ମାଣବସା ଗୁରୁବାର ଦିନ ଭୁଲରେ ବି କରନ୍ତୁ ନାହିଁ ଏହି ୧୦ ଟି କାମ, ଭୟଙ୍କର ଗରିବୀ ଆସିଥାଏ। !
ମାଣବସା ଗୁରୁବାର ଦିନ ଭୁଲରେ ବି କରନ୍ତୁ ନାହିଁ ଏହି ୧୦ ଟି କାମ ଭୟଙ୍କର ଗରିବୀ ଆସିଥାଏ।
ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ମାଣବସା ଗୁରୁବାର ଦିନ ଭୁଲରେ ବି କରନ୍ତୁ ନାହିଁ ଏହି ୧୦ ଟି କାମ ଭୟଙ୍କର ଗରିବୀ ଆସିଥାଏ।
ହିନ୍ଦୁ ଧର୍ମରେ ଗୁରୁବାର ଦିନ ଦେବ ଗୁରୁ ବୃହସ୍ପତିଙ୍କୁ ପୂଜାର୍ଚ୍ଚନା କରାଯାଏ। ଗୁରୁବାର ମା ଲକ୍ଷ୍ମୀଙ୍କର ଅତିପ୍ରିୟ ବାର ହୋଇଥାଏ। ଅନ୍ୟ ଗୁରୁବାର ଅପେକ୍ଷା ମାର୍ଗଶିର ମାସ ଗୁରୁବାର ମା ଲକ୍ଷ୍ମୀଙ୍କର ବହୁତ ପ୍ରିୟ ବାର ହୋଇଥାଏ। ଏହି ଦିନ ମା ଲକ୍ଷ୍ମୀଙ୍କର ପୂଜାର୍ଚ୍ଚନା କରିବା ଦ୍ୱାରା ଗୃହକୁ ମା ଲକ୍ଷ୍ମୀଙ୍କର ପ୍ରବେଶ ହୋଇଥାଏ। ଜ୍ୟୋତିଶାସ୍ତ୍ରରେ ବୃହସ୍ପତିଙ୍କୁ ସାଧୁସନ୍ଥଙ୍କ ଦେବତା ବୋଲି କୁହାଯାଏ। ଏପରିକି ଆମ ଜୀବନର ସମସ୍ତ ସୁଖର ଚାବିକାଠି ବୃହସ୍ପତିଙ୍କ ପାଖରେ ଥିବା କୁହାଯାଏ। ଜ୍ୟୋତିଷ ଶାସ୍ତ୍ରରେ ଏହା ମଧ୍ୟ କୁହାଯାଇଛି ଯେ ଯେଉଁ ବ୍ୟକ୍ତିଙ୍କ ଉପରେ ବୃହସ୍ପତିଙ୍କ କୃପା ଦୃଷ୍ଟି ରହିଥାଏ ସେହି ବ୍ୟକ୍ତିଙ୍କ ଉପରେ ଦୁଃଖ ପ୍ରବେଶ କରେ ନାହିଁ।
ତେବେ ଆସନ୍ତୁ ଜାଣିବା ଆଜିର ଏହି ପୋଷ୍ଟ ମାଧ୍ୟମରେ ଗୁରୁବାର ଦିନ କଣ କରିବା ଉଚିତ ନୁହେଁ ଏହା ସହିତ ବୃହସ୍ପତି ବାର ଗୁରୁବାରରେ କଣ କଲେ ଶୁଭ ଫଳ ମିଳିଥାଏ।
ଗୁରୁବାର ଦିନ ବିଳମ୍ବ ପର୍ଯ୍ୟନ୍ତ ଶୁଅନ୍ତୁ ନାହିଁ। ଏହିଦିନ ସକାଳୁ ଉଠି ପ୍ରଥମେ ଘର ଦ୍ୱାର ସଫା କରିବା ଆବଶ୍ୟକ।
ସକାଳୁ ଉଠିବା ପରେ ବାସୀ ବିଛଣା ପଡିଥିବା ଅବସ୍ଥାରେ ପୂଜା କରନ୍ତୁ ନାହିଁ। ପ୍ରଥମେ ବାସୀ ବିଛଣା ଉଠାଇ ଘରକୁ ଝାଡୁ କରନ୍ତୁ ପରେ ଘର ପୋଛିବା ପରେ ସ୍ନାନ କରି ପୂଜା ଆରମ୍ଭ କରନ୍ତୁ।
ଗୁରୁବାର ଦିନ ପ୍ରଥମେ ତୁଳସୀ ଚୁଉରା ପାଖରେ ବୁନ୍ଦାବତୀଙ୍କୁ ପୂଜା କରି ସାରିବା ପରେ ଠାକୁର ଘରେ ପୂଜା କରନ୍ତୁ।
ଗୁରୁବାର ବୃହସ୍ପତିଙ୍କୁ ସମର୍ପିତ ହୋଇଥିବାରୁ ଦେବଗୁରୁଙ୍କ ପ୍ରିୟ ହଳଦିଆ ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ। ଭଗବାନ ବିଷ୍ଣୁଙ୍କୁ ମଧ୍ୟ ହଳଦିଆ ରଙ୍ଗ ପ୍ରିୟ ହୋଇଥାଏ। ତେଣୁ ଗୁରୁବାର ଦିନ ଭଗବାନ ବିଷ୍ଣୁଙ୍କୁ ହଳଦିଆ ଫୁଲ ଅର୍ପଣ କରନ୍ତୁ।
ଗୁରୁବାର ଦିନ ହଳଦିଆ ବସ୍ତୁର ଦାନ କରିବା ଶୁଭ ହୋଇଥାଏ। ଏହି ଦିନ ହଳଦୀ ଚଣା ଡାଲି କିମ୍ବା କଦଳୀ ଦାନ କରନ୍ତୁ। ଏହା ସହିତ ଗୁରୁବାର ଦିନ ବୃହସ୍ପତିଙ୍କର ମନ୍ତ୍ର ୧୦୮ ଥର ଜପ କରନ୍ତୁ।
ଗୁରୁବାରକୁ ମା ଲକ୍ଷ୍ମୀଙ୍କର ବାର ବୋଲି ମଧ୍ୟ କୁହାଯାଏ। ତେଣୁ ଏହିଦିନ ଗୋଟିଏ ଲାଲ ରଙ୍ଗର କପଡା ଉପରେ କିଛି ଧଳା ଧାନ ବିଛାଇ ମା ଲକ୍ଷ୍ମୀଙ୍କ ପ୍ରତିମା ନିକଟରେ ପୂଜା କରନ୍ତୁ। କିଛି ଧଳା ଫୁଲ ମଧ୍ୟ ମାଙ୍କ ଉପରେ ଚଢାନ୍ତୁ।
ଗୁରୁବାର ଦିନ ଭୁଲରେ ମଧ୍ୟ ଆମିଷ ରାଦ୍ଧନ୍ତୁ ନାହିଁ କିମ୍ବା ଖାଆନ୍ତୁ ନାହିଁ।
ଗୁରୁବାର ଦିନ ୧୨ଟା ପରେ କାହାକୁ ମଧ୍ୟ ଭିକ୍ଷାରେ ଦିଅନ୍ତୁ ନାହିଁ। ଏହି ବାରରେ କାହାକୁ ମଧ୍ୟ ଟଙ୍କା ଉଧାର ଦିଅନ୍ତୁ ନାହିଁ। ଏପରି କଲେ ମା ଲକ୍ଷ୍ମୀ ଘର ଛାଡ଼ି ଚାଲିଯିବେ।
ଗୁରୁବାର ଦିନ ସନ୍ଧ୍ୟା ସମୟରେ ମୁଣ୍ଡ କୁଣ୍ଡାଇବା ଏବଂ ଶୋଇବା ନିଶେଧ ହୋଇଥାଏ।
ସନ୍ଧ୍ୟା ସମୟରେ ଝୁଣା ଲଗେଇ ଘର ସାରା ବୁଲାନ୍ତୁ। ଏହା ଦ୍ୱାରା ଗୃହର ବାତାବରଣ ଶୁଦ୍ଧ ରହିବା ସହିତ ନକରାତ୍ମକ ଶକ୍ତି ମଧ୍ୟ ଦୂରେଇ ଯାଇଥାଏ। ତ ବନ୍ଧୁଗଣ ଆପଣ ଗୁରୁବାର ଦିନ ଏହିସବୁ କାମ ବିଲକୁଲ ବି କରିବେ ନାହିଁ।
ବନ୍ଧୁଗଣ ବର୍ଷର ପ୍ରତ୍ୟକ ଗୁରୁବାର ମା ଲକ୍ଷ୍ମୀଙ୍କର ବାର ହେଲେ ମଧ୍ୟ ୧୨ ଗୋଟି ମାସ ମଧ୍ୟରୁ ମାର୍ଗଶୀର ମାସର ପ୍ରତ୍ୟକ ଗୁରୁବାର ଗୁଡିକର ବିଶେଷ ମହତ୍ୱ ରହିଛି। ଏହି ଦିନ ଗୁଡିକରେ ଧନୀ ଗରିବ ଉଚ୍ଚ ଜାତି ଓ ନୀଚ ଜାତିର ସମସ୍ତ ଲୋକ ଧାନ ମାଣ ବସାଇ ମା ଲକ୍ଷ୍ମୀଙ୍କର ପୂଜା ଆରୋଧନା କରିଥାନ୍ତି ଓ ଲକ୍ଷ୍ମୀ ପୁରାଣ ପାଠ କରିଥାନ୍ତି। ପ୍ରତ୍ୟକ ଓଡ଼ିଆଣି ମାନେ ଭକ୍ତି ଏବଂ ନିଷ୍ଠାର ସହ ଏହି ବ୍ରତ ପାଳନ କରିଥାନ୍ତି। ପୂଜାର ପୂର୍ବ ଦିନ ଘରକୁ ଧୋଇ ପରିଷ୍କାର କରି ବା ଗୋବରରେ ଲିପି ଅରୁଆ ଚାଉଳ ବାଟି ସେଥିରେ ଲକ୍ଷ୍ମୀ ପାଦ ପଦ୍ମଫୁଲ ଧାନ କେଣ୍ଡା ହାତୀ କଦଳୀ ଗଛ ଓ ଶଙ୍ଖ ଇତ୍ୟାଦିର ଝୁଟି ପକାଇଥାନ୍ତି। ଆଜି ଆମେ ଏହି ପୋଷ୍ଟରେ ଜଣାଇବୁକି ମାଣବସା ଗୁରୁବାର ଦିନ ଦିନରେ ପୂଜା କରିବା ସହିତ ରାତିରେ କେଉଁ ଗୋଟିଏ ଖାସ ଉପାୟ କଲେ ମା ଲକ୍ଷ୍ମୀଙ୍କ ଆପଣଙ୍କ ଘରକୁ ଆସିଥାନ୍ତି ଏବଂ ତାଙ୍କର କୃପାଦୃଷ୍ଟି ଆପଣଙ୍କ ଉପରେ ପକାଇଥାନ୍ତି। ଏହା ସହିତ ଜାଣିବା ଗୁରୁବାର ଦିନ କେଉଁ ସବୁ କାମ କରିବା ଉଚିତ ନୁହେଁ। ଯେଉଁ ଦ୍ୱାରା ମା ଲକ୍ଷ୍ମୀ ଆପଣଙ୍କ ଘର ଛାଡ଼ି ଚାଲିଯିବେ।
ମାର୍ଗଶିର ମାସର ଗୁରୁବାର ଦିନ ପୂଜା ବିଧି ବିଷୟରେ କିଛି କଥା।
ମା ଲକ୍ଷ୍ମୀଙ୍କ ପୂଜା ପାଇଁ ପ୍ରଥମେ କୁସୁମ ଫୁଲ ମଣ୍ଡା ଫୁଲ ପଦ୍ମ ଫୁଲ ଏବଂ କିଛି ପତ୍ର ଇତ୍ୟାଦି ଏବଂ ଅନ୍ୟ ସବୁ ଆବଶ୍ୟକ ଜିନିଷ ବାହାର କରି ରଖିଥାନ୍ତି। ଏହାପରେ ଗୋଟିଏ ଖଟୁଲି ନେଇ ତା ଉପରେ ପଦ୍ମ ଫୁଲର ଚିତା ପକାଇଥାନ୍ତି। ଗୁରୁବାର ଦିନ ନାରୀମାନେ ମାଣରେ ଶୁକ୍ଳ ଧାନ ରଖି ଫଳ ମୂଳ ଅରୁଆ ଚାଉଳ ଦୁବ ପତ୍ର ଧୂପ ଦୀପ ଓ ନୈବେଦ୍ୟ ଦେଇ ମାଙ୍କର ପୂଜା ଆରାଧନା କରନ୍ତି ଏବଂ ଶଙ୍ଖ ହୁଳା ହୁଳି ଦେଇ ଲକ୍ଷ୍ମୀ ପୁରାଣ ପାଠ କରିବା ସହିତ କ୍ଷୀରି ପୁରୀ ଖେଚୁଡ଼ି ପିଠା ପଣାର ଭୋଗରେ ଘର ପବିତ୍ର ଏବଂ ଆନନ୍ଦମୟ କରିଥାନ୍ତି। ପ୍ରଥମେ ସକାଳ ପାଇଁ ବାଳ ଭୋଗ ପ୍ରସ୍ତୁତ କରି ରଖିଦେବେ ଓ ତା ପରେ ଗୋଟେ ଝୁଟି ପକାଇ ସେଥିରେ ଖଟୁଲି ବସାଇ ପୂଜା ଆରମ୍ଭ କରିବେ। ଆପଣ ଖଟୁଲି ତଳେ ୧୬ ଗୋଟି ଝୁଟି ପକାଇ ଓ ଖଟୁଲି ଉପରେ ୧୬ ଗୋଟି ପାଖୁଡା ପଦ୍ମ ଫୁଲ ପକାଇବେ ତ ଏହିପରି ଆପଣ ପୂଜା କରିବା ଉଚିତ। ଏହାପରେ ଖଟୁଲି ଉପରେ ପୁରୀ ଧାନ ଭୋଗ କରି ଦେବେ। ଆପଣଙ୍କ ପାଖରେ ଯେତେ ନୂଆ ଧାନ ଥିବ ଯେତେ ଆପଣ ତାକୁ ଭରପୁର କରି ରଖିବେ ମା ଲକ୍ଷ୍ମୀ ସେତେ ହିଁ ସନ୍ତୁଷ୍ଟ ହୋଇ ଆପଣଙ୍କ ଉପରେ ବା ଆପଣଙ୍କ ଘର ଉପରେ ଆହୁରି ଧନର ବର୍ଷା କରିବେ ଏବଂ ଏହି ଧାନ ଉପରେ ଗୋଟିଏ ମାଣ ରଖିଦେବେ। ତାକୁ ବି ଧାନରେ ଭରିଦେବେ ଓ ସେହି ମାଣ ଉପରେ ଆଉ ଗୋଟିଏ ସେର ମାଣ ବସାଇବେ। ସେର ମାଣ ବସାଇ ସାରିବା ପରେ ଗୋଟେ ବଡ଼ ପାତ୍ର ନେବେ ସେଥିରେ କିଛି ହଳଦୀ ପାଣି ଆଉ ଅଷ୍ଟଗନ୍ଧାକୁ ମିଶାଇ ଦେବେ। ତାକୁ ଦୁବ ପତ୍ରରେ ହିଁ ମିଶାଇ ଦେବେ ଏବେ ଏଥିରେ ଖଟୁଲିର ମାଣକୁ ଦୁବ ପତ୍ରରେ ଭଲସେ ଛିଞ୍ଚି ଦେବେ। ଆଉ ତାପରେ ମାଣକୁ ସଜାଡି ଦେବେ ଆଉ ତାପରେ କଳସ ବସାଇବେ ଓ ଏହାପରେ ମାଣ ଉପରେ ୩ ଟି ଗୁଆ ଏବଂ ୩ ଟି ଖଣ୍ଡ ହଳଦୀ ରଖିନେବେ ଏହା ପରେ ଆପଣ ମାଙ୍କୁ ବସ୍ତ୍ର ପିଦ୍ଧାଇବେ। ବସ୍ତ୍ର ପିଦ୍ଧାଇ ସୁନ୍ଦର ଭାବରେ ସଜେଇ ଦେବେ। ଏହାପରେ ଧାନ କେଣ୍ଡା ପତ୍ର ଫୁଲ ଫଳ ମୂଳା ଆଖୁ କନ୍ଦ ମୂଳ ଅଁଳା ପତ୍ର ବା ମାଲକ୍ଷ୍ମୀଙ୍କର ଯେଉଁ ଯେଉଁ ଜିନିଷ ସବୁ ପସନ୍ଦ ସେ ସବୁ ଜିନିଷରେ ମା ଲକ୍ଷ୍ମୀଙ୍କୁ ସଜେଇ ଦେବେ। ଏହା ପରେ ଆପଣ ନୀତି ନିୟମର ସହିତ ପୂଜା କରିନେବେ।
ଏବେ ଆସନ୍ତୁ ଜାଣିବା ମାର୍ଗଶିର ମାସରେ ଗୁରୁବାର ଦିନ ଦିନରେ ପୂଜା ସରିବା ପରେ ରାତିରେ କେଉଁ ଗୋଟିଏ ଜିନିଷରେ ବିଶେଷ ଉପାୟ କଲେ ମା ଲକ୍ଷ୍ମୀ ନିଜେ ଆପଣଙ୍କ ଘରକୁ ପ୍ରସନ୍ନ ହୋଇ ଆସିବେ।
ପ୍ରଥମେ ୨ ଟି ଭଲ କଦଳୀ ନେବେ ଯେମିତି କୌଣସି ଦାଗ ନଥିବ। ଯଦି ସମ୍ଭବ ଯୋଡି ହୋଇଥିବା କଦଳୀ ନେବେ କାରଣ ଏହାକୁ ଭଗବାନ ବିଷ୍ଣୁ ଏବଂ ମା ଲକ୍ଷ୍ମୀଙ୍କର ରୂପ ବୋଲି ମାନିନିଆଯାଏ। ଗୁରୁବାର ଦିନ ରାତିରେ ସନ୍ଧ୍ୟା ସମୟରେ ଆପଣ ଏହି ଉପାୟକୁ ନିଶ୍ଚୟ କରନ୍ତୁ। ଏହି କଦଳିକୁ ମାଙ୍କ ପାଖରେ ରଖନ୍ତୁ ଏବଂ ହାତ ଯୋଡି ପ୍ରାର୍ଥନା କରି ମାଙ୍କୁ ନିଜର ଦୁଃଖ କଥା ଜଣାନ୍ତୁ ଓ ମନରୁ ଆପଣ ମାଙ୍କୁ ଯାହା ଚାହୁଁଛନ୍ତି ତାହା ମାଙ୍କୁ ମନ ଖୋଲିକି ମାଗନ୍ତୁ ଏହା ପରେ ସିନ୍ଦୁର ଏବଂ ତେଲକୁ ଭଲସେ ମିଶାଇ କଦଳୀ ଉପରେ ସ୍ବାସ୍ତିକ ଚିହ୍ନ ବନାନ୍ତୁ ଏହା ପରେ ଆପଣ ଭଗବାନ ବିଷ୍ଣୁ ଏବଂ ମା ଲକ୍ଷ୍ମୀଙ୍କୁ ମନରେ ଧ୍ୟାନ କରି ତାଙ୍କ ତାଙ୍କ ମନ୍ତ୍ର ଓମ ନମଃ ଭଗବତେ ବାସୁଦେବାୟ ନମଃ ଏହି ମନ୍ତ୍ରକୁ ୨୧ ଥର ଜପ କରନ୍ତୁ ଓ ସେହି କଦଳିକୁ ସେମିତି ହିଁ ଭଗବାନଙ୍କ ପାଖରେ ରଖି ରାତି ସାରା ରହିବାକୁ ଦିଅନ୍ତୁ। ଆପଣ ତାପର ଦିନ ସକାଳୁ ଉଠି ସ୍ନାନ ଶୌଚ ଆଦି ସାରି ମାଙ୍କର କିମ୍ବା ଭଗବାନଙ୍କର ଘରେ ପୂଜା ପାଠ କରିସାରି ସେହି କଦଳୀକୁ ଘରର ସଦସ୍ୟ ମାନଙ୍କୁ ଟିକେ ଟିକେ ବାଣ୍ଟି ନିଅନ୍ତୁ। ଏହି ଉପାୟ କରିବା ଦ୍ୱାରା ଆପଣଙ୍କର ସବୁ ଗ୍ରହଦୋଷ ଦୂର ହୋଇଥାଏ ଏବଂ ମା ଲକ୍ଷ୍ମୀ ଆପଣଙ୍କୁ ଆଶୀର୍ବାଦ ଦେବା ପାଇଁ ଆପଣଙ୍କ ପୂଜାରେ ପ୍ରସନ୍ନ ହୋଇ ଆପଣଙ୍କ ଘରକୁ ଆସିଥାନ୍ତି ଏବଂ ଆପଣଙ୍କର ସବୁ ଦୁଃଖ କଷ୍ଟକୁ ଦୂର କରି ଆପଣଙ୍କ ଘରେ ସୁନା ଗହଣା ରୁପା ଆଉ ଧନ ଇତ୍ୟାଦିର ଭରପୁର ଆଶୀର୍ବାଦ ଆପଣଙ୍କୁ ଦେଇଥାନ୍ତି।