Excuse Me Odisha

ଯାହା କହିବୁ ସତ କହିବୁ

ଶତ୍ରୁ ଘରେ ହେବ ଖଣ୍ଡ ପ୍ରଳୟ ! ବାସ ରାତିରେ କେବଳ ଗୋଟିଏ ଲବଙ୍ଗ ଘୁରାଇ ଦିଅନ୍ତୁ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଶନିବାର ରାତିରେ ୧ଲବଙ୍ଗ ଘୁରାଇ ଦିଅନ୍ତୁ ଏହିପରି ଶତ୍ରୁ ଘରେ ଘଟିଯିବ ଖଣ୍ଡ ପ୍ରଳୟ।

ବନ୍ଧୁଗଣ ଏହି ଶକ୍ତିଶାଳୀ ପ୍ରୟୋଗ ଦ୍ୱାରା ସମସ୍ତ ଶତ୍ରୁକୁ ବର୍ବାଦ କରିଦେଇଥାଏ। ଆପଣଙ୍କର ଶତ୍ରୁ ଯେତେ ବଳଶାଳୀ ହୋଇଥାଉନା କାହିଁକି ଯେତେ ଅର୍ଥ ଥାଉନା କାହିଁକି ଏହି ପ୍ରୟୋଗ ଦ୍ୱାରା ତାର ଜୀବନ ବର୍ବାଦ ହୋଇଯିବ। ଏହି କ୍ରିୟାଟି କରିବା ଯେତେ ସହଜ ସେତେ ପ୍ରଭାବଶାଳୀ ମଧ୍ୟ। ଏହି କ୍ରିୟାଟିକୁ ସମସ୍ତ ନାରୀ ପୁରୁଷ ସହଜରେ କରିପାରିବେ। ଏହି କ୍ରିୟାଟି କରିବା ଦ୍ୱାରା ସମସ୍ତ ପ୍ରକାରର ଶତ୍ରୁ ବର୍ବାଦ ହୋଇଯାଇଥାନ୍ତି ଖିନ ବିନ ହୋଇଯାଇଥାନ୍ତି।

ବନ୍ଧୁଗଣ ଯଦି ଆପଣ ଶତ୍ରୁର ସାମ୍ନା କରିବାକୁ ସାହସ ନାହିଁ ତେବେ ଏହି କ୍ରିୟାଟିକୁ ଗୁପ୍ତ ଭାବରେ କରନ୍ତୁ। କାହା ସହିତ ଝଗଡା କଳହ ଲଢେଇ କରିବା ଠାରୁ ଏହି କ୍ରିୟାଟିକୁ ଗୁପ୍ତ ଭାବରେ କରନ୍ତୁ ଏହା ସତ ଗୁଣା କାମ କରିବ। ଶତ୍ରୁର ଏମତି ଦୟନୀୟ ଅବସ୍ଥାରେ ଆସିଯିବ କି ଆପଣଙ୍କ ଜୀବନରେ ଶତ୍ରୁ ନାମଟି ହିଁ ଦୂରେଇ ଯିବ। ଏବେ ଆସନ୍ତୁ ଜାଣିବା ଶତ୍ରୁ ଦମନକାରୀ କ୍ରିୟାଟିକୁ କେମିତି କରିବାର ଉପାୟ।

ବନ୍ଧୁଗଣ ଏହି କ୍ରିୟାଟିକୁ ଆପଣଙ୍କୁ କେବଳ ଶନିବାର ଦିନ ରାତିରେ ହିଁ କରିବାକୁ ହେବ। ଆପଣ ଏହି କ୍ରିୟା ପାଇଁ ଗୋଟେ ସାଧା କାଗଜ ନିଅନ୍ତୁ। ଆପଣ ଗୋଟିଏ ଛୋଟ ଚାରି କୋଣିଆ ସାଧା କାଗଜ ନିଅନ୍ତୁ। ସେହି କାଗଜ ଉପରେ କଳା ପେନରେ ସେହି ଶତ୍ରୁ ମାନଙ୍କର ନାମ ଲେଖି ଦିଅନ୍ତୁ ଜଣେ ଶତ୍ରୁ ହୋଇଥାନ୍ତୁ କିମ୍ବା ଅନେକ ସମସ୍ତଙ୍କ ନାମ ଲେଖିଦିଅନ୍ତୁ। ଯେଉଁ ଜାଗାରେ ଆପଣ ନାମ ଲେଖିବା ଆରମ୍ଭ କରିଥିଲେ ସେହି ଜାଗାରେ ଗୋଟେ × ଚିନ୍ହ ପକେଇବେ ଏବଂ ନାମର ଶେଷରେ ମଧ୍ୟ ଆଉ ଗୋଟେ × ଚିନ୍ହ ପକେଇବେ। ଏମିତି କରିବା ପରେ ଆପଣ ଧ୍ୟାନ କରିବେ ଶତ୍ରୁର ମୁଖକୁ ଏବଂ ଆପଣଙ୍କ ପ୍ରତି ଶତ୍ରୁତାର ବ୍ୟବହାରକୁ ଏ ସମସ୍ତ କଥାକୁ ନିଜ ମୁଖ ସାମ୍ନାକୁ ଧ୍ୟାନ କରିବେ। ତା ସହିତ ଆପଣ କାଳଭୈରବୀଙ୍କୁ ମନେ ମନେ ସ୍ମରଣ କରିବେ ଏବଂ ତାଙ୍କୁ ମନେ ମନେ କହିବେ ଯେ ଏହି ଶତ୍ରୁ ବା ଶତ୍ରୁ ମାନେ ମୋ ପିଛା ଲାଗିଛନ୍ତି ମୋର ସେଭଳି କିଛି ଭୁଲନାହିଁ। ସେମାନେ ମୋର ସୁଖ ଦେଖିକି ସହି ପାରୁନାହାନ୍ତି ସେମାନେ ସବୁବେଳେ ମୋର ପିଛାରେ ଲାଗିଛନ୍ତି ଅନିଷ୍ଠ କରି ଚାଲିଛନ୍ତି ସେଥିପାଇଁ ଆପଣ ମୋର ଏହି କ୍ରିୟାରେ ସନ୍ତୁଷ୍ଟ ହୁଅନ୍ତୁ ଏବଂ ସେମାନଙ୍କୁ ଉଚିତ ଦଣ୍ଡ ଦିଅନ୍ତୁ ଏବଂ ସେମାନେ ମୋର ଜୀବନକୁ ଯେତେକି ବିପନ୍ନ କରିବାକୁ ଚାହୁଁଛନ୍ତି ତାର ଦଶଗୁଣା ବିପନ୍ନ ସେମାନେ ହୁଅନ୍ତୁ। ଏହିପରି ଭାବେ ଆପଣ ଭଗବାନ କାଳଭୈରବିଙ୍କୁ ଜଣାଇବେ। ଏହିପରି ଆପଣ ଏକାଗ୍ରତାର ସହିତ କରିବେ ଆପଣ ଏହାକୁ ଗୋପନରେ କରିବେ। ଆପଣ ଏହାକୁ ନିଜ ରୁମ ଭିତରେ ମଧ୍ୟ କରିପାରନ୍ତି। ଯେତେବେଳେ ଏହି କ୍ରିୟାଟି କରିବେ ନିଜର ମୁଖ ଦକ୍ଷିଣ ଦିଗକୁ କରିବେ।

କଳା ଆସନ ବିଛାଇ ତା ଉପରେ ବସିବେ। ସାଧା କାଗଜର ମଝିରେ କଳା ରଙ୍ଗର କାଳୀରେ ଶତ୍ରୁର ନାମ ଲେଖିବେ। ନାମର ଆରମ୍ଭରୁ ଗୋଟେ × ଚିହ୍ନ ପକାଇବେ ଲେଖା ଶେଷରେ ଗୋଟେ × ଚିନ୍ହ ପକାଇବେ। ଏହି ପରି ଲେଖି ଶତ୍ରୁର ଆପଣଙ୍କ ପ୍ରତି ବ୍ୟବହାର କୁ ଧ୍ୟାନ କରି ଭଗବାନ କାଳଭୈରବିଙ୍କୁ ସ୍ମରଣ କରିବେ। ଏହା ପରେ ଆପଣ ଏହି ମନ୍ତ୍ରକୁ ସେହିଠାରେ ୧୦୮ ଥର ପ୍ରୟୋଗ କରିବେ ମନ୍ତ୍ରଟି ହେଉଛି ଓଁ ଶ୍ରୀ କାଳଭୈରବି ନମଃ, ଓଁ ଶ୍ରୀ କାଳଭୈରବି ନମଃ। ଏହି ମନ୍ତ୍ରଟିକୁ ଆପଣ ୧୦୮ ଥର ଜପ କରିବେ। ଏହି ମନ୍ତ୍ରଟିକୁ ଯେତେବେଳେ ଜପ କରିବେ ସେତେବେଳେ ଡାହାଣ ହାତରେ ଗୋଟେ ଲବଙ୍ଗକୁ ଧରିଥିବେ ବୃଦ୍ଧା ଆଙ୍ଗୁଳି ଏବଂ ତର୍ଜନୀ ଆଙ୍ଗୁଳି ମଧ୍ୟରେ। ଯେଉଁ ଲବଙ୍ଗ ଟିକୁ ଆପଣ ଧରିବେ ସେହି ଲବଙ୍ଗଟି ସମ୍ପୂର୍ଣ ହୋଇଥିବା ସହିତ ହୃଷ୍ଟ ପୃଷ୍ଟ ଦେଖାଯିବା ଦରକାର ଏବଂ ସେହି ଲବଙ୍ଗରେ ଫୁଲ ଥିବ। ଏହି ଲବଙ୍ଗକୁ ଡାହାଣ ହାତରେ ବୃଦ୍ଧା ଆଙ୍ଗୁଳି ଏବଂ ତର୍ଜନୀ ଆଙ୍ଗୁଳିରେ ଧରି ନିଜ ମୁଖ ପାଖରେ ରଖି ୧୦୮ ଥର ମନ୍ତ୍ର ଜପ କରିବେ।

ଏହା ପରେ ଆପଣ କଣ କରିବେ ନାଁ ସେହି ଲବଙ୍ଗକୁ ଫୁଙ୍କି ଦେବେ ଫୁଙ୍କି ସାରିବା ପରେ ଲବଙ୍ଗର ଫୁଲ ପଟଟିକୁ ଆପଣ ସେହି ହାତରେ ଧରି ତାର ଯେଉଁ ଅଗ ପଟଟି ଯେଉଁ ପଟରେ ଫୁଲ ନଥିବ ସେ ପଟରେ ଆପଣ ଯେଉଁ କାଗଜରେ ଶତ୍ରୁ ମାନଙ୍କର ନାମ ଲେଖିଥିବେ ସେହି × ପାଖରୁ ଆରମ୍ଭ କରି ନାମର ଉପର ଦେଇ ଶେଷ × ପର୍ଯ୍ୟନ୍ତ ୫ ଥର ଘୋଷାଡି ଦେବେ। ଯେମିତି ଆଉ ସେ କାଗଜରେ ନାମ ସବୁ ପଢି ହେବ ନାହିଁ। ୫ ଥର ଘଷିବା ସମୟରେ ସେହି ଶତ୍ରୁ ମାନଙ୍କର ନାମ କହୁଥିବେ। ଏପରି କରି ସାରିବା ପରେ ଭଗବାନ କାଳଭୈରବିଙ୍କୁ ପ୍ରଣାମ କରିବେ ଏବଂ ସେହି ଲବଙ୍ଗଟିକୁ ସେହି ଯେଉଁ ନାମ ଉପରେ ରଖିକି ସେହି କାଗଜକୁ ଚାରି ଭାଙ୍ଗ କରି ଭାଙ୍ଗି ଦେବେ ଆଉ ତାକୁ ଛୋଟ କାଗଜ ପୁଡ଼ିଆ କରିଦେବେ ତା ଉପରେ ବର୍ତ୍ତମାନ ଏକ କଳା ସୂତାକୁ ତାର ଚତୁରପାର୍ଶ୍ଵରେ ଗୁଡେଇ ଦେବେ ଏବଂ ଏହି ପଟୁଳା ଟିକୁ ଆପଣ ଯେକୌଣସି ଗୋଟେ ଡ଼ବା ଭିତରେ ରଖିଦେଇ ଡ଼ବା ମୁହଁ ମାରି ଦେବେ। ଏତିକି କାମ ଆପଣ ସେହି ଶନିବାର ଦିନ ରାତିରେ କରି ତାକୁ ନିଜର ମସ୍ତକ ପାଖରେ ରଖି ଶୋଇଯାଆନ୍ତୁ ଏବଂ ଶତ୍ରୁଟି ଆପଣଙ୍କ ଜୀବନରେ ଯେଉଁ କଷ୍ଟ ଦେଇଛି ଆପଣଙ୍କର ଯେଉଁ କ୍ଷତି କରି ଚାଲିଛି ମନେ ମନେ କାଳଭୈରବିଙ୍କୁ ସ୍ମରଣ କରି ସେହି କଥା କହି ଚାଲନ୍ତୁ ଏବଂ ଶତ୍ରୁ ଉଚିତ ଦଣ୍ଡ ପାଉ ଏବଂ ଆପଣଙ୍କ ଜୀବନ ମଧ୍ୟରୁ ସେ ଦୂରେଇ ଯାଉ। ଏମିତି ସ୍ମରଣ କରି ଆପଣ ଶୋଇ ଯାଆନ୍ତୁ। ଏବଂ ସକାଳୁ ଉଠି ସ୍ନାନ ଶୌଚ ସାରି ସେହି ଡ଼ବାଟିକୁ ନେଇ କରି କୌଣସି ନିର୍ଜନ ସ୍ଥାନକୁ ଯାଆନ୍ତୁ ଆଉ ଯଦି କୌଣସି ମହିଳା ହୋଇଥିବେ ତ ନିର୍ଜନ ସ୍ଥାନକୁ ନ ଯାଇପାରିବେ ତେବେ ଗୃହର ଛାତ ଉପରକୁ ଯାଆନ୍ତୁ ସେଠି ସେହି ଡ଼ବାଟିକୁ ଖୋଲି ସେହି ପଟୁଳାଟିକୁ ବାହାର କରନ୍ତୁ ଏବଂ ତାକୁ କୌଣସି ମତେ ଅଗ୍ନି ସଂଯୋଗ କରନ୍ତୁ ଯେପରି ତାହା ସମ୍ପୂର୍ଣ୍ଣ ଭାବେ ପଡିଯିବ।

ଯେତେବେଳେ ସେ ସମ୍ପୂର୍ଣ୍ଣ ଭାବେ ପୋଡିକି ପାଉଁଶ ହୋଇଯାଉଛି ସେହି ପଡିକି ପାଉଁଶ ହେବା ଭିତରେ ତାର କୃତ କର୍ମକୁ ବାରମ୍ବାର ମନେ ପକାଉଥିବେ କାଳଭୈରବିଙ୍କୁ ମନେ ମନେ ସ୍ମରଣ କରିଥିବେ। ଯେତେବେଳେ ତାହା ପୋଡିକି ପାଉଁଶ ହୋଇଯିବ ସେହି ପାଉଁଶକୁ ୩ ଟି ଗୋଇଁଠା ମାରିବେ ଆଉ କହିବେ ତୁ ସଂସାରରୁ ବିଦାୟ ନେ ଯଦି ତୁ ତ କୃତ କର୍ମ ବୁଝି ପ୍ରାଇଶ୍ଚିତ କରିନେବୁ ଆଉ ଭଲ ମଣିଷ ହୋଇଯିବୁ ନାଇଁ ତ ତୁ ଯଦି ଭୁଲ ନ ବୁଝି ପାରିଲୁ ତେବେ ତୋର ସବୁ ବାହୁବଳ ଅର୍ଥବଳ ଏଇଠୁ ହିଁ ଧ୍ୱଂସ ପାଉ ଏତିକି କହିକି ସେହି ପାଉଁଶକୁ ୩ ଥର ଗୋଇଁଠା ମାରିବେ ଏବଂ ସେହି ପାଉଁଶକୁ ନେଇ କୌଣସି ପ୍ରବାହିତ ଜଳରେ ଭସାଇ ଦେବେ ନଚେତ ମାଟି ଖଳି ପୋତିଦେବେ। ଏବଂ ସେହି ଯେଉଁ ଡ଼ବାଟିକୁ ମଧ୍ୟ ପୋତି ଦେବେ ନଚେତ ଭସେଇ ଦେବେ ତାହାରି ସହିତ। ଏମିତି କରିକି ଚୁପଚାପ ଏକ ମୁହାଁ ହୋଇ ଘରକୁ ଫେରି ଗୋଡ଼ ହାତ ମୁହଁ ଧୋଇ ଘରକୁ ପ୍ରବେଶ କରନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *