦୃଶ୍ୟ ଭାବେ ବାସ କରିଥିବା ଦେବା ଦେବୀ ଇଷ୍ଟ ଦେବା ଦେବୀଙ୍କର ବାସ ଉଠିବାକୁ ଲାଗିଥାଏ।ବତେଣୁ କଦାପି ଘର ମଧ୍ୟରେ ଜୋତା ଚପଲ ପିନ୍ଧି ପ୍ରବେଶ କରନ୍ତୁ ନାହିଁ।

ଦ୍ୱିତୀୟ କଥା। ବାସ୍ତୁ ଅନୁସାରେ ପାଦ ବା ଗୋଡ଼ର ପରା ଗ୍ରହ ଶନି ଗ୍ରହ ହୋଇଥାନ୍ତି ଏବଂ ଶନିଦେବ ଅନୁଶାସନ ପ୍ରିୟ ହୋଇଥାନ୍ତି। ଯେଉଁ ଘର ମଧ୍ୟରେ ଜୋତା ଚପଲକୁ ଅସଜଡ଼ା ସଠିକ ଭାବରେ ନରଖି ଏପଟ ସେପଟ ବା ଗଦା ହୋଇ ରଖାଯାଇଥାଏ ସେହି ଘର ପ୍ରତି ଶନିଗ୍ରହଙ୍କର ଅଶାନ୍ତ ବଢିଥାଏ ଏବଂ ଗ୍ରହ ଶନିଙ୍କର ଅଶାନ୍ତ ହେବା ଜୀବନରେ ରହିଥିବା ପ୍ରତ୍ୟକ ସୁଖ ଶାନ୍ତିକୁ କ୍ଷଣକେ ମାତ୍ରେ ଛଡାଇ ନେଇଥାଏ।

ତେଣୁ ପ୍ରତ୍ୟକ ଘର ମଧ୍ୟରେ ଜୋତା ବା ଚପଲକୁ ସଠିକ ଭାବରେ କ୍ରମାଙ୍କ ଅନୁସାରେ ରଖିବା ଘରର ସଦସ୍ୟ ମାନଙ୍କ ପାଇଁ ଅତ୍ୟନ୍ତ ଶୁଭଦାୟକ ହୋଇଥାଏ। ଏହା ସହିତ ଅବ୍ୟବସ୍ଥା ରୂପେ ଘର ବାହାରେ ପଡିରହିଥିବା ଚପଲ ଗୁଡିକ ନକରାତ୍ମକ ଉର୍ଜା ଉତ୍ପନ କରିଥାନ୍ତି ଏବଂ ଓଲଟା ହୋଇ ପଡ଼ିଥିବା ଚପଲ ବା ଜୋତା ବ୍ୟକ୍ତିଙ୍କ ପାଇଁ ସମସ୍ୟା ସୃଷ୍ଟି କରିଥାଏ

ତୃତୀୟ କଥା। ଅବ୍ୟବହୃତ ହେଉଥିବା ଚପଲ ବା ଜୋତା ପୁରୁଣା ଜୋତା ବା ପଡି ରହିଥିବା ଜୋତା ଚପଲକୁ ଘରୁ ବାହାର କରିଦିଅନ୍ତୁ ନଚେତ ଅସହାୟ ମାନଙ୍କୁ ସାହାର୍ଯ୍ୟ ଆକାରରେ ଦେଇଦିଅନ୍ତୁ। ଏପରି କରିବା ଦ୍ୱାରା ଶନିଦେଙ୍କର କୃପା ବନି ରହିଥାଏ।

ଚତୁର୍ଥ କଥା। ବାୟୁ କୋଣ ଉତ୍ତର ପଶ୍ଚିମ କୋଣ ଦକ୍ଷିଣ ପଶ୍ଚିମ କୋଣ ଏହି ଦୁଇଟି ଦିଗ ଜୋତା ଚପଲ ରଖିବାର ସଠିକ ଦିଗ ହୋଇଥାଏ। ଏହା ସହିତ କଦାପି ଜୋତା ରଖୁଥିବା ସ୍ଥାନଆଲମୀରା ବା ଷ୍ଟାଣ୍ଡକୁ ଘରର କୌଣସି କାନ୍ଥ ସହିତ ଯୋଡି କରି ରଖନ୍ତୁ ନାହିଁ। ଏହା ସହିତ ଘରର ଠାକୁର ଘର ସାମ୍ନା ରୋଷେଇ ଘରର ସାମ୍ନାରେ କଦାପି ଚପଲ ରଖନ୍ତୁ ନାହିଁ କିମ୍ବା ଜୋତା ଚପଲ ରଖିବାର ସ୍ଥାନ କରନ୍ତୁ ନାହିଁ।

ପଞ୍ଚମ କଥା। ଧାର୍ମିକ ଉପରେ ବିଶ୍ୱାସ ଭରସା କରୁଥିବା ବ୍ୟକ୍ତିମାନେ କଦାପି ଚମଡା ଚପଲର ବ୍ୟବହାର କରନ୍ତୁ ନାହିଁ। ଏହା ଗୋଟିଏ ଜୀବର ମୃତ୍ୟୁ ପରେ ତାର ଚମଡାରେ ନିର୍ମିତ ହୋଇଥିବା ଚପଲ ହୋଇଥାଏ। ଏହି ଚପଲକୁ ଧାର୍ମିକ ବ୍ୟକ୍ତି ମାନେ ପାଦରେ ବା ଗୋଡ଼ରେ ଧାରଣ କରିବା ଦ୍ୱାରା ସେମାନେ ଜୀବନରେ କରିଥିବା ଧାର୍ମିକ କାର୍ଯ୍ୟର ପୁଣ୍ୟ ସବୁ ନଷ୍ଟ ହୋଇଯାଇଥାଏ। ତେଣୁ ଧାର୍ମିକ ପୁଣ୍ୟ କାମ କରୁଥିବା ବ୍ୟକ୍ତି ମହିଳାମାନେ ଚମଡା ଚପଲ ବ୍ୟବହାର କରନ୍ତୁ ନାହିଁ।

ଏହା ପରେ କଳା ରଙ୍ଗ ଶନିଦେବଙ୍କର ରଙ୍ଗ ହୋଇଥାଏ ଏବଂ ଗୋଡ଼ରେ ଧାରଣ କରୁଥିବା ଜୋତା ଚପଲର କରା ଗ୍ରହ ଶନିଦେବ ହୋଇଥାନ୍ତି ତେଣୁ କଳା ଜୋତା ଧରାଣ କରିବା ଅତ୍ୟନ୍ତ ଶୁଭ ହୋଇଥାଏ ଏବଂ କୌଣସି ବି ବିଶେଷ କାର୍ଯ୍ୟ ଶୁଭ କାର୍ଯ୍ୟରେ ଯିବା ସମୟରେ କଳା ଜୋତା ବା ଚପଲ ପିନ୍ଧିବା ଅତ୍ୟନ୍ତ ଶୁଭଦାୟକ ହୋଇଥାଏ। ସେହି କାର୍ଯ୍ୟରେ ନିଶ୍ଚୟ ସଫଳତା ମିଳିଥାଏ ଏବଂ ଏହିପରି କଳା ଜୋତା ପିନ୍ଧିବା ଦ୍ୱାରା ସ୍ଥଗିତ ରହିଥିବା କାର୍ଯ୍ୟର ଆରମ୍ଭ ହୋଇଥାଏ।

ଷଷ୍ଠ କଥା। ଶୟନ କକ୍ଷରେ ବା ଶୋଉଥିବା ଖଟ ନିକଟରେ କଦାପି ଜୋତା ଚପଲ ରଖନ୍ତୁ ନାହିଁ। ଏହା ଆପଣଙ୍କର ସ୍ୱାସ୍ଥ୍ୟ ଜନିତ ସମସ୍ୟା ଉତ୍ପନ ହୋଇଥାଏ। ସେଥିପାଇଁ ଶୟନ କକ୍ଷରେ ବା ଶୋଉଥିବା ଖଟ ନିକଟରେ ଜୋତା ଚପଲ ରଖନ୍ତୁ ନାହିଁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *