Excuse Me Odisha

ଯାହା କହିବୁ ସତ କହିବୁ

କର୍ପୂର ଓ ଲବଙ୍ଗକୁ ନେଇ କରନ୍ତୁ ଏହି ଉପାୟ । ଦୂର ହୋଇଯିବ ସବୁ ଦୁଃଖ ଏବଂ ଲାଭ କରିବେ ଅସରନ୍ତି ସୁଖ ! ଆଉ ପଇସା ସବୁବେଳେ ରହିବ ହାତ ମୁଠାରେ !

ସେୟାର୍ କରନ୍ତୁ

ପ୍ରାୟତଃ ସମସ୍ତଙ୍କ ଘରେ ଲବଙ୍ଗ ରହିଛି ଏବଂ ଏହା ରୋଷେଇ ଘରେ ମସଲା ରୂପରେ ବ୍ୟବହାର କରାଯାଇଥାଏ। ଖାଦ୍ୟ ରାନ୍ଧିବା ସମୟରେ ଲବଙ୍ଗ ପକାଇଲେ, ଏହାର ସ୍ଵାଦ ବଢ଼ି ଯାଇଥାଏ। ଲବଙ୍ଗ ମଧ୍ୟରେ ଅନେକ ଔଷଧୀୟ ଗୁଣ ରହିଛି।ଏହାକୁ ସେବନ କରିବା ଦ୍ୱାରା ଶରୀର ସୁସ୍ଥ ରହିଥାଏ ଏବଂ ରୋଗ ଦୂର ହୋଇଯାଏ।

ଲବଙ୍ଗରେ ଅନେକ ଔଷଧୀୟ ଗୁଣ ରହିବା ସହିତ ହିନ୍ଦୁଧର୍ମରେ ହେଉଥିବା ପୂଜାପାଠରେ ମଧ୍ୟ ଲବଙ୍ଗ ବ୍ୟବହାର କରାଯାଇଥାଏ। ଆଜି ଆମେ ଆପଣଙ୍କୁ ଏଭଳି ୪ଟି ଉପାୟ ବିଷୟରେ କହିବାକୁ ଯାଉଛୁ, ଯାହାକୁ କରିବା ଦ୍ଵାରା ଆପଣଙ୍କ ଘରେ କେବେବି ଧନର ଅଭାବ ହେବନାହିଁ। ଘରେ ସର୍ବଦା ସୁଖଶାନ୍ତି ବିଦ୍ୟମାନ ହେବ। ଆସନ୍ତୁ ସେହି ଉପାୟ ଗୁଡ଼ିକ ବିଷୟରେ ଜାଣିବା। ଉପାୟ ଗୁଡ଼ିକ ହେଉଛି –

୧/ ଗୋଟେ ପାତ୍ର ନିଅନ୍ତୁ, ସେଥିରେ ୫ଟି ଲବଙ୍ଗ, କର୍ପୂର, କିଛି ଅଳେଇଚ ରଖନ୍ତୁ।ଏହାକୁ ପ୍ରଜ୍ବଳିତ କରି ପୂଜାଘରେ ରଖି ଦିଅନ୍ତି। ଏଭଳି କରିବା ଦ୍ଵାରା ଘରକୁ ଆସୁଥିବା ନକାରାତ୍ମକ ଶକ୍ତିର ସମାପ୍ତ ହୋଇଥାଏ। ଯେଉଁ ଘରେ ନକାରାତ୍ମକ ଶକ୍ତି ପ୍ରବେଶ କରେ, ସେଠାରେ ଦୁଃଖ, ଅଶାନ୍ତି, ବିବାଦ ଲାଗି ରହିଥାଏ ଏବଂ ଯେଉଁ ଘରେ ସକାରାତ୍ମକ ଶକ୍ତିର ବାସ ହୋଇଥାଏ, ସେଠାରେ ସର୍ବଦା ହସଖୁସିର ମାହୋଲ ରହିଥାଏ।ଏହାସହିତ ପରିବାର ଲୋକେ ସୁସ୍ଥ ରହିଥାନ୍ତି। ଏହି ଉପାୟକୁ ଆପଣ ସପ୍ତାହରେ ଥରେ ବା ଦୁଇଥର କରି ପାରିବେ।

୨/ ଗୋଟିଏ ଲାଲ କପଡା ନିଅନ୍ତୁ, ସେଥିରେ ୫ଗୋଟି କଉଡ଼ି ଓ ୫ଟି ଲବଙ୍ଗ ରଖି ବାନ୍ଧି ଦିଅନ୍ତୁ। ଏହାକୁ ଦେବୀ ଲକ୍ଷ୍ମୀଙ୍କ ଚରଣରେ ରଖି ପୂଜା କରନ୍ତୁ। ଏହାପରେ ଏହାକୁ ଧନଭଣ୍ଡାର ଘରେ ରଖି ଦିଅନ୍ତୁ। ଏଭଳି କରିବା ଦ୍ଵାରା ଆପଣଙ୍କୁ କେବେବି ଆର୍ଥିକ ସଙ୍କଟର ସମ୍ମୁଖୀନ ହେବାକୁ ପଡିବ ନାହିଁ। ବ୍ୟର୍ଥ ଖର୍ଚ୍ଚ କମିଯିବ। ଅଧିକ ଧନ ଉପାର୍ଜନ କରିବା ପାଇଁ ନୂତନ ଅବସର ପ୍ରାପ୍ତ ହେବ।

୩/ ଯଦି ଆପଣ ଶତ୍ରୁଙ୍କ ଠାରୁ ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି ତାହେଲେ ପ୍ରତ୍ୟେକ ମଙ୍ଗଳବାର ଦିନ ହନୁମାନ ମନ୍ଦିର ଯାଇ ବଜରଙ୍ଗ ବାଣ ପାଠ କରନ୍ତୁ। ଏହାପରେ ୫ଟି ଲବଙ୍ଗ ଓ କର୍ପୂରକୁ ଜଳାଇ ଭଗବାନ ହନୁମାନଙ୍କୁ ପୂଜାର୍ଚ୍ଚନା କରନ୍ତୁ। କର୍ପୂର ଓ ଲବଙ୍ଗ ଜଳିବା ପରେ ତାର ପାଉଁଶକୁ ନେଇ ନିଜ ମୁଣ୍ଡରେ ତିଳକ ଲଗାନ୍ତୁ। ଦେଖିବେ ଶତ୍ରୁ ଆପଣଙ୍କର କିଛି ବିଗାଡି ପାରିବେ ନାହିଁ।

୪/ ଯଦି ଆପଣ ଚାକିରି ଖୋଜୁଛନ୍ତି ଓ ସଫଳତା ପାଇବାକୁ ଚାହୁଁଛନ୍ତି, ତାହେଲେ ଏହି ଉପାୟ କରନ୍ତୁ। ଗୋଟେ ଲେମ୍ବୁ ନେଇ ହନୁମାନ ମନ୍ଦିର ଯାଆନ୍ତୁ। ଏହି ଲେମ୍ବୁର ଚାରି ଭାଗରେ ୪ଟି ଲବଙ୍ଗ ପୋତି ଦିଅନ୍ତୁ। ତାପରେ ଏହାକୁ ନେଇ ” ଓଁ ଶ୍ରୀ ହନୁମତେ ନମଃ ” ମନ୍ତ୍ର ଜପ କରନ୍ତୁ। ଏହି ଉପାୟ କରିବା ଦ୍ୱାରା, ଦେଖିବେ ନିଶ୍ଚିତ ଭାବରେ ଆପଣଙ୍କୁ ଆଶାନୁରୂପ ଚାକିରି ପ୍ରାପ୍ତ ହେବ ଏବଂ ଆପଣ ସବୁ କାର୍ଯ୍ୟରେ ସଫଳତା ଅର୍ଜନ କରିବେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *